Skip to main content

Posts

Showing posts with the label Bank Fraud

ପୁଣି ଏକ ବୃହତ୍ ବ୍ୟାଙ୍କ ଠକେଇ

ଦେଶର ପାଞ୍ଚଟି ରାଜ୍ୟରେ ହେଉଥିବା ନିର୍ବାଚନୀ କୋଳାହଳ ମଧ୍ୟରେ ସାଧାରଣ ଜନତାଙ୍କ ନଜରରୁ ବିଚଳିତ କଲା ଭଳି ଏକ ଖବର ପ୍ରାୟ ଲୁଚିଯାଇଛି, ଯାହା ହେଲା ସଦ୍ୟ ଉନ୍ମୋଚିତ ହୋଇଥିବା ଦେଶର ବୃହତ୍ତମ ବ୍ୟାଙ୍କ ଠକେଇ । ଅଠେଇଶଟି ସରକାରୀ ଓ ଘରୋଇ ବ୍ୟାଙ୍କର ଏକ ସହାୟତା-ସଂଘ (କନସୋର୍ଟିଅମ)କୁ ଗୁଜରାଟସ୍ଥିତ ଏବିଜି ସିପୟାର୍ଡ କମ୍ପାନୀ ଓ ତାହାର ପୂର୍ବତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରିଷି କମଲେଶ ଅଗ୍ରୱାଲ ୨୨୮୪୨ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ସିବିଆଇ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି । ଦେଶରେ ନିୟମିତ ଅନ୍ତରାଳରେ ବଡ ବଡ ବ୍ୟାଙ୍କ ଠକେଇମାନ ସଂଘଟିତ ହେବା ଉଦବେଗଜନକ କାରଣ ଦେଶର ବିତ୍ତୀୟ ବ୍ୟବସ୍ଥା ଉପରେ ଏହାର ଦୀର୍ଘ ମିଆଦି କୁପ୍ରଭାବ ପଡିଥାଏ । ଅଗ୍ରୱାଲଙ୍କ ଦ୍ୱାରା ୧୯୮୫ରେ ଗୁଜରାଟର ଦହେଶ ଓ ସୁରାଟରେ 'ଏବିଜି ସିପୟାର୍ଡସ' କମ୍ପାନୀ ସ୍ଥାପିତ ହୋଇଥିଲା । ଏହି କମ୍ପାନୀ ଜାହାଜ ତିଆରି ଓ ଜାହାଜ ମରାମତି କାର୍ୟ୍ୟରେ ନିୟୋଜିତ ହୋଇ ୧୬ ବର୍ଷ ମଧ୍ୟରେ ୧୬୫ଟି ଜାହାଜ ନିର୍ମାଣ କରିଥିଲା ଓ ସେଥିରୁ କିଛି ବିଦେଶରେ ବିକ୍ରି କରିଥିଲା ମଧ୍ୟ । ଏଥିପାଇଁ ଆଇସିଆଇସିଆଇ ବ୍ୟାଙ୍କ ସମେତ ୨୮ଟି ସରକାରୀ ଓ ଘରୋଇ ବ୍ୟାଙ୍କ ଏବଂ ଏଲଆଇସି ତାକୁ ଋଣ ପ୍ରଦାନ କରିଥିଲେ । ୨୦୦୮ରେ ବିଶ୍ୱ ଅର୍ଥ ସଙ୍କଟ ସମୟରେ କମ୍ପାନୀର କାର୍ୟ୍ୟକାରୀ ପୁଞ୍ଜିର ଅଭାବ ଦେଖା ଦେଇ ଆର୍ଥିକ ସମସ୍ୟା ଉତ୍କଟ ହେବାକୁ ଲା...

ପାଞ୍ଚ ଟ୍ରିଲିଅନ ବ୍ୟାଙ୍କ ଠକେଇ

ଅନେକଙ୍କର ଧାରଣା ବିଜୟ ମାଲ୍ୟା, ନୀରବ ମୋଦୀ, ମେହୁଲ ଚୋକସିଙ୍କ ଭଳି କୁଖ୍ୟାତ ବ୍ୟବସାୟୀ ଓ ଅପରାଧୀମାନେ ୟୁପିଏ ଅମଳରେ ଅନୈତିକ ଭାବେ ଋଣ ନେଇ ଭାରତୀୟ ବ୍ୟାଙ୍କଗୁଡିକୁ ହଜାର ହଜାର କୋଟି ଟଙ୍କା ଠକେଇ ବିଦେଶକୁ ପଳାଇ ଯିବା ପରେ ବ୍ୟାଙ୍କସମୂହ ଓ ସରକାରଙ୍କ ସତର୍କତା ଯୋଗୁ ବୋଧହୁଏ ଭାରତରେ ବ୍ୟାଙ୍କ ଠକେଇ ଯଥେଷ୍ଟ ହ୍ରାସ ପାଇଛି । ହେଲେ ସ୍ଥିତି ସମ୍ପୂର୍ଣ୍ଣ ବିପରୀତ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦-୨୧ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ମୋଟ ପ୍ରାୟ ୫ ଲକ୍ଷ କୋଟି (ଟ୍ରିଲିଅନ) ଛୁଇଁବାକୁ ଯାଉଛି । ବ୍ୟାଙ୍କ ଠକେଇର ପରିମାଣ ୨୦୧୯-୨୦ ବର୍ଷରେ ୧,୮୫,୪୬୮ କୋଟି ଟଙ୍କା ଥିଲା, ଯାହା ୨୦୨୦-୨୧ରେ ହ୍ରାସ ପାଇ ୧,୩୮,୪୨୨ କୋଟି ଟଙ୍କା ହୋଇଛି, ଯଦ୍ଦ୍ୱାରା ସର୍ବମୋଟ ବ୍ୟାଙ୍କ ଠକେଇର ପରିମାଣ ୪.୯୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅବଶ୍ୟ ରିଜର୍ଭ ବ୍ୟାଙ୍କ ତା’ର ହିସାବ ବର୍ଷକୁ ଜୁଲାଇ-ଜୁନ ବଦଳରେ ଅପ୍ରେଲ-ମାର୍ଚ୍ଚ ଯାଏଁ କରିଥିବାରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୨୦-୨୧ ବର୍ଷ ପାଇଁ ପ୍ରଦତ୍ତ ତଥ୍ୟ ପୂରା ୧୨ ମାସର ନ ହୋଇ ଜୁଲାଇରୁ ମାର୍ଚ୍ଚ ଯାଏଁ ୯ ମାସ ପାଇଁ ଅଟେ । ସରକାର କୃଷି ଓ କୃଷକମାନଙ୍କ ପାଇଁ ଅନେକ ସବସିଡି ଓ ସୁବିଧା ସୁଯୋଗ ଦେଉଥିବା କଥା କୁହାଯାଇଥାଏ । ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୦-୨୧ ବଜେଟରେ କୃଷି, ସମବାୟ, କୃଷକ ମଙ୍ଗଳ ବିଭାଗ ପାଇଁ ଆବଣ୍ଟିତ ରାଶି ...