Skip to main content

Posts

Showing posts from August, 2023

ଶିକ୍ଷାନୁଷ୍ଠାନର ଉତ୍କର୍ଷ ଲାଗି ଆମେ ଆଗ୍ରହୀ ତ !

ହରିଆଣାର ସୋନିପତ ଜିଲ୍ଲାରେ ଅବସ୍ଥିତ ଏକ ସମ୍ଭ୍ରାନ୍ତ ଘରୋଇ ବିଶ୍ୱବିଦ୍ୟାଳୟ ‘ଅଶୋକା ୟୁନିଭର୍ସିଟି’ର ଆସିଷ୍ଟାଣ୍ଟ ପ୍ରଫେସର ସବ୍ୟସାଚୀ ଦାସଙ୍କ ଜୁଲାଇ ୨୫ରେ ଏକ ଗବେଷଣା ପତ୍ର ପ୍ରକାଶ ପାଇବା ପରେ ତାକୁ ନେଇ ଏବେ ବିଶ୍ୱବିଦ୍ୟାଳୟ ଭିତରେ ଓ ବାହାରେ ଝଡ଼ ସୃଷ୍ଟି ହୋଇଛି । ଫଳସ୍ୱରୂପ ସବ୍ୟସାଚୀ ଇସ୍ତଫା ପ୍ରଦାନ କରିବାକୁ ଏକ ପ୍ରକାର ବାଧ୍ୟ ହେବା ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାଳବିଳମ୍ୱ ନ କରି ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେବା ଯୋଗୁଁ ଛାତ୍ର ଓ ଶିକ୍ଷକଙ୍କ ଅସନ୍ତୋଷ ବୃଦ୍ଧି ପାଇ ସମସ୍ୟାକୁ ଅଧିକ ଜଟିଳ କରିଛି । କିଛି ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଥିବା ଅଶ୍ୱସ୍ତିକର ବାତାବରଣ ସମ୍ପର୍କରେ ଉପରୋକ୍ତ ଘଟଣାଟି ଇଙ୍ଗିତ କରୁଥିବା ବେଳେ ଗବେଷଣାଲବ୍ଧ ଫଳାଫଳକୁ ଗ୍ରହଣ କରିବାରେ ପ୍ରକାଶ ପାଉଥିବା ଅସହିଷ୍ଣୁତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ଯାହା ଗବେଷକମାନଙ୍କୁ ବିବଦମାନ ବିଷୟରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା କରିବାରୁ ବିମୁଖ କରିପାରେ । ଆମେରିକାର ୟାଲେ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡ଼ି କରିଥିବା ଆସିଷ୍ଟାଣ୍ଟ ପ୍ରଫେସର ସବ୍ୟସାଚୀଙ୍କ ୫୦ ପୃଷ୍ଠା ବିଶିଷ୍ଟ ଗବେଷଣା ପତ୍ରର ଶୀର୍ଷକ ଥିଲା ‘ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରରେ ଗଣତାନ୍ତ୍ରିକ ସ୍ଖଳନ’ (ଡେମୋକ୍ରାଟିକ ବ୍ୟାକସ୍ଲାଇଡ଼ିଂ ଇନ ଦ ୱାର୍ଲଡସ ଲାର୍ଜେଷ୍ଟ ଡେମୋକ୍ରାସି) ।  ଗଣତାନ୍ତ୍ରିକ ସ୍ଖଳନ ଏବେ ସାରା

ଯୌନ ହିଂସା ଓ ଦୁଷ୍କର୍ମ ‘ଯୁଦ୍ଧାସ୍ତ୍ର’ ନ ହେଉ

ମଣିପୁରର ଗୋଟିଏ ଗାଁରେ ମୈତେୟୀ ଗୋଷ୍ଠୀର ପ୍ରାୟ ହଜାରେ ଲୋକଙ୍କ ଏକ ଉଗ୍ର ଭିଡ଼ ଦୁଇଜଣ କୁକି-ଜୋ ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କୁ ସମ୍ପୂର୍ଣ୍ଣ ବିବସ୍ତ୍ର କରି ଗାଁ ଦାଣ୍ଡରେ ଚଲାଇ ଚଲାଇ ନେଲା ପରେ ସର୍ବସମକ୍ଷରେ ମହିଳାଙ୍କ ପ୍ରତି ଗଣ ବଳାତ୍କାରର ଦୃଶ୍ୟ ସମ୍ୱଳିତ ୨୬ ସେକେଣ୍ଡର ଭିଡ଼ିଓଟି ଯେତେବେଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା, ସେତେବେଳେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହେଲା ଓ ଦେଶବାସୀଙ୍କ ରୋଷ ଚରମରେ ପହଞ୍ଚିଲା । ଏପରିକି ମଣିପୁର ପ୍ରସଙ୍ଗରେ ୭୮ ଦିନ ଧରି କୌଶଳଗତ ମୌନ ବ୍ରତ ପାଳନ କରି ଆସୁଥିବା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ମୁହଁ  ଖୋଲି ରୋଷ ବ୍ୟକ୍ତ କରି କହିବାକୁ ହେଲା ଯେ ମଣିପୁରର ଏହି ଘଟଣା ପାଇଁ ଦେଶ ଲଜ୍ଜିତ । ସୁପ୍ରିମକୋର୍ଟ ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରୋକଠୋକ୍ ଶୁଣାଇ ଦେଲେ ଯେ ତୁରନ୍ତ ପଦକ୍ଷେପ ନିଅ, ନହେଲେ ଆମକୁ ହସ୍ତକ୍ଷେପ କରିବାକୁ ପଡ଼ିପାରେ । ପ୍ରଥମେ ସମଗ୍ର ଘଟଣା କ୍ରମ ଉପରେ ନଜର ପକାଯାଉ । ମେ ୩ରେ ମଣିପୁରରେ ମୈତେୟୀ ଓ କୁକି ଗୋଷ୍ଠୀ ମଧ୍ୟରେ ଆରକ୍ଷଣ ଓ ଅନ୍ୟାନ୍ୟ କେତେକ ପ୍ରସଙ୍ଗକୁ ନେଇ ସଂଘର୍ଷ ଉଗ୍ର ରୂପ ଧାରଣ କରି ହିଂସ୍ର ହୋଇପଡ଼ିଲା । ଠିକ୍ ପର ଦିନ ମେ ୪ରେ ମଣିପୁରର କାଙ୍ଗପୋକପି ଜିଲ୍ଲାର ବି. ଫଇନୋମ ଗାଁରେ ସଂଘଟିତ ହୋଇଥିଲା ଉପରୋକ୍ତ ଅପରାଧଟି । ମେ ୧୮ରେ ସାଇକୁଲ ଥାନାରେ ଏକ ‘ଜିରୋ ଏଫଆଇଆର’ ଦାୟର ହେଲା । ଅଧିକାର କ୍ଷେତ୍ର ହୋଇ ନଥିଲେ ବି ଯେ କ