‘ଆପନମାନେ ଖୁସି ତୋ ?’ ଓଡିଆ ଜାଣନ୍ତି ନାହିଁ ବୋଲି ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ବଡ ସଭାମାନଙ୍କରେ ଏହି ପ୍ରଶ୍ନଟି ପଚାରିଥାନ୍ତି, ସମବେତ ଜନତାଙ୍କ ମଧ୍ୟରେ ହସର ଜୁଆର ଖେଳି ଯାଇଥାଏ ଓ ଉଚ୍ଚ ସ୍ୱରରେ ଉ ତ୍ତ ର ଭାସି ଆସିଥାଏ ‘ହଁ, ଆମେ ଖୁସି’ । ଏହି ଧରଣର ପ୍ରଶ୍ନ ପଚାରିଲା ବେଳେ ପ୍ରଶ୍ନକ ର୍ତ୍ତା ଭଲ ଭାବେ ଜାଣିଥାନ୍ତି ଯେ ଲୋକଟିଏ ଯେତେ ଦୁଃଖରେ ଥିଲେ ବି ସେ ‘ହଁ’ ହିଁ କହିବ । ଯେମିତି, କେହି ଯଦି ପଚାରେ ‘କେମିତି ଅଛ?’ ବୋଲି ତେବେ ଉ ତ୍ତ ରଦାତା ଯେତେ ଅସୁବିଧାରେ ଥିଲେ ବି ମୁହଁରେ, କୃତ୍ରିମ ହେଉ ପଛେ, ହସଟିଏ ଫୁଟାଇ ‘ଭଲ ଅଛି’ ବୋଲି କହିବାକୁ କୁଣ୍ଠା ପ୍ରକାଶ କରି ନ ଥାଏ । ନେତା ପଚାରୁଥିବା ପ୍ରଶ୍ନର ଉ ତ୍ତ ର ଜନତା କଣ ଦେଲେ ବା କିପରି ଦେଲେ, ତାହା ନେତାଙ୍କୁ କେତେ ଦୂର ସନ୍ତୁଷ୍ଟ କଲା, ତାହା ଏହି ଆଲେଖ୍ୟର ବିଷୟବସ୍ତୁ ନୁହେଁ । ପ୍ରଶ୍ନ ହେଉଛି, ଗଣତନ୍ତ୍ରରେ ଜନତା ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବେ ନା ନିର୍ବାଚିତ ପ୍ରତିନିଧି ନାଗରିକଙ୍କଠାରୁ ଉ ତ୍ତ ର ଚାହିଁବେ । ଆଜିକାଲି ନେତାମାନେ ଜନତାଙ୍କୁ ତ କେବଳ ପ୍ରଶ୍ନ ପଚାରୁ ନାହାନ୍ତି, ବରଂ ପ୍ରଶ୍ନକୁ କେଉଁ ଢଙ୍ଗରେ ପଚାରିଲେ ଜନତାଙ୍କଠାରୁ ଚାହୁଁଥିବା ଉ ତ୍ତ ରଟି ମିଳିବ, ରୀତିମତ ତାହା ମଧ୍ୟ ନିର୍ଦ୍ଧାରଣ କରୁଛନ୍ତି । ବିଭିନ୍ନ ସମୟରେ କିଛି ଶାସନ ମୁଖ୍ୟ ଏକ ତରଫା ଯୋଗ...