Skip to main content

Posts

Showing posts from April, 2020

ଜଳବାୟୁର ସତର୍କ ପ୍ରହରୀ ଗ୍ରେଟା ଥୁନବର୍ଗ

“ଏ ସବୁ ଭୁଲ । ମୁଁ ଏଠି ଠିଆ ହେବା କଥା ନୁହେଁ । ଏଇ ମୁହୂ ର୍ତ୍ତ ରେ ମୁଁ ଦରିଆ ସେପାରି ମୋ ସ୍କୁଲରେ ଥିବା କଥା । ତଥାପି ତମେମାନେ ମୋ ପାଖକୁ ଆସିଛ ଆଶା ପାଇଁ ? ତମର ଏ ଦୁଃସାହସ ହେଲା କେମିତି ! ତମେ ତମ ଫମ୍ପା କଥାରେ ମୋ ସ୍ୱପ୍ନ, ମୋ ବାଲ୍ୟାବସ୍ଥାକୁ ହରଣ କରିଛ । ତଥାପି ମୁଁ ଅଳ୍ପ କିଛି ସୌଭାଗ୍ୟଶାଳୀଙ୍କ ଭିତରେ ଜଣେ । ଲୋକମାନେ ଦୁଃଖକଷ୍ଟରେ ଅଛନ୍ତି । ଲୋକମାନେ ମରୁଛନ୍ତି । ସମଗ୍ର ଜୈବ ପରିବେଶ ଭୁଶୁଡି ପଡୁଛି । ଆମେ ଏବେ ଗଣ ନିଶ୍ଚିହ୍ନର ପାଦଦେଶରେ । ଆଉ ତମ ପାଖରେ ଟଙ୍କା ଓ ଅନନ୍ତ ସମୃଦ୍ଧିର ପରୀ କାହାଣୀ ଛଡା ଆଉ କଣ ବା କହିବାକୁ ଅଛି? ତମର ଏ ଦୁଃସାହସ ହେଲା କେମିତି ! ... ତମେ ଆମକୁ ହତାଶ କରିଛ ।  କିଂତୁ  ଯୁବବର୍ଗ ତମର ଏଇ ପ୍ରତାରଣାକୁ ବୁଝିବା ଆରମ୍ଭ କରି ଦେଇଛି । ଭବିଷ୍ୟତ ବଂଶଧରଙ୍କ ନଜର ତମ ଉପରେ । ଆଉ ତମେ ଯଦି ଆମକୁ ହତାଶ କରିବାକୁ ଚେଷ୍ଟା କର, ତେବେ ମୁଁ କହୁଛି ଆମେ ତମକୁ କେବେହେଲେ କ୍ଷମା କରି ପାରିବୁନି ।” ସେପ୍ଟେମ୍ବର ୨୩, ୨୦୧୯ରେ ଜାତିସଂଘର ଜଳବାୟୁ ଶୀର୍ଷ ସମ୍ମିଳନୀରେ ଇଏ ଥିଲା ଷୋହଳ ବର୍ଷୀୟା ଝିଅ ତଥା ଜଳବାୟୁ ଆନ୍ଦୋଳନର ପ୍ରତୀକ ଗ୍ରେଟା ଥୁନବର୍ଗର ବିଶ୍ୱ ନେତାଙ୍କ ଉଦ୍ଦେଶ୍ୟରେ ଓଜସ୍ୱିନୀ ଭାଷଣ ମାଧ୍ୟମରେ ଚେତାବନୀ । ତାର ଏହି ଭାଷଣରେ ସମଗ୍ର ବିଶ୍ୱର ନେତାମାନେ ସ୍ତବ୍ଧ ହୋଇ ଯାଇଥିଲେ । ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ୨୦୦୩ ମସିହାରେ ଜନ୍ମିତ ଗ୍ରେଟା ଥୁନବର୍ଗର ବ

କରୋନା : ଖାଦ୍ୟ ସଙ୍କଟ ଆଶଙ୍କା

ଭାରତରେ ଲକଡାଉନର ପ୍ରଭାବ କୃଷି କ୍ଷେତ୍ର ଉପରେ ଏପରି ପଡିଛି ଯେ ଚାଷୀ ତା ଉତ୍ପାଦିତ ଫସଲ ଅମଳ ଓ ବିକ୍ରି କରିବା ପାଇଁ ଅସମର୍ଥ ହୋଇ ବିଲରେ ନଷ୍ଟ ହେବାକୁ ଛାଡି ଦେଉଥିବା ବେଳେ ସହରମାନଙ୍କରେ ଆବଶ୍ୟକ ପରିମାଣର ପନିପରିବା ଉପଲବ୍ଧ ହେଉ ନଥିବାରୁ ଗ୍ରାହକମାନେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ଏହି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଲେ ଆଗାମୀ ଦିନରେ କେବଳ ପନିପରିବା ନୁହେଁ ବରଂ ଦେଶରେ ସବୁ ପ୍ରକାର ଖାଦ୍ୟଦ୍ରବ୍ୟର ଉପଲବ୍ଧତା ହ୍ରାସ ପାଇ ଦରଦାମ ହୁ ହୁ ହୋଇ ବଢିପାରେ ବୋଲି କେହି କେହି ଏବେଠୁ ଆଶଙ୍କା ବ୍ୟକ୍ତ କଲେଣି । ବିଭିନ୍ନ ଦେଶ କରୋନା ଭାଇରସ ବିପ ତ୍ତି ର ସୁପରିଚାଳନା କରିବାକୁ ଅସମର୍ଥ ହେଲେ ବିଶ୍ୱବ୍ୟାପୀ ଏକ ଉତ୍କଟ ଖାଦ୍ୟସଙ୍କଟ ଦେଖା ଦେଇପାରେ ବୋଲି ଇତିମଧ୍ୟରେ ଖାଦ୍ୟ ଓ କୃଷି ସଂଗଠନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱ ବାଣିଜ୍ୟ ସଂଗଠନ ମିଳିତ ଭାବେ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି । ଅଧିକାଂଶ ଦେଶ ଲକଡାଉନକୁ ପାଳନ କରୁଥିବାରୁ ଅନ୍ତର୍ଜାତୀୟ ବାଣିଜ୍ୟ ଯଥେଷ୍ଟ ହ୍ରାସ ପାଇବା ସହ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ) ଅତିମାତ୍ରାରେ ବାଧାପ୍ରାପ୍ତ ହୋଇସାରିଛି । ଅବଶ୍ୟ ଭାରତରେ ଆବଶ୍ୟକ ପରିମାଣରେ ଖାଦ୍ୟଶସ୍ୟ ଗଚ୍ଛିତ ଥିବାରୁ ଦେଶବାସୀ ସେଥିପାଇଁ ଚିନ୍ତିତ ହେବାର କାରଣ ନାହିଁ ବୋଲି ସରକାର ଆଶ୍ୱାସନା ଦେଇ ଆସୁଥିଲେ ମଧ୍ୟ ସାରା ବିଶ୍ୱରେ କରୋନାଜନିତ ଖାଦ୍ୟ ସଙ୍କଟ ଦେଖା ଦେବାର ଆଶଙ୍କ

ଜାଲିଆଁଓ୍ଵାଲା ବାଗ ନରସଂହାରକୁ ବିଶ୍ୱନିନ୍ଦିିତ କରାଇଥିବା ସାମ୍ବାଦିକ

ଶହେ ବର୍ଷ ତଳେ ଅପ୍ରେଲ ୧୩, ୧୯୧୯ରେ ସଂଘଟିତ ଜାଲିଆଁ ଓ୍ଵା ଲା ବାଗ ନରସଂହାର ଭାରତ ସ୍ୱାଧୀନତା ସଂଗ୍ରାମର ଗତିପଥକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ତେବେ ଏହି ନରସଂହାରକୁ ବିଶ୍ୱବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରି ତାକୁ ବିଶ୍ୱନିନ୍ଦିତ କରାଇବାରେ ସମର୍ଥ ହୋଇଥିବା ସ।ମ୍ବାଦିକ ଜଣକ ଥିଲେ ଜଣେ ବ୍ରିଟିଶ ନାଗରିକ, ନାଁ ତାଙ୍କର ବେଞ୍ଜାମିନ ହର୍ନିମେନ । ଭାରତର ସ୍ୱାଧୀନତା ସଂଗ୍ରାମ କାଳରେ ଏଠାରେ ଥିବା ଯେଉଁ ଅଳ୍ପ କେତେକ ପ୍ରଭାବଶାଳୀ ବ୍ରିଟିଶ ନାଗରିକ ଭାରତର ଦରଦୀ ବନ୍ଧୁ ସାଜି ସ୍ୱାଧୀନତା ଆନ୍ଦୋଳନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାହାଯ୍ୟ କରିଥିଲେ, ସେମାନଙ୍କ ମଧ୍ୟରେ ହର୍ନିମେନ ଥିଲେ ଅଗ୍ରଗଣ୍ୟ ।    ୧୮୭୩ରେ ବ୍ରିଟେନର ସସେକ୍ସଠାରେ ଏକ ଆଇରିଶ ପରିବାରରେ ଜନ୍ମିତ ବେଞ୍ଜାମିନ ଗାୟ ହର୍ନିମେନ ପେଷାରେ ଜଣେ ସାମ୍ବାଦିକ ଥିଲେ । ୧୮୯୪ମସିହାରେ ‘ପୋର୍ଟସମାଉଥ ଇଭିିନିଂ ମେଲ’ ପତ୍ରିକାରୁ ନିଜ ସାମ୍ବାଦିକତା ଜୀବନ ଆରମ୍ଭ କରି ପରବ ର୍ତ୍ତୀ  ସମୟରେ ହର୍ନିମେନ ‘ମର୍ଣ୍ଣିଂ ଲିଡର’, ‘ଡେଲି ଏକ୍ସପ୍ରେସ’, ‘ଡେଲି କ୍ରନିକଲ’, ‘ମାଂଚେଷ୍ଟର ଗାର୍ଡିଆନ’ ଭଳି କେତେକ ଦୈନିକ ଖବରକାଗଜରେ ମଧ୍ୟ କାମ କରିଥିଲେ । ଭାରତ ପ୍ରତି ଆକର୍ଷଣ ତାଙ୍କୁ ସାମ୍ବାଦିକତା କରିବା ପାଇଁ ଭାରତକୁ ଟାଣି ଆଣିିଥିଲା ଓ ସେ ୧୯୦୬ ମସିହାରେ କୋଲକାତାରୁ ପ୍ରକାଶ ପାଉଥିବା ଇଂରାଜୀ ଦୈନିକ ‘ଷ୍ଟେଟସମେନ’ର ବା ର୍ତ୍ତା  ସମ୍ପାଦକ ଭାବେ ନି

କରୋନା ମୁକାବିଲାରେ ଅସମଞ୍ଜସତା

‘ଆଶା କରିବା ରୋଗ ଅପେକ୍ଷା ତାର ଉପଚାର ଅଧିକ ବେଦନାଦାୟକ ନ ହେଉ’ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ମନ୍ତବ୍ୟ କରୋନାର ମୁକାବିଲା ପାଇଁ ବିଭିନ୍ନ ଦେଶର ନୀତି ନିର୍ଦ୍ଧାରକଙ୍କୁ ନୂଆ କରି ଭାବିବାକୁ ବାଧ୍ୟ କରିଛି । ତାଙ୍କ ଅନୁସାରେ ବିଭିନ୍ନ କ୍ଷେତ୍ରକୁ ଜୋର କରି ବନ୍ଦ ରଖିବାର ଭୟଙ୍କର କୁପରିଣାମ ଅର୍ଥନୀତି ଉପରେ ପଡି ଅପୂରଣୀୟ କ୍ଷତିସାଧନ ହେବ । ଯଦି ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ରୋଜଗାର ହରାନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ ବାଧାପ୍ରାପ୍ତ ହେବ । ହଜାର ହଜାର ସଂଖ୍ୟାରେ ଲୋକ ଜୀବନ ହାରି ପାରନ୍ତି । ଅବଶ୍ୟ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱର ସର୍ବାଧିକ ହୋଇ ଦେଢ ଲକ୍ଷ ଟପିବା ପରେ ଦେଶବାସୀଙ୍କ ଜୀବନ ରକ୍ଷା ତାଙ୍କର ପ୍ରଥମ ପ୍ରାଥମିକତା ଓ ଅର୍ଥନୀତି ତା ପରେ ବୋଲି ସପ୍ତାହକ ପରେ ଟ୍ରମ୍ପ ନିଜ ମତ ପରିବ ର୍ତ୍ତ ନ କରିଥିଲେ । କରୋନାଜନିତ କ୍ଷତି ଓ କରୋନାକୁ ପ୍ରତିହତ କରିବା ପାଇଁ ନିଆ ଯାଉଥିବା ପଦକ୍ଷେପ ଯୋଗୁ କ୍ଷତି - ଏ ଦୁଇଟି ମଧ୍ୟରେ  ସଂତୁ ଳନ ରକ୍ଷା କରିବାର ଅସମଞ୍ଜସତା ଭିତରେ ରହିଛନ୍ତି ଏବେ ନୀତି ନିର୍ଦ୍ଧାରକମାନେ । କ୍ରମାଗତ ଭାବେ ଉପରମୁହାଁ ହୋଇ ଚାଲିଥିବା କରୋନା ଆତଙ୍କ ଗ୍ରାଫର ଦିଗକୁ ତଳମୁହାଁ କରି ତାକୁ ସମତୁଲ କରିବା ଲାଗି ବିଭିନ୍ନ ଦେଶର ପ୍ରଚେଷ୍ଟା ଭିତରେ ବିଶ୍ୱ ଅର୍ଥନୀତିର ଗ୍ରାଫ ଧରାଶାୟୀ ହେବାର ଆଶଙ୍କା ଅନେକଙ୍କୁ ଚିନ୍ତିତ କରିଛି । ଯ

ଦଳବଦଳ ଆଇନ ପ୍ରସଙ୍ଗ - ସଦସ୍ୟ ଅଯୋଗ୍ୟତାର ନିର୍ଣ୍ଣୟ ଓ ବାଚସ୍ପତି

କରୋନା ଭୂତାଣୁ ଆତଙ୍କ ଓ ମଧ୍ୟପ୍ରଦେଶ ରାଜନୀତିରେ କ୍ଷମତା କନ୍ଦଳର କୋଳାହଳ ଭିତରେ ସୁପ୍ରିମ କୋର୍ଟ ୨୦୨୦, ମାର୍ଚ୍ଚ ୧୮ରେ ଦେଇଥିବା ଏକ ଅଭୂତପୂର୍ବ ଆଦେଶ ହୁଏତ ଅନେକଙ୍କ ଦୃଷ୍ଟି ଅଢୁଆଳରେ ରହି ଯାଇଥିଲେ ମଧ୍ୟ ଏହାର ସୁଦୂର ପ୍ରସାରୀ ପ୍ରଭାବ ଅଚିରେ ଭାରତୀୟ ରାଜନୀତିରେ ଅନୁଭୂତ ହେବ । ‘କେ ଏମ ସିଂହ ବନାମ ମଣିପୁର ବିଧାନସଭା ବାଚସ୍ପତି ଓ ଅନ୍ୟମାନେ’ ମାମଲାରେ ସମ୍ବିଧାନର ଧାରା ୧୪୨ରେ ପ୍ରଦ ତ୍ତ  କ୍ଷମତାକୁ ପ୍ରୟୋଗ କରି ସୁପ୍ରିମକୋର୍ଟ ଦେଇଥିବା ଆଦେଶରେ ମଣିପୁରର ବିଜେପି ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଟି ଏସ ସିଂହଙ୍କୁ ପରବ ର୍ତ୍ତୀ  ଆଦେଶ ପର୍ଯ୍ୟନ୍ତ ମଣିପୁର ବିଧାନସଭା ଭିତରକୁ ପ୍ରବେଶ କରିବାକୁ ବାରଣ କରିବା ସହିତ ତାଙ୍କୁ ତତକ୍ଷଣାତ ମନ୍ତ୍ରୀ ପଦରୁ ଅବ୍ୟାହତି ଦିଆଯାଇଛି । ଦେଶର ଇତିହାସରେ କୌଣସି ବିଧାୟକଙ୍କ ବିଧାନସଭା ପ୍ରବେଶ ଉପରେ ଏଭଳି କଟକଣା ଲାଗିବାର ଇଏ ପ୍ରଥମ ଉଦାହରଣ । ବିଚାରାଧୀନ କୌଣସି ମାମଲାରେ ଆବଶ୍ୟକୀୟ ‘ସମ୍ପୂର୍ଣ୍ଣ ନ୍ୟାୟ’ (କମ୍ପ୍ଲିିଟ ଜଷ୍ଟିସ) ପ୍ରଦାନ ପାଇଁ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ର ଉପଯୋଗ କରି ରାୟ ବା ଆଦେଶ ପ୍ରଦାନ କରିଥାନ୍ତି । ଉପରୋକ୍ତ ସଦସ୍ୟଙ୍କ ଅଯୋଗ୍ୟତା ସମ୍ପର୍କୀୟ ଯାଚିକାରେ ନିଷ୍ପ ତ୍ତି  ନେବାରେ ବାଚସ୍ପତିଙ୍କ ଅହେତୁକ ବିଳମ୍ବ ଏହି ଆଦେଶର ମୁଖ୍ୟ କାରଣ ଥିଲା । ତେବେ ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ଦଳବଦଳ ବା ଇସ୍ତଫା ପ୍ରଦାନ