Skip to main content

Posts

Showing posts with the label History

ଜାଲିଆଁଓ୍ଵାଲା ବାଗ ନରସଂହାରକୁ ବିଶ୍ୱନିନ୍ଦିିତ କରାଇଥିବା ସାମ୍ବାଦିକ

ଶହେ ବର୍ଷ ତଳେ ଅପ୍ରେଲ ୧୩, ୧୯୧୯ରେ ସଂଘଟିତ ଜାଲିଆଁ ଓ୍ଵା ଲା ବାଗ ନରସଂହାର ଭାରତ ସ୍ୱାଧୀନତା ସଂଗ୍ରାମର ଗତିପଥକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ତେବେ ଏହି ନରସଂହାରକୁ ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରି ତାକୁ ବିଶ୍ୱନିନ୍ଦିତ କରାଇବାରେ ସମର୍ଥ ହୋଇଥିବା ସ।ମ୍ବାଦିକ ଜଣକ ଥିଲେ ଜଣେ ବ୍ରିଟିଶ ନାଗରିକ, ନାଁ ତାଙ୍କର ବେଞ୍ଜାମିନ ହର୍ନିମେନ । ଭାରତର ସ୍ୱାଧୀନତା ସଂଗ୍ରାମ କାଳରେ ଏଠାରେ ଥିବା ଯେଉଁ ଅଳ୍ପ କେତେକ ପ୍ରଭାବଶାଳୀ ବ୍ରିଟିଶ ନାଗରିକ ଭାରତର ଦରଦୀ ବନ୍ଧୁ ସାଜି ସ୍ୱାଧୀନତା ଆନ୍ଦୋଳନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାହାଯ୍ୟ କରିଥିଲେ, ସେମାନଙ୍କ ମଧ୍ୟରେ ହର୍ନିମେନ ଥିଲେ ଅଗ୍ରଗଣ୍ୟ ।    ୧୮୭୩ରେ ବ୍ରିଟେନର ସସେକ୍ସଠାରେ ଏକ ଆଇରିଶ ପରିବାରରେ ଜନ୍ମିତ ବେଞ୍ଜାମିନ ଗାୟ ହର୍ନିମେନ ପେଷାରେ ଜଣେ ସାମ୍ବାଦିକ ଥିଲେ । ୧୮୯୪ମସିହାରେ ‘ପୋର୍ଟସମାଉଥ ଇଭିିନିଂ ମେଲ’ ପତ୍ରିକାରୁ ନିଜ ସାମ୍ବାଦିକତା ଜୀବନ ଆରମ୍ଭ କରି ପରବ ର୍ତ୍ତୀ  ସମୟରେ ହର୍ନିମେନ ‘ମର୍ଣ୍ଣିଂ ଲିଡର’, ‘ଡେଲି ଏକ୍ସପ୍ରେସ’, ‘ଡେଲି କ୍ରନିକଲ’, ‘ମାଂଚେଷ୍ଟର ଗାର୍ଡିଆନ’ ଭଳି କେତେକ ଦୈନିକ ଖବରକାଗଜରେ ମଧ୍ୟ କାମ କରିଥିଲେ । ଭାରତ ପ୍ରତି ଆକର୍ଷଣ ତାଙ୍କୁ ସାମ୍ବାଦିକତା କରିବା ପାଇଁ ଭାରତକୁ ଟାଣି ଆଣିିଥିଲା ଓ ସେ ୧୯୦୬ ମସିହାରେ କୋଲକାତାରୁ ପ୍ରକାଶ ପାଉଥିବା ଇଂରାଜୀ ଦୈନିକ ‘ଷ୍ଟେଟସମେନ’ର ବା ର୍ତ୍ତା ...

କନରାଡୋ ବେନିତେଜ ବ୍ରିଗେଡ ଓ ବିଜୁ ଯୁବ ବାହିନୀ

ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ଗଠିତ ଗୋଟିଏ ଉତ୍ସର୍ଗୀକୃତ ବାହିନୀ କିପରି  ଚମତ୍କାରିତା  ପ୍ରଦର୍ଶନ କରିପାରେ ତାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କ୍ୟୁବାର କନରାଡୋ ବେନିତେଜ ବ୍ରିଗେଡ । କ୍ୟୁବା ବିପ୍ଳବ ପରେ ୧୯୫୯ରେ ଫିଡେଲ କାଷ୍ଟ୍ରୋ କ୍ଷମତା ଦଖଲ କଲା ବେଳକୁ ଦେଶରେ ସାକ୍ଷରତା ହାର ୬୦-୭୦ ପ୍ରତିଶତ ଥିଲା । ଯେ ପର୍ଯ୍ୟନ୍ତ ଦେଶର ସବୁ ଲୋକ ସାକ୍ଷର ଓ ଶିକ୍ଷିତ ହୋଇନାହାନ୍ତି, ସେ ଯାଏଁ ସେମାନଙ୍କ ନିକଟରେ ସରକାରଙ୍କ  ବାର୍ତ୍ତା  ଓ କାର୍ଯ୍ୟକ୍ରମ ସଠିକ ଭାବେ  ପହଞ୍ଚାଇ  ହେବ ନାହିଁ କି ସେମାନେ ସେଥିରୁ ଲାଭ ପାଇପାରିବେ ନାହିଁ ବୋଲି କାଷ୍ଟ୍ରୋଙ୍କର ଦୃଢ ଧାରଣା ଥିଲା । ତେବେ ସେଥିପାଇଁ ସବୁଠାରୁ ବଡ ଆହ୍ୱାନ ଥିଲା କିପରି  ଅପହଞ୍ଚ   ଅଞ୍ଚଳ ରେ ଶିକ୍ଷାଦାନର ବ୍ୟବସ୍ଥା କରାଯିବ ଓ ସେଠାରେ ଥିବା ନିରକ୍ଷରଙ୍କୁ ସାକ୍ଷର କରାଯିବ । ଯୁଦ୍ଧକାଳୀନ ଭିତ୍ତିିରେ ଏହା ହାସଲ କରିବାର ଲକ୍ଷ୍ୟ ରଖି ୧୯୬୧ ମସିହାକୁ ‘ଶିକ୍ଷା ବର୍ଷ’ ଭାବେ ଘୋଷଣା କରାଗଲା ଓ ଏହା ‘ଜାତୀୟ ସାକ୍ଷରତା ଅଭିଯାନ’ ନାମରେ ସେହି ବର୍ଷ ଜାନୁଆରୀ ପହିଲାରୁ ଆରମ୍ଭ ହୋଇ ୨୨ ଡିସେମ୍ବର ଯାଏଁ ଚାଲିଥିଲା । ଗାଁ ଗଣ୍ଡାରେ ସ୍କୁଲ ତିଆରି କରିବା, ନୂଆ ଶିକ୍ଷକମାନଙ୍କୁ ତାଲିମ ଦେବା ଓ ନିରକ୍ଷର ଚାଷୀଙ୍କୁ ସାକ୍ଷର କରିବାର ଲକ୍ଷ୍ୟ ରଖି କାଷ୍ଟ୍ରୋ ସାକ୍ଷରତା ବ...

ସମୁଦ୍ରରୁ ସୌଭାଗ୍ୟର ତଲାସ

କୁହାଯାଏ ସମୁଦ୍ର କୂଳରେ ଅବସ୍ଥିତ ଦେଶ ଓ ରାଜ୍ୟଗୁଡିକ ସମୃଦ୍ଧିଶାଳୀ ହୋଇଥାନ୍ତି କାରଣ ଭୂ-ବନ୍ଦୀ (ଲ୍ୟାଣ୍ଡ ଲକଡ୍) ଦେଶ ବା ରାଜ୍ୟଙ୍କ ତୁଳନାରେ ନିଜ ସ୍ଵପ୍ନ ଚରିତାର୍ଥ କରିବା ପାଇଁ ସେମାନଙ୍କ ପାଖରେ ଥାଏ ଅସୁମାରି ସମ୍ଭାବନା l ମଗଧ ଭଳି ଏକ ଭୂ-ବନ୍ଦୀ ରାଜ୍ୟର ସମ୍ରାଟ ଅଶୋକଙ୍କ କଳିଙ୍ଗ ଆକ୍ରମଣ ପଛରେ ଅନ୍ୟତମ କାରଣ ଥିଲା କଳିଙ୍ଗକୁ ମଗଧର ଅଂଶ ବିଶେଷ କରି ତାଙ୍କ ରାଜ୍ୟକୁ ଏକ ସମୁଦ୍ର ତଟବର୍ତ୍ତୀ ରାଜ୍ୟରେ ପରିଣତ କରି ମଗଧକୁ ସମୃଦ୍ଧିଶାଳୀ କରିବା l ଭାରତର ଦୁଇ ତୃତୀୟାଂଶ ରାଜ୍ୟ ସମୁଦ୍ରକୁ ଛବିରେ ଦେଖୁଥିବା ବେଳେ ଓଡିଶା ଭାଗ୍ୟବାନ ଯେ ଏହାର ସୁଦୀର୍ଘ ୪୮୦ କିଲୋମିଟର ବେଳାଭୂମି ରହିଛି l ତେବେ ନଅଟି ତଟବର୍ତ୍ତୀ ରାଜ୍ୟ ମଧ୍ୟରେ ଓଡିଶା ହେଉଛି ସବୁଠୁ ଦରିଦ୍ର ଓ ଏହି ଦାରିଦ୍ର୍ୟର ଅନ୍ୟ ଏକ କାରଣ ହେଉଛି ଆମକୁ ପ୍ରକୃତି ଦେଇଥିବା ସମୁଦ୍ରର ଉପହାରକୁ ଆମେ ଓ ଆମର ରାଜନେତାମାନେ ସମୃଦ୍ଧିର ସୋପାନ କରିବାକୁ କେବେହେଲେ ବିଧିବଦ୍ଧ ସ୍ଵପ୍ନ ଦେଖିନାହାନ୍ତି l ଆମେ ଏକ ସମୁଦ୍ର ତଟୀୟ ରାଜ୍ୟ ହୋଇଥିଲେ ମଧ୍ୟ ସମୁଦ୍ର ସହ ଆମର ସମ୍ପର୍କ କହିଲେ ପୁରୀ, ଚନ୍ଦ୍ରଭାଗା, ଗୋପାଳପୁର, ଚାନ୍ଦିପୁର ଆଦି ବେଳାଭୂମିରେ ଠିଆ ହୋଇ ଢେଉ ଗଣିବା ଭିତରେ ସୀମିତ ଥାଏ l କିଛି ମତ୍ସ୍ୟଜୀବୀ ଓ ସେହି ବ୍ୟବସାୟ ସହ ସମ୍ପୃକ୍ତ କେତେ ଜଣକୁ ବାଦ ଦେଲେ ଆମ ଜନସଂଖ୍ୟାର ଶତକଡା ଏକ ଭାଗ ଲୋକ ମଧ୍ୟ ସମୁଦ୍ର ଭିତରକୁ ଯିବାର ସୌଭାଗ୍ୟ ଅର୍ଜନ କରି ନଥି...

ଗୋଟିଏ ବିସ୍ମୃତ ମେଳିର କଥା

ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନର ଶ୍ରେୟ ନେବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଓଡିଶାର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ୧୯୧୭ ମସିହାରେ ସଂଘଟିତ ଏପରି ଏକ ବିଦ୍ରୋହ, ଯଦ୍ଦ୍ଵାରା ଆନ୍ତର୍ଜାତୀୟ ସ୍ତରରେ ଇଂରେଜ ସରକାର ନିନ୍ଦିତ ହେବାର ସମ୍ଭାବନା ଥିଲା, ତା’ର ଶହେ ବର୍ଷ ପାଳନକୁ ସମସ୍ତେ ସତେ ଯେମିତି ସହଜରେ ପାଶୋରି ଦେଇଛନ୍ତି l ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଇଂରେଜମାନଙ୍କ ବଳପୂର୍ବକ ସୈନ୍ୟସଂଗ୍ରହକୁ ବିରୋଧ କରି ଭାରତରେ ହୋଇଥିବା ଦୁଇଟି ବିଦ୍ରୋହ ଭିତରୁ ମୟୂରଭଞ୍ଜର ଆଦିବାସୀଙ୍କ ଦ୍ଵାରା ହୋଇଥିବା ଏହି ମେଳି ଥିଲା ଅନ୍ୟତମ l ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଯୁଦ୍ଧକ୍ଷେତ୍ରରେ ଲଢୁଆ ସୈନ୍ୟ (କମ୍ଵାଟାଣ୍ଟ)ଙ୍କ ସହିତ ଅଣଲଢୁଆ ସୈନ୍ୟ (ନନ କମ୍ଵାଟାଣ୍ଟ)ଙ୍କ ଆବଶ୍ୟକତା ପଡୁଥିଲା l ଏମାନଙ୍କୁ ଚିକିତ୍ସା, ଗମନାଗମନ, ଅସ୍ତ୍ରଶସ୍ତ୍ର ରକ୍ଷଣାବେକ୍ଷଣ ଠାରୁ ଆରମ୍ଭ କରି ରୋଷେଇ, ପାଣି ବୁହା, କମାର, ମୋଚି, ମେହେନ୍ତର, ମାଲବୁହା ଆଦି ବିଭିନ୍ନ ବେସାମରିକ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା l ପୂର୍ବେ ଭାରତୀୟ ସେନାର ସ୍ଥାୟୀ ଅଙ୍ଗ ନଥିବା ‘କୁଲି କୋର’ ଜରିଆରେ ଏହି ସବୁ କାମ କରାଯାଉଥିଲା l ୧୯୧୧ ମସିହାର ଇଣ୍ଡିଆନ ଆର୍ମି ଆକ୍ଟ ଅନୁଯାୟୀ ସ୍ଵତନ୍ତ୍ର ଭାବେ ‘ଇଣ୍ଡିଆନ ଲେବର କୋର’ ଓ ‘ଇଣ୍ଡିଆନ ପୋର୍ଟର କୋର’ ଗଠିତ ହେଲା l ୧୯୧୪ ମସିହାରେ ପ୍ରଥମ ବିଶ୍ଵଯୁଦ୍ଧ ...

ଓଡିଶା ଲୁଣର କରୁଣ କାହାଣୀ

ସେହି ପୁରୁଣା କାହାଣୀ, ରାଜା ତାଙ୍କ ତିନି ଝିଅଙ୍କୁ ପଚାରନ୍ତି, ତାଙ୍କୁ କିଏ କେତେ ଭଲ ପାଏ ବୋଲି l ଉତ୍ତରରେ ବଡଝିଅ ଦୁଇ ଜଣ, କିଏ ତାଙ୍କୁ ସୁନା ଭଳି ତ କିଏ ମିଠା ଭଳି ଭଲ ପାଏ ବୋଲି କହିଥିବା ବେଳେ, ସାନଝିଅ ତାଙ୍କୁ ଲୁଣ ପରି ଭଲ ପାଏ ବୋଲି କହିବାରୁ ରାଜା ରାଗି ଯାଇ ସାନଝିଅକୁ ରାଜମହଲରୁ ନିର୍ବାସନ କରନ୍ତି ଓ ଆରମ୍ଭ ହୁଏ ଝିଅଟିର କରୁଣ କାହାଣୀ l କିନ୍ତୁ ଘଟଣା ଚକ୍ରରେ ରାଜା ଲୁଣର ମହତ୍ତ୍ଵ ଉପଲବ୍ଧି କରି ନିଜର ଭୁଲ ବୁଝି ପାରନ୍ତି ଓ ଝିଅଟି ତା’ର ଉପଯୁକ୍ତ ମର୍ଯ୍ୟାଦା ଫେରିପାଏ l ପ୍ରତି ମଣିଷର ଜୀବନରେ ଲୁଣର ଗୁରୁତ୍ଵପୂର୍ଣ୍ଣ ଭୂମିକା ସମ୍ପର୍କରେ ବୁଝାଇବାକୁ ଯାଇ ଏହି କାହାଣୀଟିର ଅବତାରଣା କରା ଯାଇଥାଏ l ଏହାର ଅନୁପସ୍ଥିତି ସବୁ କିଛି ସ୍ଵାଦହୀନ କରିଦିଏ l ମାତ୍ର ଆଶ୍ଚର୍ଯ୍ୟ ହେବାକୁ ହୁଏ ଯେ କେବଳ ମଣିଷ ନୁହେଁ, ଲୁଣ ଗୋଟିଏ ରାଷ୍ଟ୍ରର ଉଭୟ ପ୍ରଗତି ଓ ଅବନତିର ମଧ୍ୟ କାରଣ ହୋଇପାରେ l ଚୀନ ଦେଶର ସୁପ୍ରସିଦ୍ଧ ମହାନ ପ୍ରାଚୀର ନିର୍ମାଣ ପାଇଁ ଆବଶ୍ୟକୀୟ ରାଶିର ସିଂହଭାଗ ଲବଣ କରରୁ ଆସିଥିଲା l ଏହା ଅବିଶ୍ଵାସ୍ୟ ହେଲେ ମଧ୍ୟ ସତ ଯେ ଓଡିଶା ଲୁଣ ଉପରେ ଏକାଧିପତ୍ୟ ପାଇଁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡିଶାକୁ ନିଜ କରାୟତ୍ତ କରିଥିଲା l   ପ୍ରାଚୀନ କାଳରୁ ଦେଶର ପୂର୍ବ ଉପକୂଳରେ ଓଡିଶା ଲବଣ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେଉଥିଲା l ଏଠାରେ ଦୁଇ ପ୍ରକାର ଲୁଣ ଉତ୍ପାଦନ ହେଉଥି...