Skip to main content

Posts

Showing posts with the label FDI

ପ୍ରତ୍ୟକ୍ଷ ବିଦେଶୀ ନିବେଶ ଓ ‘ମରିସସ୍ ବାଟ’

ଭାରତ ୨୦୨୦-୨୧ ଆର୍ଥିକ ବର୍ଷରେ ୮୧୭୨ କୋଟି ଡଲାରର ରେକର୍ଡ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ନିବେଶ ବା ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ (ଏଫଡିଆଇ) ଆକୃଷ୍ଟ କରି ପାରିଛି, ଯାହା ପୂର୍ବ ବର୍ଷର ଏଫଡିଆଇ ପ୍ରବାହ ୭୪୩୯ କୋଟି ଡଲାର ତୁଳନାରେ ପ୍ରାୟ ୧୦ ପ୍ରତିଶତ ଅଧିକ । ତନ୍ମଧ୍ୟରୁ ଅଂଶଧନ (ଇକ୍ୱିଟି) ଆକାରରେ ଆସିଥିବା ଏଫଡିଆଇର ପରିମାଣ ୫୯୬୪ କୋଟି ଡଲାର, ଯାହା ପୂର୍ବ ବର୍ଷର ୪୯୯୮ କୋଟି ଡଲାର ତୁଳନାରେ ପ୍ରାୟ ୧୯ ପ୍ରତିଶତ ଅଧିକ ହୋଇ ପ୍ରଫୁଲ୍ଲତାର କାରଣ ପାଲଟିଛି । ଯେ କୌଣସି ବିକାଶଶୀଳ ଦେଶର ନୀତି ନିର୍ଦ୍ଧାରକଙ୍କ ପାଇଁ ଏଫଡିଆଇ ଅଧିକ ଆକର୍ଷକ ହୋଇଥାଏ, କାରଣ ତାହା ବିଦେଶୀ ଋଣ ହୋଇ ନ ଥିବାରୁ ଏଫଡିଆଇ ପ୍ରବାହ ଅଧିକ ହେଲେ ଅର୍ଥନୀତି ପ୍ରାଣବନ୍ତ ହେବା ଆଶା କରାଯାଏ । ତେବେ ଭାରତକୁ ଆସୁଥିବା ଏଫଡିଆଇର ଚରିତ୍ରକୁ ଅନୁଶୀଳନ କଲେ ସେଥିରେ ଉଭୟ ପ୍ରଫୁଲ୍ଲିତ ଓ ଆଶଙ୍କିତ ହେବାର ଲକ୍ଷଣ ଦେଖା ଦେଇପାରେ । ସଂଯୁକ୍ତ ରାଷ୍ଟ୍ର ବ୍ୟାପାର ଓ ବିକାଶ ସମ୍ମିଳନୀ (ଅଙ୍କଟାଡ) ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି କୋଭିଡ କାଳରେ ଆମେରିକା, ସିଙ୍ଗାପୁର, ବ୍ରାଜିଲ, କାନାଡା, ୟୁଏଇ ଭଳି ଉନ୍ନତ ଦେଶଙ୍କର ଏଫଡିଆଇ ପ୍ରବାହ ହ୍ରାସ ପାଇଥିବା ବେଳେ ଭାରତର ଏଫଡିଆଇ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ହେବା ବାସ୍ତବିକ ଉତ୍ସାହପ୍ରଦ । ଏ ବର୍ଷ ଭାରତକୁ ଆସିଥିବା ଏଫଡିଆଇ ମଧ୍ୟରୁ ଏଫଆଇପିବି, ଆରବିଆଇ ଓ ଅଧିଗ୍ରହଣ ମାଧ...

ଚୀନର ସୈତାନୀ ବୁଦ୍ଧି

ଭାରତର ଅନ୍ୟତମ ବୃହତ ଋଣ ପ୍ରଦାନକାରୀ ସଂସ୍ଥା ଏଚଡିଏଫସି ମାର୍ଚ୍ଚ ୩୧ , ୨୦୨୦ ପରେ ଯେତେବେଳେ ଷ୍ଟକ ଏକ୍ସଚେଞ୍ଜଗୁଡିକୁ ସୂଚୀତ କଲା ଯେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲସ ବ୍ୟାଙ୍କ ଅଫ ଚାଇନା ( ପିବିଓସି ) କମ୍ପାନୀର ୧ . ୭୫ କୋଟି ସେୟାର କିଣି ୧ . ୦୧ ପ୍ରତିଶତ ଅଂଶଧନର ଅଧିକାରୀ ହୋଇଛି ବୋଲି , ସେତେବେଳେ ଅର୍ଥ ବଜାରରେ ହଇଚଇ ସୃଷ୍ଟି ହୋଇଗଲା । କରୋନା ଆତଙ୍କରେ ସେୟାର ବଜାର ଧରାଶାୟୀ ହୋଇ ସେୟାର ଦାମ ଅତି ତଳକୁ ଖସି ଯାଇଥିବା ବେଳେ ପିବିଓସି ଏହି ଅଂଶଧନ କିଣିଥିଲା । ଏମିତିରେ ଦେଖିବାକୁ ଗଲେ ଗୋଟିଏ କମ୍ପାନୀରେ ୧ ପ୍ରତିଶତ ଅଂଶଧନ ଆହରଣରେ ସେହି କମ୍ପାନୀର ମାଲିକାନା ବଦଳିଯିବାର ବା ସେହି କମ୍ପାନୀ ବିଦେଶୀଙ୍କ ହାତକୁ ଚାଲିଯିବାର କୌଣସି ଆଶଙ୍କା ନ ଥିଲେ ବି ଏହି ଅସମୟରେ ଭାରତୀୟ କମ୍ପାନୀଗୁଡିକରେ ନିବେଶ କରିବା ପାଇଁ ଚୀନର ଅହେତୁକ ଆଗ୍ରହ ସରକାରଙ୍କୁ ବିଚଳିତ କରିଥିଲା । କାରଣ ସେତେବେଳେ କରୋନା ସଂକ୍ରମଣର ବିପତ୍ତି ମଧ୍ୟରେ ଅନ୍ୟାନ୍ୟ ଦେଶରୁ ସମାନ ପ୍ରକାର ଖବରମାନ ଆସି ଚୀନର ସୈତାନୀ ବୁଦ୍ଧିକୁ ସ୍ପଷ୍ଟ କରି ଦେଇଥିଲା । ତେବେ , ଭାରତୀୟ କମ୍ପାନୀରେ ଚୀନର ପୁଞ୍ଜି ନିବେଶର ଆଗ୍ରହ ଏବର ନୁହେଁ । ୨୦୧୪ରେ ଏନଡିଏ ସରକାର ଶାସନକୁ ଆସିଲା ବେଳକୁ ଚୀନ ଭାରତରେ ପ୍ରାୟ ୧୬୦ କୋଟି ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରିଥିବା ବେଳେ ଗତ ୬ ବର୍ଷ ଭିତରେ ତାହା ବୃଦ୍ଧି ପାଇ ୨୬୦୦ କୋଟି ଡଲାରରେ...