Skip to main content

Posts

Showing posts with the label Indo China Border

ଭାରତ-ଚୀନ ସୀମା ଅସ୍ପଷ୍ଟ କାହିଁକି ?

ଭାରତ ଓ ଚୀନ ମଧ୍ୟରେ ଗଲଓ୍ୱାନ ଘାଟୀରେ ସାମରିକ ଉତ୍ତେଜନା ଲାଗି ରହି ୨୦ ଜଣ ଯବାନ ଶହୀଦ ହେଲା ପରେ ଚୀନ ଭାରତ ଭିତରକୁ ପଶି ଆସି ଭାରତର ଭୂମି ଦଖଲ କରିଛି ବୋଲି ଉପଗ୍ରହ ଚିତ୍ର ଆଧାରରେ ରକ୍ଷା ବିଶେଷଜ୍ଞମାନଙ୍କର ମତ l ଭାରତର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହି ସାରିଛନ୍ତି ଯେ ଚୀନ ଭାରତର ଇଞ୍ଚେ ବି ଭୂଭାଗ ନେଇନାହିଁ l ଏହାକୁ ଚୀନ ସମର୍ଥନ କରିବା ସହ ସେମାନେ ଯାହା କରୁଛନ୍ତି ନିଜ ଭୂଭାଗରେ କରୁଛନ୍ତି ବୋଲି କହିବାକୁ ପଛାଇ ନାହିଁ । ତେବେ ଏ ସମସ୍ତ ଉକ୍ତି ଅର୍ଦ୍ଧସତ୍ୟ ଉପରେ ଆଧାରିତ, କାରଣ ଚୀନ ସହ ଭାରତର ସୀମା ପ୍ରାୟ ୩୪୮୮ କିଲୋମିଟର ପରିବ୍ୟାପ୍ତ ହୋଇଥିଲେ ବି ଉଭୟ ଦେଶ ମଧ୍ୟରେ କୌଣସି ସୁନିର୍ଦ୍ଦିଷ୍ଟ ସୀମାରେଖା ନାହିଁ l ଭାରତର କିଛି ଅଞ୍ଚଳ ଚୀନ ମାଡି ବସିଛି ବୋଲି ଭାରତ କହୁଥିବା ବେଳେ ଚୀନର କିଛି ଅଞ୍ଚଳ ଭାରତ ଦଖଲରେ ଅଛି ବୋଲି ଚୀନର ଅଭିଯୋଗ l ଉଭୟ ଦେଶଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳକୁ ଭିତ୍ତି କରି ସୀମାରେଖା ବଦଳରେ ଯାହା ଏବେ ଅଛି ତାହାର ବେଶି ଭାଗ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଭାବେ ବିଦିତ l ଯଦିଓ ଉଭୟ ଦେଶ ନିଜ ଦାବିରେ କାଏମ ରହିଛନ୍ତି ତଥାପି ମୋଟାମୋଟି ଭାବେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ର ବାସ୍ତବିକତାକୁ ଏକ ପ୍ରକାର ପରୋକ୍ଷରେ ଗ୍ରହଣ କରି ନେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ l ତେବେ ଉଭୟ ଦେଶର ସୀମାରେଖାକୁ ନେଇ ଥିବା ଅସ୍ପଷ୍ଟତା ହିଁ ଉତ୍ତେଜନା ...