Skip to main content

Posts

Showing posts with the label Hate Speech Role of Anchors Supreme Court India Odia

ଘୃଣାପୂର୍ଣ୍ଣ ସମ୍ଭାଷଣ ଓ ଟିଭି ଆଙ୍କରଙ୍କ ଗୁରୁଦାୟିତ୍ୱ

ସାରା ବିଶ୍ୱରେ ସାମ୍ୱାଦିକତାର ସ୍ଥିତିକୁ ଦର୍ଶାଇ ଗତ କୋଡିଏ ବର୍ଷ ଧରି ପ୍ରତି ବର୍ଷ ‘ରିପୋର୍ଟର୍ସ ଉଇଦାଉଟ ବୋର୍ଡରସ୍’ (ଆରଏସଏଫ) ସଂସ୍ଥା ଦ୍ୱାରା ପ୍ରକାଶ ପାଇଆସୁଥିବା ‘ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କ’ର ୨୦୨୨ ସଂସ୍କରଣ ଅନୁଯାୟୀ ୧୮୦ଟି ଦେଶର ତାଲିକାରେ ଭାରତର ସ୍ଥାନ ୧୫୦ରେ । ଗତ ବର୍ଷ ତୁଳନାରେ ଭାରତ ଆହୁରି ୮ଟି ସ୍ଥାନ ତଳକୁ ଖସି ଆସିବା ବାସ୍ତବିକ ଚିନ୍ତାଜନକ । ତେବେ ପ୍ରାୟତଃ ନିଜ ସ୍ୱାଧୀନତା ହରାଇ ସାରିଥିବା ଗଣମାଧ୍ୟମ, ବିଶେଷ କରି ଅଧିକାଂଶ ମୁଖ୍ୟସ୍ରୋତର ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ, ଏବେ ଘୃଣା ସମ୍ଭାଷଣ ପ୍ରସାରଣର ମୁଖ୍ୟ ମାଧ୍ୟମ ପାଲଟିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ନିଜ ଚ୍ୟାନେଲର ଟିଆରପି ବଢାଇବା ପାଇଁ ପ୍ରତି ସଂଧ୍ୟାର ପ୍ରାଇମ୍ ଟାଇମରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବିବାଦୀୟ ବିଷୟବସ୍ତୁ ଉପରେ ଆଲୋଚନାମାନ ଆୟୋଜନ କରି ଇଚ୍ଛାକୃତ ଭାବେ ଏମିତି କିଛି ଆଲୋଚକଙ୍କୁ ଆମନ୍ତ୍ରିତ କରିବାକୁ ପଛାଉନାହାନ୍ତି ଯେଉଁମାନେ ଟିଭି ଆଲୋଚନାକୁ ଗାଁ ଦାଣ୍ଡର ଝଗଡା ସ୍ତରକୁ ଖସାଇବାରେ ପାରଙ୍ଗମ । ଟିଭିରେ ଏ ଭଳି ଘୃଣାପୂର୍ଣ୍ଣ ସମ୍ଭାଷଣ ଚାଲିଥିବା ବେଳେ ଟିଭି ଆଙ୍କରମାନେ ତାହା ନିୟନ୍ତ୍ରଣକୁ ଆଣିବା ଲାଗି ଆନ୍ତରିକତା ପ୍ରଦର୍ଶନ କରିବା ତ ଦୂରର କଥା ବରଂ ସ୍ଥଳ ବିଶେଷରେ ତା'ର ମଜା ନେଉଥିବା ଦେଖାଯାଉଛି । ଏ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି ଅବସରରେ ସେପ୍ଟେମ୍ୱର ୨୧, ୨୦୨୨ରେ ...