ନୀତି ଆୟୋଗ ଦ୍ୱାରା ୨୦୧୮-୧୯କୁ ମୂଳ ବର୍ଷ ବୋଲି ଧରି ୨୦୧୯-୨୦ ପାଇଁ ଡିସେମ୍ୱର ୨୭, ୨୦୨୧ରେ ପ୍ରକାଶିତ ରାଜ୍ୟ ସ୍ୱାସ୍ଥ୍ୟ ସୂଚକାଙ୍କର ଚତୁର୍ଥ ସଂସ୍କରଣରେ ୧୯ଟି ବଡ ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ୧୪ରେ ରହିବା ଉଦବେଗର କାରଣ ହୋଇଛି । ଏହି ସୂଚକାଙ୍କ ପ୍ରାକ୍ କୋଭିଡ କାଳର ସ୍ୱାସ୍ଥ୍ୟସେବା ସ୍ଥିତି ଆଧାରରେ ପ୍ରସ୍ତୁତ । ଓଡିଶା ନୀତି ଆୟୋଗ ସ୍ୱାସ୍ଥ୍ୟ ସୂଚକାଙ୍କର ପ୍ରଥମ ସଂସ୍କରଣ (୨୦୧୫-୧୬ )ରେ ୩୯.୪୩ ଅଙ୍କ ସହ ୨୧ଟି ବଡ ରାଜ୍ୟ ମଧ୍ୟରେ ୧୮ଶ, ଦ୍ୱିତୀୟ ସଂସ୍କରଣ (୨୦୧୭-୧୮)ରେ ୩୫.୯୭ ଅଙ୍କ ସହ ୨୧ଟି ବଡ ରାଜ୍ୟ ମଧ୍ୟରେ ୧୯ଶ, ତୃତୀୟ ସଂସ୍କରଣ (୨୦୧୮-୧୯)ରେ ୪୬.୧୮ ଅଙ୍କ ସହ ୨୦ଟି ବଡ ରାଜ୍ୟ ମଧ୍ୟରେ ୧୨ଶ ସ୍ଥାନରେ ଥିଲା । ତେବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କୁହା ଯାଉଥିଲେ ମଧ୍ୟ ଓଡିଶାର ସ୍ଥାନ କ୍ରମାଗତ ଭାବେ ତଳେ ରହିବାର କାରଣଗୁଡିକୁ ପର୍ଯ୍ୟାଲୋଚନା କରାଯିବା ଆବଶ୍ୟକ । ଅବଶ୍ୟ ଏ ଥର ପ୍ରଥମ ୫ଟି ସ୍ଥାନରେ ଥିବା କେରଳ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର ଅଣ-ବିଜେପି ଶାସିତ ରାଜ୍ୟ ହୋଇଥିବା ବେଳେ ତାଲିକାର ସବା ତଳେ ବିଜେପି ଶାସିତ ମଧ୍ୟ ପ୍ରଦେଶ, ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟ ଥିବାରୁ ତାହା ବିଜେପି ଶାସିତ ରାଜ୍ୟଗୁଡିକରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଦୁଃସ୍ଥିତିକୁ ରେଖାଙ୍କିତ କରୁଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ...