Skip to main content

Posts

Showing posts from January, 2019

ଚାଷଜମିର ସଙ୍କୋଚନ

କୃଷି ପ୍ରଧାନ ଦେଶ ଭାରତରେ ଚାଷ ଜମିର ପରିମାଣ ଲଗାତାର ଭାବେ ହ୍ରାସ ପାଇ ଚାଲିଥିବା ବେଳେ, ଚାଷ ଉପରେ ନିର୍ଭର କରି ଜୀବିକାର୍ଜନ କରୁଥିବା ଲୋକଙ୍କ ସଂଖ୍ୟାରେ ଆଶାନୁରୂପ ହ୍ରାସ ନ ପାଇବା ନୀତି ନିର୍ଦ୍ଧାରକମାନଙ୍କୁ ଚିନ୍ତାଗ୍ରସ୍ତ କରିବା ସ୍ୱାଭାବିକ । ଭାରତରେ ୧୯୭୦-୭୧ ମସିହାରୁ ପ୍ରତି  ପାଞ୍ଚ  ବର୍ଷରେ ଥରେ ହୋଇ ଆସୁଥିବା କୃଷି ଗଣନା (ଏଗ୍ରିକଲଚର ସେନସସ)ର ୨୦୧୫-୧୬ରେ ହୋଇଥିବା ଦଶମ ସଂସ୍କରଣର ରିପୋର୍ଟ ୨୦୧୮ରେ ପ୍ରକାଶ ପାଇଛି, ଯଦନୁସାରେ ଦେଶରେ ଜମିମାଲିକ (ଅପରେସନାଲ ହୋଲଡିଙ୍ଗ)ଙ୍କ ସଂଖ୍ୟା  ପାଞ୍ଚ  ବର୍ଷ ମଧ୍ୟରେ ୧୩.୮ କୋଟିରୁ ୫.୩୩ ପ୍ରତିଶତ ବୃଦ୍ଧି ପାଇ ୧୪.୬ କୋଟିରେ ପହ ଞ୍ଚି ଲାଣି, ଯେଉଁମାନଙ୍କ ମଧ୍ୟରେ ବ୍ୟକ୍ତିଗତ, ଯୌଥ ଓ ସରକାରୀ ଫାର୍ମ, ଚିନିକଳ, ସମବାୟ ସଂସ୍ଥା, ଟ୍ରଷ୍ଟ ଭଳି ଆନୁଷ୍ଠାନିକ ମାଲିକ ମଧ୍ୟ ଅନ୍ତର୍ଭୁକ୍ତ । ହେଲେ ଚାଷଜମିର ପରିମାଣ ୧୫.୯୫୯ କୋଟି ହେକ୍ଟରରୁ ୧.୫୩ ପ୍ରତିଶତ କମ ହୋଇ ୧୫.୭୧୪ କୋଟି ହେକ୍ଟର ହେଲାଣି । ୧୯୭୦-୭୧ରେ ଜମିମାଲିକ (ଅପରେସନାଲ ହୋଲଡିଙ୍ଗ)ଙ୍କ ନିକଟରେ ହାରାହାରି ୨.୨୮ ହେକ୍ଟର ଚାଷଜମି ଥିବା ବେଳେ ଏବେ ତାହା ପ୍ରାୟ ଅଧାକୁ ଖସି ଆସି ୧.୦୮ ହେକ୍ଟର ହେଲାଣି । ମହିଳା ଜମି ମାଲିକଙ୍କ ପ୍ରତିଶତ ୨୦୧୦-୧୧ରେ ୧୨.୭୯ ଥିବା ବେଳେ ତାହା ୨୦୧୫-୧୬ରେ ବୃଦ୍ଧି ପାଇ ୧୩.୮୭ରେ ପହଂଚିଛି, ଯାହା ବାସ୍ତବିକ ଉତ୍ସାହଜନକ । କ୍ରମାଗତ ଭାବେ ଦେଶରେ ମଧ୍ୟମ ଓ ବଡ ଧରଣର ଚା

ତରୁଣ ଭାରତର ବିଡମ୍ଵନା - ହାତରେ କାମ ନାହିଁ

ଶାସନ କ୍ଷମତାକୁ ଆସିଲା ପରେ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦେଶରେ ମୋଦି ଭାରତର ତୁଳନାତ୍ମକ ବୈଶିଷ୍ଟ୍ୟକୁ ଦର୍ଶାଇବାକୁ ଯାଇ ସର୍ବତ୍ର ତିନୋଟି ‘ଡି’ ଉପରେ ଗୁରୁତ୍ଵ ଦେଉଥିଲେ l ସେଗୁଡିକ ହେଲା ଏଠାକାର ‘ଡେମୋକ୍ରେସି’ ବା ଗଣତନ୍ତ୍ର, ‘ଡେମୋଗ୍ରାଫିକ ଡିଭିଡେଣ୍ଡ’ ବା ଜନସାଂଖ୍ୟିକୀୟ ଲାଭାଂଶ ଓ ‘ଡିମାଣ୍ଡ’ ବା ଚାହିଦା l ଭାରତର ଶକ୍ତି କୁହାଯାଉଥିବା ଏହି ତିନୋଟି ‘ଡି’ ଏବେ ବି ଅପରିବର୍ତ୍ତିତ ଥିଲେ ମଧ୍ୟ ଏଣିକି ମୋଦି କିନ୍ତୁ ସେ କଥା ଉପରେ ଆଉ ବିଶେଷ ଗୁରୁତ୍ଵ ଦେଉଥିବା ପରି ମନେ ହେଉନାହିଁ l ଗଣତନ୍ତ୍ର ତ ଆହୁରି ଅନେକ ଦେଶରେ ଅଛି l କିନ୍ତୁ ଏଠାକାର ଜନସଂଖ୍ୟାର ବିଶାଳତା ପାଇଁ ଏଠାରେ ଚାହିଦା ଏତେ ଅଧିକ ଯେ ସବୁ ଜିନିଷ ପାଇଁ ଏକ ବଡ ବଜାର ରହିଛି, ଯାହା ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ସ୍ଵାଭାବିକ l କିନ୍ତୁ ତା ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ ଭାରତ ଜନସଂଖ୍ୟାର ଅର୍ଦ୍ଧାଧିକ ତରୁଣ ହୋଇଥିବାରୁ ଭାରତକୁ ସେଥିରୁ ଜନସାଂଖ୍ୟିକୀୟ ଲାଭାଂଶ ମିଳି ଦେଶ ସମୃଦ୍ଧିଶାଳୀ ହେବାର ସମ୍ଭାବନା l ତେବେ ଜନସଂଖ୍ୟାରେ ତରୁଣଙ୍କ ପ୍ରତିଶତ ଅଧିକ ସତ୍ତ୍ଵେ ଭାରତ ଜନସାଂଖ୍ୟିକୀୟ ଲାଭାଂଶର ସୁଫଳ ନ ପାଇବାର କାରଣ ଜାଣିବାକୁ ହେଲେ ଏହା କିପରି ମିଳିଥାଏ, ତାହା ବୁଝିବାକୁ ପଡିବ l କୌଣସି ଦେଶରେ ଉଭୟ ପ୍ରଜନନ ଦର ଓ ମୃତ୍ୟୁ ହାର କମ ହେବା ଯୋଗୁ ଜନସଂଖ୍ୟାର ବୟସ ବର୍ଗରେ ହେଉଥିବା ପରିବର୍ତ୍ତନ

ଚାଷ ଋଣ ଛାଡ ନା ‘କାଳିଆ’

ଓଡିଶା ସମେତ ସାରା ଭାରତରେ ଚାଷୀ ସଂଗଠନଗୁଡିକ ଚାଷ ଋଣ ଛାଡ ପାଇଁ ଦାବି ଉଠାଇବା ଓ ବିଭିନ୍ନ ରାଜ୍ୟରେ ଋଣ ଛାଡ ଘୋଷଣା ହେବା ପରେ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଓଡିଶା ସରକାର ଚାଷ ଋଣ ଛାଡ ଘୋଷଣା କରିବାକୁ ବାଧ୍ୟ ହେବେ ବୋଲି ଅନେକଙ୍କ ଧାରଣା ଥିଲା l ଠିକ୍ ଏତିକିବେଳେ ସରକାର ଚାଷ ଋଣ ଛାଡ ନ କରି ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ ଆଣ୍ଡ ଇନକମ ଅଗମେଣ୍ଟେସନ) ଯୋଜନା ଘୋଷଣା କରିବା କେବଳ ଯେ ସମସ୍ତଙ୍କୁ ଚକିତ କଲା ତାହା ନୁହେଁ, ବରଂ ଏହା ନବୀନଙ୍କ ଆଉ ଏକ ଗୁଗଲି ବୋଲି କେହି କେହି କହିଲେ l ଋଣଛାଡ ହେଲେ ରାଜ୍ୟର ମାତ୍ର ଆଠ ଲକ୍ଷ ଚାଷୀ ଉପକୃତ ହେଉଥିବାରୁ ସରକାର ଋଣଛାଡ ପ୍ରତି ଗୁରୁତ୍ଵ ଦେଲେ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରାଗଲା l ତେବେ ସାରା ଭାରତରେ ଚାଷ ଋଣ ଛାଡ ଯୁକ୍ତି ସଙ୍ଗତ ହୋଇଥିଲା ବେଳେ ଓଡିଶାରେ ଏହା ଅଯୌକ୍ତିକ କିପରି ? ସରକାରଙ୍କ ଯୁକ୍ତି ହେଉଛି ଓଡିଶାରେ ଚାଷ ଋଣ ନେଇଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ନିୟମିତ ଭାବେ ଶତକଡା ୬୦ ଭାଗ ଚାଷୀ ଋଣ ପରିଶୋଧ କରି ଥା ନ୍ତି ଓ ଅବଶିଷ୍ଟ ୮ ଲକ୍ଷ ଚାଷୀ ଋଣ ଶୁଝି ନଥାନ୍ତି l ଏ ଯୁକ୍ତିଟି ଅର୍ଦ୍ଧ ସତ୍ୟ ଉପରେ ଆଧାରିତ l ତେଣୁ ସତ୍ୟର ନିକଟବର୍ତ୍ତୀ ହେବା ପାଇଁ ୨୦୧୭-୧୮ ବର୍ଷ ପାଇଁ ଓଡିଶା ରାଜ୍ୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ପ୍ରଦତ୍ତ ତଥ୍ୟକୁ ତର୍ଜମା କରାଯାଇପାରେ l ଚାଷୀମାନଙ୍କୁ ସାଧାରଣତଃ ଦୁଇ ପ୍ରକ

ଆରକ୍ଷଣ - ଶୂନର ଦଶ ପ୍ରତିଶତ ବି ଶୂନ

ସାଧାରଣ ବର୍ଗର ଆର୍ଥିକ ଦୃଷ୍ଟିରୁ ଅନଗ୍ରସରଙ୍କ ପାଇଁ ଏଣିକି ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଦଶ ପ୍ରତିଶତ ଆରକ୍ଷଣ ପାଇଁ ସଂସଦର ଉଭୟ ଗୃହରେ ୧୨୪ତମ ସମ୍ବିଧାନ ସଂଶୋଧନ ବିଧେୟକ ପାରିତ ହେବା ପରେ ଉଚ୍ଚ ବର୍ଗର ଅନେକ ଗରିବଗୁରୁବା ସେମାନଙ୍କ ପୁଅ ଝିଅଙ୍କୁ ସରକାରୀ ଚାକିରୀ ମିଳିବା ନେଇ ବେଶ ଆଶାବାଦୀ l ସାତ ଜାନୁଆରୀରେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟରେ ପାସ୍ ହେବା, ୮ ତାରିଖରେ ଲୋକସଭାରେ ଓ ୯ ତାରିଖରେ ରାଜ୍ୟସଭାରେ, ଏମିତି ମାତ୍ର ତିନି ଦିନ ମଧ୍ୟରେ ତରବରିଆ ଭାବେ ବିଧେୟକଟିକୁ ପାରିତ କରାଇବା ଲାଗି ସରକାର ଯେଉଁ ତତ୍ପରତା ଦେଖାଇଲେ ତାହା ସାଧାରଣତଃ ସମ୍ବିଧାନ ସଂଶୋଧନ ବିଧେୟକ କ୍ଷେତ୍ରରେ କ୍ଵଚିତ ଦେଖାଯାଇଥାଏ l ସରକାରଙ୍କ କାର୍ଯ୍ୟକାଳ ପୂରିବାକୁ ଆଉ ଅଳ୍ପ କେଇ ଦିନ ବାକି ଥିଲା ବେଳେ ଉଚ୍ଚ ବର୍ଗର ଅନଗ୍ରସରଙ୍କ ପ୍ରତି ତାଙ୍କର ହଠାତ ଏଇ ଦରଦ କାହିଁକି ବୋଲି ନିନ୍ଦୁକମାନେ ପ୍ରଶ୍ନ ଉଠାଉଥିଲେ ମଧ୍ୟ, ଯଦି ଏ ଭଳି ଏକ ବିଧେୟକ ନିଯୁକ୍ତି ଓ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସତରେ ସହାୟକ ହେବ ତେବେ ତାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିବା ଉଚିତ l ପ୍ରତି ବର୍ଷ ଶ୍ରମ ଶକ୍ତି ଭିତରକୁ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ସାଧାରଣ ବର୍ଗର ଲକ୍ଷ ଲକ୍ଷ ତରୁଣ ପ୍ରବେଶ କରୁଥିବାରୁ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରି ସେମାନଙ୍କ ଆକାଂକ୍ଷା ପୂରଣ କ୍ଷେତ୍ରରେ ଏହି ବିଧେୟକ କେତେ ଦୂର ସହାୟକ ହେବ, ତାହା ବିଚାର୍ଯ

ଦେଶ ଛେଉଣ୍ଡ ଲୋକମାନେ

ବାପା ମା ଛେଉଣ୍ଡ ପିଲାଙ୍କ ଜୀବନ ସଂଘର୍ଷର କାହାଣୀ ଶୁଣିଲେ ଆଖିକୁ ଲୁହ ଜକେଇ ଆସେ ଆଉ  ହୃଦୟଟା ଆପେ ଆପେ ବତୁରିଯାଏ l ସେମାନେ ସାହସର ସହିତ ନିଜ ନିଜ ପାନିପଥ ନିଜେ ଲଢୁଥିଲେ ବି    ସମାଜ ଓ ଦେଶ ପରୋକ୍ଷରେ ସେମାନଙ୍କ ସହାୟତା କରିଥାନ୍ତି l କିନ୍ତୁ ଯଦି କେହି ଦେଶଛେଉଣ୍ଡ (ଷ୍ଟେଟଲେସ) ହୋଇଯାଏ, ତେବେ ତାର ଦୁଃଖର ପରିସୀମା ଅକଳ୍ପନୀୟ l ବନ୍ୟା ଜଳରେ କୁଟା ଖଣ୍ଡିଏ ତଳକୁ ଭାସିଚାଲିଲା ପରି ଜୀବନ ଯାତ୍ରାରେ ନିୟନ୍ତ୍ରଣ ହରାଇ ଅସହାୟ ଭାବେ ନିମ୍ନଗାମୀ ହେବା ବ୍ୟତୀତ ତା ଆଗରେ ବିକଳ୍ପ ନଥାଏ l ତାର ଦେଶ ବୋଲି କିଛି ନଥିବା ବେଳେ ତା ସମାଜ ସମଦଶାପନ୍ନ ହୋଇଥିବାରୁ ତା ପକ୍ଷେ କାହାରିଠାରୁ ସାହାଯ୍ୟ ଆଶା କରିବା ଦୁରୁହ ହୋଇପଡିଥାଏ l ମାନବାଧିକାର ସାର୍ବଜନୀନ ଘୋଷଣା (ୟୁନିଭର୍ସାଲ ଡିକ୍ଲେୟାରେସନ ଅଫ ହ୍ୟୁମାନ ରାଇଟସ)   ଅନୁଯାୟୀ ପ୍ରତ୍ୟେକଙ୍କର କୌଣସି ଦେଶର ନାଗରିକ ହେବାର ଅଧିକାର ରହିଛି l ଦେଶଛେଉଣ୍ଡ ଲୋକଙ୍କ ସ୍ଥିତି ଓ ସମସ୍ୟା ବୁଝିବା ପାଇଁ ଜାତିସଂଘର ଶରଣାର୍ଥୀ ସଂଗଠନ ୟୁଏନଏଚସିଆର ଦ୍ଵାରା ୧୯୫୪ ମସିହାରେ ଆୟୋଜିତ ସମ୍ମିଳନୀରେ ପ୍ରସ୍ତୁତ ସଂବିଧାନର ଧାରା ୧ ଅନୁଯାୟୀ ସେହି ଲୋକକୁ ଦେଶଛେଉଣ୍ଡ ଭାବେ ଗ୍ରହଣ କରାଯିବ ଯାହାକୁ କୌଣସି ଦେଶ ତାଙ୍କ ପ୍ରଚଳିତ ଆଇନ ଅନୁସାରେ ନାଗରିକ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି l ବ୍ୟକ୍ତି ଓ ଦେଶ ମଧ୍ୟରେ ଜାତୀୟତାର ବନ୍ଧନ ହେଉଛି ଏକ ଆଇନଗତ ବନ୍ଧନ ଯଦ୍ଦ୍ଵାରା ଉ

କେତେ ସଶକ୍ତ ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳା

ଓଡିଶାରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ୭୦ ଲକ୍ଷ ମହିଳା ସଶକ୍ତ ହେବା ଏବଂ ସେମାନଙ୍କ ସ୍ୱପ୍ନ ସାକାର ହେବାର ପୃଷ୍ଠା ପୃଷ୍ଠା ବିଜ୍ଞାପନ ମାଧ୍ୟମରେ ଉଦଘୋଷଣା ପରେ ମନେ ହେଲା ଚନ୍ଦ୍ର ଅଭିଯାନର ସଫଳତା ପରେ ମିଳୁଥିବା ଆନନ୍ଦ ପରି, ବୋଧହୁଏ ‘ମିଶନ ଶକ୍ତି’ ତା ଅଭିଯାନର ଶେଷ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇ ଆନନ୍ଦିତ । ତେବେ ଓଡିଶାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର କାର୍ଯ୍ୟଶୈଳୀର ଅନୁଶୀଳନ ହିଁ ସେମାନଙ୍କ ବାସ୍ତବ ସ୍ଥିତିକୁ ଉନ୍ମୋଚିତ କରିବାରେ ସହାୟକ ହେବ ।  ଅନେକଙ୍କର ଧାରଣା ଭାରତରେ ଚାଲିଥିବା ସ୍ୱୟଂ ସହାୟକ ଆନ୍ଦୋଳନର  ଢାଞ୍ଚା  ବଙ୍ଗଳାଦେଶରୁ ଆମଦାନୀ ହୋଇଛି ଓ ସେଠାକାର ଗ୍ରାମୀଣ ବ୍ୟାଙ୍କ ମଡେଲରେ ପ୍ରସ୍ତୁତ ହୋଇଛି, ଯାହା ସମ୍ପୂର୍ଣ୍ଣ ଭୁଲ । ବିଶ୍ୱର ବିଭିନ୍ନ ସ୍ଥାନରେ ମାଇକ୍ରୋଫାଇନାନ୍ସ କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ଢଙ୍ଗରେ ଚାଲିଛି । ଭାରତରେ ଚାଲିଥିବା ମାଇକ୍ରୋଫାଇନାନ୍ସ କାର୍ଯ୍ୟକ୍ରମ ମୁଖ୍ୟତଃ ନାବାର୍ଡ ଦ୍ୱାରା ପ୍ରସ୍ତୁତ ‘ଏସଏଚଜି-ବ୍ୟାଙ୍କ ସଂଯୋଗ କାର୍ଯ୍ୟକ୍ରମ’ ଉପରେ ଆଧାରିତ, ଯାହା ବଙ୍ଗଳାଦେଶ ଗ୍ରାମୀଣ ବ୍ୟାଙ୍କ ମଡେଲଠାରୁ ଭିନ୍ନ । ୧୯୯୨ ମସିହାରେ ଆରମ୍ଭ ହୋଇଥିବା ଏହି ଏସଏଚଜି-ବ୍ୟାଙ୍କ ସଂଯୋଗ କାର୍ଯ୍ୟକ୍ରମ  ବର୍ତ୍ତମାନ  ସାରା ବିଶ୍ୱରେ ସର୍ବବୃହତ ମାଇକ୍ରୋଫାଇନାନ୍ସ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଏସଏଚଜି ଆନ୍ଦୋଳନରେ ଆରମ୍ଭରୁ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇ