Skip to main content

Posts

Showing posts from November, 2021

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ବିପନ୍ନ ଗଣମାଧ୍ୟମର ସ୍ୱାଧୀନତା ଓ ବିଶ୍ୱସନୀୟତା

ନୋବେଲ ଶାନ୍ତି ପୁରସ୍କାର ପାଇଁ  ୨୦୨୧ରେ ଫିଲିପାଇନ୍ସର ମାରିଆ ରେସା ଓ ରୁଷିଆର ମିତ୍ରି ଆନ୍ଦ୍ରିୟେଭିଚ ମୁରାତଭାଙ୍କ ଭଳି ଦୁଇ ଜଣ ସାମ୍ୱାଦିକଙ୍କ ନାମ ଘୋଷଣା ହେବା ପରେ ସମ୍ୱାଦ ଦୁନିଆରେ ଖୁସିର ଲହରୀ ଖେଳିଯିବା ସ୍ୱାଭାବିକ । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଯେତେବେଳେ ବିଶ୍ୱରେ ଅତ୍ୟଧିକ ମିଛ ଖବର ଓ ଘୃଣାର ବାଣୀ (ହେଟ ସ୍ପିଚ) ପ୍ରସାରିତ ହୋଇ ଗଣତନ୍ତ୍ର ବିପନ୍ନ ହେଉଛି, ସେତେବେଳେ ଦୁଇଜଣ ନିରପେକ୍ଷ ଓ ସାହସୀ ସାମ୍ୱାଦିକଙ୍କୁ ନୋବେଲ ପୁରସ୍କାର ପ୍ରଦାନର ଅର୍ଥ ପରୋକ୍ଷରେ ନିର୍ଭୀକ ସାମ୍ୱାଦିକତା ପ୍ରତି ସମ୍ମାନ ପ୍ରଦର୍ଶନ ସହ ଗଣମାଧ୍ୟମର ସ୍ୱାଧୀନତା ଓ ବିଶ୍ୱସନୀୟତା ଯେ କେତେ ଅପରିହାର୍ୟ୍ୟ ତାହା ରେଖାଙ୍କିତ କରିବା ବୋଲି ଗ୍ରହଣ କରିବାକୁ ହେବ । ହେଲେ ଭାରତରେ ଗଣମାଧ୍ୟମର ସ୍ୱାଧୀନତା ଆଜି ବିପନ୍ନ । ତେଣୁ ଗଣମାଧ୍ୟମ ନିଜର ବିଶ୍ୱସନୀୟତା ବି ହରାଇ ଚାଲିଛି । ଖବରକାଗଜ ପଢୁଥିବା ଓ ଟେଲିଭିଜନ ଦେଖୁଥିବା ଯେ କୌଣସି ପାଠକ ଓ ଦର୍ଶକ ଏ କଥା ମୁକ୍ତ କଣ୍ଠରେ ସ୍ୱୀକାର କରିବ ଯେ ଅଳ୍ପ କେତୋଟି ଖବରକାଗଜ ଓ ଚ୍ୟାନେଲକୁ ବାଦ ଦେଲେ ଅଧିକାଂଶ ଖବରକାଗଜ ଓ ଚ୍ୟାନେଲ ନିଜ ସ୍ୱାଧୀନତାକୁ ବନ୍ଧା ପକାଇବା ପାଇଁ ସତେ ଯେପରି ନିଜ ନିଜ ଭିତରେ ପ୍ରତିଯୋଗିତାରେ ଲିପ୍ତ । ଜନତାଙ୍କ ସ୍ୱର ଓ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା କରୁଥିବା କଥା ଉଚ୍ଚସ୍ୱରରେ କହୁଥିବା ଏହି ଗଣମାଧ୍ୟମଗୁଡିକ ପ୍ରକୃତରେ ଜନତାଙ୍କ ପକ୍ଷଭୁକ୍ତ ନ ହୋଇ ଶାସକଙ୍

କୋଭିଡ ଟୀକା ନେବାକୁ କୁଣ୍ଠାର କାରଣ

କିଛି ପ୍ରତିରୋଧଯୋଗ୍ୟ ରୋଗ ଟୀକା ଦ୍ୱାରା ଦୂର କରିବା ବା ଉନ୍ମୁଳନ କରିବା ସମ୍ଭବ । କୌଣସି ଟୀକା ଶତ ପ୍ରତିଶତ ପ୍ରଭାବୀ ହୋଇ ନ ଥିଲେ ବି ଔଷଧ ଅପେକ୍ଷା ଟୀକା ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀ ସ୍ତରରେ ପ୍ରଭାବୀ ହେଉଥିବାରୁ ପ୍ରତିରୋଧଯୋଗ୍ୟ ରୋଗଗୁଡିକ କ୍ଷେତ୍ରରେ ଏହାର ପ୍ରୟୋଗ ମାଧ୍ୟମରେ ଅନେକ କ୍ଷେତ୍ରରେ ସଫଳତା ହାସଲ କରା ଯାଇପାରିଛି । ତେବେ ଗୋଷ୍ଠୀସ୍ତରରେ ଏହାର ଉତ୍ତମ କାର୍ଯ୍ୟକାରିତା ପାଇଁ ଅଧିକ ସଂଖ୍ୟକ ଲୋକଙ୍କୁ ଓ ସ୍ଥଳ ବିଶେଷରେ ସମସ୍ତଙ୍କୁ ଟୀକା ଦେବା ଜରୁରୀ ହୋଇ ପଡିଥାଏ । କିନ୍ତୁ କୌଣସି ସ୍ଥାନରେ ବା ଗୋଷ୍ଠୀ ମଧ୍ୟରେ କିଛି ଲୋକଙ୍କର ଟୀକା ନେବା ପାଇଁ ଅନିଚ୍ଛା ଥିଲେ ତଦ୍ଦ୍ୱାରା ଟୀକା ନେଇଥିବା ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହି ପାରି ନ ଥାଆନ୍ତି । ଅତୀତରେ କିଛି ଦେଶରେ ମିଳିମିଳା, ହିମୋଫିଲିସ ଇନଫ୍ଲୁଏଞ୍ଜା, ପୋଲିଓ ପରି କେତେକ ରୋଗରେ ଟୀକାକରଣ ହାର ଅଧିକ ହୋଇ ମଧ୍ୟ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳ ଓ ଗୋଷ୍ଠୀରେ ଟୀକାକରଣ ହୋଇ ନ ଥିବାରୁ ସେହି ସବୁ ସ୍ଥାନରୁ ରୋଗ ଅନ୍ୟ ଅଞ୍ଚଳକୁ ବ୍ୟାପି ଭୟାବହ ରୂପ ଧାରଣ କରିଥିଲା । ଅର୍ଥାତ୍ କିଛି ଲୋକଙ୍କ ଟୀକାକୁଣ୍ଠା ଅନ୍ୟମାନଙ୍କ ପାଇଁ ବି ଘାତକ ସାବ୍ୟସ୍ତ ହୋଇପାରେ । କୋଭିଡ ସେହିପରି ଏକ ପ୍ରତିରୋଧଯୋଗ୍ୟ ରୋଗ ହୋଇଥିବାରୁ ସାର୍ବଜନୀନ ଟୀକାକରଣ ଜରିଆରେ ଏହାର ନିୟନ୍ତ୍ରଣ ପାଇଁ ସାରା ବିଶ୍ୱରେ ଅଭିଯାନ ଚାଲିଥିବା ବେଳେ କେତେକ ଅଞ୍ଚଳ ଓ ଗୋଷ୍ଠୀ ମଧ୍ୟରେ

ଖାଇବା ତେଲ ଦର ବେଲଗାମ କାହିଁକି ?

କୋଭିଡ କାଳରେ ଲୋକଙ୍କ ଆୟ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଏହି ସମୟରେ ବାଦାମ ତେଲ, ସୋରିଷ ତେଲ, ବନସ୍ପତି, ସୋୟାବିନ ତେଲ, ସୂର୍ଯ୍ୟମୁଖୀ ତେଲ ଓ ପାମ ତେଲ - ଏହି ଛଅ ପ୍ରକାର ଖାଇବା ତେଲର ଦର ପ୍ରାୟ ଦେଢ ଗୁଣ ବା ତା’ଠାରୁ ଅଧିକ ବୃଦ୍ଧି ପାଇ ଖାଉଟିଙ୍କୁ ଅତିଷ୍ଠ କରିଛି । ଜନସାଧାରଣଙ୍କ ରୋଷକୁ ପ୍ରଶମିତ କରିବା ପାଇଁ ନିକଟରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଅଶୋଧିତ ଓ ବିଶୋଧିତ ପାମ ତେଲ, ସୋୟାବିନ ତେଲ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ଓ ସେସ ହ୍ରାସ କରିଛନ୍ତି, ଯଦ୍ଦ୍ୱାରା ତେଲ ଦର ଲିଟର ପିଛା ୫ରୁ ୧୦ଟଙ୍କା ହ୍ରାସ ପାଇଛି । ତେବେ ଦର ଦେଢଗୁଣ ବଢି ୧୦ ଟଙ୍କା କମିବାରେ ଅସନ୍ତୁଷ୍ଟ ଖାଉଟି ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଖାଇବା ତେଲ ଦରରେ ହଠାତ୍ ନିଆଁ ଲାଗିଲା କାହିଁକି ? ଖାଇବା ତେଲର ବ୍ୟବହାର ଦୃଷ୍ଟିରୁ ଆମେରିକା, ଚୀନ, ବ୍ରାଜିଲ ପଛକୁ ଭାରତର ସ୍ଥାନ ଚତୁର୍ଥ । ଏଠାରେ ଖାଇବା ତେଲର ଚାହିଦା ବାର୍ଷିକ ପ୍ରାୟ ୨.୫ କୋଟି ଟନ ଥିବା ବେଳେ ଘରୋଇ ଉତ୍ପାଦନର ପରିମାଣ ମାତ୍ର ପ୍ରାୟ ୧ କୋଟି ଟନ । ସାରା ବିଶ୍ୱର ତୈଳବୀଜ ଉତ୍ପାଦନର ୮ ପ୍ରତିଶତ ଭାରତରେ ହେଉଥିଲେ ବି ଏଠାକାର ଖାଇବା ତେଲ ଚାହିଦାର ପ୍ରାୟ ୬୦ ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ । ଖାଇବା ତେଲ ଆମଦାନୀ କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ୱରେ ପ୍ରଥମ । ଦୁଇ ଦଶକ ତଳେ ବିଦେଶରୁ ମାତ୍ର ୪୦ ଲକ୍ଷ ଟନ ଖାଇବା ତେଲ ଆମଦାନୀ ହେଉଥିଲା । ଏବେ ତାହା ୧.

ସରକାରୀ ଭାବେ ଯେଉଁମାନେ କୋଭିଡରେ ମରିନାହାନ୍ତି !

କିଛି ମୃତ୍ୟୁର କାରଣ ମୃତ ବ୍ୟକ୍ତିଙ୍କ ପରିବାକୁ ଅସହଜ କରି ଦେଉଥିଲା ବେଳେ ଆଉ କିଛି ମୃତ୍ୟୁର କାରଣ ସରକାରଙ୍କୁ ଅସହଜ କରି ଦେଇଥାଏ । କାରଣ ସେଭଳି ମୃତ୍ୟୁସଂଖ୍ୟା ଅଧିକ ହେଲେ ତାହା ସରକାରଙ୍କ ପାରିବାପଣକୁ ଆଙ୍ଗୁଠି ଦେଖାଇବା ସହ ପ୍ରତିଷ୍ଠା ପ୍ରତି ଆଞ୍ଚ ଆଣିଥାଏ । ମାତ୍ର କୋଭିଡଜନିତ ମୃତ୍ୟୁ ପରିବାର, ସମାଜ ଓ ସରକାର ସମସ୍ତଙ୍କୁ ଯେମିତି ଭିନ୍ନ ଭିନ୍ନ ସ୍ତରରେ ଅସହଜ କରି ପକାଇଛି । କୋଭିଡରେ ମରିଥିବା ଲୋକଙ୍କ ତଥ୍ୟ ସାମନାକୁ ଆସିଗଲେ କାଳେ ତାହା ସରକାରଗୁଡିକର କୋଭିଡ ମହାମାରୀ ମୁକାବିଲାରେ ବିଫଳତାକୁ ପଦାରେ ପକାଇ ଦେବ, ଆତଙ୍କ ସୃଷ୍ଟି କରି ଦେଶର ଅର୍ଥନୀତି ପ୍ରତି କ୍ଷତି ପହଞ୍ଚାଇବ, ସେଥିପାଇଁ ବିଶ୍ୱର ଅନେକ ଦେଶରେ କୋଭିଡଜନିତ ବାସ୍ତବ ମୃତ୍ୟୁ ସଂଖ୍ୟାକୁ ଲୁଚାଇ ଭୁଲ ତଥ୍ୟ ପ୍ରଦାନ କରାଯାଇଥିବାର ଖବରମାନ ଏବେ ସାମନାକୁ ଆସୁଛି । ତେଣୁ କୋଭିଡ-୧୯ରେ କେଉଁ ଦେଶରେ କେତେ ଜଣ ଲୋକ ମଲେ ପ୍ରଶ୍ନରେ ଯେଉଁ ଉତ୍ତର ମିଳୁଛି ତାହା ଅନେକ କ୍ଷେତ୍ରରେ ସତ୍ୟଠାରୁ ବହୁ ଦୂରରେ ବୋଲି ଜଣା ପଡିଛି । ସରକାରୀ ଭାବେ ଦର୍ଶା ଯାଉଥିବା କୋଭିଡ ମୃତ୍ୟୁସଂଖ୍ୟାଠାରୁ ବିଭିନ୍ନ ଦେଶରେ କୋଭିଡଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଲଣ୍ଡନର ଇକୋନୋମିଷ୍ଟ ସଂସ୍ଥାର ଅଧ୍ୟୟନରୁ ଜଣାପଡୁଥିବାରୁ ତାହା ମହାମାରୀର ପ୍ରକୃତ ପ୍ରକୋପକୁ ବୁଝିବାରେ ସହାୟକ ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ‘କୋଭିଡ-୧୯ରେ ମୃତ୍ୟୁ’ର ସଂଜ୍ଞା ହେଉ

ବଦଳିବ କି ଗୋଆରେ ରାଜନୈତିକ ପରିଦୃଶ୍ୟ

ପର୍ତ୍ତୁଗାଲଠାରୁ ସ୍ୱାଧୀନତା ପାଇ ଭାରତ ସହ ୧୯୬୧ରେ ମିଶିଥିବା ଗୋଆ ଏକ କ୍ଷୁଦ୍ର ରାଜ୍ୟ । ୨୦୧୧ ଜନଗଣନା ଅନୁଯାୟୀ ଗୋଆର ଜନସଂଖ୍ୟା ମାତ୍ର ୧୪.୮୫ ଲକ୍ଷ । ତଥାପି ରାଜନୈତିକ ଦୃଷ୍ଟିରୁ ଗୋଆର ଗୁରୁତ୍ୱ ଯଥେଷ୍ଟ ଅଧିକ । ୪୦ଟି ଆସନ ବିଶିଷ୍ଟ ଏଠାକାର ବିଧାନସଭାର ପ୍ରତି ଆସନରେ ଭୋଟରଙ୍କ ସଂଖ୍ୟା ହାରାହାରି ୨୫ରୁ ୩୦ ହଜାର । ଅର୍ଥାତ୍, ଜଣେ ପ୍ରାର୍ଥୀ ମାତ୍ର ୧୨୦୦୦ଭୋଟ ପାଇଲେ ତାଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ । ଅଳ୍ପ ସଂଖ୍ୟକ ଭୋଟର ଥିବାରୁ ନେତାମାନେ ବ୍ୟକ୍ତିଗତ ସ୍ତରରେ ଭୋଟରଙ୍କ ସହ ଘନିଷ୍ଠ ସମ୍ପର୍କ ରକ୍ଷା କରିବାରେ ବି ଅସୁବିଧା ହୋଇ ନ ଥାଏ । ୨୦୨୨ର ଆଦ୍ୟ ଭାଗରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଗୋଆରେ ରାଜନୈତିକ ପରିଦୃଶ୍ୟ ପରିବର୍ତ୍ତନର ସମ୍ଭାବନାକୁ ବିଶ୍ଳେଷଣ କରାଯାଉ ।  ଗୋଆ ଜନସଂଖ୍ୟାର ପ୍ରାୟ ୬୧ ପ୍ରତିଶତ ହିନ୍ଦୁ ହୋଇଥିବା ବେଳେ ୩୬ ପ୍ରତିଶତ ଖ୍ରୀଷ୍ଟିଆନ । ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଉଭୟଙ୍କ ମଧ୍ୟରେ ଯଥେଷ୍ଟ ପ୍ରଭେଦ ରହିଛି । ଖ୍ରୀଷ୍ଟିଆନଙ୍କ ମଧ୍ୟରେ ବି କୋଙ୍କଣୀଭାଷୀ ଗରିବ ଖ୍ରୀଷ୍ଟିଆନଙ୍କ ସହ ସ୍ୱଚ୍ଛଳ ବର୍ଗର ସାଦୃଶ୍ୟ ନ ଥିଲା ବେଳେ ହିନ୍ଦୁମାନେ ବ୍ରାହ୍ମଣ ଓ ଅବ୍ରାହ୍ମଣ ଗୋଷ୍ଠୀରେ ବିଭାଜିତ । ଅବ୍ରାହ୍ମଣଙ୍କ ମଧ୍ୟରେ ମରାଠାମାନେ ପ୍ରଭାବଶାଳୀ । ପାନାଜିର ଆଖପାଖ ଦକ୍ଷିଣ ଗୋଆ ଅଞ୍ଚଳ ଖ୍ରୀଷ୍ଟିଆନ ଅଧ୍ୟୁଷିତ ହୋଇଥିବା ବେଳେ ଉତ୍ତର ଗୋଆରେ ହିନ୍ଦୁଙ୍କ ସଂଖ୍ୟା ଅଧିକ । ଆରମ୍ଭ

ଏଭେରେଷ୍ଟ ଶୃଙ୍ଗର ଆବିଷ୍କାର

ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟ ହିମାଳୟ ପର୍ବତଶ୍ରେଣୀରେ ଅବସ୍ଥିତ । ଏହାର ଉଚ୍ଚତା ୨୯,୦୦୦ ଫୁଟରୁ ଅଧିକ । ପ୍ରତ୍ୟେକ ପର୍ବତାରୋହୀର ସ୍ୱପ୍ନ ଥାଏ ଏଭେରେଷ୍ଟ ବିଜୟ । ଏହାର ଆହ୍ୱାନରେ ଅନେକ ପର୍ବତାରୋହୀ ଅଦମ୍ୟ ସାହସ ସହିତ ଛୁଟି ଆସିଛନ୍ତି ତା’ କୋଳକୁ । ୧୯୨୧ ମସିହାରେ ଆରମ୍ଭ ହୁଏ ପ୍ରଥମ ଏଭେରେଷ୍ଟ ଅଭିଯାନ । କିନ୍ତୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ପୃଥିବୀର ଏହି ଉଚ୍ଚତମ ଶୃଙ୍ଗଟି ଊନବିଂଶ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଲୋକଲୋଚନର ଅଢୁଆଳରେ ଥିଲା । ଏହାର ଆବିଷ୍କାର ଯେତିକି ବିସ୍ମୟକର ନାମକରଣ ମଧ୍ୟ ସେତିକି ଘଟଣାବହୁଳ । ୧୮୨୩ ମସିହାର କଥା । ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ସମୟରେ ଲେଫନାଣ୍ଟ କର୍ଣ୍ଣେଲ ଭାଲେଣ୍ଟିନ ବ୍ଲାକର୍ ଭାରତର ପ୍ରଥମ ସର୍ଭେୟର ଜେନେରାଲ ରୂପେ ଦାୟିତ୍ୱ ଗ୍ରହଣ କଲେ । ସେ ପର୍ଯ୍ୟନ୍ତ ଭାରତ ବର୍ଷର ଏକ ସମ୍ପୂର୍ଣ୍ଣ ମାନଚିତ୍ର ତିଆରି ହୋଇ ନ ଥାଏ । ସେ ହିଁ ହେଉଛନ୍ତି ଭାରତବର୍ଷର ପ୍ରଥମ ସମ୍ପୂର୍ଣ୍ଣ ମାନଚିତ୍ରର ପ୍ରଣେତା । ୧୮୨୬ ମସିହାରେ ଏକ ଦ୍ୱନ୍ଦ୍ୱ ଯୁଦ୍ଧରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ପରେ ପରେ ବ୍ଲାକରଙ୍କ ଶିଷ୍ୟ କର୍ଣ୍ଣେଲ ସାର୍ ଜର୍ଜ ଏଭେରେଷ୍ଟ ସର୍ଭେୟର ଜେନେରାଲ ଭାବେ ୧୮୩୦ ମସିହାରେ ନିଯୁକ୍ତି ପାଇଲେ । ତାଙ୍କ ତତ୍ତ୍ୱାବଧାନରେ ଭାରତବର୍ଷର ପ୍ରତ୍ୟେକ ସ୍ଥାନର ସମୁଦ୍ର ପତ୍ତନଠାରୁ ଉଚ୍ଚତା ନିରୂପଣ କାର୍ଯ୍ୟ ଆରମ୍ଭ ହେଲା । ସେହି କ୍ରମରେ ହିମାଳୟ ପର୍ବତଶ୍ରେଣୀର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

Archive

Show more