Skip to main content

Posts

Showing posts with the label AFSPA

ଆଫସ୍ପା ଆଇନର ଯଥାର୍ଥତାକୁ ନେଇ ପ୍ରଶ୍ନ

ଆସାମ ରାଇଫଲସର ସେନାଙ୍କ ଦ୍ୱାରା ନାଗାଲାଣ୍ଡର ମୋନ ଜିଲ୍ଲାରେ ଡିସେମ୍ୱର ୪  ଓ ୫ , ୨୦୨୧ରେ ୧୪ ଜଣ ନିରସ୍ତ୍ର ନିରୀହ ନାଗରିକଙ୍କ ନିର୍ମମ ହତ୍ୟା ପରେ ଦେଶରେ ଆଫସ୍ପା ଆଇନ ବଳବତ୍ତର ରହିବାକୁ ନେଇ ପ୍ରତିବାଦର ସ୍ୱର ତୀବ୍ର ହୋଇଛି । ନାଗାଲାଣ୍ଡ ଭଳି ଏକ ସମ୍ୱେଦନଶୀଳ ସୀମାନ୍ତବର୍ତ୍ତୀ ରାଜ୍ୟରେ ଏ ଭଳି ଏକ ଘଟଣା ରାଜ୍ୟବାସୀଙ୍କୁ ଉତ୍ତେଜିତ କରିବା ସହ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାକୁ ବ୍ୟାହତ କରିଛି ବୋଲି ମତ ପ୍ରକାଶ ପାଉଛି । ଏପରିକି ଏନଡିଏର ଅଂଶୀଦାର ଥିବା ମେଘାଳୟ ଓ ନାଗାଲାଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ତୁରନ୍ତ ଆଫସ୍ପା ଆଇନ ପ୍ରତ୍ୟାହାର କରିବାକୁ ଦାବି ଜଣାଇ ସାରିଥିଲା ବେଳେ ନାଗାଲାଣ୍ଡ ବିଧାନସଭାରେ ଏହାକୁ ବାତିଲ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇସାରିଲାଣି । ଅବଶ୍ୟ ଏଥି ପୂର୍ବରୁ ଆଫସ୍ପା ଆଇନ ପ୍ରତ୍ୟାହାର ନେଇ ନାଗାଲାଣ୍ଡ ବିଧାନସଭାରେ ଅନେକ ଥର ପ୍ରସ୍ତାବ ପାରିତ ହୋଇସାରିଛି ।  ଆର୍ମଡ ଫୋର୍ସେସ ସ୍ପେଶାଲ ପାୱାର୍ସ ଆକ୍ଟ (ଆଫସ୍ପା) ବା ସଶସ୍ତ୍ର ବଳ ବିଶେଷ ଅଧିକାର ଆଇନ ଦେଶର ସଶସ୍ତ୍ର ବଳକୁ ପ୍ରଦତ୍ତ ଏକ ଅତି ନିର୍ଦ୍ଦୟ ଆଇନ, ଯାହା ମାନବିକ ଅଧିକାର ସୁରକ୍ଷାର ବିରୋଧାଚରଣ କରିଥାଏ । ୮୪୪ ଶବ୍ଦ ବିଶିଷ୍ଟ ଏହି ଆଇନ ଅନୁଯାୟୀ ‘ଅଶାନ୍ତ ଅଞ୍ଚଳ’ରେ ଶାନ୍ତି ଶୃଙ୍ଖଳା ବଜାଏ ରଖିବା ପାଇଁ ସଶସ୍ତ୍ର ବଳଙ୍କୁ କିଛି ବିଶେଷ କ୍ଷମତା ପ୍ରଦାନ କରାଯାଇଛି । ସଶସ୍ତ୍ର ବଳ...