Skip to main content

Posts

Showing posts with the label Monopsony Walmart India Odia

କ୍ରେତା ଏକାଧିପତ୍ୟ ଓ ‘ୱାଲମାର୍ଟ’ ପ୍ରଭାବ

ମହାନଗରଠାରୁ ଆରମ୍ଭ କରି ଛୋଟ ଛୋଟ ସହର ପର‌୍ୟ୍ୟନ୍ତ ଏଣିକି ଆଖି ଝଲସା ବଡ଼ ବଡ଼ ମଲ୍ ଯେପରି କାୟା ବିସ୍ତାର କରି ଗ୍ରାହକମାନଙ୍କୁ ଯେପରି ଆକର୍ଷିତ କରି ଚାଲିଛନ୍ତି, ମନେ ହେଉଛି  ସତେ ଯେମିତି ଏହା ହିଁ ବିକାଶର ନୂତନ ସୂଚକ । ସେମିତି ‘ଜମାଟୋ’ ବା ‘ସ୍ୱିଗି’ ବ୍ୟାଗଧାରୀ ତରୁଣର ବାଇକ୍ ଯେଉଁ ସହରର ରାସ୍ତାରେ ଗଡ଼ୁନାହିଁ, ସେ ସହର ସତେ ଯେମିତି ସଭ୍ୟତା ଓ ବିକାଶଠାରୁ ବହୁ ଦୂରରେ ବୋଲି ମନେ ହେଉଛି । ହେଲେ ଏଗୁଡ଼ିକ ଯେ ବିକାଶର ପରିପନ୍ଥୀ ହୋଇପାରନ୍ତି, ତାହା ସ୍ପଷ୍ଟ ହୋଇଛି ବିଶ୍ୱର ସର୍ବବୃହତ୍ ଖୁଚୁରା ସୁପର ଷ୍ଟୋର ’ ୱାଲମାର୍ଟ’ ଉପରେ ନିକଟରେ ପ୍ରକାଶିତ ଦୁଇଟି ସନ୍ଦର୍ଭରୁ । ତହିଁରେ କୁହାଯାଇଛି ଯେ ୱାଲମାର୍ଟ ଭଳି ‘କ୍ରେତା ଏକାଧିପତ୍ୟବାଦୀ’ କମ୍ପାନୀଗୁଡ଼ିକ ଦ୍ୱାରା ସ୍ଥାନୀୟ ଅର୍ଥନୀତି କ୍ଷତିଗ୍ରସ୍ତ ଓ ଦୁର୍ବଳ ହୋଇଛି, ଯାହାକୁ ‘ୱାଲମାର୍ଟ’ ପ୍ରଭାବ କୁହାଯାଉଛି । ଗତ କିଛି ବର୍ଷ ଧରି ‘ୱାଲମାର୍ଟ’ ଢାଞ୍ଚାରେ ଭାରତରେ କାୟା ବିସ୍ତାର କରିଥିବା ସଂଗଠିତ ଖୁଚୁରା ବ୍ୟବସାୟ, ମଲ୍ ଓ ଅନ୍ୟ କେତେକ ବ୍ୟବସାୟ ଆଡୁ ସ୍ଥାନୀୟ ଅର୍ଥନୀତି ପ୍ରତି ଅନୁରୂପ ବିପଦର ଆଶଙ୍କା ଦେଖା ଦେଇଥିବାରୁ ‘କ୍ରେତା ଏକାଧିପତ୍ୟ’ର ଅବଗୁଣଗୁଡ଼ିକ ପ୍ରତି ସତର୍କତା ଅବଲମ୍ୱନ କରି ସ୍ଥାନୀୟ ଅର୍ଥନୀତିକୁ ‘ୱାଲମାର୍ଟ’ ପ୍ରଭାବ ମୁକ୍ତ କରିବାର ଆବଶ୍ୟକତା ରହିଛି ।  କୌଣସି ବିକ୍ରେତାଙ୍କର ବଜାର ଉପରେ ଏକଚାଟିଆ ଅଧିକାର ଥିଲେ ତାକୁ ...