‘ଇଣ୍ଡିଆନ ଏକ୍ସପ୍ରେସ’ ଖବରକାଗଜରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତି ଓ କାର୍ଯ୍ୟଶୈଳୀକୁ ନେଇ ଏକ ଅନୁସନ୍ଧାନମୂଳକ ଆଲେଖ୍ୟ ପ୍ରକାଶ ପାଇବା ପରେ ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ଲାଗିଗଲା। ସାରା ଦେଶରେ ବିରୋଧୀ ଦଳଗୁଡ଼ିକ ଓ ନାଗରିକ ସମାଜ କ୍ଷୁବ୍ଧ ଓ ଆନ୍ଦୋଳନରତ। ଏଥିପୂର୍ବରୁ ଦାୟିତ୍ୱ ନିର୍ବାହ କରିଥିବା ୨୫ ଜଣ ମୁଖ୍ୟ ନିର୍ବାଚନ କମିସନରଙ୍କ ମଧ୍ୟରୁ କେହି ଜଣେ ହେଲେ ଏଭଳି ଜନ ଆକ୍ରୋଶର ଶରବ୍ୟ ହୋଇନାହାନ୍ତି। ନିର୍ବାଚନୀ ଗଣତନ୍ତ୍ରରେ ନିର୍ବାଚନ ଆୟୋଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେ ନାଗରିକଙ୍କ ଆସ୍ଥାଭାଜନ ନ ହେଲେ ଗଣତନ୍ତ୍ର ଦୁର୍ବଳ ହେବା ଅବଶ୍ୟମ୍ଭାବୀ। ସମ୍ୱିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନାର ଦାୟିତ୍ୱ ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ ଏବଂ ବର୍ତ୍ତମାନ ଆୟୋଗରେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ମିଶାଇ ୩ ଜଣ ସଦସ୍ୟ ଅଛନ୍ତି। ସମ୍ୱିଧାନ ପ୍ରଣୟନ ସଭାରେ ଚିଠା ସମ୍ୱିଧାନର ଅନୁଚ୍ଛେଦ ୨୮୯ରେ ଥିବା ନିର୍ବାଚନ ଆୟୋଗ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିବା ସଦସ୍ୟମାନେ ଏହାର ସ୍ୱାତନ୍ତ୍ର୍ୟ ଓ ନିରପେକ୍ଷତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ପଣ୍ଡିତ ହୃଦୟନାଥ କୁଞ୍ଜ୍ରୁ ଆଉ ପାଦେ ଆଗକୁ ଆଗକୁ ଯାଇ ଆୟୋଗର ଚୟନ ପ୍ରକ୍ରିୟାରେ ନିରପେକ୍ଷତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ମତରେ ରାଜନୈତିକ...
ଗତ ପ୍ରାୟ ୬ ବର୍ଷ ଧରି 'ୟୁପିଆଇ'ରେ ଅର୍ଥ ପ୍ରଦାନ ସମ୍ପୂର୍ଣ୍ଣ ଦେୟମୁକ୍ତ ଥିଲାବେଳେ ଏହାକୁ ପରିଚାଳନା କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ସେପ୍ଟେମ୍ୱର ୧୫ ତାରିଖ ଦିନ ଜାରି ହୋଇଥିବା ସର୍କୁଲାରରେ ଅକ୍ଟୋବର ୧୫ ତାରିଖଠାରୁ ନିର୍ଦ୍ଦିଷ୍ଟ ଧରଣର 'ୟୁପିଆଇ' କାରବାର ଉପରେ ୦.୪ ପ୍ରତିଶତ ମର୍ଚେଣ୍ଟ ଡିସକାଉଣ୍ଟ ରେଟ (ଏମ.ଡି.ଆର.) ଆଦାୟ କରାଯିବ ବୋଲି କୁହାଯାଇଛି। ଏହାକୁ ପ୍ରତ୍ୟାହାର କରିବା ନେଇ ଦାବି ଉଠିଲାଣି। ପ୍ରଶ୍ନ ହେଉଛି ଏହାକୁ ଏଡ଼ାଇ ଦିଆଯାଇପାରିଥା’ନ୍ତା କି? ଏମ.ଡି.ଆର. କହିଲେ ଇଲେକ୍ଟ୍ରୋନିକ ମାଧ୍ୟମକୁ ବ୍ୟବହାର କରି ପଠାଯାଉଥିବା ଟଙ୍କା ଉପରେ ଗ୍ରାହକକୁ ଦେବାକୁ ହେଉଥିବା ଦେୟକୁ ବୁଝାଏ। ସର୍କୁଲାର ଅନୁଯାୟୀ ଏଣିକି ବ୍ୟକ୍ତି-ବ୍ୟକ୍ତି (ପି୨ପି) ଓ ୨୦୦୦ ଟଙ୍କା ପର୍ୟ୍ୟନ୍ତ ବ୍ୟକ୍ତି-ବ୍ୟବସାୟୀ (ପି୨ଏମ୍)ଙ୍କ ମଧ୍ୟରେ ହେଉଥିବା କାରବାର ଦେୟଶୂନ୍ୟ। ତା’ଠାରୁ ଅଧିକ ଟଙ୍କାର କାରବାର ଉପରେ ବ୍ୟବସାୟୀଙ୍କଠାରୁ ୦.୪ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ରେଳବାଇ, ଇନସୁରାନ୍ସ, ଇନ୍ଧନ, କୃଷି ସାମଗ୍ରୀରେ ୨ ହଜାର ଟଙ୍କାରୁ ଅଧିକର କାରବାର ଲାଗି ୫ ଟଙ୍କା ଲେଖାଏଁ ଓ ମ୍ୟୁଚୁଆଲ ଫଣ୍ଡ, ଅଂଶଧନ କାରବାରରେ ୦.୦୨ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ଆଦାୟ ହେବାକୁ ଥିବା ରାଶିକୁ 'ୟୁପିଆଇ' ପରିମଣ୍ଡଳରେ ଭାଗୀଦାର ...