Skip to main content

Posts

Showing posts from May, 2021

ବାତ୍ୟା ‘ୟାସ’ ଜନିତ ରାଜନୈତିକ ଲାଭକ୍ଷତି ଆକଳନ

ବାତ୍ୟା ‘ୟାସ’ ମଇ ୨୬, ୨୦୨୧ ରେ ଓଡିଶାର ସ୍ଥଳଭାଗକୁ ଛୁଇଁ ଓଡିଶା, ବଙ୍ଗଳା ଓ ଝାରଖଣ୍ଡର କିଛି ଅଞ୍ଚଳରେ ପ୍ରଭୁତ କ୍ଷତି କରି ଚାଲି ଗଲା ପରେ ସେହି କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ସମୀକ୍ଷା ବୈଠକଜନିତ ରାଜନୈତିକ ଲାଭକ୍ଷତିର ଆକଳନ ପାଇଁ ରାଜନୈତିକ ମହଲରେ ଏତେ ଆଗ୍ରହ ଦେଖା ଦେଇଛି ଯେ ‘ୟାସ’ଜନିତ ଭୌତିକ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ବି ସତେ ଯେମିତି ଗୌଣ ହୋଇପଡିଛି । ତା’ ସ୍ଥାନ ନେଇଛି ଦିଦି-ମୋଦିଙ୍କ କଳହ ନେଇ ବିତର୍କ । ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରି କଲାଇକୁଣ୍ଡାଠାରେ କରିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ନ ରହିବା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଛି ବୋଲି ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଠିକ ତା’ ପୂର୍ବରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହି ଯେଉଁ ଭଳି ଆଚରଣ ପ୍ରଦର୍ଶନ କଲେ ତାହା ଅତି ଉଚ୍ଚକୋଟୀର ଥିଲା ବୋଲି ବିଜେପିର ଜାତୀୟସ୍ତରର ନେତାମାନେ ସ୍ୱୀକାର କରିବା ସହ ସେଥିରୁ ମମତା ବାନାର୍ଜୀ ଓ ଅନ୍ୟ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ ଶିଖନ୍ତୁ ବୋଲି କହିବାକୁ ବି ପଛାଉ ନାହାନ୍ତି । ଓଡିଆରେ କଥାଟିଏ ଅଛି, ଦୁଇ ଜଣକ କଳିରେ ତୃତୀୟ ପକ୍ଷର ଲାଭ । ଦିଦି ଓ ମୋଦିଙ୍କ କଳହ ନ

ରାଜ୍ୟ ଉପରେ ଟିକାକରଣ ବୋଝ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶର ଅଗ୍ରାଧିକାର ଜନସଂଖ୍ୟା କୁହାଯାଉଥିବା ୪୫ ବର୍ଷ ଓ ତା’ଠାରୁ ଅଧିକ ବୟସର ଲୋକ, ସ୍ୱାସ୍ଥ୍ୟ କର୍ମୀ, କୋଭିଡର ସମ୍ମୁଖ ଯୋଦ୍ଧାଙ୍କ ସରକାରୀ ହସପିଟାଲରେ ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ନିଃଶୁଳ୍କ ବହନ କରୁଥିବା ବେଳେ ୧୮ ବର୍ଷରୁ ୪୫ ବର୍ଷ ବୟସ ବର୍ଗରେ ଥିବା ଲୋକଙ୍କ ଟିକାକରଣ ଦାୟିତ୍ୱ ରାଜ୍ୟଗୁଡିକ ଉପରେ ନ୍ୟସ୍ତ କରାଯାଇଛି । ଓଡିଶା ସମେତ କେତେକ ରାଜ୍ୟ ଏହି ବୟସ ବର୍ଗର ସରକାରୀ ହସପିଟାଲରେ ଟିକାକରଣକୁ ନିଃଶୁଳ୍କ ଘୋଷଣା କରି ସାରିଛନ୍ତି । ଦେଶର ସମୁଦାୟ ଜନସଂଖ୍ୟା ୧୩୩ କୋଟିରୁ ଟିକା ନେବା ପାଇଁ ଯୋଗ୍ୟ (୧୮ ବର୍ଷରୁ ଅଧିକ) ଲୋକଙ୍କ ସଂଖ୍ୟା ପ୍ରାୟ ୮୪ କୋଟି । ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କର ଟିକାକରଣ ପାଇଁ ୬୭୧୯୩ କୋଟି ଟଙ୍କା ବା ସମୁଦାୟ ଘରୋଇ ଉତ୍ପାଦର ୦.୩୬ ପ୍ରତିଶତ ବ୍ୟୟ ହୋଇପାରେ ବୋଲି ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ (ଇଣ୍ଡ-ରା) ସଂସ୍ଥା ଅପ୍ରେଲ ମାସର ଶେଷ ଆଡକୁ ଆକଳନ କରିଥିଲେ । ସେହି ଆକଳନ ଅନୁଯାୟୀ ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ ୨୦୮୭୦ କୋଟି ଟଙ୍କା (ଜିଡିପିର ୦.୧୨ ପ୍ରତିଶତ) ଓ ରାଜ୍ୟଗୁଡିକ ଉପରେ ୪୬୩୨୩ କୋଟି ଟଙ୍କା (ଜିଡିପିର ୦.୨୪ ପ୍ରତିଶତ) ବୋଝ ପଡିପାରେ । ତେବେ ଏହା ଦ୍ୱାରା ଯେଉଁ ରାଜ୍ୟଗୁଡିକ ଉପରେ ସର୍ବାଧିକ ପ୍ରଭାବ ପଡିବ ସେଗୁଡିକ ହେଲା ବିହାର (ଜିଡିପିର ୦.୬୦ ପ୍ରତିଶତ), ଉତ୍ତରପ୍ରଦେଶ (୦.୪୭), ଝାରଖଣ୍ଡ (୦.

ଭାରତରୁ ଟିକା ରପ୍ତାନୀ କେତେ ଯଥାର୍ଥ !

ଦେଶବାସୀଙ୍କ ଟିକାକରଣ ଆବଶ୍ୟକତାକୁ ଅଗ୍ରାଧିକାର ନ ଦେଇ ବିଦେଶକୁ ଟିକା ରପ୍ତାନୀ କରିଥିବା ଅଭିଯୋଗରେ ସରକାର ଆଲୋଚନାର ଶରବ୍ୟ ହୋଇଛନ୍ତି । ଏ ନେଇ “ମୋଦିଜୀ ଆମ ପିଲାଙ୍କ ଭ୍ୟାକସିନ ବିଦେଶକୁ କାହିଁକି ପଠାଇ ଦେଲ ?” ବୋଲି ଦିଲ୍ଲୀରେ ପ୍ରାଚୀରପତ୍ରମାନ ବି ଲାଗିଲା । ସରକାରୀ ଦଳ ତରଫରୁ ସ୍ପଷ୍ଟୀକରଣ ଦିଆଗଲା ଯେ ବିଦେଶକୁ ଟିକା ରପ୍ତାନୀ କରିବାର ମୁଖ୍ୟ କାରଣ ଥିଲା କୁଆଡେ କମ୍ପାନୀଗୁଡିକଙ୍କ ଦାୟବଦ୍ଧତା (ଲାଏବିଲିଟି), ଯାହା ଦୁଇ ପ୍ରକାରର - ବାଣିଜ୍ୟିକ ଦାୟବଦ୍ଧତା (କମର୍ସିଆଲ ଲାଏବିଲିଟି) ଓ  ଲାଇସେନ୍ସିଂ ଦାୟବଦ୍ଧତା । ହେଲେ ଏହି ଦାୟବଦ୍ଧତା ତାତ୍କାଳିକ ଭାବେ ପୂରଣ କରିବା ଲାଗି କୌଣସି ବାଧ୍ୟବାଧକତା ନ ଥିବାରୁ ପ୍ରସଙ୍ଗଟି ଉପରେ ସ୍ପଷ୍ଟତାର ଆବଶ୍ୟକତା ରହିଛି । ଭାରତରୁ ଜାନୁଆରି ୨୦, ୨୦୨୧ରୁ ଅପ୍ରେଲ ୨୨, ୨୦୨୧ ଅର୍ଥାତ୍ ତିନି ମାସ ଭିତରେ ପ୍ରାୟ ୬.୬୪ କୋଟି ଟିକା ୯୪ଟି ଦେଶ ଓ ଜାତିସଂଘର ଶାନ୍ତି ରକ୍ଷାକାରୀ ସେନାଙ୍କୁ ଅନୁଦାନ ଆକାରରେ, କୋଭାକ୍ସ କାର୍ଯ୍ୟକ୍ରମ ଅଧୀନରେ ଓ ବାଣିଜ୍ୟିକ କାରବାର ପାଇଁ ରପ୍ତାନୀ ହୋଇଛି । ଏଥିରୁ ୧.୦୭ କୋଟି ଡୋଜ ଅନୁଦାନ ଆକାରରେ ୭ଟି ପଡୋଶୀ ରାଷ୍ଟ୍ର ସମେତ ୪୬ଟି ଦେଶ ଓ ଜାତିସଂଘର ଶାନ୍ତି ସୁରକ୍ଷାକାରୀ ସେନାଙ୍କୁ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ସେପି, ଗାଭି ଓ ୟୁନିସେଫ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡିକର ମିଳିତ ସହଯୋଗରେ ଦୁର୍ବଳ ଦେଶଗୁଡିକୁ ମହାମାରୀର ମୁକାବ

ସେନାରେ ମହିଳା ଓ ପରୋକ୍ଷ ପକ୍ଷପାତ

ସମସ୍ତଙ୍କ ପ୍ରତି ସମାନ ନିୟମ ଲାଗୁ କରିବା ବା ସମାନ ଆଚରଣ ପ୍ରଦର୍ଶନ କରିବା ବି ବେଳେବେଳେ ପକ୍ଷପାତିତା ହୋଇପାରେ । ‘ଲେଫନାଣ୍ଟ କର୍ଣ୍ଣେଲ ନିତିଶା ବନାମ ଭାରତ ସରକାର’ ମାମଲାରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ମାର୍ଚ୍ଚ ୨୫, ୨୦୨୧ରେ ପରୋକ୍ଷ ପକ୍ଷପାତିତା ପ୍ରସଙ୍ଗରେ ଏପରି ଏକ ଯୁଗାନ୍ତକାରୀ ରାୟ ପ୍ରଦାନ କରିଛନ୍ତି ଯାହା ସମ୍ବିଧାନରେ ପ୍ରଦାନ କରାଯାଇଥିବା ସମାନତା ଅଧିକାରକୁ ନୂଆ କରି ଅବଲୋକନ ଓ ତର୍ଜମା କରିବା ପାଇଁ ବିମର୍ଶର ସମ୍ଭାବନା ସୃଷ୍ଟି କରିବ । ଏହି ରାୟର ସିଧାସଳଖ ପ୍ରଭାବରେ ସେନାବାହିନୀରେ କାର୍ଯ୍ୟରତ ମହିଳା ଅଧିକାରଙ୍କ ସ୍ଥାୟୀ କମିସନ ପାଇବା ବାଟ ସୁଗମ ହେବାକୁ ଯାଉଥିଲେ ବି ବିଭିନ୍ନ ସଂସ୍ଥାରେ ନାନା ଭାବେ ହେଉଥିବା ପରୋକ୍ଷ ପକ୍ଷପାତିତାକୁ ନିୟନ୍ତ୍ରଣ କରିବାରେ ଏହାର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରେ । ରାୟଟିର ଗୁରୁତ୍ୱକୁ ବୁଝିବା ପାଇଁ ମାମଲାଟିର ପୃଷ୍ଠଭୂମିକୁ ଜାଣିବା ଆବଶ୍ୟକ । ଆର୍ମି ଆକ୍ଟ, ୧୯୫୦ ଅନୁଯାୟୀ କେବଳ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଦ୍ୱାରା ନିର୍ଦ୍ଧାରିତ କୋର, ବିଭାଗ ବା ଶାଖାକୁ ବାଦ ଦେଇ ମହିଳା ଅଧିକାରୀମାନେ ଅନ୍ୟତ୍ର ସ୍ଥାୟୀ କମିସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ନାହିଁ । ମହିଳାମାନଙ୍କୁ ପ୍ରଥମେ ୧୯୫୮ରେ ଭାରତୀୟ ସେନା ବାହିନୀରେ ଆର୍ମି ମେଡିକାଲ କୋରରେ ସ୍ଥାୟୀ କମିସନ ପ୍ରଦାନ କରାଗଲା । ଜାନୁଆରୀ ୩୦, ୧୯୯

ଟିକା ଉପରୁ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ହେବ କି ?

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୨୦୨୦ ମାର୍ଚ୍ଚରେ କୋଭିଡ-୧୯କୁ ମହାମାରୀ ଘୋଷଣା କରିବା ପରେ ଏହାକୁ ପ୍ରତିରୋଧ କରିବା ପାଇଁ ଟିକା ବିକାଶ କରିବା ଲାଗି ବିଶ୍ୱର ବିଭିନ୍ନ ଦେଶରେ ଗବେଷଣା ଆରମ୍ଭ ହୋଇ ବର୍ଷକ ମଧ୍ୟରେ ବିଶ୍ୱବାସୀଙ୍କ ପାଇଁ ପ୍ରାୟ ୮ଟି ଟିକା ଉପଲବ୍ଧ ହେଲା । ତଥାପି ଟିକାଗୁଡିକର ବିତରଣ ଓ ବିକାଶଶୀଳ ଦେଶଗୁଡିକୁ ଉପଲବ୍ଧ କରାଇବା ନେଇ ନୂତନ ଆହ୍ୱାନ ସୃଷ୍ଟି ହେଲା । ଟିକା ବିକାଶ ପ୍ରକ୍ରିୟା ଜାରି ଥିବା ବେଳେ ନିଜ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ବିକଶିତ ଦେଶମାନେ ଦ୍ୱିପାକ୍ଷିକ ଚୁକ୍ତି ମାଧ୍ୟମରେ ଲକ୍ଷ ଲକ୍ଷ ଡୋଜ ଟିକା ଆଗତୁରା ବୁକିଂ କରି ରଖିଲେ । ଫଳରେ ବିଶ୍ୱର ଅଧିକାଂଶ ବିକାଶଶୀଳ ଦେଶ ଠିକ ସମୟରେ ଟିକା ପାଇବାରୁ ବଞ୍ଚିତ ହେବେ ବୋଲି ସ୍ପଷ୍ଟ ହୋଇଗଲା । ଏହି ଅନ୍ୟାୟପୂର୍ଣ୍ଣ ପରିସ୍ଥିତିର ଉଚିତ ମୁକାବିଲା କରିବା ପାଇଁ ୨୦୨୦ ଅକ୍ଟୋବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱର ଅଧିକାଂଶ ଦେଶରେ ଟିକାକରଣ ନ ସରିବା ପର୍ଯ୍ୟନ୍ତ କୋଭିଡ ଟିକା ଉପରୁ ବୌଦ୍ଧିକ ସ୍ୱତ୍ୱାଧିକାର ଉଚ୍ଛେଦ ପାଇଁ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବଲ୍ୟୁଟିଓ) ନିକଟରେ ପ୍ରସ୍ତାବ ରଖିଲେ । ଡବଲ୍ୟୁଟିଓ ଦ୍ୱାରା ବୌଦ୍ଧିକ ସ୍ୱତ୍ୱାଧିକାରର ବାଣିଜ୍ୟ ସମ୍ପର୍କିତ ପ୍ରସଙ୍ଗ (ଟ୍ରିପସ) ଉଚ୍ଛେଦ ହେଲେ ଉତ୍ପାଦନକାରୀଙ୍କୁ ଆଉ ପ୍ୟାଟେଣ୍ଟ ବାବଦକୁ ରୟାଲଟି ଦେବାକୁ ପଡିବ ନାହିଁ । ତେଣୁ ଉତ୍ପାଦନ ବୃଦ୍ଧି ପାଇ ସର୍ବାଧିକ ଆବଶ୍ୟକତା ଥିବା ବିକାଶ

କେମିତି ଆତ୍ମଜୀବନୀ ଲେଖିଥିଲେ ଗାନ୍ଧୀଜୀ

ଭାରତୀୟ ସାହିତ୍ୟରେ ଆତ୍ମଜୀବନୀ ରଚନାର ପରମ୍ପରା ସୁଦୀର୍ଘ ନୁହେଁ । ପୂର୍ବେ ନିଜ କଥା ପାଠକଙ୍କ ଆଗରେ ବଖାଣିବା ଲେଖକଙ୍କ ପାଇଁ କେମିତି ଟିକେ ଅଶ୍ୱସ୍ତିକର ଥିଲା । କେହି କେହି ନିଜ ପାଇଁ ଆତ୍ମଜୀବନୀ ଲେଖୁଥିଲେ ବି ତାହା ପୁସ୍ତକ ଆକାରରେ ପ୍ରକାଶ ପାଇ ସାଧାରଣ ପାଠକଙ୍କ ହାତରେ ପଡୁ ବୋଲି ଚାହୁଁ ନ ଥିଲେ । ବଙ୍ଗଳା ଭାଷାରେ ରାସସୁନ୍ଦରୀଙ୍କ ଦ୍ୱାରା ରଚିତ ଓ ୧୮୭୬ରେ ପ୍ରକାଶିତ ‘ଆମାର ଜୀବନ’ ପୁସ୍ତକଟିକୁ ଭାରତୀୟ ଭାଷାରେ ପ୍ରଥମ ଆତ୍ମଜୀବନୀ ପୁସ୍ତକ ଭାବରେ ଗ୍ରହଣ କରା ଯାଇଥାଏ । ଗାନ୍ଧୀଜୀ ଆତ୍ମଜୀବନୀ ଲେଖିଲା ବେଳକୁ ତାଙ୍କର ଇଂରାଜୀ ବ୍ୟତୀତ ନିଜ ମାତୃଭାଷା ଗୁଜରାଟୀକୁ ବାଦ ଦେଲେ ଅନ୍ୟ ଭାଷାର ଜୀବନୀ ସାହିତ୍ୟ ସମ୍ପର୍କରେ ସେପରି ଧାରଣା ନ ଥିଲା । ଏପରିକି ଗୁଜରାଟୀ ଭାଷାରେ ମଧ୍ୟ ସେତେବେଳକୁ କେବଳ ନାରାୟଣ ହେମଚନ୍ଦ୍ରଙ୍କ ରଚିତ ‘ହୁ ପୋଟେ’ ଆତ୍ମଜୀବନୀଟି, ଯାହା ଆଂଶିକ ଭାବେ ଏକ ଭ୍ରମଣ ବୃତ୍ତାନ୍ତ, ୧୯୦୦ ମସିହାରେ ପ୍ରକାଶ ପାଇଥିଲା । ଅବଶ୍ୟ ତା’ ଯଥେଷ୍ଟ ପୂର୍ବରୁ ନର୍ମଦଶଙ୍କର ଦାଭେଙ୍କ ଆତ୍ମଜୀବନୀ ‘ମାରି ହକିକତ’ ୧୮୬୬ରେ ଲେଖା ହୋଇଥିଲେ ବି ତାହା ୧୯୩୩ ଯାଏଁ ପ୍ରକାଶିତ ହୋଇ ନ ଥିଲା । ତେଣୁ ଆତ୍ମଜୀବନୀ କିପରି ଲେଖା ହେଲେ ତାହା ପାଠକୀୟ ଆଦୃତି ଲାଭ କରିବ ସେ ନେଇ ଗାନ୍ଧୀଜୀଙ୍କ ସମ୍ମୁଖରେ କୌଣସି ପ୍ରାରୂପ ନ ଥିଲା । ଏହି ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ଆତ୍ମଜୀବନୀ ଲେଖା ଏକ ଅଭିନବ ଅନୁଭବ ଥିଲା ଏବଂ ଏଥି

କୁଆଡେ ଆମ ଇସ୍କୁଲୁ ଉଠିଯାଉଛି !

କିଛି ଦିନ ତଳେ ଭୁବନେଶ୍ୱର ନିକଟସ୍ଥ ବାଲିପାଟଣାର ଆମଣାକୁଦ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ରର “ମୁଁ ଇସ୍କୁଲୁରେ ପଢୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ଶୁଣିଲି କୁଆଡେ ଆମ ଇସ୍କୁଲୁ ଉଠିଯାଉଛି” କଥାଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ପରେ ତା’ ଉପରେ ଆଧାରିତ ଏକ ଓଡିଆ ‘ରାପ’ ଗୀତ ମଧ୍ୟ ବେଶ ଆଦୃତ ହୋଇଥିଲା । ହେଲେ ସ୍କୁଲ ଉଠିବା ନେଇ ପିଲାଟି ଉଠାଇଥିବା ମୂଳ ପ୍ରଶ୍ନଟି ସେମିତି ଅସମାହିତ ରହିଗଲା । କମ ଛାତ୍ର ଥିବା ଦର୍ଶାଇ ସ୍କୁଲଗୁଡିକୁ ବନ୍ଦ କରି ପାଖ ସ୍କୁଲରେ ମିଶାଇ ଦେବାର ରାଜ୍ୟ ସରକାରଙ୍କ ଆଦେଶକୁ ଓଡିଶା ହାଇକୋର୍ଟ ମଇ ୪, ୨୦୨୧ରେ ଦେଇଥିବା ରାୟରେ ଖାରଜ କରି ଦେଇଛନ୍ତି । ଫଳରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମାର୍ଚ୍ଚ ୧୧, ୨୦୨୦ରେ ପ୍ରକାଶିତ ମୂଳ ବିଜ୍ଞପ୍ତି ତଥା ଡିସେମ୍ୱର ୧୪, ୨୦୨୦ରେ ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତି ରଦ୍ଦ ହୋଇଛି । ରାଜ୍ୟର ଶତାଧିକ ସ୍କୁଲକୁ ବନ୍ଦ ନ କରିବାକୁ ଓ ବନ୍ଦ ହୋଇ ଅନ୍ୟ ସ୍କୁଲରେ ମିଶ୍ରଣ ହୋଇ ସାରିଥିବା ସ୍କୁଲଗୁଡିକୁ ପୁନଃପ୍ରତିଷ୍ଠା କରିବା ଲାଗି କୋର୍ଟ ଆଦେଶ ଦେଇଛନ୍ତି । ଯୌକ୍ତିକତା (ରାସନାଲାଇଜେସନ) ଓ ସୁଦୃଢୀକରଣ (କନସୋଲିଡେସନ)ର ନୀତିକୁ ଆଧାର କରି ମେ’ ୧୪, ୨୦୧୮ରେ ରାଜ୍ୟ ସରକାରଙ୍କ ଦ୍ୱାରା କମ ଛାତ୍ର ଥିବା ସ୍କୁଲଗୁଡିକୁ ବନ୍ଦ କରି ସେଗୁଡିକୁ ଗୋଟିଏ ଗୋଟିଏ ପାଖ ସ୍କୁଲରେ ମିଶାଇ ଦେବା ଲାଗି ନୀତିଗତ ନିଷ୍ପତ୍ତି ନିଆ ଯାଇଥିଲା ।