Skip to main content

Posts

Showing posts with the label Toolkit

ଟୁଲକିଟ ଏକ ଷଡଯନ୍ତ୍ର ନୁହେଁ !

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନ୍ତର୍ଜାତିକ ପରିବେଶବିଦ ଗ୍ରେଟା ଥନବର୍ଗ  ୨୦୨୧ ମସିହା ଫେବୃଆରି ୩ ତାରିଖରେ ଆନ୍ଦୋଳନର ସମର୍ଥନରେ ଏକ ଟୁଇଟ କରିବା ସଙ୍ଗେ ସଙ୍ଗେ ଆନ୍ଦୋଳନ ସପକ୍ଷରେ ଥିବା ଲୋକଙ୍କ ପାଇଁ ଉପଲବ୍ଧ ଏକ ସହାୟକ ଟୁଲକିଟ ସମ୍ପର୍କରେ ସେମାନଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ମାତ୍ର ସେ ସେହି ଟୁଇଟଟିକୁ ହଟାଇ  ଦେଇ ଫେବୃଆରି ୪ରେ ଆଉ ଏକ ଟୁଇଟ କରି ପୂର୍ବୋକ୍ତ ଟୁଲକିଟଟି ଅପ୍ରାସଙ୍ଗିକ ହୋଇ ଯାଇଥିବାରୁ ତା’ ସ୍ଥାନରେ ଅନ୍ୟ ଏକ ପରିମାର୍ଜିତ ଟୁଲକିଟ ରଖିଥିଲେ । ସ୍ୱାଭାବିକ ଭାବେ ପ୍ରଥମ ଟୁଲକିଟଟିରେ ଜାନୁଆରି ୨୬ରେ ଅନୁଷ୍ଠିତ ହୋଇଥିବା କୃଷକଙ୍କ ଟ୍ରାକ୍ଟର ରାଲିକୁ ସମର୍ଥନ ସହ ଅନ ଲାଇନରେ ଓ ରାସ୍ତା ଉପରେ କିପରି ବିରୋଧ ପ୍ରଦର୍ଶନ କରାଯିବ ତାହାର ବିସ୍ତୃତ ବର୍ଣ୍ଣନା ଥିବାରୁ ତାହା ଅପ୍ରାସଙ୍ଗିକ ହୋଇ ପଡିଥିଲା । ତେବେ ତଦନୁସାରେ ଦିଲ୍ଲୀରେ ହିଂସା ସଂଘଟିତ ହୋଇଥିବା ଦର୍ଶାଇ ଦିଲ୍ଲୀ ପୁଲିସ ଏହି ଟୁଲକିଟକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କଲେ । ଟୁଲକିଟ ମାମଲାରେ ବାଙ୍ଗାଲୋରରୁ ୨୨ ବର୍ଷୀୟା ଦିଶା ରବିଙ୍କୁ ଗିରଫ ଓ ଅନ୍ୟ ଦୁଇ ଜଣ, ନିକିତା ଜାକବ ଓ ଶାନ୍ତନୁ ମୁଲୁକଙ୍କ ବିରୁଦ୍ଧରେ ଗିରଫ ପରୁଆନା ଜାରି ହେବା ପରେ ଟୁଲକିଟକୁ ନେଇ ସାରା ଦେଶରେ ଚାଲିଥିବା ଚର୍ଚ୍ଚାରେ ଏହା ଦେଶ ବିରୁଦ୍ଧରେ ଷଡଯନ୍ତ୍ର ବୋଲି ଏକ ଧାରଣା ସୃଷ୍ଟି ହେଉଥିବାରୁ ଟୁଲକିଟର ବ୍ୟବହାର ଓ ଉପଯୋଗିତାକୁ...