Skip to main content

Posts

Showing posts with the label Economy

ମଧ୍ୟମ ଆୟ ଯନ୍ତାରେ ପଡିବ କି ଭାରତ?

କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କର ଅର୍ଥନୈତିକ ଉପଦେଷ୍ଟା ମଣ୍ଡଳୀର ଅନ୍ୟତମ ସଦସ୍ୟ ରଥୀନ ରାୟ ଭାରତର ଅର୍ଥନୀତି ଢା ଞ୍ଚା ଗତ ସଙ୍କଟ ଆଡକୁ ଗତି କରୁଥିବାରୁ ଆଉ ଉଚ୍ଚ ବିକାଶ ଦର ହାସଲ କରିବାକୁ ଅସମର୍ଥ ହୋଇ ଦେଶ ମଧ୍ୟମ ଆୟ ଯନ୍ତାରେ ପଡିବାର ଆଶଙ୍କା ଯଥେଷ୍ଟ ବେଶି ବୋଲି ସତର୍କ ବାଣୀ ଶୁଣାଇବା ପରେ ଅର୍ଥନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଲଗାତର ଭାବେ ଉଚ୍ଚ ବିକାଶ ଦର ହାସଲ କରି ଆସିଥିବା ଏକ ବିକାଶଶୀଳ ଦେଶ ପକ୍ଷରେ ଉଚ୍ଚ ଆୟକାରୀ ଦେଶର ସ୍ତରକୁ ଉନ୍ନୀତ ହୋଇ ନ ପାରି ମଧ୍ୟମ ଆୟ ଯନ୍ତାରେ ପଡିବା, ବାସ୍ତବିକ ଦୁର୍ଭାଗ୍ୟଜନକ । ବିଶ୍ୱ ବ୍ୟାଙ୍କ ୧୯୯୩ ମସିହାରୁ ପ୍ରତିଟି ଦେଶର ଡଲାର ଭିତ୍ତିରେ ହେଉଥିବା ମୋଟ ଜାତୀୟ ଆୟ ଅନୁସାରେ ମୁଣ୍ଡ ପିଛା ଆୟକୁ ଆଧାର କରି ଦେଶଗୁଡିକୁ ନିମ୍ନ ଆୟ, ମଧ୍ୟମ ଆୟ ଓ ଉଚ୍ଚ ଆୟକାରୀ ଦେଶ ଭାବେ ବର୍ଗୀକରଣ କରିଆସୁଛି । ବ୍ୟାଙ୍କ ଦ୍ୱାରା ୨୦୧୯ ମସିହା ପାଇଁ ନିର୍ଦ୍ଧାରିତ ପରିମାପକ ଅନୁଯାୟୀ ବାର୍ଷିକ ମୁଣ୍ଡ ପିଛା ଆୟ ୧୦୨୫ ଡଲାରରୁ କମ ଥିବା ଦେଶଗୁଡିକ ନିମ୍ନ ଆୟ ବର୍ଗର ହୋଇଥିବା ବେଳେ, ୧୨୩୭୬ ଡଲାର ବା ତାଠାରୁ ଅଧିକ ଆୟ ଥିବା ଦେଶଗୁଡିକ ଉଚ୍ଚ ଆୟ ବର୍ଗର ଦେଶ ଭାବରେ ବିବେଚିତ । ତେଣୁ ବାର୍ଷିକ ମୁଣ୍ଡ ପିଛା ଆୟ ୧୦୨୬ ଡଲାରରୁ ୧୨୩୭୫ ଡଲାର ମଧ୍ୟରେ ଥିବା ଦେଶଗୁଡିକ ମଧ୍ୟମ ଆୟ ବର୍ଗର ଦେଶ ଭାବେ ପରିଗଣିତ ହୋଇଥାନ୍ତି । ତେବେ ଏହି ବର୍ଗର ଦେଶଗୁଡିକ ମଧ୍ୟରୁ ୩୯୯୫ ଡଲା...

‘ନ୍ୟାୟ’ – ସଫଳ ନିର୍ବାଚନୀ ଆୟୁଧ ହେବ?

ନିର୍ବାଚନର ଅଳ୍ପ କେଇ ଦିନ ପୂର୍ବରୁ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ଦ୍ୱାରା ‘ନ୍ୟୂନତମ ଆୟ ଯୋଜନା’ (ନ୍ୟାୟ) ସମ୍ପର୍କରେ ଘୋଷଣା ହେବା ପରେ ବିଧିବଦ୍ଧ ଭାବେ ତାହା ଦଳର ନିର୍ବାଚନୀ ଇସ୍ତାହାରରେ ସ୍ଥାନ ପାଇଛି । ସେ ଯୋଜନାଟିକୁ ‘ଦାରିଦ୍ର‌୍ୟ ବିରୁଦ୍ଧରେ ସର୍ଜିକାଲ ଷ୍ଟ୍ରାଇକ’ ବୋଲି ଅଭିହିତ କରିଛନ୍ତି । ଯୋଜନା ପାଇଁ ଏତେ ଟଙ୍କା କେଉଁଠୁ ଆସିବ ବୋଲି ଅନେକେ ପ୍ରଶ୍ନ ଉଠାଉଥିବା ବେଳେ, କଂଗ୍ରେସ ଦ୍ୱାରା ଅତୀତରେ ମନରେଗା କାର୍ଯ୍ୟକ୍ରମ ଓ ଋଣଛାଡ ଘୋଷଣା ବେଳେ ବିରୋଧୀମାନେ ଠିକ ଏଭଳି ପଚାରୁଥିଲେ ବୋଲି ଦଳ କହିଛି । ଯୋଜନା ପାଇଁ କେଉଁ ଉତ୍ସରୁ ଅର୍ଥ ଆସିବ, ତାହା ସ୍ପଷ୍ଟ ହୋଇ ନଥିବାରୁ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ଏହାର କ୍ରିୟାନ୍ୱୟନକୁ ନେଇ ସନ୍ଦେହ ଉପୁଜିବା ସ୍ୱାଭାବିକ । ଗରିବ ଲୋକଙ୍କର ମଧ୍ୟ ସମ୍ମାନର ସହ ଜୀବନ ନିର୍ବାହ କରିବାର ଅଧିକାର ଅଛି ଓ ସେମାନଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେମାନଙ୍କୁ ଏକ ସର୍ବନିମ୍ନ ଆୟର  ଗ୍ୟାରେଣ୍ଟି  ପ୍ରଦାନ କରିବାକୁ ହେବ ବୋଲି କ୍ରମଶଃ ବିଶ୍ୱବ୍ୟାପୀ ଏକ ଜନମତ ସୃଷ୍ଟି ହେଲାଣି । ‘ନ୍ୟାୟ’ ଏହି ଭଳି ଏକ ଯୋଜନା ଯେଉଁଥିରେ ଦେଶର ସର୍ବନିମ୍ନ ଆୟବର୍ଗର ୫ କୋଟି ଗରିବ ପରିବାରଙ୍କ ବ୍ୟାଙ୍କ ଖାତାରେ ମାସିକ ହାରାହାରି ୬୦୦୦ ଟଙ୍କା ଲେଖାଏଁ ଏହିପରି ବର୍ଷକୁ ୭୨୦୦୦ ଟଙ୍କା ଜମା କରାଯିବାର ପ୍ରତିଶ୍ରୁତି ଦିଆଯାଇ ସେମାନଙ୍କ ମାସିକ ଆୟକୁ ୧୨ ହଜାର...