Skip to main content

Posts

Showing posts with the label Pradyot Debbarman

ତ୍ରିପୁରାରେ ନୂଆ ରାଜନୈତିକ ଶକ୍ତିର ଅଭ୍ୟୁଦୟ

ଦେଶରେ ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ଲାଗି ହେଉଥିବା ନିର୍ବାଚନର ହଇଚଇ ଭିତରେ ଏମିତି ଗୋଟିଏ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଯାହାର ଫଳାଫଳର ପ୍ରଭାବ ଅନ୍ତତଃ ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡିକରେ ସୁଦୂର ପ୍ରସାରୀ ହେବାକୁ ଯାଉଥିଲେ ବି ଜାତୀୟ ଗଣମାଧ୍ୟମରେ ତାହା ଉଚିତ ଢଙ୍ଗରେ ଉପସ୍ଥାପିତ ହୋଇନାହିଁ । ଅପ୍ରେଲ ୬, ୨୦୨୧ରେ ତ୍ରିପୁରା ଆଦିବାସୀ ଅଞ୍ଚଳ ସ୍ୱୟଂଶାସିତ ଜିଲ୍ଲା କାଉନସିଲ (ଟିଟିଏଏଡିସି)ର ୨୮ଟି ଆସନ ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପି ମେଣ୍ଟର ଶୋଚନୀୟ ପରାଜୟ ଘଟିଲା । କେବଳ ସେତିକି ନୁହେଁ ଏକ ସମ୍ପୂର୍ଣ୍ଣ ନୂତନ ଦଳ ଟିଟିଏଏଡିସିର ଶାସନ କ୍ଷମତା ଦଖଲ କରିବା ଅନେକଙ୍କୁ ଚକିତ କରିବା ସହ ଏହା ଯେ ତ୍ରିପୁରା ଓ ଉତ୍ତର-ପୂର୍ବ ଭାରତର ରାଜନୀତିକୁ ନିଶ୍ଚିତ ଭାବେ ପ୍ରଭାବିତ କରିବାକୁ ଯାଉଛି, ତାର ପୂର୍ବାଭାସ ମିଳିବାକୁ ଲାଗିଲାଣି ।  ଭାରତୀୟ ସମ୍ୱିଧାନର ଷଷ୍ଠ ଅନୁଚ୍ଛେଦ ଅନୁସାରେ ଲଦ୍ଦାଖ ଏବଂ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ସ୍ୱୟଂଶାସିତ ପ୍ରଶାସକୀୟ ଅଞ୍ଚଳ (ଅଟୋନମସ ଆଡମିନିଷ୍ଟ୍ରେଟିଭ ଡିଭିଜନ)ମାନ ଗଠିତ ହୋଇଛି । ତଦନୁସାରେ ତ୍ରିପୁରାରେ ‘ତ୍ରିପୁରା ଆଦିବାସୀ ଅଞ୍ଚଳ ସ୍ୱୟଂଶାସିତ ଜିଲ୍ଲା କାଉନସିଲ’ (ଟିଟିଏଏଡିସି) ଜାନୁଆରୀ ୧୯୮୨ରେ  ଗଠିତ ହୋଇ ସେଠାରେ ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ହୋଇଆସୁଛି ।...