Skip to main content

Posts

Showing posts from September, 2026

ଏକତାର ସ୍ୱର ହେଉ ବନ୍ଦେ ମାତରମ୍

ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ଗାୟନକୁ ନେଇ ଏବେ ବିବାଦ ଦେଖା ଦେଇଛି। ଏଣିକି ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ବନ୍ଦେ ମାତରମର ଛଅଟି ଯାକ ପଦ ଗାୟନ କରାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ୧୯୩୭ ମସିହାରେ କଂଗ୍ରେସ କାର୍ଯ୍ୟବାହୀ ସମିତିର ନିଷ୍ପତ୍ତି ଅନୁଯାୟୀ କଂଗ୍ରେସ ତା’ର ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ କେବଳ ପ୍ରଥମ ଦୁଇଟି ପଦ ଗାନ କରିବ। ଏ ବିବାଦ ପରିପ୍ରେକ୍ଷୀରେ ଅନେକ ବିଭ୍ରାନ୍ତି ସୃଷ୍ଟି କରାଯାଉଥିବାରୁ ଏ ନେଇ ଏକ ସ୍ପଷ୍ଟ ଆଲୋଚନାର ଆବଶ୍ୟକତା ରହିଛି।  ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ‘ବନ୍ଦେ ମାତରମ୍’ରେ ମୋଟ ୬ଟି ପଦରୁ ପ୍ରଥମ ଦୁଇଟି ପଦ ତାଙ୍କ ଦ୍ୱାରା ସମ୍ପାଦିତ ‘ବଙ୍ଗ ଦର୍ଶନ’ ପତ୍ରିକାରେ ପ୍ରଥମେ ୧୮୭୫ ମସିହାରେ ପ୍ରକାଶ ପାଇଥିଲା। ୧୮୮୧ ମସିହାରେ ତାଙ୍କ ଉପନ୍ୟାସ ‘ଆନନ୍ଦମଠ’ ସେହି ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇବାକୁ ଲାଗିଲା, ଯେଉଁଥିରେ ‘ବନ୍ଦେ ମାତରମ୍’ର ଛଅ ପଦ ବିଶିଷ୍ଚ ସଂସ୍କରଣଟି ସ୍ଥାନିତ ହୋଇଥିଲା। ସ୍ୱୟଂ ରବୀନ୍ଦ୍ରନାଥ ଠାକୁର ଏହାର ସ୍ୱର ସଂଯୋଜନା କରି ୧୮୯୬ ମସିହାରେ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ପ୍ରଥମ ଥର ଲାଗି ଗାଇଥିଲେ। ୧୯୦୫ ମସିହାରେ ‘ବଙ୍ଗଭଙ୍ଗ’ ଘୋଷଣା ପରେ ବନ୍ଦେ ମାତରମ୍ କ୍ରମେ ଜାତୀୟତାବାଦୀ ଆନ୍ଦୋଳନରେ ଏକ ବଳିଷ୍ଠ ସ୍ଳୋଗାନରେ ପରିଣତ ହେଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ମୁସଲମାନମାନେ ମଧ୍ୟ ବନ୍ଦେ ମାତରମ ସ...

ଏଣିକି ଚିନି କମ୍

ବଜାରରେ ଜୁଲାଇ ମାସ ଚିନି ଦର କେ.ଜି. ପ୍ରତି ୪୬ ଟଙ୍କା ଥିଲା ବେଳେ ଅଗଷ୍ଟ ମାସ ସୁଦ୍ଧା ୭୦ ଟଙ୍କାରେ ପହଞ୍ଚିଗଲା, ଅର୍ଥାତ୍ ମାତ୍ର ଦେଢ଼ ମାସ ମଧ୍ୟରେ ପ୍ରାୟ ଦେଢ଼ ଗୁଣ ବୃଦ୍ଧି। ଏହି ଦରବୃଦ୍ଧି ପାଇଁ ସରକାର ପ୍ରଶ୍ନର ସମ୍ମୁଖୀନ ହେଲେ। ଖାଉଟିମାନେ ମଧ୍ୟ ଆନ୍ଦୋଳିତ ହେଲେ ଯେ ହଠାତ୍ ଚିନିର ଦର ବଢ଼ିଲା କାହିଁକି? ଏହାକୁ ଏଡ଼ାଯାଇପାରିଥାନ୍ତା କି?    ପ୍ରତିଟି ଭାରତୀୟ ପରିବାର ଲାଗି ଚିନି ଏକ ଅତ୍ୟାବଶ୍ୟକ ଦ୍ରବ୍ୟ। ଭାରତୀୟଙ୍କ ମୁଣ୍ଡପିଛା ଚିନିର ବ୍ୟବହାର ବାର୍ଷିକ ପ୍ରାୟ ୨୦ କିଲୋଗ୍ରାମ। ଗୁଡ଼, ଖଣ୍ଡସାରି ଆଦିକୁ ହିସାବକୁ ନେଲେ ଚିନିଜାତୀୟ ଦ୍ରବ୍ୟର ବ୍ୟବହାର ପ୍ରାୟ ୨୩ କିଲୋଗ୍ରାମ। ତେଣୁ ଚିନି ଦରରେ ଅସ୍ଥିରତା ଦେଖାଦେଲେ ପରିବାରର ମାସିକ ବଜେଟ ପ୍ରଭାବିତ ହେବା ସ୍ୱାଭାବିକ। ଭାରତରେ ଚିନି ବ୍ୟବହାରର ବାର୍ଷିକ ପରମାଣ ପ୍ରାୟ ୨.୮୫ କୋଟି ଟନ୍, ଯାହା ପୃଥିବୀରେ ସର୍ବାଧିକ। ଏଣେ ଚିନି ଉତ୍ପାଦନକାରୀ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ସାରା ବିଶ୍ୱରେ ବ୍ରାଜିଲ ପଛକୁ ଦ୍ୱିତୀୟ। ୨୦୨୩-୨୪ ଚିନି ବର୍ଷ (ଅକ୍ଟୋବର, ୨୦୨୩ରୁ ସେପ୍ଟେମ୍ୱର ୨୦୨୪)ରେ ଦେଶରେ ୩.୨୦ କୋଟି ଟନ୍ ଚିନି ଉତ୍ପାଦିତ ହୋଇଥିଲା। ଅର୍ଥାତ୍ ଦେଶର ଚିନି ଚାହିଦାକୁ ମେଣ୍ଟାଇବା ଲାଗି ତାହା ଯଥେଷ୍ଟ ଥିଲା। ୨୦୨୪-୨୫ ଚିନି ବର୍ଷରେ ପ୍ରାୟ ୩୫ ଲକ୍ଷ ଟନ୍ ଚିନି ଇଥାନଲ ଉତ୍ପାଦନ ଲାଗି ବ୍ୟବହୃତ ହୋଇଥିବାରୁ ଖାଉଟିଙ୍କ ଲାଗି ଚିନି ଉପଲବ୍ଧତା ଓ...