Skip to main content

Posts

Showing posts with the label Fossil Fuel Climate Change India Odia

ଜୀବାଶ୍ମ ଇନ୍ଧନର ବ୍ୟବହାର ଓ ଭାରତ

ନୂଆଦିଲ୍ଲୀଠାରେ ଜି୨୦ ବୈଠକ ଶେଷରେ ଗୋଷ୍ଠୀ ତରଫରୁ ଜାରି ହୋଇଥିବା ଶକ୍ତି ଉତ୍ପାଦନ ସଂକ୍ରାନ୍ତୀୟ ଘୋଷଣା ଅନୁଯାୟୀ ୨୦୩୦ ମସିହା ସୁଦ୍ଧା ବିଶ୍ୱର ନବୀକରଣୀୟ ଶକ୍ତି (ରିନିଉଏବଲ୍ ଏନର୍ଜି)ର କ୍ଷମତାକୁ ତିନି ଗୁଣ ବୃଦ୍ଧି କରିବା ସହିତ ଜାତୀୟ ପରିସ୍ଥିତିକୁ ଧ୍ୟାନରେ ରଖି କୋଇଲାର ବ୍ୟବହାରକୁ ଦ୍ରୁତ ହ୍ରାସ କରିବା ଦିଗରେ ପଦକ୍ଷେପ ନେବାର ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । କିନ୍ତୁ ଜଳବାୟୁ ପରିବର୍ତ୍ତନ ଲାଗି ପେଟ୍ରୋଲ ଓ ପେଟ୍ରୋଲିୟମ ଜାତ ଦ୍ରବ୍ୟଗୁଡ଼ିକ ସମ ପରିମାଣରେ ଦାୟୀ ହୋଇଥିଲେ ବି ଏହାର ଉତ୍ପାଦକ ଦେଶଗୁଡ଼ିକର ସ୍ୱାର୍ଥକୁ ସୁରକ୍ଷିତ ରଖି ଏହି ଘୋଷଣା ଏହି ଧରଣର ଜୀବାଶ୍ମ ଇନ୍ଧନର ଉତ୍ପାଦନ ଓ ବ୍ୟବହାର ହ୍ରାସ କରିବା ଦିଗରେ କୌଣସି ଘୋଷଣା ନ କରି ନୀରବତା ଅବଲମ୍ୱନ କରାଯାଇଛି । ତଥାପି ବିଶେଷଜ୍ଞମାନେ ଏହାକୁ ଏକ ସନ୍ତୁଳିତ ପଦକ୍ଷେପ କହି ପ୍ରଶଂସା କରୁଛନ୍ତି । କିନ୍ତୁ ସତ କଥା ହେଲା, ଏପରି ନିଷ୍ପତ୍ତି ଉଭୟ ପରିବେଶ ଓ ମାନବ ସମାଜର କ୍ଷତିସାଧନ କରି ଚାଲିବ । ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ଜି୨୦ ବୈଠକରେ ମଧ୍ୟ ପ୍ରାୟ ସେହି ଏକା ପ୍ରକାର ଘୋଷଣା କରାଯାଇଥିଲା । ତେବେ, ଏହା ସ୍ୱୀକାର୍ୟ୍ୟ ଯେ ଜୀବାଶ୍ମ ଇନ୍ଧନର ବ୍ୟବହାରର ଦ୍ରୁତ ଗତିରେ ହ୍ରାସ ନ ପାଇଲେ ଏହା ଜଳବାୟୁ ପରିବର୍ତ୍ତନ ଉପରେ ଦୀର୍ଘ ମିଆଦି କୁପ୍ରଭାବ ପକାଇ ଚାଲିବ । ତେଣୁ ଏହି ପ୍ରସଙ୍ଗ ଖୁବ୍ ଅଧିକ ଗୁରୁତ୍ୱ ଲାଭ କରିବା ଉଚ...