Skip to main content

Posts

Showing posts from November, 2020

ଚିରାଗ ପ୍ରକରଣ ଏକ ଅଭିନବ ପ୍ରୟୋଗ କି ?

କଳେ ବଳେ କୌଶଳେ ନିର୍ବାଚନ ଜିତିବା ଲାଗି ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ଉଚିତ ଅନୁଚିତ ବିଭିନ୍ନ ପ୍ରକାର ଉଦ୍ୟମ କରିବାକୁ ପଛାଇ ନ ଥାଆନ୍ତି । ନିର୍ବାଚନକୁ ଯୁଦ୍ଧ ସଦୃଶ ମନେ କରି ପ୍ରତିପକ୍ଷକୁ ପରାହତ କରିବା ପାଇଁ ଅଭିନବ କୌଶଳମାନଙ୍କର ପ୍ରୟୋଗ ହୋଇଥାଏ । ଯେମିତି ପ୍ରତିପକ୍ଷର ଭୋଟ କାଟିବା ପାଇଁ ବିଦ୍ରୋହୀ ପ୍ରାର୍ଥୀ ଠିଆ କରାଇବା, ସମାନ ନାମଧାରୀ ଅନ୍ୟ ପ୍ରାର୍ଥୀ ଠିଆ କରାଇବା ବା ଅଧିକ ସଂଖ୍ୟକ ପ୍ରାର୍ଥୀ ଠିଆ କରାଇ ମତଦାତାଙ୍କୁ ବିଭ୍ରାନ୍ତ କରିବା ଇତ୍ୟାଦି । ସେଥିରୁ କିଛି ଅନୈତିକ ହୋଇ ଥିଲେ ବି ‘ଯୁଦ୍ଧ ଓ ପ୍ରେମରେ ସବୁ କିଛି ବୈଧ’ ନ୍ୟାୟରେ ତାହା ଗ୍ରହଣୀୟ ହୋଇଯାଏ । ତେବେ ନିର୍ବାଚନରେ ମେଣ୍ଟ ଅଂଶୀଦାର ଦଳର ଭୋଟ କାଟି ନିର୍ଦ୍ଧାରିତ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଯେ ଗୋଟେ ରାଜନୈତିକ ଦଳକୁ ଉପଯୋଗ କରା ଯାଇପାରେ, ତା’ର ଅଭିନବ ପ୍ରୟୋଗ ନିକଟରେ ସମାପ୍ତ ହୋଇଥିବା ବିହାର ନିର୍ବାଚନରେ ଦେଖିବାକୁ ମିଳିଥିଲା । ଚିରାଗ ପାଶଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏକୁଟିଆ ୧୩୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ଗୋଟିଏ ଆସନ ପାଇଥିଲେ ବି ଜେଡିୟୁ ଦଳର ପ୍ରଭୁତ କ୍ଷତି ସାଧନ କରିବାକୁ ସମର୍ଥ ହୋଇଛି । କେନ୍ଦ୍ର ସରକାରରେ ଏନଡିଏର ଘଟକ ଦଳ ଭାବେ ଥିବା ଏଲଜେପି, ରାଜ୍ୟରେ ଏନଡିଏର ଅନ୍ୟ ଗୋଟିଏ ଘଟକ ଦଳ ବିରୁଦ୍ଧରେ ନିର୍ବାଚନରେ ପ୍ରାର୍ଥୀ ଦେବା ନିଷ୍ପତ୍ତି କେବଳ ସେହି ଦଳର, ନା ଏକ ବୃହତ୍ତର ରାଜନୈତିକ ଉଦ୍

ମହା ଗଠବନ୍ଧନ ଝୁଣ୍ଟିଲା କାହିଁକି ?

ଗଣତନ୍ତ୍ରରେ ଜନାଦେଶ ହିଁ ସର୍ବୋପରି । ତେବେ ସବୁ ସମୟରେ ଜନାଦେଶ ପାଇଥିବା ଗୋଟିଏ ଦଳ ବା ମେଣ୍ଟ ପ୍ରତି ଯେ ଜନ ସମର୍ଥନ ରହିଛି ତାହା ଜୋର ଦେଇ କହି ହେବ ନାହିଁ । ବିହାର ବିଧାନସଭା ନିର୍ବାଚନ ଫଳାଫଳରୁ ଅନ୍ତତଃ ଜନାଦେଶ ଓ ଜନ ସମର୍ଥନ ଏକା କଥା ହୋଇ ନ ପାରେ ବୋଲି ଏକ ଧାରଣା ସୃଷ୍ଟି ହୋଇଛି । କାରଣ ସେଠାରେ ଏନଡିଏ ଓ ମହା ଗଠବନ୍ଧନ (ଏମଜିବି) ଭଳି ଯେଉଁ ଦୁଇଟି ପ୍ରମୁଖ ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଉଭୟଙ୍କୁ ୩୭ ପ୍ରତିଶତ ଲେଖାଏଁ ଭୋଟ ମିଳିଥିଲେ ବି ଏନଡିଏକୁ ୧୨୫ଟି ଓ ଏମଜିବିକୁ  ୧ ୧୦ ଟି ଆସନ ମିଳିଛି । ବସ୍ତୁତଃ ସମଗ୍ର ରାଜ୍ୟରେ ଏନଡିଏ ମେଣ୍ଟକୁ ସମୁଦାୟ  ୧ , ୫୭ ,୦ ୦ ,୬ ୧୮  ଖଣ୍ଡ ଭୋଟ ମିଳିଥିବା ବେଳେ ଏମଜିବିକୁ  ୧ , ୫ ୬ , ୧ ୫ , ୭ ୦ ୯  ଭୋଟ ମିଳିଛି, ଅର୍ଥାତ୍ ଉଭୟ ମେଣ୍ଟ ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର  ୮୪ , ୯ ୦ ୯  । ବିଡମ୍ୱନା ଏହି ଯେ ରାଜ୍ୟରେ  ୭  ଲକ୍ଷରୁ ଅଧିକ ମତଦାତା ନୋଟାରେ ଭୋଟ ଦେଇଛନ୍ତି ।  ୧ ୧ ଟି ଆସନରେ ବିଜୟୀ ପ୍ରାର୍ଥୀ ଏକ ହଜାର ଭୋଟରୁ ବି କମ ବ୍ୟବଧାନରେ ଜିତିଛନ୍ତି । ଏହି ନିର୍ବାଚନ ଫଳାଫଳକୁ ଲକ୍ଷ୍ୟ କଲେ ଏହା କୌଣସି ଗୋଟିଏ ମେଣ୍ଟ ସପକ୍ଷରେ ସ୍ପଷ୍ଟ ଭାବେ ନ ଥିବାରୁ ଏହାକୁ ଅତି ବେଶିରେ ଏକ ବିଖଣ୍ଡିତ ଜନାଦେଶ (ଫ୍ରାକଚରଡ ମେଣ୍ଡେଟ) ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଗାମୀ ଦିନରେ ନିର୍ବାଚନରେ ସାମ୍ପ୍ରଦାୟିକ, ଜାତିଗତ, ଭାଷାଗତ ଧ୍ରୁବୀକରଣ (

ସହଦେବବାବୁଙ୍କ ପୋର୍ଟ୍ରେଟ

ଯାହାର ନାମ ଆଗେ ଥିଲା ଫ୍ରି ସ୍କୁଲ ଷ୍ଟ୍ରିଟ, ସେହି ମିର୍ଜା ଗାଲିବ ଷ୍ଟ୍ରିଟର ଲ୍ୟାଜର୍ସ ନିଲାମ ଦୋକାନରେ ପ୍ରତି ରବିବାର ସକାଳେ ସହଦେବବାବୁଙ୍କୁ ଦେଖା ଯିବା ଆରମ୍ଭ ହେଇଛି ଏଇ ପ୍ରାୟ ତିନି ମାସ ହେଲା । ପ୍ରଥମ ଅବସ୍ଥାରେ ଲୋକାଲ ଟ୍ରେନରେ ଚଟି ବହି, ଗୋପାଳ ଭାଣ୍ଡ ବହି, ଖନାବଚନ ବହି, ପାଂଚାଳି ବହି ଏଇ ସବୁ ବିକ୍ରି କରୁଥିଲେ, ତା’ପରେ ନାନା ରକମ ଦଲାଲି କାମ କରି କମିଶନି ଟଙ୍କା ଜମାଇ ଗୋଟେ ଛୋଟମୋଟ ବ୍ୟବସାୟ ଆରମ୍ଭ କରି ଏଇ ପ୍ରାୟ ପାଂଚ ବର୍ଷ ହେବ ଇଲେକଟ୍ରିକ କ୍ୟାବଲର ବ୍ୟବସାୟ କରି ସହଦେବ ଘୋଷ ଆଜି ଆସି ଯେଉଁଠାରେ ଠିଆ ହେଇଛନ୍ତି ସେଠି ତାଙ୍କର ସଦାନନ୍ଦ ରୋଡରେ ଗୋଟେ ସୁଦୃଶ୍ୟ ଫ୍ଲାଟ, ଗୋଟେ ଫିଆଟ ଗାଡି, ଟେଲିଫୋନ, ଟେଲିଭିଜନ, ଦୁଇଟା ଚାକର, ଗୋଟେ ପୂଜାରୀ, ଗୋଟେ ଆଲସିସିଆନ କୁକୁର । ଆଗେ ଯେଉଁମାନେ ତାଙ୍କର ଖୁବ ପାଖର ଲୋକ ଥିଲେ, ଏବେ ସେମାନେ ତାଙ୍କୁ ଦେଖିଲେ ଚଟ କରି ଚିହ୍ନି ପାରନ୍ତି ନାହିଁ, ବା ଚିହ୍ନିଲେ ବି କଥା କହିବାକୁ ସାହସ କରି ଆଗେଇ ଆସନ୍ତି ନାହିଁ । ସହଦେବବାବୁଙ୍କର ବି ଖୁବ ଇଚ୍ଛା ନାହିଁ ଯେ ସେମାନେ ତାଙ୍କୁ ଚିହ୍ନନ୍ତୁ ; ସେଥିପାଇଁ ସେ ନିଶ ରଖିଛନ୍ତି, କଲିକୁ ଇଂଚେ ବଢାଇଛନ୍ତି, ଆଉ ଆଖି ଖରାପ ହେଇ ନଥିଲେ ବି ଗୋଟେ ପାଓାରଲେସ ସୁନାର ଚଷମା ନେଇଛନ୍ତି । ଅବସ୍ଥାରେ ଉନ୍ନତି ସଙ୍ଗେ ସଙ୍ଗେ ତାଙ୍କର ନୂଆ ସାଙ୍ଗ ବି ଜୁଟିଛନ୍ତି, ଯେଉଁମାନେ ପ୍ରତି ଦିନ ସନ୍ଧ୍ୟାବେଳେ ତାଙ୍କ ଘରକୁ ଆସି ଭଲ ଚା