Skip to main content

Posts

Showing posts with the label Election Result Analysis

ଗୋଆରେ ବାଜି ଛଡେଇ ନେଲା ବିରୋଧୀଙ୍କ ଭୁଲ ରଣନୀତି

ପାଞ୍ଚଟି ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ପଞ୍ଜାବରେ ଆମ ଆଦମୀ ପାର୍ଟି ବିପୁଳ ବିଜୟ ସହ କ୍ଷମତା ଦଖଲ କରିବାକୁ ସମର୍ଥ ହୋଇଥିଲା ବେଳେ ଅନ୍ୟ ଚାରୋଟି ରାଜ୍ୟରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିଛି । ତେବେ ଜାତୀୟ ଗଣମାଧ୍ୟମରେ ଅନେକ ନିର୍ବାଚନ ବିଶ୍ଳେଷକ ଏହାକୁ ବିଜେପି ସପକ୍ଷରେ ‘ପ୍ରଚଣ୍ଡ ଜନମତ’ ବୋଲି ଅଭିହିତ କରିଛନ୍ତି । ନିର୍ବାଚନ ଜିତିବା ଓ ଜନମତ ହାସଲ କରିବା ଦୁଇଟି ଭିନ୍ନ କଥା ହୋଇପାରେ । ତା’ ଛଡା ବ୍ୟବସ୍ଥା ବିରୋଧୀ ଜନମତ ସତ୍ତ୍ୱେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ରଣନୀତି କିପରି ଛଡାଇ ନେଇପାରେ ଜିତୁଥିବା ବାଜି, ତାହା ସମ୍ପ୍ରତି ଗୋଆ ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନ ଫଳାଫଳରୁ ଜଣାପଡେ । ଗୋଆ ଏକ ଛୋଟ ରାଜ୍ୟ ଯାହାର ବିଧାନସଭାରେ ମାତ୍ର ୪୦ଚି ଆସନ ରହିଛି । ଚଳିତ ନିର୍ବାଚନରେ ସେଠାରେ ୭୯ ପ୍ରତିଶତ ମତଦାତା ଭୋଟ ଅଧିକାର ସାବ୍ୟସ୍ତ କରିବା ସତ୍ତ୍ୱେ ସେମାନଙ୍କ ସଂଖ୍ୟା ମାତ୍ର ୯.୩୦ ଲକ୍ଷରେ ସୀମିତ ଥିଲା । ନିର୍ବାଚନ ମଣ୍ଡଳୀଗୁଡିକର ଆକାର ଛୋଟ ହୋଇଥିବାରୁ ସେଗୁଡିକରେ ସର୍ବନିମ୍ନ ପ୍ରାୟ ୧୬ ହଜାରରୁ ସର୍ବୋଚ୍ଚ ୩୦ ହଜାର ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ । ଫଳରେ ନବେଲିମ ଆସନରେ ବିଜୟୀ ପ୍ରାର୍ଥୀ ମାତ୍ର ୫୧୬୮ ଭୋଟ ପାଇଥିବା ବେଳେ ପୋରିଏମ ଆସନରୁ ବିଜୟୀ ପ୍ରାର୍ଥୀ ସର୍ବାଧିକ ୧୭୮୧୬ ଭୋଟ ପାଇଥିଲେ । ସ୍ୱାଭାବିକ ଭାବେ ଅନେକ ଆସନରେ ହାରଜିତର ଫଇସଲା ଅତି କମ ଭୋଟ...