Skip to main content

Posts

Showing posts from June, 2019

ଡାକ୍ତରଙ୍କ ପ୍ରତି ଏ ଆକ୍ରୋଶ କାହିଁକି

‘ଯେତେ ସଚ୍ଚୋଟ ଓ ସାବଧାନ ହେଲେ ମଧ୍ୟ କୌଣସି ଡାକ୍ତର କହି ପାରିବ ନାହିଁ ଯେ କେଉଁ ଦିନ ବା କେଉଁ ମୁହୂ ର୍ତ୍ତ ରେ ସେ କୌଣସି ଅବା ଞ୍ଛି ତ ଆକ୍ରମଣ, ଦୁର୍ଭାବନାପୂର୍ଣ୍ଣ ଆରୋପ, ଭୟଦୋହନ (ବ୍ଲାକମେଲ) ବା କ୍ଷତିପୂରଣ ପାଇଁ ମାମଲାର ଶରବ୍ୟ ନ ହେବ’ - ପ୍ରାୟ ୧୩୫ ବର୍ଷ ତଳେ ଏକ ଆମେରିକୀୟ ଡାକ୍ତରୀ ଜର୍ଣ୍ଣାଲରେ ପ୍ରକାଶିତ ଉପରୋକ୍ତ ଆଶଙ୍କାଟି ଆଜି ମଧ୍ୟ ପ୍ରାସଙ୍ଗିକ । ପଶ୍ଚିମବଙ୍ଗରେ ଜଣେ ଡାକ୍ତର ହିଂସାର ଶିକାର ହେବା ଓ ତାଙ୍କୁ ସମର୍ଥନ ଜଣାଇ ସମଗ୍ର ଦେଶରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ଡାକ୍ତରଙ୍କ ପ୍ରତି ହିଂସା ପ୍ରସଙ୍ଗଟିି ପୁଣି ଚର୍ଚ୍ଚାର ବିଷୟ ପାଲଟିଛି । କେବଳ ଭାରତ ନୁହେଁ, ବରଂ ବିଶ୍ୱର ଅଧିକାଂଶ ଦେଶରେ ଡାକ୍ତରମାନଙ୍କ ପ୍ରତି ହିଂସା ଆଚରଣ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ଗୋଟିଏ ଅଧ୍ୟୟନ ଅନୁଯାୟୀ ଜାପାନରେ ପ୍ରାୟ ୮୫ ପ୍ରତିଶତ ଡାକ୍ତର ତାଙ୍କ ଚାକିରୀ କାଳ ମଧ୍ୟରେ କେବେ ହେଲେ ହିଂସାର ଶିକାର ହୋଇଛନ୍ତି । ଅନ୍ୟ ଏକ ଅଧ୍ୟୟନରେ ଅଷ୍ଟ୍ରେଲିଆର ପ୍ରାୟ ୫୭ ପ୍ରତିଶତ ଡାକ୍ତର ବର୍ଷକ ଭିତରେ ହିଂସାର ଶିକାର ହୋଇଥିଲେ । ବ୍ରିଟେନର ଏକ-ତୃତୀୟାଂଶ ଡାକ୍ତର ବାଚନିକ ଦୁର୍ବ୍ୟବହାର ବା ଶାରୀରିିକ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ବ୍ରିଟିଶ ମେଡିକାଲ ଆସୋସିଏସନ ସ୍ୱୀକାର କରିଛି । ଚୀନରେ ଡାକ୍ତରମାନେ ବହୁଳ ଭାବେ ହିଂସାର ଶିକାର ହୋଇ ହଜାର ହଜାର ସଂଖ୍ୟାରେ ଆହତ ହୋଇଥିବାର ଦୃଷ୍ଟାନ୍ତମାନ ର

ଓଡିଶାରେ ବିଭାଜିତ ମତଦାନର ବାସ୍ତବତା

୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ସହ ଓଡିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ରାଜ୍ୟମାନଙ୍କରେ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥି ମଧ୍ୟରୁ ଓଡିଶାକୁ ବାଦ ଦେଲେ ବାକି ତିନୋଟି ରାଜ୍ୟରେ ବିଧାନସଭାରେ ଅଧିକ ଆସନ ପାଇଥିବା ଦଳ ସ୍ୱାଭାବିକ ଭାବେ ଲୋକସଭାରେ ମଧ୍ୟ ଆନୁପାତିକ ଭାବେ ଅଧିକ ଆସନ ପାଇଲେ । ତେବେ ଓଡିଶା ନିର୍ବାଚନ ଫଳରୁ ବିଜେଡି ରାଜ୍ୟ ବିଧାନସଭାରେ ସଫଳତା ପାଇଲେ ମଧ୍ୟ ଓ ବିଜେପି ଲୋକସଭାର ୮ଟି ଆସନ ଦଖଲ କରିବାକୁ ଜାତୀୟ ଗଣ ମାଧ୍ୟମର ପ୍ରତିଷ୍ଠିତ ନିର୍ବାଚନ ବିଶ୍ଳେଷକମାନେ ଏଠାକାର ମତଦାତାଙ୍କ ବିଭାଜିତ ମତଦାନ (ସ୍ପ୍ଲିଟ ଭୋଟିଂ) ବା କୌଶଳଗତ ମତଦାନ (ଟାକ୍ଟିକାଲ ଭୋଟିଂ)  କହି  ପ୍ରଶଂସା କରିବା ସହ ଓଡିଶା ଭଳି ଏକ ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ରାଜ୍ୟର ମତଦାତା ଏ ଭଳି ପରିପକ୍ୱତା ଦେଖାଇଥିବାରୁ ବିସ୍ମିତ ହୋଇଥିଲେ । ଜଣେ ମତଦାତା ବିଧାନସଭା ପାଇଁ ଗୋଟିଏ ଦଳକୁ ଓ ଲୋକସଭା ପାଇଁ ଆଉ ଗୋଟିଏ ଦଳକୁ ଭୋଟ ଦେବାରେ ମତଦାତାର ବିଭାଜିତ ଆଚରଣକୁ ବିଭାଜିତ ମତଦାନ କୁହାଯାଇଥାଏ । ଗୋଟିଏ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀମାନେ ପାଇଥିବା ସମୁଦାୟ ଭୋଟ ତୁଳନାରେ ଲୋକସଭା ପ୍ରାର୍ଥୀ ବେଶି ବା କମ ଭୋଟ ପାଇଥିଲେ ସେଠାରେ ସମ ପରିମାଣରେ ବିଭାଜିତ ମତଦାନ ତାଙ୍କ ସପକ୍ଷରେ ବା ବିପକ୍ଷରେ ଯାଇଛି ବୋଲି କୁହାଯାଇପାରେ । ତେବେ ଓଡିଶାରେ ଏହି ନିର୍ବା