Skip to main content

Posts

Showing posts from 2018

Farm Mechanisation in India: An Overview

The contribution of agriculture and allied sectors to the Gross Domestic Product (GDP) and Gross Value Added (GVA) of the country are 17.32 percent and 16.4 percent respectively during 2017-18. Although the share of agriculture and allied sector in GVA, which was 18.2 percent in 2012-13, has been declining steadily, it does not undermine the significance of the sector since it provides substantial employment, livelihood in rural areas and ensures much needed food security for the people. Agriculture employs more than 50 percent of the total work force of the country and approximately 60 percent households are dependent on it. However, it is estimated that the percentage of agricultural workers to the total work force, which was 58.2 percent in 2001, will drop to 25.7 percent by the year 2050 due to rapid urbanization and other reasons. Further, this will result in ‘feminism of agriculture’ whereby more number of women will be involved in various agricultural operations. The shortage

ବିଦେଶୀ ଦାନରେ ଚାଲବାଜି

ଏନଡିଏ ସରକାର କ୍ଷମତାକୁ ଆସିଲା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦ ହଜାର ଏନଜିଓଙ୍କର ଏଫସିଆରଏ ଲାଇସେନ୍ସ ବାତିଲ କରିବା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ଆଇନର ବିଭିନ୍ନ ପ୍ରାବଧାନକୁ ଉଲ୍ଲଂଘନ କରିଥିବା ଦର୍ଶାଇ କେନ୍ଦ୍ର ସରକାର ଏମାନଙ୍କ ଲାଇସେନ୍ସକୁ ବାତିଲ କରିଥିବା ବେଳେ ଭାରତୀୟ ଜନତା ପାର୍ଟି ଓ ଭାରତୀୟ ଜାତୀୟ କଂଗ୍ରେସ ଭଳି ଦୁଇଟି ପ୍ରମୁଖ ଜାତୀୟ ରାଜନୈତିକ ଦଳ ଏଫସିଆରଏ ପ୍ରାବଧାନକୁ ଉଲ୍ଲଂଘନ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କିପରି ସେମାନଙ୍କ ଖସିଯିବା ପାଇଁ ନିଜେ ଗଳାବାଟଟିଏ ପ୍ରସ୍ତୁତ କରିପାରନ୍ତି, ତାର ଏକ ନଗ୍ନ ନମୁନା ସରକାରଙ୍କ ଗତ ଅର୍ଥ ବିଲରେ ଦେଖିବାକୁ ମିଳିଥିଲା ।  ବିଦେଶୀ ଦାନକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ୧୯୭୬ ମସିହାରେ ବିଦେଶୀ ଦାନ ନିୟନ୍ତ୍ରଣ ଆଇନ (ଫରେନ କଂଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ) ବା ଏଫସିଆରଏ, ୧୯୭୬ ପ୍ରଚଳନ ହୋଇଥିଲା । ଅନୁଧ୍ୟାନ କଲେ ଜଣାଯିବ ଯେ ମୂଳ ରୂପରେ ଏହି ଆଇନଟିରେ ଜରୁରୀକାଳୀନ ପରିସ୍ଥିତିରେ ଶାସକ ଦଳ ଓ ସରକାରୀ ମାନସିକତାର ପ୍ରତିଫଳନ ହୋଇଥିଲା । ସେତେବେଳେ ବିଭିନ୍ନ ରାଜନୈତିକ ଦଳ ଓ ସମ୍ବାଦପତ୍ର ସଂସ୍ଥାଙ୍କ ନିକଟରେ ଯେପରି କୌଣସି ବିଦେଶୀ ଦାନ ନ  ପହଞ୍ଚେ  ସେଥିପାଇଁ ସରକାର ଏହି ଆଇନର ପରିକଳ୍ପନା କରିଥିଲେ । ଏନଜିଓମାନଙ୍କ ସଂଖ୍ୟା ଓ

ବାଲ୍ୟବିବାହ ପ୍ରଥାର ଅନ୍ତ କେବେ ?

‘ଦେଲା ନାରୀ ହେଲା ପାରି’, ‘ଝିଅ ଘିଅ’, ‘ଗୃହଯୋଗ୍ୟା ହେବା’ ଆଦି ଆମ ସମାଜରେ ପ୍ରଚଳିତ ପୁରୁଷ ମାନସିକତାର ଏହି କଥାଗୁଡିକରେ ବଢିଲା ଝିଅକୁ ବୋଝ ବା ବିପଦ ବୋଲି ଅଭିହିତ କରାଯାଇଛି । ସେହି କଥା ବାରମ୍ବାର ଶୁୁଣୁୁଥିବା ଲୋକଟିଏ ସତକୁ ସତ ଝିଅକୁ ବୋଝ ବୋଲି ଗ୍ରହଣ କରି ନେଇ ଯଥାଶୀଘ୍ର ତା ହାତକୁ ଦି ହାତ କରିବା ପାଇଁ ବୋଝ ଓ ବିପଦମୁକ୍ତ ହେବାକୁ ବ୍ୟଗ୍ର ହୋଇପଡେ । ଫଳସ୍ୱରୂପ, ସମୟ ପୂର୍ବରୁ ବାଲ୍ୟ ବିବାହ କରି ଆଉ ଗୋଟିଏ ଝିଅ ବାହା ବେଦିରେ ବଳି ପଡିଯାଏ । ସାରା ବିଶ୍ୱରେ ବାଲ୍ୟବିବାହ ପ୍ରଥାକୁ ମୌଳିକ ମାନବିକ ଅଧିକାରର ପରିପନ୍ଥୀ ବୋଲି ବିବେଚନା କରା ଯାଇଛି । ତେଣୁ ୧୯୮ଟି ଦେଶ ବିବାହ ପାଇଁ ସର୍ବନିମ୍ନ ବୟସ ସ୍ଥିର କରି ଆଇନ ପ୍ରଣୟନ କରଥିଲେ ମଧ୍ୟ ଅନେକ ଦେଶରେ ତାହା କଡାକଡି ଭାବେ ପାଳନ ହେଉନାହିଁ । ଫଳରେ ପୃଥିବୀର ବିଭିନ୍ନ ଦେଶରେ ଏହି କୁପ୍ରଥା ଏବେ ମଧ୍ୟ ପ୍ରଚଳିତ ଓ ବିଶ୍ୱରେ ପ୍ରତି  ପାଞ୍ଚ  ଜଣରେ ଜଣେ ବାଳିକା ନିର୍ଦ୍ଧାରିତ ୧୮ ବର୍ଷ ବୟସ ପୂର୍ବରୁ ବାଲ୍ୟବିବାହ କରିବାକୁ ବାଧ୍ୟ ହେଉଛନ୍ତି ।  ବର୍ତ୍ତମାନ ଜୀବିତ ୬୫ କୋଟି ମହିଳା ବାଲ୍ୟବିବାହ କରିଥିଲେ । ପ୍ରତିବର୍ଷ ପ୍ରାୟ ୧ କୋଟି ୨୦ଲକ୍ଷ ବାଳିକା ୧୮ ବର୍ଷ ନ ପୂରୁଣୁ ବାହା ହେଉଛନ୍ତି, ଯାହା ଅର୍ଥ ପ୍ରତି ମିନିଟରେ ୨୩ ଜଣ । ନାଇଜର ନାମକ ଦେଶରେ ସର୍ବାଧିକ ୭୬ ପ୍ରତିଶତ ବାଳିକା ବାଲ୍ୟବିବାହର ଶିକାର ହେଉଛନ୍ତି । ଏକଦା ଭାରତରେ ଏହି ସମସ୍ୟା ଅତି

ଧଳା ଟର୍କିସ ଟାଓ୍ଵେଲ ପିନ୍ଧା ଚଉକି

ଚଉକି କ୍ଷମତାର ପ୍ରତୀକ l ସରକାରୀ କାର୍ଯ୍ୟାଳୟରେ ଚଉକି ଖଣ୍ଡେ ପାଇଥିବା ଲୋକଟିର କ୍ଷମତା ଯେ କେତେ ଅଧିକ ତାହା ଯେ କେହି ହୃଦୟଙ୍ଗମ କରିଥିବେ l କିନ୍ତୁ ସେହି ଚଉକି ଉପରେ ଯେତେବେଳେ ଧଳା ଟର୍କିସ ଟାଓ୍ଵେଲ (ତଉଲିଆ) ଖଣ୍ଡେ ପଡିଯାଏ, ସେହି ଚଉକିର ଅଧିକାରୀଙ୍କ କ୍ଷମତା ଯେ ନିଶ୍ଚିତ ଭାବେ ସ୍ଵତନ୍ତ୍ର, ତାହା ବୁଝିବାକୁ ଆଉ ବାକି ରହେନାହିଁ l ତେବେ ଭାରତରେ ପ୍ରଚଳିତ ଏହି ଧଳା ଟର୍କିସ ଟାଓ୍ଵେଲ ପିନ୍ଧା ଚଉକି ବ୍ୟବସ୍ଥା ବିଦେଶରେ ଦେଖାଯାଏ ନାହିଁ, ଭାରତରେ ମଧ୍ୟ ତାହା ଅତୀତରେ ନ ଥିଲା l ଇଂରେଜ ଶାସନର ଶେଷ ବେଳକୁ ସେମାନେ ଭାରତୀୟ ଅମଲାଙ୍କ ପାଇଁ ଏହି ବ୍ୟବସ୍ଥାଟି ଆରମ୍ଭ କଲେ, କାରଣ ଭାରତୀୟମାନେ ମୁଣ୍ଡରେ ତେଲ ଲଗାଉଥିବାରୁ ଚଉକିରେ ଦାଗ ଲାଗି ଯାଉଥିଲା l ଚଉକିଗୁଡିକୁ ତେଲ ଦାଗ ଲାଗିବାରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରଚଳିତ ଏହି ବ୍ୟବସ୍ଥା ସେମାନଙ୍କ ପାଇଁ ଲାଗୁ ନଥିଲା l ଅର୍ଥାତ୍, ସେମାନେ ବସୁଥିବା ଚଉକି ଉପରେ ଟର୍କିସ ଟାଓ୍ଵେଲ ପଡୁ ନଥିଲା l ସେମାନଙ୍କର ଭାରତୀୟଙ୍କ ତେଲମଖା ମୁଣ୍ଡ ପ୍ରତି ଘୃଣାରୁ ଉତ୍ପନ୍ନ ଏହି ବ୍ୟବସ୍ଥାଟିକୁ ଭାରତୀୟ ଅମଲାମାନେ ଏକ ସମ୍ମାନ ଭାବେ ଗ୍ରହଣ କରିନେଲେ, ଆଉ ତାହା କ୍ରମଶଃ କ୍ଷମତା ପ୍ରଦର୍ଶନର ଏକ ଅଳଙ୍କାର ପାଲଟିଗଲା l ଚଉକି ଉପରେ ପଡୁଥିବା ତଉଲିଆଟି ଏକ ସାଧାରଣ ତଉଲିଆ ନ ହୋଇ ଟର୍କିସ ଟାଓ୍ଵେଲ ହୋଇଥାଏ l ସପ୍ତଦଶ ଶତାବ୍ଦୀରେ ତୁର୍କୀର ବୁର୍ସା ସହରରେ ପ୍ରଥମେ ତିଆର

କନରାଡୋ ବେନିତେଜ ବ୍ରିଗେଡ ଓ ବିଜୁ ଯୁବ ବାହିନୀ

ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ଗଠିତ ଗୋଟିଏ ଉତ୍ସର୍ଗୀକୃତ ବାହିନୀ କିପରି  ଚମତ୍କାରିତା  ପ୍ରଦର୍ଶନ କରିପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କ୍ୟୁବାର କନରାଡୋ ବେନିତେଜ ବ୍ରିଗେଡ । କ୍ୟୁବା ବିପ୍ଳବ ପରେ ୧୯୫୯ରେ ଫିଡେଲ କାଷ୍ଟ୍ରୋ କ୍ଷମତା ଦଖଲ କଲା ବେଳକୁ ଦେଶରେ ସାକ୍ଷରତା ହାର ୬୦-୭୦ ପ୍ରତିଶତ ଥିଲା । ଯେ ପର୍ଯ୍ୟନ୍ତ ଦେଶର ସବୁ ଲୋକ ସାକ୍ଷର ଓ ଶିକ୍ଷିତ ହୋଇନାହାନ୍ତି, ସେ ଯାଏଁ ସେମାନଙ୍କ ନିକଟରେ ସରକାରଙ୍କ  ବାର୍ତ୍ତା  ଓ କାର୍ଯ୍ୟକ୍ରମ ସଠିକ ଭାବେ  ପହଞ୍ଚାଇ  ହେବ ନାହିଁ କି ସେମାନେ ସେଥିରୁ ଲାଭ ପାଇପାରିବେ ନାହିଁ ବୋଲି କାଷ୍ଟ୍ରୋଙ୍କର ଦୃଢ ଧାରଣା ଥିଲା । ତେବେ ସେଥିପାଇଁ ସବୁଠାରୁ ବଡ ଆହ୍ୱାନ ଥିଲା କିପରି  ଅପହଞ୍ଚ   ଅଞ୍ଚଳ ରେ ଶିକ୍ଷାଦାନର ବ୍ୟବସ୍ଥା କରାଯିବ ଓ ସେଠାରେ ଥିବା ନିରକ୍ଷରଙ୍କୁ ସାକ୍ଷର କରାଯିବ । ଯୁଦ୍ଧକାଳୀନ ଭିତ୍ତିିରେ ଏହା ହାସଲ କରିବାର ଲକ୍ଷ୍ୟ ରଖି ୧୯୬୧ ମସିହାକୁ ‘ଶିକ୍ଷା ବର୍ଷ’ ଭାବେ ଘୋଷଣା କରାଗଲା ଓ ଏହା ‘ଜାତୀୟ ସାକ୍ଷରତା ଅଭିଯାନ’ ନାମରେ ସେହି ବର୍ଷ ଜାନୁଆରୀ ପହିଲାରୁ ଆରମ୍ଭ ହୋଇ ୨୨ ଡିସେମ୍ବର ଯାଏଁ ଚାଲିଥିଲା । ଗାଁ ଗଣ୍ଡାରେ ସ୍କୁଲ ତିଆରି କରିବା, ନୂଆ ଶିକ୍ଷକମାନଙ୍କୁ ତାଲିମ ଦେବା ଓ ନିରକ୍ଷର ଚାଷୀଙ୍କୁ ସାକ୍ଷର କରିବାର ଲକ୍ଷ୍ୟ ରଖି କାଷ୍ଟ୍ରୋ ସାକ୍ଷରତା ବାହିନୀମାନ ଗଠନ କରି ସେଠାକୁ ପଠାଇଲେ । ଏହି ବା

ମୋ’ ସୌନ୍ଦର୍ଯ୍ୟ ତୁମ ବୁଦ୍ଧିମତ୍ତା

କୁହାଯାଏ ତିନି ତୁଣ୍ଡରେ ଛେଳି କୁକୁର l ଅର୍ଥାତ୍ ବହୁ ଲୋକଙ୍କ ମୁହଁରୁ ସତ କଥାଟିକୁ ମିଛ ଭଳି ବାରମ୍ଵାର ପରିବେଷଣ କରାଗଲେ କ୍ରମଶଃ ପ୍ରଚାରିତ ମିଛଟି ସତ ଭଳି ଜଣା ପଡିଥାଏ l ସତଟି ମିଛ ହୋଇଯାଏ ଓ ଭଲଟି ଖରାପ ପାଲଟିଯାଏ l ଏହିଭଳି କିଛି ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ଜଣକର ସମ୍ମାନ ହାନି ବା ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାରେ ସକ୍ଷମ ହୋଇଥାନ୍ତି l ଛେଳିକୁ ଭଲ ଓ ସତର ପ୍ରତୀକ ଓ କୁକୁରକୁ ଖରାପ ଓ ମିଛର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ l ସେହି ଏକା ଯୁକ୍ତିରେ ତିନି ତୁଣ୍ଡରେ କୁକୁର ମଧ୍ୟ ଛେଳି ପାଲଟି ଯାଇପାରେ , ଅର୍ଥାତ୍ ମିଛଟିଏ ସତ ହୋଇ ଯାଉଥିବା ବେଳେ ଖରାପଟି ଭଲ ପାଲଟିଯାଏ l ଘଟି ନଥିବା ଘଟଣା ବା ସେଭଳି ଭାବେ ଘଟି ନଥିବା ଘଟଣାଟିଏକୁ ଲୋକଙ୍କ ମୁହଁରେ ବାରମ୍ଵାର ପ୍ରଚାର କରାଗଲେ ତାହାର ସତ୍ୟାସତ୍ୟ ପରଖିବାର କୌଣସି ଅବକାଶ ନଥିଲେ , ତାହା ହିଁ ସତ ବୋଲି କାଳକ୍ରମେ ସାଧାରଣ ଲୋକଙ୍କ ମନରେ ଧାରଣା ବସା ବାନ୍ଧିଥାଏ ଓ କ୍ରମଶଃ ତାହା ଉପାଖ୍ୟାନ ପର୍ଯ୍ୟାୟବାଚୀ ହୋଇଯାଇଥାଏ l ଏହିପରି ସାଧାରଣ ଲୋକଙ୍କୁ ବ୍ୟବହାର କରି ଜଣେ ବ୍ୟକ୍ତିକୁ ମହିମାମଣ୍ଡିତ କରିବା ସଙ୍ଗେସଙ୍ଗେ ଜନ ସାଧାରଣଙ୍କ ସମ୍ମୁଖରେ ତାର ଏକ ଭିନ୍ନ ଛବି ପ୍ରସ୍ତୁତ କରିହୁଏ l ଅନେକ ପ୍ରବ