Skip to main content

Posts

Showing posts from January, 2024

ଗ୍ରାମାଞ୍ଚଳରେ ଶିକ୍ଷାର ବିକଳ ଚିତ୍ର

ଦେଶର ଗ୍ରାମାଞ୍ଚଳରେ ୧୪ରୁ ୧୮ ବର୍ଷ ବୟସ ବର୍ଗର ପ୍ରାୟ ୨୫ ପ୍ରତିଶତ ଯୁବକ ଯୁବତୀ ଆଞ୍ଚଳିକ ଭାଷାରେ ଦ୍ୱିତୀୟ ଶ୍ରେଣୀର ପାଠକୁ ଠିକ୍ ରୂପେ ପଢ଼ି ପାରୁ ନଥିବା ବେଳେ ପ୍ରାୟ ୫୦ ପ୍ରତିଶତ ଇଂରେଜୀ ବାକ୍ୟ ପଢ଼ିପାରନ୍ତି ନାହିଁ । ଏକ ଅଣସରକାରୀ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏଭଳି  ବିକଳ ଚିତ୍ରଟିଏ ସାମନାକୁ ଆସିବା ପରେ ଦେଶର ଗ୍ରାମାଞ୍ଚଳରେ ଶିକ୍ଷା ଓ ଶିକ୍ଷଣର ବାସ୍ତବ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ ପାଇବା ସ୍ୱାଭାବିକ । ଉଚିତ ଢଙ୍ଗରେ ମାନବ ସମ୍ୱଳର ବିକାଶ ନହେଲେ ଦେଶର ଅର୍ଥନୈତିକ ବିକାଶର ଲକ୍ଷ୍ୟ ଯେ ପୂରଣ ହେବା କଷ୍ଟକର ହେବ ତାହା ଅନସ୍ୱୀକାର୍ଯ୍ୟ । ତେଣୁ ରିପୋର୍ଟରେ ଶିକ୍ଷା ଓ ଶିକ୍ଷଣର ସ୍ଥିତିକୁ ଦର୍ଶାଇ ଆଉ ଯେଉଁ ସବୁ ବିନ୍ଦୁଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି ସେଗୁଡ଼ିକୁ ଜାଣିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେହି ଦୁର୍ବଳତାଗୁଡ଼ିକର ନିରାକରଣ ଲାଗି ସମୟବଦ୍ଧ ଭାବେ ଉଚିତ ପଦକ୍ଷେପ ଗ୍ରହଣ କରିବା ମଧ୍ୟ ତତୋଧିକ ମହତ୍ତ୍ୱପୂର୍ଣ୍ଣ ।         ‘ପ୍ରଥମ’ ନାମକ ଅଣସରକାରୀ ସଂଗଠନ ଦ୍ୱାରା ଗତ ଦୁଇ ଦଶନ୍ଧି ଧରି ଶିକ୍ଷାର ସ୍ଥିତିକୁ ନେଇ ଏକ ବାର୍ଷିକ ରିପୋର୍ଟ (ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ - ଅସର) ପ୍ରସ୍ତୁତ ହୋଇଆସୁଛି । ସଦ୍ୟ ଉନ୍ମୋଚିତ ‘ଅସର ରିପୋର୍ଟ-୨୦୨୩’ ଦେଶର ୨୬ଟି ରାଜ୍ୟର ୨୮ଟି ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ୧୪-୧୮ ବର୍ଷ ବୟସ ବର୍ଗର ପ୍ରାୟ ୩୫ ହଜାର କିଶୋର କିଶୋରୀଙ୍କ

ଦୂରେଇ ଯାଉଛି ଆଉ ଏକ ପଡ଼ୋଶୀ ରାଷ୍ଟ୍ର

ମାଲଦିଭ ବା ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତାଙ୍କ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଭାରତକୁ ତାଙ୍କ ଦେଶରୁ ସୈନ୍ୟ ପ୍ରତ୍ୟାହାର କରିବା କଥା ଦୋହରାଇ ସାରିଲେଣି ।  ଭାରତ ତା’ର ସୈନ୍ୟ ପ୍ରତ୍ୟାହାର ନ କଲେ ତାହା ମାଲଦିଭ ଜନତାଙ୍କ ଗଣତାନ୍ତ୍ରିକ ଆକାଂକ୍ଷାର ଅସମ୍ମାନ ହେବା ସହ ସେଠାକାର ଗଣତାନ୍ତ୍ରିକ ଭବିଷ୍ୟତକୁ ବିପନ୍ନ କରିବ ବୋଲି ସେ ଆଶଙ୍କା କରିଛନ୍ତି । ସଦ୍ୟ ଅନୁଷ୍ଠିତ ନିର୍ବାଚନର ଫଳାଫଳ ମାଧ୍ୟମରେ ମାଲଦିଭ ଜନତା ତାଙ୍କ ଦେଶରେ କୌଣସି ପ୍ରକାର ବିଦେଶୀ ସାମରିକ ଉପସ୍ଥିତିକୁ ଅଗ୍ରାହ୍ୟ କରିଛନ୍ତି । ତେଣୁ ଜନମତକୁ ସମ୍ମାନ ଜଣାଇ ଭାରତ ତୁରନ୍ତ ସାମରିକ ଉପସ୍ଥିତିକୁ ପ୍ରତ୍ୟାହାର କରୁ ବୋଲି ସେ ଅନୁରୋଧ କରିସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭାରତ ମହାସାଗରର ଏହି ଦ୍ୱୀପ ରାଷ୍ଟ୍ରରେ ସାମରିକ ଉପସ୍ଥିତି ଭାରତ ପାଇଁ କୌଶଳଗତ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ମାଲଦିଭର ଭାରତ ପ୍ରତି ଆଭିମୁଖ୍ୟରେ ପରିବର୍ତ୍ତନ ନିଶ୍ଚିତ ଭାବେ ଚିନ୍ତା ଉଦ୍ରେକକାରୀ । ଠିକ୍ ଏତିକି ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଯୋଗୁଁ ମାଲଦିଭର ପର୍ଯ୍ୟଟନ ଶିଳ୍ପ ପରୋକ୍ଷରେ ପ୍ରଭାବିତ ହେବାର ଆଶଙ୍କା କରି ସେଠାକାର ସରକାରଙ୍କ ମନ୍ତ୍ରୀ ଓ ଅନ୍ୟ କେତେକ ରାଜନୀତିଜ୍ଞ ମୋଦୀଙ୍କ ପ୍ରତି ଯେଉଁ ଭଳି ଅଶାଳୀନ ମନ୍ତବ୍ୟ ପ୍ରଦାନ କଲେ ତାହା କେବଳ ନିନ୍ଦନୀୟ ନୁହେଁ, ବରଂ ତଦ୍ଦ୍ୱାରା ଭାରତ-ମ