Skip to main content

Posts

Showing posts from October, 2022

ପରିବେଶଗତ ପ୍ରଦର୍ଶନ ସୂଚକାଙ୍କରେ ଭାରତର ସ୍ଥିତି

ବିଶ୍ୱ ଅର୍ଥନୈତିକ ଫୋରମ ଦ୍ୱାରା ୟେଲ ବିଶ୍ୱବିଦ୍ୟାଳୟ ଓ କଲମ୍ୱିଆ ବିଶ୍ୱବିଦ୍ୟାଳୟ ସହଯୋଗରେ ପ୍ରତି ଦୁଇ ବର୍ଷରେ ଥରେ ପ୍ରକାଶ ପାଉଥିବା ‘ପରିବେଶଗତ ପ୍ରଦର୍ଶନ ସୂଚକାଙ୍କ’ (ଏନଭାଇରନମେଣ୍ଟାଲ ପରଫର୍ମାନ୍ସ ଇଣ୍ଡେକ୍ସ ବା ଇପିଆଇ)ର ୨୦୨୨ରେ ପ୍ରକାଶିତ ରିପୋର୍ଟରେ ୧୮୦ଟି ଦେଶର ତାଲିକାରେ ଭାରତ ସବା ତଳେ ରହିଛି । ୧୧ଟି ବର୍ଗରେ ସ୍ଥାନିତ ଭିନ୍ନ ଭିନ୍ନ ୪୦ଟି ପ୍ରଦର୍ଶନ ସୂଚକକୁ ବ୍ୟବହାର କରି ଜଳବାୟୁ ପରିବର୍ତ୍ତନର ପ୍ରଶମନ, ପରିବେଶଗତ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ପରିମଣ୍ଡଳୀୟ ପ୍ରାଣଶକ୍ତିର ବୃଦ୍ଧି (ଇକୋସିଷ୍ଟମ ଭାଇଟାଲିଟି) ଭଳି ତିନୋଟି ଲକ୍ଷ୍ୟ ହାସଲ କରିବା ଲାଗି ବିଭିନ୍ନ ଦେଶ କରିଥିବା ପ୍ରୟାସ ଆଧାରରେ ପ୍ରସ୍ତୁତ ପରିବେଶଗତ ପ୍ରଦର୍ଶନ ସୂଚକାଙ୍କରେ ସବୁ ଦେଶର ସ୍ଥିତି ନିର୍ଦ୍ଧାରଣ କରି ଦେଶଗୁଡିକର ସ୍ଥାନ ନିର୍ଦ୍ଧାରିତ ହୋଇଥାଏ । ସେହି କ୍ରମରେ ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ଗୋଟିଏ ବର୍ଗର ୯ଟି ସୂଚକ, ପରିବେଶଗତ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବାୟୁର ଗୁଣବତ୍ତା, ବର୍ଜ୍ୟ ପରିଚାଳନା, ଜଳ ଓ ପରିମଳ ବ୍ୟବସ୍ଥା, ଭାରି ଧାତବ (ହେଭି ମେଟାଲ) ଭଳି ୪ଟି ବର୍ଗର ୧୨ଟି ସୂଚକ ଓ ପରିମଣ୍ଡଳୀୟ ପ୍ରାଣଶକ୍ତି ବୃଦ୍ଧି ପାଇଁ ଜୈବ ବିବିଧତା ଓ ପ୍ରାକୃତିକ ବାସସ୍ଥଳୀ, ପରିମଣ୍ଡଳୀୟ ସେବା, ମତ୍ସ୍ୟ, କୃଷି, ଏସିଡ ବର୍ଷା, ଜଳ ଉତ୍ସ ପରି ୬ଟି ବର୍ଗର ୧୮ଟି ସୂଚକରେ ତଥ୍ୟ ସଂଗ୍ରହ କରି ପ୍ରତ୍ୟେକ ଦେଶର ପ୍ରଦର୍ଶନ ଆଧାରରେ ଅଙ୍

ବାବାସାହେବଙ୍କ ‘ଭୀମ ପ୍ରତିଜ୍ଞା’

ଅକ୍ଟୋବର ୫, ୨୦୨୨ରେ ବୌଦ୍ଧ ଧର୍ମକୁ ଧର୍ମାନ୍ତରିତ ହେଉଥିବା କିଛି ଦଳିତଙ୍କ ଏକ ଦୀକ୍ଷା ଗ୍ରହଣ ସମାରୋହରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ମଞ୍ଚରେ ଉପସ୍ଥିତ ଥିଲା ବେଳେ ସେମାନଙ୍କୁ ଯେଉଁ ୨୨ଟି ପ୍ରତିଜ୍ଞା ପ୍ରଦାନ କରାଯାଇଥିଲା ସେଥିରେ ହିନ୍ଦୁ ବିରୋଧୀ ମନ୍ତବ୍ୟମାନ ଥିବାରୁ ତାହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ବ୍ୟାହତ କରୁଛି ବୋଲି କୁହାଗଲା । ବିଜେପି ସମେତ କିଛି ହିନ୍ଦୁ ସଂଗଠନ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ । ମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବାରୁ ଏହା ଏକ ସୁଚିନ୍ତିଚ ଷଡଯନ୍ତ୍ର ବୋଲି ଦର୍ଶାଇ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରାଗଲା । କ୍ଷୋଭର ବିଷୟ ଯେ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ମଧ୍ୟ ୨୨ଟି ପ୍ରତିଜ୍ଞା ମଧ୍ୟରୁ କେବଳ ପ୍ରଥମ ୩ଟିକୁ ବାରମ୍ୱାର ପ୍ରସାରିତ କରି ତାହା ହିନ୍ଦୁ ବିରୋଧୀ ବୋଲି ଜନମାନସରେ ପ୍ରତିଷ୍ଠା କରିବାକୁ ପ୍ରୟାସ କରାଗଲା । ରାଜେନ୍ଦ୍ର ଗୌତମ ନିଜେ ଜଣେ ବୌଦ୍ଧ ଧର୍ମାବଲମ୍ୱୀ ହୋଇଥିବାରୁ ସେହି ମଞ୍ଚରେ ସେ ଉପସ୍ଥିତ ରହିବା କିଛି ଅବାଞ୍ଛିତ ବା ଅନୈତିକ କାର୍ଯ୍ୟ ନୁହେଁ । ତେବେ ଚାପର ବଶବର୍ତ୍ତୀ ହୋଇ ଶେଷରେ ତାଙ୍କୁ ଅକ୍ଟୋବର ୯, ୨୦୨୨ରେ ଇସ୍ତଫା ପ୍ରଦାନ କରିବାକୁ ହେଲା । ଆଗାମୀ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନରେ ହିନ୍ଦୁ ମତଦାତାଙ୍କ ଉପରେ ଏହାର ସମ୍ଭାବ୍ୟ କୁପ୍ରଭାବର ଆଶଙ୍କାରେ ରାଜେନ୍ଦ୍ର ଗୌତମଙ୍କ ସପକ୍ଷରେ ଆମ ଆଦମୀ ପାର୍ଟି ଯେଉଁଭଳି ବାହ

ଡିଜିଟାଲ ବିଷ ବଳୟରୁ ମୁକ୍ତି

ଭାରତରେ ମୋବାଇଲ ଫୋନର ବ୍ୟବହାର ବଢି ଚାଲିଛି । ମୋବାଇଲ ଡାଟା ଓ ଆନାଲିଟିକ ସଂସ୍ଥା ‘ଆପ ଆନି’ ତରଫରୁ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ୨୦୨୧ରେ ଭାରତୀୟମାନେ ଦୈନିକ ହାରାହାରି ୪.୭ ଘଣ୍ଟା ମୋବାଇଲରେ ବିତାଇଛନ୍ତି । କୋଭିଡ ପୂର୍ବରୁ ୨୦୧୯ରେ ଏହା ଦୈନିକ ୩.୭ ଘଣ୍ଟା ଥିଲା । ସୁତରାଂ ଦୁଇ ବର୍ଷ ଭିତରେ ମୋବାଇଲ ବ୍ୟବହାର ପ୍ରାୟ ୩୭ ପ୍ରତିଶତ ବୃଦ୍ଧି ପାଇଛି । ଭାରତୀୟମାନେ ମୋବାଇଲରେ ସମୁଦାୟ ୬୬,୫୦୦ କୋଟି ଘଣ୍ଟା ଅତିବାହିତ କରିଥିବାରୁ ବ୍ରାଜିଲ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ ଓ ମେକ୍ସିକୋ ପଛକୁ ସମଗ୍ର ବିଶ୍ୱରେ ଭାରତ ପଞ୍ଚମ ସର୍ବାଧିକ ମୋବାଇଲ ବ୍ୟବହାରକାରୀ ଦେଶ ରୂପେ ଉଭା ହୋଇଛି । ଉଲ୍ଲେଖଯୋଗ୍ୟ ଯେ ବିଶ୍ୱବାସୀ ଦୈନିକ ହାରାହାରି ୩.୨୫ ଘଣ୍ଟା ମୋବାଇଲ ବ୍ୟବହାର କରୁଥିବା ବେଳେ ଭାରତୀୟମାନେ ତା’ଠାରୁ ପ୍ରାୟ ଦେଢଗୁଣ ଅଧିକ ବ୍ୟବହାର କରୁଛନ୍ତି । ଭାରତୀୟମାନେ ଦିନର ଯେତିକି ସମୟ ଜାଗ୍ରତ ରହୁଛନ୍ତି ତା’ର ପ୍ରାୟ ଏକ-ତୃତୀୟାଂଶ ସମୟ ମୋବାଇଲରେ ବିତୁଛି । ସେହିପରି ଭାରତୀୟମାନେ ଦୈନିକ ହାରାହାରି ୩.୫ ଘଣ୍ଟା ଟିଭି ଦେଖାରେ ବିତାଉଛନ୍ତି ଏବଂ କମ୍ପ୍ୟୁଟର ଜାଣିଥିବା ଲୋକଙ୍କର କମ୍ପ୍ୟୁଟର ଆଗରେ ଯଥେଷ୍ଟ ସମୟ ଅତିବାହିତ ହେଉଛି । ଫଳରେ ପରିବାର ଓ ପରିଜନଙ୍କ ସହ ଦୁଇ ପଦ କଥା ହେବା ପାଇଁ ବା ହସଖୁସିରେ ସମୟ ବିତାଇବା ପାଇଁ ଲୋକଙ୍କ ପାଖରେ ଆଉ ବଳକା ସମୟ ରହୁନାହିଁ । ଇଲେକ୍ଟ୍ରୋନିକ ଉପକରଣର ବ୍ୟବହାର ଯେତିକି ବଢୁଛି ସମ

ଘୃଣାପୂର୍ଣ୍ଣ ସମ୍ଭାଷଣ ଓ ଟିଭି ଆଙ୍କରଙ୍କ ଗୁରୁଦାୟିତ୍ୱ

ସାରା ବିଶ୍ୱରେ ସାମ୍ୱାଦିକତାର ସ୍ଥିତିକୁ ଦର୍ଶାଇ ଗତ କୋଡିଏ ବର୍ଷ ଧରି ପ୍ରତି ବର୍ଷ ‘ରିପୋର୍ଟର୍ସ ଉଇଦାଉଟ ବୋର୍ଡରସ୍’ (ଆରଏସଏଫ) ସଂସ୍ଥା ଦ୍ୱାରା ପ୍ରକାଶ ପାଇଆସୁଥିବା ‘ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କ’ର ୨୦୨୨ ସଂସ୍କରଣ ଅନୁଯାୟୀ ୧୮୦ଟି ଦେଶର ତାଲିକାରେ ଭାରତର ସ୍ଥାନ ୧୫୦ରେ । ଗତ ବର୍ଷ ତୁଳନାରେ ଭାରତ ଆହୁରି ୮ଟି ସ୍ଥାନ ତଳକୁ ଖସି ଆସିବା ବାସ୍ତବିକ ଚିନ୍ତାଜନକ । ତେବେ ପ୍ରାୟତଃ ନିଜ ସ୍ୱାଧୀନତା ହରାଇ ସାରିଥିବା ଗଣମାଧ୍ୟମ, ବିଶେଷ କରି ଅଧିକାଂଶ ମୁଖ୍ୟସ୍ରୋତର ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ, ଏବେ ଘୃଣା ସମ୍ଭାଷଣ ପ୍ରସାରଣର ମୁଖ୍ୟ ମାଧ୍ୟମ ପାଲଟିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ନିଜ ଚ୍ୟାନେଲର ଟିଆରପି ବଢାଇବା ପାଇଁ ପ୍ରତି ସଂଧ୍ୟାର ପ୍ରାଇମ୍ ଟାଇମରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବିବାଦୀୟ ବିଷୟବସ୍ତୁ ଉପରେ ଆଲୋଚନାମାନ ଆୟୋଜନ କରି ଇଚ୍ଛାକୃତ ଭାବେ ଏମିତି କିଛି ଆଲୋଚକଙ୍କୁ ଆମନ୍ତ୍ରିତ କରିବାକୁ ପଛାଉନାହାନ୍ତି ଯେଉଁମାନେ ଟିଭି ଆଲୋଚନାକୁ ଗାଁ ଦାଣ୍ଡର ଝଗଡା ସ୍ତରକୁ ଖସାଇବାରେ ପାରଙ୍ଗମ । ଟିଭିରେ ଏ ଭଳି ଘୃଣାପୂର୍ଣ୍ଣ ସମ୍ଭାଷଣ ଚାଲିଥିବା ବେଳେ ଟିଭି ଆଙ୍କରମାନେ ତାହା ନିୟନ୍ତ୍ରଣକୁ ଆଣିବା ଲାଗି ଆନ୍ତରିକତା ପ୍ରଦର୍ଶନ କରିବା ତ ଦୂରର କଥା ବରଂ ସ୍ଥଳ ବିଶେଷରେ ତା'ର ମଜା ନେଉଥିବା ଦେଖାଯାଉଛି । ଏ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି ଅବସରରେ ସେପ୍ଟେମ୍ୱର ୨୧, ୨୦୨୨ରେ

ଭାରତୀୟ ଔଷଧର ବିଶ୍ୱସନୀୟତାରେ କଳାଦାଗ

ମେଡେନ ଫାର୍ମାସିଉଟିକାଲସ୍ ଲିମିଟେଡ ଦ୍ୱାରା ପ୍ରସ୍ତୁତ ୪ଟି ଥଣ୍ଡା ଓ କଫ ସିରପ୍ ପାଇଁ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ଔଷଧର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗି ଦେଶ ନିନ୍ଦିତ ହୋଇଛି । ଏହି ଔଷଧ ସେବନ କରି ପଶ୍ଚିମ ଆଫ୍ରିକାର ଏକ କ୍ଷୁଦ୍ର ଦେଶ ଗାମ୍ୱିଆରେ ୬୬ ଜଣ ଶିଶୁଙ୍କ ଅକାଳ ବିୟୋଗର ଅଭିଯୋଗ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ତରଫରୁ ଏହି ଔଷଧଗୁଡିକର ସମ୍ଭାବ୍ୟ କ୍ଷତିକାରକ ପ୍ରଭାବ ନେଇ ସେପ୍ଟେମ୍ୱର ୨୯, ୨୦୨୨ରେ ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କୁ ସତର୍କ କରିଦିଆଯାଇଥିଲା । ଏହି ଔଷଧ ଗାମ୍ୱିଆ ବ୍ୟତୀତ ବିଶ୍ୱର ଅନ୍ୟ ଦେଶମାନଙ୍କୁ ଯୋଗାଇ ଦିଆଯାଇଥିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ‘ହୁ’ ତରଫରୁ କୁହାଯାଇଥିଲା । “ଏହି ଉତ୍ପାଦଗୁଡିକ ଯୋଗୁଁ ଶିଶୁମାନଙ୍କର ଯେଉଁ ଜୀବନହାନି ହେଲା ତାହା ସମ୍ପୃକ୍ତ ପରିବାରଗୁଡିକ ଲାଗି ହୃଦୟ ବିଦାରକ ଅଟେ” ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡିରେକ୍ଟର ଜେନେରାଲ କ୍ଷୋଭ ପ୍ରକାଶ କଲେ । ଔଷଧ ନିର୍ମାତାମାନେ ସେମାନଙ୍କ ଉତ୍ପାଦର ଗୁଣବତ୍ତା ଓ ସେଗୁଡିକ କେତେ ସୁରକ୍ଷିତ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଗ୍ୟାରେଣ୍ଟି ପ୍ରଦାନ କରିବାର ପ୍ରାବଧାନ ଥିଲେ ମଧ୍ୟ ଏହି ଉତ୍ପାଦଗୁଡିକ ପାଇଁ ସମ୍ପୃକ୍ତ ନିର୍ମାତା ଆଜି ଯାଏଁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କୌଣସି ଗ୍ୟାରେଣ୍ଟି ପ୍ରଦାନ କରି ନାହାନ୍ତି ବୋଲି ଜଣାପଡିଛ

ଅର୍ଥନୈତିକ ପକ୍ଷପାତିତାରେ ଆକ୍ରାନ୍ତ ଭାରତୀୟ ଅର୍ଥନୀତି

ଦୁଇଟି କାପୁଚିନ ପ୍ରଜାତିର ମାଙ୍କଡଙ୍କ ଉପରେ ପ୍ରାଣୀ ବିଜ୍ଞାନୀ ସାରା ବ୍ରୋସନାନ ଓ ଫ୍ରାନ୍ସ ଡି ୱାଲ କରିଥିବା ଏକ ପରୀକ୍ଷାରୁ ବେଶ ମଜାଦାର ଫଳ ମିଳିଥିଲା । ଏହି ପ୍ରଜାତିର ମାଙ୍କଡମାନଙ୍କୁ କାକୁଡି ବା ଅଙ୍ଗୁର ଦେଲେ ସେମାନେ ତାହା ଆନନ୍ଦରେ ଖାଇଥାଆନ୍ତି, ତେବେ ଅଙ୍ଗୁର ପ୍ରତି ସେମାନଙ୍କର ଅଧିକ ଆକର୍ଷଣ ଥାଏ । ବର୍ଣ୍ଣିତ ପରୀକ୍ଷାରେ ଦୁଇଟି ମାଙ୍କଡଙ୍କୁ କିଛି ଟୋକନ ଦିଆଗଲା ଓ ପ୍ରତି ଥର ସେମାନେ ଗୋଟିଏ ଲେଖାଏଁ ଟୋକନ ଫେରାଇଲେ ତାଙ୍କୁ କିଛି ଖାଦ୍ୟ ଦିଆଯାଉଥିଲା । ପ୍ରଥମ ମାଙ୍କଡଟିକୁ ପ୍ରଥମ ଟୋକନ ବଦଳରେ କାକୁଡିଟିଏ ଦିଆଗଲା ଓ ସେ କାକୁଡିଟିକୁ ଆନନ୍ଦରେ ଖାଇଲା । ଏକା ଟୋକନ ବଦଳରେ ଆର ମାଙ୍କଡଟିକୁ ଅଙ୍ଗୁର ଦିଆଯାଉଥିବାର ସେ ଦେଖିପାରିଲା । ଦ୍ୱିତୀୟ ଥର ପ୍ରଥମ ମାଙ୍କଡଟିକୁ ଟୋକନ ବଦଳରେ ପୁଣି କାକୁଡି ଦିଆଯିବାରୁ ସେ ତାକୁ ଗ୍ରହଣ ନ କରି ବିରୋଧ କରିଥିଲା । ଏଥିରୁ ସ୍ପଷ୍ଟ ହେଲା ଯେ ମାଙ୍କଡମାନେ ମଧ୍ୟ ପକ୍ଷପାତିତାକୁ ଘୃଣା କରନ୍ତି ଓ ତାକୁ ବିରୋଧ ମଧ୍ୟ କରିଥାଆନ୍ତି । ମନସ୍ତତ୍ତ୍ୱବିଦମାନେ ଏହି ପ୍ରତିକ୍ରିୟାକୁ ‘ଅହିତକର ଅସମାନତାର ବିରୋଧ’ (ଡିସଆଡଭାଣ୍ଟେଜିଅସ୍-ଇନଇକୁଇଟି ଆଭର୍ସନ) ବୋଲି କହିଥାଆନ୍ତି । ତେଣୁ ମଣିଷମାନେ ପକ୍ଷପାତିତାର ଶିକାର ହେଲେ ସେମାନଙ୍କଠାରେ ଯେ କେତେ ଅଧିକ ପ୍ରତିକ୍ରିୟା ପ୍ରକାଶ ପାଇଥାଏ, ତାହା ସହଜରେ ଅନୁମେୟ । ସମାନ ସାମର୍ଥ୍ୟ ଓ ପ୍ରତିଭା ଥିବା ବ୍ୟକ୍ତିଙ୍କ ପ୍ରତି ଭିନ୍ନ ଭି

ଅବିବାହିତାଙ୍କର ଗର୍ଭପାତ ଅଧିକାର

ସାରା ବିଶ୍ୱରେ ସେପ୍ଟେମ୍ୱର ୨୮ ଦିନଟିକୁ ‘ଅନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ’ ରୂପେ ପାଳନ କରାଯାଇଥାଏ । ସେହି ଦୃଷ୍ଟିରୁ ସେପ୍ଟେମ୍ୱର ୨୯, ୨୦୨୨ରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ଅବିବାହିତା ମହିଳାଙ୍କ ସୁରକ୍ଷିତ ଗର୍ଭପାତ ଅଧିକାର ସମ୍ପର୍କରେ ଦେଇଥିବା ରାୟଟି ହୁଏତ କାକତାଳୀୟ ମନେ ହୋଇପାରେ, ତେବେ ଏହା ଏକ ଯୁଗାନ୍ତକାରୀ ତଥା ଦୂରଦର୍ଶୀ ରାୟ ରୂପେ ବିଭିନ୍ନ ମହଲରେ ପ୍ରଶଂସିତ ହେଉଛି । ସବୁ ସମୟରେ ଗର୍ଭପାତ ଏକ ବିବାଦୀୟ ବିଷୟ ହୋଇ ରହିଆସିଛି । ଏହା ଏକ ବ୍ୟକ୍ତିଗତ ପ୍ରସଙ୍ଗ ହୋଇଥିଲେ ବି ଗର୍ଭପାତକୁ ନେଇ ସାଧାରଣ ଲୋକଙ୍କ ମନୋଭାବ ନୈତିକ, ଆବେଗିକ, ଧାର୍ମିକ, ରାଜନୈତିକ ବିଶ୍ୱାସ ଉପରେ ପର୍ଯ୍ୟବସିତ ହୋଇଥାଏ । ଗର୍ଭପାତରେ ମାଆର ସ୍ୱାସ୍ଥ୍ୟ ସୁରକ୍ଷାର ଅଧିକାର ଓ ଅଜାତ ଶିଶୁର ଜୀବନ ଜୀଇଁବାର ଅଧିକାର ଭଳି ଦୁଇଟି ଅବିଚ୍ଛେଦ୍ୟ ଅଧିକାର ପରସ୍ପରର ମୁହାଁମୁହିଁ ହୋଇଥାଆନ୍ତି, ଯେଉଁଥିପାଇଁ ଗର୍ଭପାତକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାର ଆଇନ ରହିଛି । ଏବେ ମଧ୍ୟ ବିଶ୍ୱର ୨୪ଟି ଦେଶରେ ଗର୍ଭପାତ ସମ୍ପୂର୍ଣ୍ଣ ରୂପେ ବେଆଇନ ହୋଇଥିବା ବେଳେ ଯେଉଁ ସବୁ ଦେଶରେ ଏହା ବୈଧ ସେଠାରେ ମଧ୍ୟ ଗର୍ଭଧାରଣର ୨୪ ସପ୍ତାହ ପରେ ଗର୍ଭପାତ ଲାଗି ଅନୁମତି ମିଳି ନ ଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଗର୍ଭପାତ ଅବୈଧ ଥିବା ଦେଶମାନଙ୍କରେ ମଧ୍ୟ ମହ

Archive

Show more