Skip to main content

Posts

Showing posts with the label Bauxite Mining Sijimali Vedanta Tribal displacement Odisha India

ଚିନ୍ତାରେ ‘ସିଜ୍’ ରଜା

ଦଶ ବର୍ଷ ତଳେ ଅଗଷ୍ଟ ୨୦୧୩ରେ ନିୟମଗିରି ଆନ୍ଦୋଳନ ଯୋଗୁଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିବା ୧୨ଟି ଗ୍ରାମସଭାର ମତ ଆଧାରରେ ନିୟମଗିରି ଆଦିବାସୀଙ୍କ ନିର୍ଣ୍ଣାୟକ ବିଜୟ ହୋଇଥିଲା । କ୍ଷମତାଶାଳୀ ବେଦାନ୍ତ କମ୍ପାନୀ ପରାଜୟ ବରଣ କରି ସେଠାରୁ ଆଉ ବକ୍ସାଇଟ ଉତ୍ତୋଳନ କରି ପାରିଲା ନାହିଁ । ଆଶା କରାଯାଉଥିଲା ଯେ ବୋଧହୁଏ ଏହାପରେ ଆଦିବାସୀମାନଙ୍କ ଭାବନାକୁ ସମ୍ମାନ ଜଣାଇ ବକ୍ସାଇଟ ଗଚ୍ଛିତ ଥିବା ଅନ୍ୟ ପାହାଡ଼ଗୁଡ଼ିକ ଉପରେ ଆଉ ଅନ୍ୟ କୌଣସି କମ୍ପାନୀଙ୍କ ଲୋଲୁପ ଦୃଷ୍ଟି ପଡ଼ିବ ନାହିଁ କି ଆଦିବାସୀମାନଙ୍କୁ ବିସ୍ଥାପିତ କରି ସେମାନଙ୍କ ଜୀବନଜୀବିକାକୁ ବିପନ୍ନ କରାଯିବା ନାହିଁ । କିନ୍ତୁ ଭାରତରେ ଗଚ୍ଛିତ ଥିବା ପ୍ରାୟ ୩୦୧ କୋଟି ଟନ ବକ୍ସାଇଟ ମଧ୍ୟରୁ ୬୦ ପ୍ରତିଶତ କେବଳ ଓଡ଼ିଶାରେ ଉପଲବ୍ଧ ଥିବାରୁ ଦେଶୀ ବିଦେଶୀ ସବୁ କମ୍ପାନୀଙ୍କ ଆଖି ଓଡ଼ିଶାର ବକ୍ସାଇଟ ଉପରୁ ହଟନ୍ତା ବା କିପରି ? ଫଳରେ ଗଲା ଦଶ ବର୍ଷ ଭିତରେ ସ୍ଥିତିରେ ପରିବର୍ତ୍ତନ ଘଟି ତାହା ଏତେ ବେଶୀ କମ୍ପାନୀ ଅନୁକୂଳ ହୋଇସାରିଲାଣି ଯେ ନିରୀହ ଆଦିବାସୀଙ୍କ ସ୍ୱରକୁ ବଳ ଦେବା ଲାଗି ମାତ୍ର କିଛି ହାତଗଣତି ବ୍ୟକ୍ତି ଓ ସଂଗଠନ ବିଦ୍ୟମାନ ଥିବାରୁ ଆଦିବାସୀଙ୍କ ସ୍ୱାର୍ଥକୁ ସୁରକ୍ଷାର ସମ୍ଭାବନା କ୍ରମେ କ୍ଷୀଣ ହେବାକୁ ବସିଲାଣି । ତେବେ, ଏହି ସଂଦର୍ଭରେ ସିଜିମାଳି ଅଞ୍ଚଳରେ ଖଣି ଆବଣ୍ଟନକୁ ନେଇ କୁହୁଳୁଥିବା ଜନ ଆକ୍ରୋଶ ବିଷୟରେ ଆଲୋଚନା କରାଯାଉ ...