Skip to main content

Posts

Showing posts from June, 2024

ସ୍ୱପ୍ନଚୋରି ଓ ମେଧାହତ୍ୟା

ଘରେ ନ ପଶୁଣୁ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମୁଣ୍ଡରେ ଚାଳ ବାଜିଲାଣି ବୋଲି ଏବେ ଚର୍ଚ୍ଚା ହେଉଛି । ପଶ୍ଚିମବଙ୍ଗରେ ରେଳ ଦୁର୍ଘଟଣାରେ ଅନେକ ଲୋକଙ୍କ ପ୍ରାଣହାନି ପରେ ଦେଶବ୍ୟାପୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନସାଧାରଣଙ୍କ କ୍ରୋଧର ଶରବ୍ୟ ହୋଇଛନ୍ତି । ଠିକ୍ ଏତିକିବେଳେ ନିଟ୍ ପରୀକ୍ଷାରେ ହୋଇଥିବା ବ୍ୟାପକ ଦୁର୍ନୀତିର ଖବର ପ୍ରଘଟ ହୋଇ ଦେଶ ତମାମ୍ ଲକ୍ଷ ଲକ୍ଷ ପ୍ରଭାବିତ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ରୋଷ-ଉତ୍ତାପ ବଳୟରେ ପଡ଼ିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ କହି ପରୀକ୍ଷା ପରିଚାଳନା କରୁଥିବା ‘ଏନଟିଏ’ ସଂସ୍ଥାକୁ ଏକପ୍ରକାର କ୍ଲିନ୍ ଚିଟ୍ ଦେବା, ତା’ପରେ କାଁ ଭାଁ ଅନିୟମିତତା ହୋଇଛି ବୋଲି ସ୍ୱୀକାର ଓ ଶେଷରେ ଅନିୟମିତତା ପାଇଁ ସେ ନିଜେ ନୈତିକ ଭାବେ ଦାୟୀ ବୋଲି ମନ୍ତ୍ରୀ କହିବା ପରେ ତାଙ୍କର ଇସ୍ତଫା ଦାବି ଜୋର ଧରିଲା । ଏହା କେବଳ ଏକ ପ୍ରଶ୍ନପତ୍ର ଲିକ୍ ମାମଲା ନୁହେଁ, ବରଂ ଏଥିରେ ପାଦେ ପାଦେ ବ୍ୟାପକ ଅନିୟମିତତା ହୋଇଥିବାର ସୂଚନା ମିଳୁଛି ଯହିଁରେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ବିପନ୍ନ ହୋଇ ସେମାନଙ୍କ ସ୍ୱପ୍ନଚୋରି ଓ ମେଧାହତ୍ୟା ଲାଗି ସୁପରିକଳ୍ପିତ ଷଡ଼ଯନ୍ତ୍ର ହୋଇଥିବା ବିଷୟ ଜଣାପଡ଼ୁଛି । କହିବା ବାହୁଲ୍ୟ ଯେ ଏ ପ୍ରକାର ଦୁଃସ୍ଥିତିର ଦୀର୍ଘମିଆଦି ପ୍ରଭାବ ପଡ଼ିବାକୁ ଯାଉଛି, ଯାହା ଚିନ୍ତାଜନକ । ଡାକ୍ତରୀ ପାଠ ପଢ଼ିବା ପା

ବିଜୟରେ ବି ପରାଜୟର ଗ୍ଳାନି

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସାମାଜିକ ଗଣମାଧ୍ୟମରେ ବାର୍ତ୍ତାଟିଏ ଘୂରି ବୁଲୁଥିଲା ‘ଭୋଟରମାନେ ଏନଡ଼ିଏକୁ ୪୦୦ ଆସନ ତ ଦେଇଛନ୍ତି। ହେଲେ ୨୮ ପ୍ରତିଶତ ଜିଏସଟି କାଟିଦେଇଛନ୍ତି।‘ ୪୦୦ରୁ ୨୮ ପ୍ରତିଶତ ବାଦ ହେଲେ ରହୁଛି ୨୮୮, ଏନଡ଼ିଏ ପାଇଛି ୨୯୩ଟି ଆସନ । ବିଜେପିର ଆସନ ସଂଖ୍ୟା ୨୪୦, ଯାହା ଘୋଷିତ ଲକ୍ଷ୍ୟ ୩୭୦ର ମାତ୍ର ୬୫ ପ୍ରତିଶତ। ଏନଡିଏର ସହଯୋଗୀ ଦଳଙ୍କ ସହ ମିଶି ୨୭୨ ଅଙ୍କର ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ମୋଦୀ ଆଉଥରେ ସରକାର ଗଠନ କରିବାକୁ ସମର୍ଥ ହୋଇଛନ୍ତି। ହେଲେ ବିଜେପି ଏକୁଟିଆ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସମର୍ଥ ନ ହେବା ଓ ଗତ ଥର ତୁଳନାରେ ୬୩ଟି ଆସନ କମ ପାଇବାକୁ ଅନେକେ ଦଳର ପରାଜୟ ବୋଲି ଚିତ୍ରଣ କରୁଛନ୍ତି। ଗତ ଦୁଇ ଦଫା ଧରି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ଅଖଣ୍ଡ କ୍ଷମତା ଉପଭୋଗ କରିଆସିଥିବା ଦଳ ପାଇଁ ସହଯୋଗୀଙ୍କ ଉପରେ ନିର୍ଭର କରି ସରକାର ଚଲାଇବାର ବାଧ୍ୟବାଧକତା କେତେକଙ୍କୁ ଅସହଜ ଲାଗୁଛି। ଦେଶ ପୁଣି ଥରେ ପ୍ରକୃତ ଅର୍ଥରେ ମେଣ୍ଟ ସରକାରର ଯୁଗକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ କେହି କେହି ଏଭଳି ବିଜୟକୁ ଗ୍ରହଣ କରି ନ ପାରି ବିଷାଦଗ୍ରସ୍ତ ହେଉଛନ୍ତି। ବିଜୟ ସତ୍ତ୍ୱେ ପରାଜୟର ଗ୍ଳାନିର ଅନୁଭବ ହେବାକୁ ଇଂରେଜୀରେ କହନ୍ତି ‘ପାଇରିକ୍ ଭିକଟ୍ରି’ । ଗ୍ରୀକ୍ ସମ୍ରାଟ ଅଲେକଜାଣ୍ଡାରଙ୍କ ନିଧନର ସତର ବର୍ଷ ପରେ ପାଇରସ୍ ଏପିରସ୍ ରାଜ୍ୟର ସିଂହାସନ ଆରୋହଣ କରିଥିଲେ। ସେ ଖ୍ରୀଷ୍ଟ