Skip to main content

Posts

Showing posts with the label Threat to Democracy

ମାରିଆ ରେସାଙ୍କ ନୋବେଲ ଅଭିଭାଷଣରେ ଆହ୍ୱାନ

ଫିଲିପାଇନସର ମାରିଆ ରେସା ଓ ରୁଷିଆର ଦିମିତ୍ରି ମୁରାତଭଙ୍କ ଭଳି ଦୁଇ ଜଣ ସାମ୍ୱାଦିକଙ୍କ ନାମ ୨୦୨୧ର ଶାନ୍ତି ନୋବେଲ ପୁରସ୍କାର ପାଇବା ପାଇଁ ଘୋଷଣା ହେବା ପରେ ସେମାନଙ୍କୁ ଡିସେମ୍ୱର ୧୦, ୨୦୨୧ରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ନୋବଲ ପୁରସ୍କାର ଗ୍ରହଣ କରିବା ଅବସରରେ ମାରିଆ ରେସା ଦେଇଥିବା ସାରଗର୍ଭକ ନୋବେଲ ଅଭିଭାଷଣଟି ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାର ଓଡିଆ ଅନୁବାଦ ନିମ୍ନରେ ପ୍ରଦତ୍ତ ହେଲା ;  “ଉପସ୍ଥିତ ମହାନୁଭବବୃନ୍ଦ, ନରୱେ ନୋବେଲ କମିଟିର ସମ୍ମାନିତ ସଦସ୍ୟବୃନ୍ଦ, ମହାମାନ୍ୟବୃନ୍ଦ, ସମ୍ମାନିତ ଅତିଥିବୃନ୍ଦ, ସାରା ପୃଥିବୀର ପ୍ରତ୍ୟେକ ସାମ୍ୱାଦିକ, ଯିଏ ନିଜ ପଥବିଚ୍ୟୁତ ନ ହେବା ଲାଗି ଅନେକ କିଛି ତ୍ୟାଗ କରିବାକୁ ବାଧ୍ୟ ହେଉଛି, ଆମ ମୂଲ୍ୟବୋଧ ଓ ଲକ୍ଷ୍ୟ ପ୍ରତି ସତ୍ୟନିଷ୍ଠ ରହିବା ଲାଗି, ଆପଣଙ୍କ ନିକଟରେ ସତ୍ୟ ପହଞ୍ଚାଇବା ଲାଗି ଓ ଶାସକଙ୍କୁ ଉତ୍ତରଦାୟୀ କରିବା ଲାଗି, ଆଜି ମୁଁ ସେମାନଙ୍କ ପ୍ରତିନିଧି ଭାବେ ଆପଣମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଛି । ମୋର ମନେ ଅଛି ଜମାଲ କସୋଗିଙ୍କ ନିର୍ମମ ବହିଷ୍କାରର କଥା, ମାଲଟାରେ ଡାଫନେ କେରୁଆନା ଗେଲିଜିଆଙ୍କ ହତ୍ୟାର କଥା, ଭେନେଜୁଏଲାରେ ଲୁଜ ସେଲି ରେଏସ, ବେଲାରୁସରେ ରୋମାନ ପ୍ରଟାସେଭିକ୍ (ଯାହାଙ୍କୁ ଗିରଫ କରିବା ପାଇଁ ବସ୍ତୁତଃ ତାଙ୍କ ଉଡାଜାହାଜକୁ ଅପହରଣ କରି ନିଆଯାଇଥିଲା), ହଂକଂ କାରାଗାରରେ ଦିନ କାଟୁଥିବା ଜିମି ଲା...