ଗତ ପ୍ରାୟ ୬ ବର୍ଷ ଧରି 'ୟୁପିଆଇ'ରେ ଅର୍ଥ ପ୍ରଦାନ ସମ୍ପୂର୍ଣ୍ଣ ଦେୟମୁକ୍ତ ଥିଲାବେଳେ ଏହାକୁ ପରିଚାଳନା କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ସେପ୍ଟେମ୍ୱର ୧୫ ତାରିଖ ଦିନ ଜାରି ହୋଇଥିବା ସର୍କୁଲାରରେ ଅକ୍ଟୋବର ୧୫ ତାରିଖଠାରୁ ନିର୍ଦ୍ଦିଷ୍ଟ ଧରଣର 'ୟୁପିଆଇ' କାରବାର ଉପରେ ୦.୪ ପ୍ରତିଶତ ମର୍ଚେଣ୍ଟ ଡିସକାଉଣ୍ଟ ରେଟ (ଏମ.ଡି.ଆର.) ଆଦାୟ କରାଯିବ ବୋଲି କୁହାଯାଇଛି। ଏହାକୁ ପ୍ରତ୍ୟାହାର କରିବା ନେଇ ଦାବି ଉଠିଲାଣି। ପ୍ରଶ୍ନ ହେଉଛି ଏହାକୁ ଏଡ଼ାଇ ଦିଆଯାଇପାରିଥା’ନ୍ତା କି? ଏମ.ଡି.ଆର. କହିଲେ ଇଲେକ୍ଟ୍ରୋନିକ ମାଧ୍ୟମକୁ ବ୍ୟବହାର କରି ପଠାଯାଉଥିବା ଟଙ୍କା ଉପରେ ଗ୍ରାହକକୁ ଦେବାକୁ ହେଉଥିବା ଦେୟକୁ ବୁଝାଏ। ସର୍କୁଲାର ଅନୁଯାୟୀ ଏଣିକି ବ୍ୟକ୍ତି-ବ୍ୟକ୍ତି (ପି୨ପି) ଓ ୨୦୦୦ ଟଙ୍କା ପର୍ୟ୍ୟନ୍ତ ବ୍ୟକ୍ତି-ବ୍ୟବସାୟୀ (ପି୨ଏମ୍)ଙ୍କ ମଧ୍ୟରେ ହେଉଥିବା କାରବାର ଦେୟଶୂନ୍ୟ। ତା’ଠାରୁ ଅଧିକ ଟଙ୍କାର କାରବାର ଉପରେ ବ୍ୟବସାୟୀଙ୍କଠାରୁ ୦.୪ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ରେଳବାଇ, ଇନସୁରାନ୍ସ, ଇନ୍ଧନ, କୃଷି ସାମଗ୍ରୀରେ ୨ ହଜାର ଟଙ୍କାରୁ ଅଧିକର କାରବାର ଲାଗି ୫ ଟଙ୍କା ଲେଖାଏଁ ଓ ମ୍ୟୁଚୁଆଲ ଫଣ୍ଡ, ଅଂଶଧନ କାରବାରରେ ୦.୦୨ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ଆଦାୟ ହେବାକୁ ଥିବା ରାଶିକୁ 'ୟୁପିଆଇ' ପରିମଣ୍ଡଳରେ ଭାଗୀଦାର ...
ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ଗାୟନକୁ ନେଇ ଏବେ ବିବାଦ ଦେଖା ଦେଇଛି। ଏଣିକି ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ବନ୍ଦେ ମାତରମର ଛଅଟି ଯାକ ପଦ ଗାୟନ କରାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ୧୯୩୭ ମସିହାରେ କଂଗ୍ରେସ କାର୍ଯ୍ୟବାହୀ ସମିତିର ନିଷ୍ପତ୍ତି ଅନୁଯାୟୀ କଂଗ୍ରେସ ତା’ର ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ କେବଳ ପ୍ରଥମ ଦୁଇଟି ପଦ ଗାନ କରିବ। ଏ ବିବାଦ ପରିପ୍ରେକ୍ଷୀରେ ଅନେକ ବିଭ୍ରାନ୍ତି ସୃଷ୍ଟି କରାଯାଉଥିବାରୁ ଏ ନେଇ ଏକ ସ୍ପଷ୍ଟ ଆଲୋଚନାର ଆବଶ୍ୟକତା ରହିଛି। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ‘ବନ୍ଦେ ମାତରମ୍’ରେ ମୋଟ ୬ଟି ପଦରୁ ପ୍ରଥମ ଦୁଇଟି ପଦ ତାଙ୍କ ଦ୍ୱାରା ସମ୍ପାଦିତ ‘ବଙ୍ଗ ଦର୍ଶନ’ ପତ୍ରିକାରେ ପ୍ରଥମେ ୧୮୭୫ ମସିହାରେ ପ୍ରକାଶ ପାଇଥିଲା। ୧୮୮୧ ମସିହାରେ ତାଙ୍କ ଉପନ୍ୟାସ ‘ଆନନ୍ଦମଠ’ ସେହି ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇବାକୁ ଲାଗିଲା, ଯେଉଁଥିରେ ‘ବନ୍ଦେ ମାତରମ୍’ର ଛଅ ପଦ ବିଶିଷ୍ଚ ସଂସ୍କରଣଟି ସ୍ଥାନିତ ହୋଇଥିଲା। ସ୍ୱୟଂ ରବୀନ୍ଦ୍ରନାଥ ଠାକୁର ଏହାର ସ୍ୱର ସଂଯୋଜନା କରି ୧୮୯୬ ମସିହାରେ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ପ୍ରଥମ ଥର ଲାଗି ଗାଇଥିଲେ। ୧୯୦୫ ମସିହାରେ ‘ବଙ୍ଗଭଙ୍ଗ’ ଘୋଷଣା ପରେ ବନ୍ଦେ ମାତରମ୍ କ୍ରମେ ଜାତୀୟତାବାଦୀ ଆନ୍ଦୋଳନରେ ଏକ ବଳିଷ୍ଠ ସ୍ଳୋଗାନରେ ପରିଣତ ହେଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ମୁସଲମାନମାନେ ମଧ୍ୟ ବନ୍ଦେ ମାତରମ ସ...