ସାହସ ଓ କୌଶଳ ପ୍ରଦର୍ଶନ ପୂର୍ବକ ତାଙ୍କ ଡାକୋଟା ବିମାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଶିଖ ରେଜିମେ ଣ୍ଟ ର ସୈନ୍ୟମାନଙ୍କୁ ପ୍ରଥମେ ଶ୍ରୀନଗରରେ ପହ ଞ୍ଚା ଇ ଥିବାରୁ ତାହା ଶତୃ କବଳକୁ ଯାଇ ପାରି ନଥିଲା ଓ ଫଳସ୍ୱରୂପ କାଶ୍ମୀର ଭାରତର ଅଂଶବିଶେଷ ହୋଇ ପାରିଥିଲା ବୋଲି ଅନେକେ କହିଥାନ୍ତି । ଏପରିକି ଧାରା ୩୭୦ ଉଚ୍ଛେଦ ପାଇଁ ଲୋକସଭାରେ ହୋଇଥିବା ଆଲୋଚନାରେ ଭାଗ ନେଇ ବିଜେଡି ସାଂସଦ ମଧ୍ୟ ସେହି କଥାକୁ ଦୋହରାଇ ଥିଲେ । ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ, ତାହାହେଲେ କଣ ସେତେବେଳେ ବାୟୁସେନା ନିକଟରେ ସୁଯୋଗ୍ୟ ପାଇଲଟ ଓ ବିମାନ ଅଭାବରୁ ତାହା ଏତେ ଦୁର୍ବଳ ଥିଲା ଯେ ଏହି ଧରଣର ଦୁଃସାହସିକ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ସେମାନେ ଅସମର୍ଥ ଥିଲେ? ଉ ତ୍ତ ରଟି କିନ୍ତୁ ଠିକ ବିପରୀତ । ୧୯୪୭-୪୮ରେ ଭାରତ ପାକିସ୍ତାନ ମଧ୍ୟରେ ସଂଘଟିତ କାଶ୍ମୀର ଯୁଦ୍ଧର ଘଟଣା କ୍ରମ ସଂକ୍ରାନ୍ତୀୟ ତଥ୍ୟ ଓ ସାହିତ୍ୟକୁ ଅଧ୍ୟୟନ କଲେ ଜଣାପଡେ ଯେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ତ୍ୱରିତ ନିଷ୍ପ ତ୍ତି କୁ କାର୍ଯ୍ୟକାରୀ କରିବା ଲାଗି ବାୟୁସେନା ପ୍ରଦର୍ଶନ କରିଥିବା ତତ୍ପରତା ଓ ଶୌର୍ଯ୍ୟ ପାଇଁ ହିଁ କାଶ୍ମୀରର ଭାରତରେ ସମ୍ମିଶ୍ରଣକୁ କାର୍ଯ୍ୟକାରୀ କରିବା ସମ୍ଭବପର ହୋଇଥିଲା । କାଶ୍ମୀର ସମ୍ମିିଶ୍ରଣର ଘଟଣା କ୍ରମ ଓ ସେଥିରେ ଭାରତୀୟ ବାୟୁସେନାର ଭୂମିକାକୁ ଦର୍ଶାଇ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଭରତ କୁମାରଙ୍କ ର...