ଜାନୁଆରୀ ୨୪, ୨୦୨୩ ମଙ୍ଗଳବାର ଦିନ ଗୋଟିଏ ଗବେଷଣା ଆଧାରିତ ରିପୋର୍ଟ ପ୍ରକାଶ ପାଇଲା । ଷ୍ଟକ ମାର୍କେଟରେ ଜାନୁଆରୀ ୨୫ରୁ ଫେବୃଆରୀ ୧ ପାଞ୍ଚଟି ବ୍ୟବସାୟ ଦିବସରେ ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଆଦାନୀ ସମୂହର ୭ଟି ପ୍ରମୁଖ ସୂଚିବଦ୍ଧ (ଲିଷ୍ଟେଡ) କମ୍ପାନିର ଶେୟାର ନିମ୍ନ ପ୍ରକାରେ ରସାତଳଗାମୀ ହେବାକୁ ଲାଗିଲା – ଆଦାନୀ ଏଣ୍ଟରପ୍ରାଇଜେସ – ୩୪୪୨ଟଙ୍କାରୁ ୨୧୨୯ ଟଙ୍କା ( ୧୩୧୩ ଟଙ୍କା), ଆଦାନୀ ଟ୍ରାନସମିସନ – ୨୭୫୬ ଟଙ୍କାରୁ ୧୭୩୦ ଟଙ୍କା (୧୦୨୬ ଟଙ୍କା), ଆଦାନୀ ଟୋଟାଲ ଗ୍ୟାସ – ୩୮୫୧ ଟଙ୍କାରୁ ୧୯୦୨ ଟଙ୍କା (୧୯୪୯ ଟଙ୍କା), ଆଦାନୀ ଗ୍ରିନ ଏନର୍ଜି – ୧୯୧୭ ଟଙ୍କାରୁ ୧୧୫୩ ଟଙ୍କା (୭୬୪ ଟଙ୍କା), ଆଦାନୀ ପାୱାର – ୨୭୫ ଟଙ୍କାରୁ ୨୨୪ ଟଙ୍କା (୫୧ ଟଙ୍କା), ), ଆଦାନୀ ପୋର୍ଟସ – ୭୬୧ ଟଙ୍କାରୁ ୪୯୨ ଟଙ୍କା ( ୨୬୯ ଟଙ୍କା), ଆଦାନୀ ୱିଲମାର – ୫୭୩ ଟଙ୍କାରୁ ୪୪୪ ଟଙ୍କା (୧୨୯ ଟଙ୍କା) । ଫଳରେ ଗୌତମ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୨୭ ବିଲିଅନ ଡଲାରରୁ ହ୍ରାସ ପାଇ ୭୫.୧ ବିଲିଅନ ଡଲାରରେ ପହଞ୍ଚି ତାଙ୍କ ସମ୍ପତ୍ତିର ମୂଲ୍ୟ ୫୦ ବିଲିଅନ ଡଲାରରୁ ଅଧିକ ବା ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଲା । ବିଶ୍ୱର ୩ୟ ଧନୀ ବୋଲାଉଥିବା ବ୍ୟକ୍ତିଜଣକ ପ୍ରଥମ ୧୦ ଜଣ ଧନୀଙ୍କ ତାଲିକାରୁ ବି ବାଦ୍ ପଡ଼ି ୧୫ଶ ସ୍ଥାନରେ ପହଞ୍ଚିଗଲେ । କର୍ପୋରେଟ ଦୁନିଆରେ ଚହଳ ପକାଇ ବିତ୍ତଶାଳୀ ଆଦାନୀ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିବା ...