Skip to main content

Posts

Showing posts from March, 2021

ବିଶ୍ୱ ନାଟ୍ୟ ଦିବସ ଓ ବ୍ରିଟିଶ ଅଭିନେତ୍ରୀ ହେଲେନ ମିରେନ

ଅନ୍ତର୍ଜାତୀୟ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ୧୯୬୨ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୨୭ ତାରିଖଟିକୁ ସାରା ବିଶ୍ୱରେ ବିଶ୍ୱ ନାଟ୍ୟ ଦିବସ ରୂପେ ପାଳିତ ହୋଇ ଆସୁଛି । ଏହି ଅବସରରେ ବିଶ୍ୱର ଜଣେ ପ୍ରତିଷ୍ଠିତ ନାଟ୍ୟ ବ୍ୟକ୍ତିତ୍ୱଙ୍କଠାରୁ ଏକ ବାର୍ତ୍ତା ସଂଗୃହୀତ ହୋଇ ତାହା ସେହି ବର୍ଷର ବିଶ୍ୱ ନାଟ୍ୟ ସନ୍ଦେଶ ଭାବେ ବିଭିନ୍ନ ଭାଷାରେ ଅନୁଦିତ ହୋଇ ପ୍ରସାରିତ ହୋଇଥାଏ । ୨୦୨୧ ମସିହାର ବିଶ୍ସ ନାଟ୍ୟ ବାର୍ତ୍ତା ପ୍ରଦାନ କରିବା ପାଇଁ ପ୍ରଖ୍ୟାତ ବ୍ରିଟିଶ ଅଭିନେତ୍ରୀ ହେଲେନ ମିରେନଙ୍କୁ ମନୋନୀତ କରାଯାଇଛି । ସେ ଦେଇଥିବା ବାର୍ତ୍ତାଟି ନିମ୍ନ ପ୍ରକାରେ : “ଜୀବନ୍ତ ପରିବେଷଣ ପାଇଁ ଏହା ଏକ ଅତି କଠିନ ସମୟ ଓ ଅନେକ କଳାକାର, ଟେକନିସିଆନ, କୁଶଳୀ କାରିଗର ଏବଂ ମହିଳା ଏ ପରି ଏକ ବୃତ୍ତିରେ ସଂଘର୍ଷ କରି ଚାଲିଛନ୍ତି ଯାହା ପୂର୍ବରୁ ମଧ୍ୟ ଅସୁରକ୍ଷାରେ ଭରା । ହୁଏତ ସବୁବେଳେ ରହି ଆସିଥିବା ଏହି ଅସୁରକ୍ଷାର ଭାବନା ସେମାନଙ୍କୁ ମହାମାରୀ ସମୟରେ ନିଜ ବୁଦ୍ଧି ଓ ସାହସର ଉପଯୋଗ କରି ତିଷ୍ଠି ରହିବାକୁ ଅଧିକ ସାମର୍ଥ୍ୟ ପ୍ରଦାନ କରିଛି । ଇତିମଧ୍ୟେ ଏହି ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ କଳ୍ପନା, ସନ୍ଧାନୀ, ମନୋରଞ୍ଜକ ହୋଇ ଯୋଗଯୋଗର ଚଳମାନ ଉପାୟଗୁଡିକୁ ଖୋଜି ବାହାର କରି ପାରିଛି, ଅବଶ୍ୟ ଏଥିପାଇଁ ଇଣ୍ଟରନେଟକୁ ଅନେକଟା ଶ୍ରେୟ ଦେବାକୁ ହେବ । ମଣିଷ ଯେବେଠାରୁ ଏଇ ଧରାପୃଷ୍ଠରେ ଅଛି, ସେବେଠାରୁ ପରସ୍ପରକୁ କାହାଣୀ ଶୁଣାଇ ଆସିଛି

ତେଲ ପାଇଁ ଆମଦାନୀ ନିର୍ଭରଶୀଳତା କେତେ ଅପରିହାର୍ଯ୍ୟ

ଦେଶରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ଛୁଇଁବା ପରେ ଗ୍ରାହକଙ୍କ ଆକ୍ରୋଶ ପ୍ରତ୍ୟହ ବଢିବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲକୁ ଜିଏସଟି କର ବ୍ୟବସ୍ଥା ବାହାରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ଅତ୍ୟଧିକ ଏକସାଇଜ ଓ ସେସ ଆଦାୟ ହେବା ସହ ରାଜ୍ୟମାନଙ୍କ ଦ୍ୱାରା ଭାଟ ଆଦାୟ ହେଉଥିବାରୁ ଭାରତରେ ତୈଳ ଦର ଆଶାତୀତ ଭାବେ ବୃଦ୍ଧି ପାଇ ପଡୋଶୀ ଦେଶ ନେପାଳ, ବଙ୍ଗଳାଦେଶ, ପାକିସ୍ତାନ, ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ଦର ତୁଳନାରେ ଯଥେଷ୍ଟ ଅଧିକ ହୋଇଛି । ତେବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଓ ଆମଦାନୀ ଉପରେ ଭାରତର ଅତ୍ୟଧିକ ନିର୍ଭରଶୀଳତା ଭାରତରେ ତେଲ ଦର ବଢିବାର ମୁଖ୍ୟ କାରଣ ବୋଲି ସରକାରଙ୍କ ତରଫରୁ କୁହା ଯାଉଛି, ଯାହା ଆଂଶିକ ସତ ହେଲେ ବି ସମ୍ପୂର୍ଣ୍ଣ ନୁହେଁ । ଏହି ପ୍ରସଙ୍ଗରେ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଉକ୍ତି, “ଭାରତର ଶକ୍ତି ଆବଶ୍ୟକତାର ପରିପୂରଣ ପାଇଁ ବିଦେଶରୁ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ଉପରେ ପୂର୍ବର ସରକାରମାନେ ଧ୍ୟାନ କେନ୍ଦ୍ରିତ କରିଥିଲେ ଭାରତର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପରେ ବୋଝ ପଡି ନ ଥାଆନ୍ତା”, ପ୍ରଣିଧାନଯୋଗ୍ୟ । ଏହା ଭାରତର ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ଓ ତାହା ହ୍ରାସ କରିବା ପାଇଁ ପୂର୍ବର ଏବଂ ଏବର ସରକାରଙ୍କ ପ୍ରୟାସ ଓ ତା’ର ଫଳାଫଳକୁ ତର୍ଜମା କରିବାର ଅବକାଶ ସୃଷ୍ଟି କରିଛି । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଭାରତରେ ପେଟ୍ରୋଲର ଦର ବୃଦ୍ଧି

କମିଛି ରାଜ୍ୟର କୃଷି ବଜେଟ, କେନ୍ଦ୍ରୀୟ କାର୍ଯ୍ୟକ୍ରମ ସହ ତାଳମେଳ ନାହିଁ

ଓଡିଶା ସରକାରଙ୍କ ଦ୍ୱାରା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟର ଆକାର ୧୭୨୪୮ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହା ସମଗ୍ର ବଜେଟ ରାଶି ୧.୭୦ ଲକ୍ଷ କୋଟି ଟଙ୍କାର ୧୦.୧୫ ପ୍ରତିଶତ । ୨୦୧୩ରେ ରାଜ୍ୟରେ ସ୍ୱତନ୍ତ୍ର କୃଷି ବଜେଟ ଉପସ୍ଥାପିତ ହେବାଠାରୁ କେବେ ହେଲେ କୃଷି ପାଇଁ ସମଗ୍ର ବଜେଟର ଏତେ କମ ପ୍ରତିଶତ ରାଶି ଆବଣ୍ଟିତ ହୋଇ ନ ଥିଲା । ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ପାଇଁ ପ୍ରସ୍ତୁତ ବଜେଟରେ କୃଷି ବଜେଟର ଆକାର ୧୯୪୦୮ କୋଟି ଟଙ୍କା ଥିବା ବେଳେ ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ ଏ ବର୍ଷ କୃଷି ପାଇଁ ପ୍ରାୟ ୨୧୬୦ କୋଟି ଟଙ୍କା କମ ପ୍ରାବଧାନ କରାଯାଇଛି । କେବଳ ଏ ବର୍ଷ ନୁହେଁ, ବରଂ ଗତ ଦୁଇ ବର୍ଷ ଧରି କୃଷି ବଜେଟର ଆକାର କ୍ରମାଗତ ଭାବେ ହ୍ରାସ ପାଇ ୨୦୧୯-୨୦ ବର୍ଷ ତୁଳନାରେ ୩୭୬୮ କୋଟି ଟଙ୍କା କମ ହୋଇ ସାରିଛି । ୨୦୧୯-୨୦ରେ ଏହା ସମଗ୍ର ବଜେଟର ୧୫.୧୧ ପ୍ରତିଶତ ଥିବା ବେଳେ ୨୦୨୧-୨୨ରେ ତାହା ୧୦.୧୫ ପ୍ରତିଶତ ହୋଇ ଦୁଇ ବର୍ଷ ମଧ୍ୟରେ ତାହା ପ୍ରାୟ ୫ ପ୍ରତିଶତ ହ୍ରାସ ପାଇବା ବାସ୍ତବିକ ଉଦବେଗର ବିଷୟ ।  କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଜଳ ସମ୍ପଦ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ଆବଣ୍ଟନକୁ ମିଶାଇ ପ୍ରତି ବର୍ଷ କୃଷି ବଜେଟ ପ୍ରସ୍ତୁତ ହୋଇଆସୁଛି । ଏ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୫୯୧୯ କୋଟି ଟଙ୍କାର ଆବଣ୍