Skip to main content

Posts

Showing posts with the label Loan Wirte Off

‘ରାଇଟ୍ ଅଫ୍’ ଆଳରେ କୋଟିପତିଙ୍କୁ ଋଣଛାଡ

ମୋଦି ସରକାର ଶାସନକୁ ଆସିଲା ପରେ ୧୦ ଲକ୍ଷ କୋଟି ଟଙ୍କାରୁ ବେଶି ବ୍ୟାଙ୍କଋଣ ରାଇଟ୍ ଅଫ୍ କରାଯାଇଥିବା ଜଣା ପଡିବା ପରେ ମୁଷ୍ଟିମେୟ ପୁଞ୍ଜିପତି ମିତ୍ରଙ୍କ ସ୍ୱାର୍ଥରେ ସରକାର ସେମାନଙ୍କ ବ୍ୟାଙ୍କ ‘ଋଣଛାଡ’ କରୁଛନ୍ତି ବୋଲି ବିରୋଧୀ ଦଳଗୁଡିକ ଆକ୍ଷେପ କରୁଛନ୍ତି । ଅନ୍ୟ ପକ୍ଷରେ କାହାକୁ ଟଙ୍କାଟିଏ ବି ଋଣଛାଡ କରାଯାଇନାହିଁ ବରଂ ଏ ସମସ୍ତ ରାଶି ରାଇଟ୍ ଅଫ୍ କରାଯାଇଛି ବୋଲି ସରକାରୀ ଦଳର ମୁଖପାତ୍ରମାନେ ଏମିତି ଉପସ୍ଥାପନ କରୁଛନ୍ତି ଯେମିତି ଏହି ସମସ୍ତ ରାଶି ଖିଲାପିଙ୍କଠାରୁ କଡାଗଣ୍ଡା କରି ଆଦାୟ ହୋଇଯିବ । ତେଣୁ ଋଣଛାଡ ଓ ଲୋନ ରାଇଟ୍ ଅଫ୍ ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ରାଇଟ୍ ଅଫ୍ ଦ୍ୱାରା କାହାର କ’ଣ ଲାଭ ବା କ୍ଷତି ହୁଏ, ତାହା ବୁଝିବାର  ଆବଶ୍ୟକତା ରହିଛି । ଋଣଛାଡର ଅର୍ଥ ହେଉଛି ଋଣ ଖାତା ବାତିଲ ହେବା, ଯଦ୍ଦ୍ୱାରା ଋଣଗ୍ରହୀତା ସମ୍ପୂର୍ଣ୍ଣ ଭାବେ ଋଣମୁକ୍ତ ହୋଇଥାଏ । ତା’ଠାରୁ ଋଣ ଆଦାୟ ଲାଗି ବ୍ୟାଙ୍କ ଆଉ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରୟାସ ମଧ୍ୟ କରି ନ ଥାଏ । ଋଣଗ୍ରହୀତା ଦେଇଥିବା ବନ୍ଧକ କାଗଜପତ୍ର ତାକୁ ଫେରାଇ ଦିଆଯାଇଥାଏ । ଏହା ସାଧାରଣତଃ କୌଣସି ବିଶେଷ ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଘୋଷିତ ନୀତି ଅନୁଯାୟୀ କରାଯାଇଥାଏ । ବ୍ୟାଙ୍କର ପ୍ରାପ୍ୟକୁ ସରକାର ଭରଣା କରିଥାଆନ୍ତି । ଅର୍ଥାତ୍, ବ୍ୟାଙ୍କ ନିଜେ କାହାରି ଋଣଛାଡ କରି ନଥାଏ । ଅନ୍ୟ ପକ୍ଷରେ ବ୍ୟାଙ୍କର ମନ୍ଦ ଋଣକୁ ବ୍ୟାଙ୍କଖା...