Skip to main content

Posts

Showing posts with the label CAA NPR NRC India Odia

ଆମେ କାଗଜ ଦେଖାଇବୁନି

ସିଏଏ, ଏନପିଆର ଓ ଏନଆରସିକୁ ନେଇ ସାରା ଦେଶରେ ଏବେ ଅଶାନ୍ତି ଲାଗି ରହିଥିବା ବେଳେ ‘ହମ କାଗଜ ନହିଁ ଦିଖାଏଙ୍ଗେ’ (ଆମେ କାଗଜ ଦେଖାଇବୁନି) ନାମକ ଏକ ଶକ୍ତିଶାଳୀ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିବା ସରକାରଙ୍କ ପାଇଁ ନୂଆ ଆହ୍ୱାନ ସୃଷ୍ଟି କଲାଣି । ଏହା ଏକ ପ୍ରକାର ମହାତ୍ମା ଗାନ୍ଧୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ ଦ୍ୱାରା ଅନୁପ୍ରାଣିତ ହୋଇ ସରକାରଙ୍କ ଦ୍ୱାରା ପ୍ରଣୀତ ସିଏଏ ତଥା ପ୍ରସ୍ତାବିତ ଏନପିଆର ଓ ଏନଆରସିକୁ ଶାନ୍ତିପୂର୍ଣ୍ଣ ଭାବେ ଅମାନ୍ୟ କରିବା ଲାଗି ଜନ ସାଧାରଣଙ୍କୁ ଖୋଲା ଆହ୍ୱାନ । ଇତି ମଧ୍ୟରେ ‘ଆମେ କାଗଜ ଦେଖାଇବୁନି’ ଆନ୍ଦୋଳନ ‘ଆମେ ଭାରତବାସୀ’ ନାମକ ସ ଙ୍ଗ ଠନ ଜରିଆରେ ଦେଶର ୧୨୦ଟିରୁ ଅଧିକ ସ୍ଥାନକୁ  ବ୍ୟାପି ସାରିଲାଣି । ସିଏଏ ବିରୋଧୀ ପ୍ରତିବାଦ ସଭାମାନଙ୍କରେ ପ୍ରଥମେ ପାକିସ୍ତାନୀ କବି ଫୈଜ ଅହମଦ ଫୈଜଙ୍କର ବିପ୍ଳବୀ ଗୀତ ‘ହମ ଦେଖେଙ୍ଗେ’ ବହୁଳ ଭାବେ ଶୁଣିବାକୁ ମିଳୁଥିଲା । ଏହା ଭାରତ ବିରୋଧୀ ଓ ହିନ୍ଦୁ ବିରୋଧୀ ବୋଲି ନିନ୍ଦୁକମାନେ ଆରୋପ କରିବାକୁ ଲାଗିଲେ । ଠିକ ଏତିକି ବେଳେ ଡିସେମ୍ବର ୨୧, ୨୦୧୯ରେ ଷ୍ଟାଣ୍ଡ ଅପ କମେଡିଆନ ବରୁଣ ଗ୍ରୋଭରଙ୍କର ସିଏଏ, ଏନପିଆର ଓ ଏନଆରସି ବିରୁଦ୍ଧରେ ଏକ କବିତା ‘ହମ କାଗଜ ନହିଁ ଦିଖାଏଙ୍ଗେ’ ୟୁ-ଟ୍ୟୁବରେ ଆତ୍ମପ୍ରକାଶ କରି ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟକୁ ଛୁଇଁଲା ଓ ତାହା ବିଜୁଳି ବେଗରେ ଭାଇରାଲ ହେବାକୁ ଲାଗିଲା । ସେହି କବିତାର ଓଡିଆ ଅନୁବା...