Skip to main content

Posts

Showing posts from December, 2022

ଚୀନର ‘ଶୂନ କୋଭିଡ଼’ ନୀତି ଓ ତା’ର ପ୍ରଭାବ

ଚୀନର ସିନଜିଆଙ୍ଗ ଅଞ୍ଚଳର ରାଜଧାନୀ ଉରୁମକିର ଏକ ବହୁତାଲା ଅଟ୍ଟାଳିକାରେ ନିଆଁ ଲାଗି ୧୦ ଜଣ ମ଼ତ୍ୟୁବରଣ କରିବା ପରେ ଏହି ମୃତ୍ୟୁ ଅତ୍ୟଧିକ କୋଭିଡ କଟକଣା ଯୋଗୁଁ ଅଗ୍ନିଶମ କର୍ମଚାରୀଙ୍କ ପଥରୋଧ କରାଯାଇଥିବାରୁ ଓ ଅନ୍ତେବାସୀଙ୍କ ବାହାରକୁ ବାହାରିବାର ବାଟକୁ ଓଗାଳିଥିବା କାରଣରୁ ହୋଇଥିଲା ବୋଲି ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲା । ଫଳରେ ଜନ ଅସନ୍ତୋଷ ତୀବ୍ର ହୋଇ ଦେଶବ୍ୟାପୀ ବିଭିନ୍ନ ସହରରେ ପ୍ରଦର୍ଶନମାନ ଆୟୋଜିତ ହେବାକୁ ଲାଗିଲା । ଏହା ଅସନ୍ତୋଷ ପରିପ୍ରକାଶର ତାତ୍କାଳିକ କାରଣ ହୋଇଥିଲେ ବି ଚୀନ ସରକାରଙ୍କ ‘ଶୂନ କୋଭିଡ ନୀତି’ (ଜିରୋ କୋଭିଡ଼ ପଲିସି) ଯୋଗୁଁ ସେଠାକାର ଲୋକେ ଦୀର୍ଘ ଦିନରୁ ଅତିଷ୍ଠ ହୋଇ ରହିଥିଲେ । କୋଭିଡ଼କୁ ନିୟନ୍ତ୍ରଣ ଭିତରେ ରଖିବା ପାଇଁ ଚୀନ ସରକାରଙ୍କ ଦ୍ୱାରା ଲଗାଯାଉଥିବା ଲମ୍ୱା ସମୟର ଲକଡ଼ାଉନ, ବ୍ୟାପକ ଟେଷ୍ଟିଂ ଓ ଅନ୍ୟାନ୍ୟ ମାତ୍ରାଧିକ ପ୍ରତିବନ୍ଧ ବିରୁଦ୍ଧରେ ସେଠାକାର ବିଭିନ୍ନ ସହରରେ ବିକ୍ଷୋଭ, ପ୍ରଦର୍ଶନମାନ ହେବା ଚୀନ ଭଳି ଦେଶରେ କଳ୍ପନାତୀତ । ଚୀନରେ ୧୯୮୯ରେ ହୋଇଥିବା ‘ତିଆନାନମେନ ସ୍କୋୟାର’ ପ୍ରତିବାଦ ପରେ ଏହା ସବୁଠାରୁ ବଡ଼ ପ୍ରତିବାଦର ଢେଉ ବୋଲି କୁହାଯାଉଛି । ଜନସାଧାରଣଙ୍କ ଚାପରେ ଏହି ନୀତିକୁ କେତେକାଂଶରେ କୋହଳ କରାଯାଇଥିବାରୁ ସେହି ନୀତିର କାର୍ଯ୍ୟକାରିତା ନେଇ ଏବେ ପ୍ରଶ୍ନ ଉଠୁଛି । ଚୀନରେ କୋଭିଡ଼ର ନୂତନ ଲହର ସାଂଘାତିକ ରୂପ ଧାରଣ କରିଥିବାରୁ ସେଠାକାର

ଲକ୍ଷ୍ୟ ହାସଲରେ ଅସଫଳତାର ବର୍ଷ

ଏନଡ଼ିଏ ସରକାର ୨୦୧୪ରେ କ୍ଷମତାସୀନ ହେବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଅନେକ ପ୍ରତିଶ୍ରୁତି ପ୍ରଦାନ କରା ହୋଇଆସିଛି । ତନ୍ମଧ୍ୟରୁ ଅଧିକାଂଶ ୨୦୨୨ ସୁଦ୍ଧା ପୂରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହା ପଛରେ ଥିବା ମୁଖ୍ୟ କାରଣ ହେଉଛି ଏହି ବର୍ଷ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷ । କେବଳ ସେତିକି ନୁହେଁ, ଅଗଷ୍ଟ ୧୫, ୨୦୨୨ ସୁଦ୍ଧା ଯେଉଁ ସବୁ ଲକ୍ଷ୍ୟ ହାସଲ କରାଯିବା ପାଇଁ ସ୍ଥିର ହୋଇଥିଲା, ସେଗୁଡ଼ିକୁ ନିତି (NITI) ଆୟୋଗ ଦ୍ୱାରା ପ୍ରକାଶିତ ପୁସ୍ତକ  ‘ଷ୍ଟ୍ରାଟେଜି ଫର ନିଉ ଇଣ୍ଡିଆ @୭୫’ରେ ଏକତ୍ର ସନ୍ନିବେଶିତ କରାଯାଇଥିଲା । ତେବେ ୨୦୨୨ର ପରିସମାପ୍ତି ପରେ ବି ଅନେକ ପ୍ରତିଶ୍ରୁତି ପୂରଣ ହୋଇନାହିଁ । ସେହି ସବୁ ଲକ୍ଷ୍ୟ ଓ ପ୍ରତିଶ୍ରୁତି ମଧ୍ୟରୁ କେତୋଟି ପ୍ରମୁଖ ପ୍ରତିଶ୍ରୁତିର ବାସ୍ତବ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଉ । ୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଆୟ ଦୁଇ ଗୁଣ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ୨୦୧୬ ମସିହାରେ କରିଥିବା ଘୋଷଣା କୃଷକ ଓ ଅନ୍ୟମାନଙ୍କ ମଧ୍ୟରେ ସବୁଠାରୁ ବେଶି ଆଶା ଉଦ୍ରେକ କରିଥିଲା । ୨୦୧୫-୧୬କୁ ଆଧାର ବର୍ଷ ଭାବେ ଗ୍ରହଣ କରି ଚାଷୀ ପରିବାରଙ୍କ ଆୟ ୨୦୨୨ ସୁଦ୍ଧା ବାର୍ଷିକ ୨,୧୯,୭୨୪ ଟଙ୍କା (ମାସିକ ପ୍ରାୟ ୧୮୩୦୦ ଟଙ୍କା)ରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଥିଲା ।  ବର୍ଷ ଶେଷରେ ଚାଷୀଙ୍କ ଆୟ ପ୍ରକୃତରେ କେତେ ଟଙ୍କାରେ ପହଞ୍ଚ

ଆମ ଜାମିନ ବ୍ୟବସ୍ଥାରେ ଦରିଦ୍ରଙ୍କ ଦୁର୍ଦ୍ଦଶା

କାହାକୁ ଚାପୁଡ଼ାଟିଏ ପକାଇ ହୁଏତ ଜଣେ ଗରିବ ଅଭିଯୁକ୍ତ ଜେଲ ଯାଇଛି ଯେ ଯାଇଛି, ଜେଲରୁ ମୁକୁଳିବା ପାଇଁ ବର୍ଷ ବର୍ଷ ଲାଗିଯାଇଛି । ଛୋଟ ଛୋଟ ଏବଂ ଜାମିନଯୋଗ୍ୟ ଅପରାଧ ପାଇଁ ବିଚାରାଧୀନ କଏଦୀ ଭାବେ ବର୍ଷ ବର୍ଷ ଧରି ଜେଲରେ ଶଢ଼ୁଥିବା ଗରିବ ଲୋକଙ୍କ ପରିବାର ଆର୍ଥିକ ଦୁରବସ୍ଥା ଯୋଗୁଁ ନ୍ୟାୟିକ ଲଢ଼େଇ ଲଢ଼ିବାକୁ ଅସମର୍ଥ ହୁଅନ୍ତି । ଏହିପରି ଲୋକମାନଙ୍କ ଦୁର୍ଦ୍ଦଶା ଜେଲ ବାହାରେ ରହୁଥିବା ଲୋକମାନେ ଜାଣନ୍ତି ନାହିଁ ଓ ସମାଜ ସେମାନଙ୍କ ସମସ୍ୟା ପ୍ରତି ଉଦାସୀନ । ତେଣୁ ସେମାନେ କ୍ରମଶଃ ବିସ୍ମୃତ ହୋଇଯାଆନ୍ତି । ଗୋଟିଏ ପଟେ ଗୁରୁତର ଅପରାଧରେ ସଂଶ୍ଳିଷ୍ଟ ସମ୍ପନ୍ନ ଅଭିଯୁକ୍ତମାନେ ନିଜ ଅର୍ଥ ଓ ପ୍ରତିପତ୍ତି ବଳରେ ଜାମିନ ପାଇ ମୁକ୍ତ ଭାବେ ବିଚରଣ କରିବାକୁ ସମର୍ଥ ହେଉଥିବା ବେଳେ ଅପେକ୍ଷାକୃତ ଛୋଟକାଟର ଅପରାଧ କରି ଗରିବ ବିଚାରାଧୀନ କଏଦୀମାନେ ସେମାନଙ୍କ ଜାମିନଯୋଗ୍ୟ ଅପରାଧ ପାଇଁ ମଧ୍ୟ ନ୍ୟାୟିକ ଲଢ଼େଇ ଲଢ଼ି ଉପଚାର ପାଇବା ଲାଗି ଆବଶ୍ୟକ ସମ୍ୱଳ ଜୁଟାଇ ନ ପାରି ଦୀର୍ଘ କାଳ ଧରି ଜେଲରେ ପଡ଼ି ରହିବାକୁ ଏକ ପ୍ରକାର ବାଧ୍ୟ ହୁଅନ୍ତି । ଫଳରେ ସେମାନେ ଓ ସେମାନଙ୍କ ପରିବାର ଚରମ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଆନ୍ତି । ନଭେମ୍ୱର ୨୬, ୨୦୨୨ରେ ୭୩ତମ ସମ୍ୱିଧାନ ଦିବସ ପାଳନ ଅବସରରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଓ ଝାଡ଼ଖଣ୍ତରେ ଗରିବ ଆଦିବାସୀମାନେ ଜାମିନଦାର ବା ଜାମିନ ରାଶି ଯୋଗାଡ଼ କରିବାକୁ ଅସମର୍ଥ