Skip to main content

Posts

Showing posts with the label Seed Ball Afforestation Drone India Odisha Odia

ବିହନ ଗୁଳାରେ ସବୁଜ ବଳୟ

ପ୍ରତିବର୍ଷ ଜୁଲାଇ ମାସ ଆସିଲେ ବନ ମହୋତ୍ସବମାନ ଆୟୋଜିତ ହୋଇ ଜନସାଧାରଣଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବେ ବୃକ୍ଷ ରୋପଣ ପ୍ରତି ଆଗ୍ରହ ଓ ତତ୍ପରତା ପ୍ରକାଶ ପାଇଥାଏ, ଯାହା ସ୍ୱାଗତଯୋଗ୍ୟ । ତେବେ ଚାରାରୋପଣ ପରେ ସେଗୁଡ଼ିକର ଯତ୍ନ ନେବା ପାଇଁ ସେତିକି ଆଗ୍ରହ ପ୍ରକାଶ ପାଉ ନଥିବାରୁ ସେଥିରୁ କେତେ ଗଛ ବଞ୍ଚିଲା କି ମଲା ତା’ର ହିସାବ ଆଉ ପ୍ରାୟ କାହା ପାଖରେ ନଥାଏ । ଅନେକଙ୍କ ପାଇଁ ଏହା ଏକ ଫଟୋ ଉଠା କାର୍ୟ୍ୟକ୍ରମ ହୋଇ ସାମାଜିକ ଗଣମାଧ୍ୟମରେ ପ୍ରଚାରର ବିଷୟ ଭାବେ ସୀମିତ ହୋଇରହିଯାଏ । ବସ୍ତୁତଃ, ପୃଥିବୀ ସାରା ପ୍ରାୟ ୯୯ ପ୍ରତିଶତ ଗଛ ଆପେ ଆପେ ଉଠୁଥିବାରୁ ମଣିଷର ବିନା ହସ୍ତକ୍ଷେପରେ ବି ମଞ୍ଜି ପଡ଼ି ଗଛ ସୃଷ୍ଟି ହୋଇ ପ୍ରାକୃତିକ ଉପାୟରେ ସବୁଜ ବଳୟର ରକ୍ଷା ହୋଇପାରନ୍ତା । କିନ୍ତୁ ପ୍ରାକୃତିକ ଭାବେ ସୃଷ୍ଟି ହେଉଥିବା ଗଛ ଓ ଜଙ୍ଗଲ ତୁଳନାରେ ମଣିଷ ଅଧିକ ସଂଖ୍ୟକ ଗଛ କାଟି ଚାଲିଥିବାରୁ ଜଙ୍ଗଲର ଦ୍ରୁତ କ୍ଷୟ ହୋଇ ବୃକ୍ଷରୋପଣର ଆବଶ୍ୟକତା ଉପୁଜେ । ବିକାଶ ନାମରେ ନିତିପ୍ରତି ଯଥାଅଯଥାରେ ଲକ୍ଷ ଲକ୍ଷ ବୃକ୍ଷ ବଳି ପଡ଼ୁଥିବାର ଦେଖାଯାଏ । ସାରା ବିଶ୍ୱରେ କେବଳ ଗତ ୧୪ ବର୍ଷ ମଧ୍ୟରେ ୪.୩ କୋଟି ହେକ୍ଟର ଜଙ୍ଗଲ କ୍ଷୟ ହେବା ଉଦବେଗଜନକ । ଭୂପୃଷ୍ଠ ଏହିପରି ଭାବେ ବୃକ୍ଷଶୂନ୍ୟ ହୋଇଯାଉଥିବା ବେଳେ କେବଳ ଚାରାରୋପଣ କରି ସେହି କ୍ଷତିକୁ ଭରଣା କରିବା ଏକ ପ୍ରକାର ଅସମ୍ଭବ । ତେଣୁ ଦ୍ରୁତ ପୁନଃ ବନୀକରଣ ପାଇଁ ବିହନ ଗୁଳାକୁ ଉପଯୋଗରେ ...