Skip to main content

Posts

Showing posts from April, 2022

କବିଗୁରୁଙ୍କ ନୋବେଲ ଯାତ୍ରା

କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ନାମ ଯେତେବେଳେ ୧୯୧୩ରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇବା ପାଇଁ ଘୋଷିତ ହେଲା ସେତେବେଳେ ପଶ୍ଚିମା ଦୁନିଆରେ ଏହି ସ୍ୱଳ୍ୱ ପରିଚିତ ଭାରତୀୟ କବିଙ୍କ ଏ ଭଳି ଏକ ସମ୍ମାନଜନକ ପୁରସ୍କାର ଲାଭରେ ବିଶ୍ୱବାସୀ କେବଳ ବିସ୍ମିତ ହୋଇ ନ ଥିଲେ ବରଂ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । କାରଣ ୫୨ ବର୍ଷୀୟ ଏହି ନୋବେଲ ବିଜେତା ନୋବେଲ ପୁରସ୍କାର ପାଇଥିବା କେବଳ ପ୍ରଥମ ଭାରତୀୟ ନ ଥିଲେ ବରଂ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଅଣ-ୟୁରୋପୀୟ ମଧ୍ୟ ଥିଲେ । ତେବେ ତାଙ୍କର ଏହି ନୋବେଲ ପୁରସ୍କାର ପ୍ରାପ୍ତି ପଛର ଘଟଣାବଳୀ କିଛି କମ ରୋମାଞ୍ଚକର ନ ଥିଲା । ୧୯୧୨ ମସିହାର କଥା । ଶାନ୍ତି ନିକେତନ ଓ ଅନ୍ୟାନ୍ୟ କାର୍ୟ୍ୟରେ ଅତ୍ୟଧିକ ବ୍ୟସ୍ତ ରହିବା ଯୋଗୁ ତା’ର ପ୍ରତିକୂଳ ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡିବାକୁ ଲାଗିଲା । ଡାକ୍ତରମାନେ ତାଙ୍କୁ ଜଳବାୟୁ ପରିବର୍ତ୍ତନ କରି ତାଙ୍କ ଭଗ୍ନ ସ୍ୱାସ୍ଥ୍ୟ ଫେରି ପାଇବା ଲାଗି କିଛି ଦିନ ୟୁରୋପରେ କଟାଇ ଆସିବାକୁ ପରାମର୍ଶ ଦେଲେ । ତଦନୁସାରେ ସେ ମେ’ ୧୯୧୨ରେ ଜାହାଜରେ ଇଂଲଣ୍ଡ ଅଭିମୁଖେ ପ୍ରସ୍ଥାନ କଲେ । ଜଳବାୟୁ ପରିବର୍ତ୍ତନ କରି ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ଉଦ୍ଦିଷ୍ଟ ଏହି ଯାତ୍ରା ତାଙ୍କୁ ନୋବେଲ ପୁରସ୍କାର ହାସଲ କରିବାରେ ସହାୟକ ହେବା ସହ ଏକ ପ୍ରକାର ତାଙ୍କ ଜୀବନର ଗତିପଥ ପରିବର୍ତ୍ତନ କରି ତାଙ୍କୁ ବିଶ୍ୱବନ୍ଦିତ କରି ଦେଇଥିଲା

ମହାନିବୃତ୍ତି – ଚାକିରିରୁ ଇସ୍ତଫାର ସୁଅ

କୋଭିଡ ମହାମାରୀର ପ୍ରକୋପ କମିବା ପରେ ଜୀବନଯାତ୍ରା ସ୍ୱାଭାବିକ ହେବାକୁ ଆରମ୍ଭ କରିବା ମାତ୍ରେ ଆମେରିକାରେ ଲକ୍ଷ ଲକ୍ଷ ସଂଖ୍ୟାରେ କର୍ମଚାରୀଙ୍କ ଚାକିରିରୁ ଇସ୍ତଫାର ସୁଅ ଛୁଟିବାକୁ ଲାଗିଲା । ହଠାତ୍ ସଂଘଟିତ ଏହି ପ୍ରକରଣକୁ ଟେକ୍ସାସ ଏ ଆଣ୍ଡ ଏମ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଥୋନୀ କ୍ଲୋଜ ‘ଗ୍ରେଟ୍ ରେଜିଗନେସନ୍’ ଭାବେ ଅଭିହିତ କଲେ, ଯାହାକୁ ‘ମହାନିବୃତ୍ତି’ ବୋଲି କୁହାଯାଇପାରେ । କର୍ମଚାରୀମାନେ ସେମାନଙ୍କ ଜୀବିକା-ଯାତ୍ରା (କ୍ୟାରିଅର)ର ପୁନଃ ମୂଲ୍ୟାୟନ କରି ଏକକାଳୀନ ଏତେ ସଂଖ୍ୟାରେ ଇସ୍ତଫା ଦେବାର ନିଷ୍ପତ୍ତି ଗ୍ରହଣ କରୁଥିବାରୁ ତା’ର ବଡ ଧରଣର କୁପ୍ରଭାବ କମ୍ପାନୀଗୁଡିକ ଉପରେ ପଡିବାକୁ ଲାଗିଲା । ଏହି ପରିସ୍ଥିତି ଉତ୍ପନ୍ନ ହେବାର କାରଣ ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପର୍ଯ୍ୟାଲୋଚନା କରାଯାଇପାରେ । ମହାମାରୀ ସମୟରେ ବ୍ୟାପକ ଲକଡାଉନ ଯୋଗୁଁ ଅଧିକାଂଶ କମ୍ପାନୀ କ୍ଷତିର ସମ୍ମୁଖୀନ ହେଲେ ଓ ଲକ୍ଷ ଲକ୍ଷ ଲୋକଙ୍କୁ ଚାକିରି ହରାଇବାକୁ ପଡିଥିଲା । ତେବେ  ଆମେରିକାର ଶ୍ରମ ପରିସଂଖ୍ୟାନ ବ୍ୟୁରୋ ଦ୍ୱାରା ଜାରି ହୋଇଥିବା ଜୋଲଟସ୍ (ଜବ ଓପନିଙ୍ଗସ ଆଣ୍ଡ ଜବ ଟର୍ଣ୍ଣଓଭର ସର୍ଭେ) ରିପୋର୍ଟ ଅନୁଯାୟୀ ସେଠାରେ କୋଭିଡ ପ୍ରକୋପ କମିବା ପରେ ୨୦୨୧ରେ ମାସିକ ହାରାହାରି ୩୯.୮୦ ଲକ୍ଷ ଲୋକ ଚାକିରିରୁ ସ୍ୱତଃ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ସଂଖ୍ୟା ନଭେମ୍ୱରରେ ସର୍ବାଧିକ ୪୫.୩୦ ଲକ୍ଷ ହୋଇଥିଲା । ଫଳ

ଦ୍ରୁତ ହେବ ଯୁଦ୍ଧାସ୍ତ୍ର ଦୌଡ !

ୟୁକ୍ରେନ ଆକ୍ରମଣ ପରେ ପ୍ରତିରକ୍ଷା ବଜେଟ ବୃଦ୍ଧି ସପକ୍ଷରେ ଥିବା କିଛି ବ୍ୟକ୍ତି ଆକ୍ଷେପ କରୁଛନ୍ତି ଯେ ସାମରିକ ଶକ୍ତି ବୃଦ୍ଧି ଲାଗି ଗୁରୁତ୍ୱ ଦେଇ ନ ଥିବାରୁ ୟୁକ୍ରେନ ଏଇ ଦୁର୍ଦ୍ଦଶା ଭୋଗୁଛି । ରୁଷିଆ ବିଶ୍ୱର ଦ୍ୱିତୀୟ ବୃହତ୍ ସାମରିକ ଶକ୍ତି ଯାହା ୟୁକ୍ରେନର ସାମରିକ ଶକ୍ତି ତୁଳନାରେ ଯଥେଷ୍ଟ ଅଧିକ । ତଥାପି ସାମରିକ ଦୃଷ୍ଟିରୁ ୟୁକ୍ରେନ ଦୁର୍ବଳ ନୁହେଁ ବରଂ ବିଶ୍ୱର ୨୨ତମ ଶକ୍ତି ହୋଇଥିବା ବେଳେ ତା’ ନିକଟରେ ୨.୫ ଲକ୍ଷ ସକ୍ରିୟ ସେନାବାହିନୀ ଅଛନ୍ତି, ଯାହା ସେହି ଅଞ୍ଚଳରେ ରୁଷିଆ ପଛକୁ ଦ୍ୱିତୀୟ ସର୍ବାଧିକ । ତେବେ ଗୋଟିଏ ଦେଶ ସାମରିକ ଦୃଷ୍ଟିରୁ ଯେତେ ଶକ୍ତିଶାଳୀ ହେଲେ ବି ଏକ ସାମରିକ ମହାଶକ୍ତି ସହ ଯୁଦ୍ଧର ସମ୍ମୁଖୀନ ହୋଇ ଅନ୍ୟ ଦେଶଙ୍କଠାରୁ ପ୍ରତ୍ୟକ୍ଷ ସହଯୋଗ ନ ପାଇଲେ ସେହି ଶକ୍ତିର ଠିକ ଉପଯୋଗ କରିପାରି ନ ଥାଏ । ନିଜକୁ ଏକ ଶାନ୍ତିକାମୀ ଦେଶ ଭାବେ ପ୍ରତିଷ୍ଠିତ କରିବା ପୂର୍ବରୁ ୟୁକ୍ରେନର ସାମରିକ ଶକ୍ତି ଅନ୍ୟ ଅନେକ ଦେଶଙ୍କ ଈର୍ଷଣୀୟ ସ୍ଥିତିରେ ଥିଲା । ସୋଭିଏତ ସଂଘର ବିଘଟନ ପରେ ଏକ ନୂଆ ଦେଶ ଭାବେ ଉଭା ହୋଇଥିବା ୟୁକ୍ରେନ ନିକଟରେ ସୋଭିଏତ ସଂଘର ସମୁଦାୟ ପରମାଣୁ ଅସ୍ତ୍ରର ପ୍ରାୟ ଏକ ତୃତୀୟାଂଶ ଥିଲା । ସେତେବେଳେ ୟୁକ୍ରେନ ଥିଲା ତୃତୀୟ ବୃହତ୍ ପରମାଣୁ ଅସ୍ତ୍ରସମ୍ପନ୍ନ ଦେଶ । ପରମାଣୁ ଅସ୍ତ୍ର ତିଆରି ଲାଗି ତା’ ନିକଟରେ ଆବଶ୍ୟକ ଭିତ୍ତିଭୂମି, ବିଶେଷ ବୈଷୟିକ ଜ୍ଞାନକୌଶଳ, ସମୃଦ୍ଧ (ଏନରିଚଡ) ୟୁରାନ