ଗତ ଗଣତନ୍ତ୍ର ଦିବସରେ ଭୁବନେଶ୍ୱରର ଏକ କଲ୍ୟାଣ ମଣ୍ଡପରେ ଦୁଇ ସମ୍ପନ୍ନ ପରିବାରର ଉଚ୍ଚଶିକ୍ଷିତ ବରକନ୍ୟା ମାନବବାଦୀ ଓ ହେତୁବାଦୀ ମତାଦର୍ଶରେ ଅଗ୍ନିକୁ ସାକ୍ଷୀ ରଖି ନୁହେଁ ବରଂ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଲେ । ତାହା ଅନେକଙ୍କ ପାଇଁ ଉତ୍ସୁକତାର ବିଷୟ ହୋଇଥିଲେ ମଧ୍ୟ ସେଠାରେ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ଉପ ସ୍ଥି ତ ଥିବା ପ୍ରାୟ ସମସ୍ତେ ଏହି ନିଆରା ବିବାହର ଆନନ୍ଦ ନେବା ସହ ସେମାନଙ୍କ ଏହି ଉନ୍ନତ ଚିନ୍ତାଧାରା ପାଇଁ ସାଧୁବାଦ ଜଣାଇଥିଲେ । ସବୁଠାରୁ ବଡ କଥା ହେଲା ପାରମ୍ପରିକ ଭାବେ ବିବାହ କର୍ମକାଣ୍ଡ ସମ୍ପାଦନ ପାଇଁ କୌଣସି ପୁରୋହିତ ନଥିଲେ କି ମନ୍ତ୍ରୋଚ୍ଚାରଣ ହୋଇ ନଥିଲା । ଦୁଇ ଜଣ ବୟୋଜ୍ୟେଷ୍ଠ ହେତୁବାଦୀଙ୍କ ଦ୍ୱାରା ଉଭୟ ବର କନ୍ୟାଙ୍କୁ ସମ୍ବିଧାନକୁ ସାକ୍ଷୀ ରଖି ଏକ ଶପଥ ପାଠ କରାଯାଇଥିଲା, ଯାହାର ପ୍ରାରୂପ ଏହି ପ୍ରକାରେ- “ଆମେ ଆଜି ଗଣତନ୍ତ୍ର ଦିବସ ଆମର ବିବାହ ଉତ୍ସବ ଅବସରରେ ସମ୍ବିଧାନକୁ ଛୁଇଁ ଶପଥ କରୁଛୁ ଯେ ଆଜିଠାରୁ ପତି-ପତ୍ନୀ ଭାବରେ ଆମେ ଦାମ୍ପତ୍ୟ ଜୀବନ ଆରମ୍ଭ କରୁଛୁ । ଆମେ ଘୋଷଣା କରୁଛୁ ଯେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ପରସ୍ପର ପ୍ରତି ଅନୁରକ୍ତ ଓ ବିଶ୍ୱସ୍ତ ରହି ପାରିବାରିକ ଓ ସାମାଜିକ ଜୀବନ ସୁଚାରୁ ରୂପେ ଅତିବାହିତ କରିବୁ । ଅମେ ଉଭୟେ ଉଭୟଙ୍କ ସ୍ୱାଧୀନତା ଓ ସ୍ୱତନ୍ତ୍ର ବ୍ୟକ୍ତିତ୍ୱକୁ ଯଥାରୀତି ସମ୍ମାନ ଦେଇ ଜୀବନସାଥୀ ଭାବେ ଜ...