Skip to main content

Posts

Showing posts with the label Peace

ଜରୁରୀ ହେଲାଣି ପ୍ରକୃତି ସହ ଶାନ୍ତି ସ୍ଥାପନ

ଶାନ୍ତି ପ୍ରସଙ୍ଗ ଉଠିଲେ ସ୍ୱାଭାବିକ ଭାବେ ଅହିଂସା କଥା ମନକୁ ଆସିଥାଏ, ଯେଉଁଠି ଦେଶ ଦେଶ ମଧ୍ୟରେ ଯୁଦ୍ଧ ବା ବିବାଦ ଲାଗି ରହି ନ ଥାଏ । ଏ ଭଳି ଏକ ହିଂସା, ଦ୍ୱେଷ, ବିବାଦ ଓ ଯୁଦ୍ଧରହିତ ସମାଜ ସମସ୍ତଙ୍କର କାମ୍ୟ । ତେବେ ମଣିଷ ଯେଉଁପରି ଅବିଚାରିତ ଭାବେ ପ୍ରକୃତିକୁ ଅହରହ ଆକ୍ରମଣ କରି ବ୍ୟାପକ କ୍ଷତି କରି ଚାଲିଛି, ତାହା ହିଂସାର ଭିନ୍ନ ଏକ ପ୍ରତିରୂପ ମାତ୍ର । ମାନବ ସମାଜର ଏହି ସଂଜ୍ଞାହୀନ ଆତ୍ମଘାତୀ ଆଚରଣ ନିରନ୍ତର ଚାଲିଥିବାରୁ ସେ ସମ୍ପର୍କରେ ସେ ତିଳେ ମାତ୍ର ଚିନ୍ତିତ ବା ବିବ୍ରତ ଥିଲା ପରି ଜଣା ପଡୁନାହିଁ । ପ୍ରକୃତି ସହ ଅହରହ ଯୁଦ୍ଧରେ ଲିପ୍ତ ହୋଇ ତାକୁ କ୍ଷତବିକ୍ଷତ କରି ମଣିଷ ନିଜେ ନିଜର ରକ୍ଷାକବଚକୁ ନିଜଠାରୁ ଦୂରେଇ ଦେଉଛି । ଯୁଦ୍ଧରୁ କ୍ଷାନ୍ତ ହୋଇ ପ୍ରକୃତି ସହ ସହାବସ୍ଥାନ କରିବା ନ ଶିଖିଲେ କେବଳ ମଣିଷ ନୁହେଁ ବରଂ ସମଗ୍ର ଜୀବଜଗତ ନିଶ୍ଚିହ୍ନ ହେବାର ଦ୍ୱାରଦେଶରେ ଉପନୀତ ହେବ, ଏଥିରେ ସନ୍ଦେହ ନାହିଁ ବୋଲି ଅନ୍ତତଃ କୋଭିଡ ମହାମାରୀ ସାରା ବିଶ୍ୱବାସୀଙ୍କୁ ଏକ ବଡ ଶିକ୍ଷା ଦେଇଛି ।  ପ୍ରତି ବର୍ଷ ସେପ୍ଟେମ୍ୱର ୨୧ ଦିନଟିକୁ ମିଳିତ ଜାତିସଙ୍ଘ ଦ୍ୱାରା ସାରା ବିଶ୍ୱରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ରୂପେ ପାଳନ କରା ଯାଇଥାଏ । ଏ ବର୍ଷର ଏହି ଶାନ୍ତି ଦିବସର ମୂଳ ବିଷୟ ଥିଲା ‘ପ୍ରକୃତି ସହ ଶାନ୍ତି ସ୍ଥାପନ’ । ପ୍ରକୃତି ସହ ଶାନ୍ତି ସ୍ଥାପନର ଅର୍ଥ ପ୍ରକୃତିର ସଂରକ୍ଷଣକୁ ବୁଝାଉଥିଲେ ବି ତହିଁର ପ୍ର...