Skip to main content

Posts

Showing posts from March, 2018

ଗୋଟିଏ ବିସ୍ମୃତ ମେଳିର କଥା

ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନର ଶ୍ରେୟ ନେବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଓଡିଶାର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ୧୯୧୭ ମସିହାରେ ସଂଘଟିତ ଏପରି ଏକ ବିଦ୍ରୋହ, ଯଦ୍ଦ୍ଵାରା ଆନ୍ତର୍ଜାତୀୟ ସ୍ତରରେ ଇଂରେଜ ସରକାର ନିନ୍ଦିତ ହେବାର ସମ୍ଭାବନା ଥିଲା, ତା’ର ଶହେ ବର୍ଷ ପାଳନକୁ ସମସ୍ତେ ସତେ ଯେମିତି ସହଜରେ ପାଶୋରି ଦେଇଛନ୍ତି l ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଇଂରେଜମାନଙ୍କ ବଳପୂର୍ବକ ସୈନ୍ୟସଂଗ୍ରହକୁ ବିରୋଧ କରି ଭାରତରେ ହୋଇଥିବା ଦୁଇଟି ବିଦ୍ରୋହ ଭିତରୁ ମୟୂରଭଞ୍ଜର ଆଦିବାସୀଙ୍କ ଦ୍ଵାରା ହୋଇଥିବା ଏହି ମେଳି ଥିଲା ଅନ୍ୟତମ l ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଯୁଦ୍ଧକ୍ଷେତ୍ରରେ ଲଢୁଆ ସୈନ୍ୟ (କମ୍ଵାଟାଣ୍ଟ)ଙ୍କ ସହିତ ଅଣଲଢୁଆ ସୈନ୍ୟ (ନନ କମ୍ଵାଟାଣ୍ଟ)ଙ୍କ ଆବଶ୍ୟକତା ପଡୁଥିଲା l ଏମାନଙ୍କୁ ଚିକିତ୍ସା, ଗମନାଗମନ, ଅସ୍ତ୍ରଶସ୍ତ୍ର ରକ୍ଷଣାବେକ୍ଷଣ ଠାରୁ ଆରମ୍ଭ କରି ରୋଷେଇ, ପାଣି ବୁହା, କମାର, ମୋଚି, ମେହେନ୍ତର, ମାଲବୁହା ଆଦି ବିଭିନ୍ନ ବେସାମରିକ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା l ପୂର୍ବେ ଭାରତୀୟ ସେନାର ସ୍ଥାୟୀ ଅଙ୍ଗ ନଥିବା ‘କୁଲି କୋର’ ଜରିଆରେ ଏହି ସବୁ କାମ କରାଯାଉଥିଲା l ୧୯୧୧ ମସିହାର ଇଣ୍ଡିଆନ ଆର୍ମି ଆକ୍ଟ ଅନୁଯାୟୀ ସ୍ଵତନ୍ତ୍ର ଭାବେ ‘ଇଣ୍ଡିଆନ ଲେବର କୋର’ ଓ ‘ଇଣ୍ଡିଆନ ପୋର୍ଟର କୋର’ ଗଠିତ ହେଲା l ୧୯୧୪ ମସିହାରେ ପ୍ରଥମ ବିଶ୍ଵଯୁଦ୍ଧ