Skip to main content

Posts

Showing posts from January, 2022

ମାରିଆ ରେସାଙ୍କ ନୋବେଲ ଅଭିଭାଷଣରେ ଆହ୍ୱାନ

ଫିଲିପାଇନସର ମାରିଆ ରେସା ଓ ରୁଷିଆର ଦିମିତ୍ରି ମୁରାତଭଙ୍କ ଭଳି ଦୁଇ ଜଣ ସାମ୍ୱାଦିକଙ୍କ ନାମ ୨୦୨୧ର ଶାନ୍ତି ନୋବେଲ ପୁରସ୍କାର ପାଇବା ପାଇଁ ଘୋଷଣା ହେବା ପରେ ସେମାନଙ୍କୁ ଡିସେମ୍ୱର ୧୦, ୨୦୨୧ରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ନୋବଲ ପୁରସ୍କାର ଗ୍ରହଣ କରିବା ଅବସରରେ ମାରିଆ ରେସା ଦେଇଥିବା ସାରଗର୍ଭକ ନୋବେଲ ଅଭିଭାଷଣଟି ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାର ଓଡିଆ ଅନୁବାଦ ନିମ୍ନରେ ପ୍ରଦତ୍ତ ହେଲା ;  “ଉପସ୍ଥିତ ମହାନୁଭବବୃନ୍ଦ, ନରୱେ ନୋବେଲ କମିଟିର ସମ୍ମାନିତ ସଦସ୍ୟବୃନ୍ଦ, ମହାମାନ୍ୟବୃନ୍ଦ, ସମ୍ମାନିତ ଅତିଥିବୃନ୍ଦ, ସାରା ପୃଥିବୀର ପ୍ରତ୍ୟେକ ସାମ୍ୱାଦିକ, ଯିଏ ନିଜ ପଥବିଚ୍ୟୁତ ନ ହେବା ଲାଗି ଅନେକ କିଛି ତ୍ୟାଗ କରିବାକୁ ବାଧ୍ୟ ହେଉଛି, ଆମ ମୂଲ୍ୟବୋଧ ଓ ଲକ୍ଷ୍ୟ ପ୍ରତି ସତ୍ୟନିଷ୍ଠ ରହିବା ଲାଗି, ଆପଣଙ୍କ ନିକଟରେ ସତ୍ୟ ପହଞ୍ଚାଇବା ଲାଗି ଓ ଶାସକଙ୍କୁ ଉତ୍ତରଦାୟୀ କରିବା ଲାଗି, ଆଜି ମୁଁ ସେମାନଙ୍କ ପ୍ରତିନିଧି ଭାବେ ଆପଣମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଛି । ମୋର ମନେ ଅଛି ଜମାଲ କସୋଗିଙ୍କ ନିର୍ମମ ବହିଷ୍କାରର କଥା, ମାଲଟାରେ ଡାଫନେ କେରୁଆନା ଗେଲିଜିଆଙ୍କ ହତ୍ୟାର କଥା, ଭେନେଜୁଏଲାରେ ଲୁଜ ସେଲି ରେଏସ, ବେଲାରୁସରେ ରୋମାନ ପ୍ରଟାସେଭିକ୍ (ଯାହାଙ୍କୁ ଗିରଫ କରିବା ପାଇଁ ବସ୍ତୁତଃ ତାଙ୍କ ଉଡାଜାହାଜକୁ ଅପହରଣ କରି ନିଆଯାଇଥିଲା), ହଂକଂ କାରାଗାରରେ ଦିନ କାଟୁଥିବା ଜିମି ଲାଇ, ସ

ଚୀନର ‘ସାମୂହିକ ସମୃଦ୍ଧି’ ନୀତିରୁ ଖିଅ

ଅଗଷ୍ଟ ୧୭, ୨୦ ୨ ୧ରେ ଚୀନର ରାଷ୍ଟ୍ରପତି ଚି ଜିନପିଙ୍ଗ, ଚୀନର ବିତ୍ତ ଓ ଅର୍ଥନୀତିର କେନ୍ଦ୍ରୀୟ କମିଟିର ଏକ ଅଧିବେଶନରେ ନିଜ ବକ୍ତବ୍ୟରେ ଜୋର ଦେଇ କହିଥିଲେ, “ସାମ୍ୟବାଦର ପ୍ରତିଷ୍ଠା ଲାଗି ‘ସାମୂହିକ ସମୃଦ୍ଧି’ (କମନ ପ୍ରସ୍ପରିଟି) ନିହାତି ଆବଶ୍ୟକ ଓ ଏହା ‘ଚୀନ ଶୈଳୀର ଆଧୁନିକୀକରଣ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ, ତେଣୁ ଆମକୁ ଲୋକ-କୈନ୍ଦ୍ରିକ ବିକାଶ ନୀତିକୁ ଅନୁସରଣ କରିବାକୁ ହେବ ଓ ଉଚ୍ଚ ସ୍ତରର ବିକାଶ ମାଧ୍ୟମରେ ‘ସାମୂହିକ ସମୃଦ୍ଧି’କୁ ପ୍ରୋତ୍ସାହିତ କରିବାକୁ ହେବ ।“ ତାଙ୍କ ମତରେ ବିକାଶ ଓ ଆର୍ଥିକ ସ୍ଥିରତା ମଧ୍ୟରେ ସମନ୍ୱୟ ସ୍ଥାପନ କରିବା ଲାଗି ସାମୂହିକ ସମୃଦ୍ଧି ଏକ ମୌଳିକ ଆବଶ୍ୟକତା । ତେଣୁ ଅତ୍ୟଧିକ ରୋଜଗାର କରୁଥିବା ବ୍ୟକ୍ତି ଓ କମ୍ପାନୀଗୁଡିକୁ ସେମାନଙ୍କ ରୋଜଗାରର ଅଧିକ ଅଂଶ ସମାଜକୁ ଫେରାଇବାକୁ ହେବ, ଯଦ୍ଦ୍ୱାରା ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ବଢି ଯାଇଥିବା ଆୟର ଖାଇକୁ କିଛି ମାତ୍ରାରେ କମ (ଆଡଜଷ୍ଟ) କରିହେବ । ଏହା ପରେ ଚୀନ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ଦ୍ୱାରା ପ୍ରସ୍ତାବଟି ଗୃହୀତ ହେଲା । ଇତିମଧ୍ୟରେ ସେଠାକାର ଅର୍ଥନୈତିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟି ‘ସାମୂହିକ ସମୃଦ୍ଧି’ ହିଁ ଅର୍ଥନୀତିର କେନ୍ଦ୍ରବିନ୍ଦୁ ପାଲଟିଗଲା । ଏହାକୁ ପୁଞ୍ଜିବାଦ ଦ୍ୱାରା ସୃଷ୍ଟ ବୈଷମ୍ୟକୁ ସୁଧାରିବା ପାଇଁ ଏକ ‘ଅସାମାନ୍ୟ ବିପ୍ଳବ’ (ପ୍ରଫାଉଣ୍ଡ ରିଭଲ୍ୟୁସନ୍) ବୋଲି ଅଭିହିତ କରାଗଲା

ସୁଲ୍ଲୀ ଡିଲସ୍ ଓ ବୁଲ୍ଲୀ ବାଈ ଆପ୍ : ଘୃଣା ଓ ଭୟର ଷଡଯନ୍ତ୍ର

ନୂଆ ବର୍ଷ ଆରମ୍ଭରେ ‘ବୁଲ୍ଲୀ ବାଈ’ ନାମକ ଏକ ଆପ୍ (ଆପ୍ଲିକେସନ)ରେ ରେଡିଓ ମିର୍ଚି ୯୮.୩ ଏଫଏମର ‘ଆରଜେ ସାୟେମା’ ଭାବେ ଖ୍ୟାତ ରେଡିଓ ଜକି ସାୟେମା ରେହମାନ ନିଜ ଫଟୋ ନିଲାମ ଉଦ୍ଦେଶ୍ୟରେ ଥିବା ଦେଖି ବିସ୍ମିତ ଓ ବିଚଳିତ ହୋଇ ପଡିଥିଲେ । କେବଳ ତାଙ୍କର ନୁହେଁ, ଏହି ୱେବସାଇଟରେ ପ୍ରାୟ ୧୦୦ ଜଣ ମୁସଲମାନ ମହିଳାଙ୍କ ଫଟୋ ନିଲାମ ଉଦ୍ଦେଶ୍ୟରେ ରଖାଯାଇଥିଲା ଓ ସେମାନଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ପ୍ରଦାନ କରାଯାଉଥିଲା । ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କଲା । ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏହି ପ୍ରଭାବଶାଳୀ ମହିଳାମାନଙ୍କ କୃତ୍ରିମ ଭାବେ ପରିବର୍ତ୍ତିତ (ଡକ୍ଟରଡ୍) ଫଟୋ ଓ ପ୍ରୋଫାଇଲ ନିଲାମ ଉଦ୍ଦେଶ୍ୟରେ ‘ବୁଲ୍ଲୀ ବାଈ’ ୱେବସାଇଟରେ ରଖି ନିଲାମ ଡାକ ପାଇଁ ଆମନ୍ତ୍ରଣ କରାଯିବାର ଉଦ୍ଦେଶ୍ୟ ଥିଲା ସେମାନଙ୍କୁ ନିନ୍ଦିତ ଓ ଭୟଭୀତ କରାଇବା । ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ଥିବା ଏହି ମହିଳାମାନଙ୍କ ବୟସ ୧୭ରୁ ୭୦ ମଧ୍ୟରେ ଥିଲା । ଏକ ୱେବସାଇଟରେ ମୁସଲମାନ ମହିଳାଙ୍କ ନିଲାମ ଡକା ଯାଉଥିବା ଖବର ସେତେବେଳେ ଜଣାପଡିଲା, ଯେତେବେଳେ ‘ଦି ୱାୟାର’ ନାମକ ନିଉଜ ୱେବସାଇଟର ସାମ୍ୱାଦିକା ଇସମତ ଆରା ତାଙ୍କ ଫଟୋ ‘ବୁଲ୍ଲୀ ବାଈ’ ୱେବସାଇଟରେ ଥିବା କଥା ଟ୍ୱିଟ କରି ଜଣାଇଲେ, “ଏହା ଅତି ଦୁଃଖଦାୟକ ଯେ ଜଣେ ମୁସଲମାନ ମହିଳା ଭାବେ ମୋତେ ଭୟ ଓ ଘୃଣା ମଧ୍ୟ ଦେଇ ନୂଆ ବର୍ଷ (୨୦୨୨) ଆରମ୍ଭ କରିବାକୁ ପଡିଲା । ଅବଶ୍ୟ ଏହ

ଆଫସ୍ପା ଆଇନର ଯଥାର୍ଥତାକୁ ନେଇ ପ୍ରଶ୍ନ

ଆସାମ ରାଇଫଲସର ସେନାଙ୍କ ଦ୍ୱାରା ନାଗାଲାଣ୍ଡର ମୋନ ଜିଲ୍ଲାରେ ଡିସେମ୍ୱର ୪  ଓ ୫ , ୨୦୨୧ରେ ୧୪ ଜଣ ନିରସ୍ତ୍ର ନିରୀହ ନାଗରିକଙ୍କ ନିର୍ମମ ହତ୍ୟା ପରେ ଦେଶରେ ଆଫସ୍ପା ଆଇନ ବଳବତ୍ତର ରହିବାକୁ ନେଇ ପ୍ରତିବାଦର ସ୍ୱର ତୀବ୍ର ହୋଇଛି । ନାଗାଲାଣ୍ଡ ଭଳି ଏକ ସମ୍ୱେଦନଶୀଳ ସୀମାନ୍ତବର୍ତ୍ତୀ ରାଜ୍ୟରେ ଏ ଭଳି ଏକ ଘଟଣା ରାଜ୍ୟବାସୀଙ୍କୁ ଉତ୍ତେଜିତ କରିବା ସହ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାକୁ ବ୍ୟାହତ କରିଛି ବୋଲି ମତ ପ୍ରକାଶ ପାଉଛି । ଏପରିକି ଏନଡିଏର ଅଂଶୀଦାର ଥିବା ମେଘାଳୟ ଓ ନାଗାଲାଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ତୁରନ୍ତ ଆଫସ୍ପା ଆଇନ ପ୍ରତ୍ୟାହାର କରିବାକୁ ଦାବି ଜଣାଇ ସାରିଥିଲା ବେଳେ ନାଗାଲାଣ୍ଡ ବିଧାନସଭାରେ ଏହାକୁ ବାତିଲ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇସାରିଲାଣି । ଅବଶ୍ୟ ଏଥି ପୂର୍ବରୁ ଆଫସ୍ପା ଆଇନ ପ୍ରତ୍ୟାହାର ନେଇ ନାଗାଲାଣ୍ଡ ବିଧାନସଭାରେ ଅନେକ ଥର ପ୍ରସ୍ତାବ ପାରିତ ହୋଇସାରିଛି ।  ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର୍ସ ଆକ୍ଟ (ଆଫସ୍ପା) ବା ସଶସ୍ତ୍ର ବଳ ବିଶେଷ ଅଧିକାର ଆଇନ ଦେଶର ସଶସ୍ତ୍ର ବଳକୁ ପ୍ରଦତ୍ତ ଏକ ଅତି ନିର୍ଦ୍ଦୟ ଆଇନ, ଯାହା ମାନବିକ ଅଧିକାର ସୁରକ୍ଷାର ବିରୋଧାଚରଣ କରିଥାଏ । ୮୪୪ ଶବ୍ଦ ବିଶିଷ୍ଟ ଏହି ଆଇନ ଅନୁଯାୟୀ ‘ଅଶାନ୍ତ ଅଞ୍ଚଳ’ରେ ଶାନ୍ତି ଶୃଙ୍ଖଳା ବଜାଏ ରଖିବା ପାଇଁ ସଶସ୍ତ୍ର ବଳଙ୍କୁ କିଛି ବିଶେଷ କ୍ଷମତା ପ୍ରଦାନ କରାଯାଇଛି । ସଶସ୍ତ୍ର ବଳ କହିଲେ ସେନାବାହ

ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟିର ଅର୍ଥ

 ‘ଏମଏସପି ଥିଲା, ଅଛି, ରହିବ’ର ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା ସତ୍ତ୍ୱେ ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା ଅଡି ବସିବାର କାରଣ ହେଉଛି ପ୍ରଚଳିତ ବ୍ୟବସ୍ଥାରେ ଅଧିକାଂଶ ଚାଷୀ ଏମଏସପିରେ ସେମାନଙ୍କ ଉତ୍ପାଦ ବିକ୍ରି କରିବାକୁ ଅସମର୍ଥ ହୋଇ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବା । “ଫସଲର ସମ୍ପୂର୍ଣ୍ଣ ବ୍ୟୟ ଆଧାରିତ (‘ସି’ଟୁ ଯୁକ୍ତ ୫୦ ପ୍ରତିଶତ) ସର୍ବନିମ୍ନ ସହାୟକ ମୂଲ୍ୟ ସବୁ ପ୍ରକାର କୃଷି ଉତ୍ପାଦ ଉପରେ ପାଇବା ସବୁ ଚାଷୀଙ୍କର ଆଇନଗତ ଅଧିକାର ହେବା ଆବଶ୍ୟକ, ଯଦ୍ଦ୍ୱାରା ଦେଶର ପ୍ରତି ଚାଷୀ ତା’ର ସମ୍ପୂର୍ଣ୍ଣ ଅମଳକୁ ଅନ୍ତତଃ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକିବାର ଗ୍ୟାରେଣ୍ଟି ପାଇପାରିବ“ ବୋଲି ମୋର୍ଚ୍ଚାର ଦୃଢ ମତ । ଏମଏସପିକୁ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରାଗଲେ ରାଜକୋଷ ଉପରେ ଅତ୍ୟଧିକ ଚାପ ପଡି ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ଅର୍ଥର ଅଭାବ ଦେଖା ଦେବ ବୋଲି କିଛି ଅର୍ଥନୀତିଜ୍ଞ କହୁଥିବା ବେଳେ ଏହା ଦ୍ୱାରା ଚାଷୀଙ୍କ ଅବସ୍ଥା ସ୍ୱଚ୍ଛଳ ହୋଇ ଅର୍ଥନୀତି ଗତିଶୀଳ ହେବ ବୋଲି ଅନ୍ୟ କେତେକ ଅର୍ଥନୀତିଜ୍ଞଙ୍କ ମତ ହୋଇଥିବାରୁ ପ୍ରସଙ୍ଗଟିର ପର୍ୟ୍ୟାଲୋଚନା ଆବଶ୍ୟକ । ବର୍ତ୍ତମାନ ଯେଉଁ ୨୨ଟି ଫସଲ ପାଇଁ ଏମଏସପି ଘୋଷିତ ହେଉଛି ସେଥିରେ ଧାନ, ଗହମ, ମକା, ଯବ, ଜ୍ୱାର, ବାଜରା, ମାଣ୍ଡିଆ ଭଳି ୭ଟି ଖାଦ୍ୟାନ୍ନ, ବୁଟ, ହରଡ, ମୁଗ, ବିରି, ମସୁର ଭଳି

ନୀତି ଆୟୋଗ ସ୍ୱାସ୍ଥ୍ୟ ସୂଚକାଙ୍କରେ ତଳେ କାହିଁକି ଓଡିଶା ?

ନୀତି ଆୟୋଗ ଦ୍ୱାରା ୨୦୧୮-୧୯କୁ ମୂଳ ବର୍ଷ ବୋଲି ଧରି ୨୦୧୯-୨୦ ପାଇଁ ଡିସେମ୍ୱର ୨୭, ୨୦୨୧ରେ ପ୍ରକାଶିତ ରାଜ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କର ଚତୁର୍ଥ ସଂସ୍କରଣରେ ୧୯ଟି ବଡ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ୧୪ରେ ରହିବା ଉଦବେଗର କାରଣ ହୋଇଛି । ଏହି ସୂଚକାଙ୍କ ପ୍ରାକ୍ କୋଭିଡ କାଳର ସ୍ୱାସ୍ଥ୍ୟସେବା ସ୍ଥିତି ଆଧାରରେ ପ୍ରସ୍ତୁତ । ଓଡିଶା ନୀତି ଆୟୋଗ ସ୍ୱାସ୍ଥ୍ୟ ସୂଚକାଙ୍କର ପ୍ରଥମ ସଂସ୍କରଣ (୨୦୧୫-୧୬ )ରେ ୩୯.୪୩ ଅଙ୍କ ସହ ୨୧ଟି ବଡ ରାଜ୍ୟ ମଧ୍ୟରେ ୧୮ଶ, ଦ୍ୱିତୀୟ ସଂସ୍କରଣ (୨୦୧୭-୧୮)ରେ ୩୫.୯୭ ଅଙ୍କ ସହ ୨୧ଟି ବଡ ରାଜ୍ୟ ମଧ୍ୟରେ ୧୯ଶ, ତୃତୀୟ ସଂସ୍କରଣ (୨୦୧୮-୧୯)ରେ ୪୬.୧୮ ଅଙ୍କ ସହ ୨୦ଟି ବଡ ରାଜ୍ୟ ମଧ୍ୟରେ ୧୨ଶ ସ୍ଥାନରେ ଥିଲା । ତେବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୁହା ଯାଉଥିଲେ ମଧ୍ୟ ଓଡିଶାର ସ୍ଥାନ କ୍ରମାଗତ ଭାବେ ତଳେ ରହିବାର କାରଣଗୁଡିକୁ ପର୍ଯ୍ୟାଲୋଚନା କରାଯିବା ଆବଶ୍ୟକ । ଅବଶ୍ୟ ଏ ଥର ପ୍ରଥମ ୫ଟି ସ୍ଥାନରେ ଥିବା କେରଳ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ଅଣ-ବିଜେପି ଶାସିତ ରାଜ୍ୟ ହୋଇଥିବା ବେଳେ ତାଲିକାର ସବା ତଳେ ବିଜେପି ଶାସିତ ମଧ୍ୟ ପ୍ରଦେଶ, ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଥିବାରୁ ତାହା ବିଜେପି ଶାସିତ ରାଜ୍ୟଗୁଡିକରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଦୁଃସ୍ଥିତିକୁ ରେଖାଙ୍କିତ କରୁଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ