Skip to main content

Posts

Showing posts with the label IMF

ନିମ୍ନମୁଖୀ ଭାରତର ବିକାଶ ଦର

ସ୍ୱିଜରଲାଣ୍ଡର ଡାଭୋସଠାରେ ଅନୁଷ୍ଠିତ  ହୋଇ ଥିବା ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ଅଧିବେଶନର ଠିକ ଅବ୍ୟବହିତ ପୂର୍ବରୁ ଆନ୍ତର୍ଜାତୀୟ ମୁଦ୍ରା ପା ଣ୍ଠି  (ଆଇଏମଏଫ) ଦ୍ୱାରା ବିଶ୍ୱ ଅର୍ଥନୈତିକ ପରିଦୃଶ୍ୟ ସଂକ୍ରାନ୍ତରେ  ପ୍ରସ୍ତୁତ ହୋଇଥିବା ରିପୋର୍ଟ ଉପସ୍ଥାପିତ ହେବା ପରେ ସେଥିରେ ଭାରତର ଅର୍ଥନୈତିକ ସ୍ଥିତି ନୈରାଶ୍ୟଜନକ ଦର୍ଶା ଯାଇଥିବାରୁ ତାହା ସମସ୍ତଙ୍କ ପାଇଁ ଉଦବେଗର କାରଣ ପାଲଟିଛି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ବିକାଶ ଦରର ପୂର୍ବାନୁମାନକୁ ୪.୮ ପ୍ରତିଶତକୁ କମାଇ ଦେଇଛି । କେବଳ ସେତିକି ନୁହେଁ, ଭାରତର ବିକାଶ ଦର ଏତେ କମ ହେବା ଯୋଗୁ ତାହା ବିଶ୍ୱ ବିକାଶ ଦରକୁ ମଧ୍ୟ ତଳକୁ ଟାଣି ନେଇଛି ବୋଲି ରିପୋର୍ଟରେ କୁହାଯାଇଛି । ଅବଶ୍ୟ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ବିକାଶ ଦର ସାମାନ୍ୟ ବୃଦ୍ଧି ପାଇ ୫.୮ ପ୍ରତିଶତ ହେବାର ସମ୍ଭାବନା ଥିବା ବେଳେ  ୨୦୨୧-୨୨ ଆର୍ଥିକ ବର୍ଷରେ ତାହା ଆଉ ଅଳ୍ପ ବୃଦ୍ଧି ପାଇ ୬.୫ ପ୍ରତିଶତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଗତ ବର୍ଷ ଠିକ ଏହି ସମୟରେ ଆଇଏମଏଫ ଦ୍ୱାରା ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଭାରତର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିକାଶ ଦର ୭.୫ ପ୍ରତିଶତ ରହିବ ବୋଲି କୁହାଯାଇଥିଲା । ବିଶ୍ୱର ସର୍ବତ୍ର ଅର୍ଥନୈତିକ ସ୍ଥିତି ନିମ୍ନମୁଖୀ ହେଉଥିବା ବେଳେ ଭାରତ ତାର ବିକାଶ ଦରକୁ କେବଳ ଯେ ଊର୍ଦ୍ଧ୍ୱମୁଖୀ କରି ରଖ...