Skip to main content

Posts

Showing posts with the label Carona

କରୋନା ମୁକାବିଲାରେ ଅସମଞ୍ଜସତା

‘ଆଶା କରିବା ରୋଗ ଅପେକ୍ଷା ତାର ଉପଚାର ଅଧିକ ବେଦନାଦାୟକ ନ ହେଉ’ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ମନ୍ତବ୍ୟ କରୋନାର ମୁକାବିଲା ପାଇଁ ବିଭିନ୍ନ ଦେଶର ନୀତି ନିର୍ଦ୍ଧାରକଙ୍କୁ ନୂଆ କରି ଭାବିବାକୁ ବାଧ୍ୟ କରିଛି । ତାଙ୍କ ଅନୁସାରେ ବିଭିନ୍ନ କ୍ଷେତ୍ରକୁ ଜୋର କରି ବନ୍ଦ ରଖିବାର ଭୟଙ୍କର କୁପରିଣାମ ଅର୍ଥନୀତି ଉପରେ ପଡି ଅପୂରଣୀୟ କ୍ଷତିସାଧନ ହେବ । ଯଦି ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ରୋଜଗାର ହରାନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ ବାଧାପ୍ରାପ୍ତ ହେବ । ହଜାର ହଜାର ସଂଖ୍ୟାରେ ଲୋକ ଜୀବନ ହାରି ପାରନ୍ତି । ଅବଶ୍ୟ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱର ସର୍ବାଧିକ ହୋଇ ଦେଢ ଲକ୍ଷ ଟପିବା ପରେ ଦେଶବାସୀଙ୍କ ଜୀବନ ରକ୍ଷା ତାଙ୍କର ପ୍ରଥମ ପ୍ରାଥମିକତା ଓ ଅର୍ଥନୀତି ତା ପରେ ବୋଲି ସପ୍ତାହକ ପରେ ଟ୍ରମ୍ପ ନିଜ ମତ ପରିବ ର୍ତ୍ତ ନ କରିଥିଲେ । କରୋନାଜନିତ କ୍ଷତି ଓ କରୋନାକୁ ପ୍ରତିହତ କରିବା ପାଇଁ ନିଆ ଯାଉଥିବା ପଦକ୍ଷେପ ଯୋଗୁ କ୍ଷତି - ଏ ଦୁଇଟି ମଧ୍ୟରେ  ସଂତୁ ଳନ ରକ୍ଷା କରିବାର ଅସମଞ୍ଜସତା ଭିତରେ ରହିଛନ୍ତି ଏବେ ନୀତି ନିର୍ଦ୍ଧାରକମାନେ । କ୍ରମାଗତ ଭାବେ ଉପରମୁହାଁ ହୋଇ ଚାଲିଥିବା କରୋନା ଆତଙ୍କ ଗ୍ରାଫର ଦିଗକୁ ତଳମୁହାଁ କରି ତାକୁ ସମତୁଲ କରିବା ଲାଗି ବିଭିନ୍ନ ଦେଶର ପ୍ରଚେଷ୍ଟା ଭିତରେ ବିଶ୍ୱ ଅର୍ଥନୀତିର ଗ୍ରାଫ ଧରାଶାୟୀ ହେବାର ଆଶଙ୍କା ଅନେକଙ୍କୁ ଚିନ୍ତିତ କରିଛି । ...