Skip to main content

Posts

Showing posts with the label Political mileage

ବାତ୍ୟା ‘ୟାସ’ ଜନିତ ରାଜନୈତିକ ଲାଭକ୍ଷତି ଆକଳନ

ବାତ୍ୟା ‘ୟାସ’ ମଇ ୨୬, ୨୦୨୧ ରେ ଓଡିଶାର ସ୍ଥଳଭାଗକୁ ଛୁଇଁ ଓଡିଶା, ବଙ୍ଗଳା ଓ ଝାରଖଣ୍ଡର କିଛି ଅଞ୍ଚଳରେ ପ୍ରଭୁତ କ୍ଷତି କରି ଚାଲି ଗଲା ପରେ ସେହି କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ସମୀକ୍ଷା ବୈଠକଜନିତ ରାଜନୈତିକ ଲାଭକ୍ଷତିର ଆକଳନ ପାଇଁ ରାଜନୈତିକ ମହଲରେ ଏତେ ଆଗ୍ରହ ଦେଖା ଦେଇଛି ଯେ ‘ୟାସ’ଜନିତ ଭୌତିକ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ବି ସତେ ଯେମିତି ଗୌଣ ହୋଇପଡିଛି । ତା’ ସ୍ଥାନ ନେଇଛି ଦିଦି-ମୋଦିଙ୍କ କଳହ ନେଇ ବିତର୍କ । ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକୁ ଆକାଶମାର୍ଗରୁ ପରିଦର୍ଶନ କରି କଲାଇକୁଣ୍ଡାଠାରେ କରିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ନ ରହିବା ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରାଯାଇଛି ବୋଲି ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଠିକ ତା’ ପୂର୍ବରୁ ଭୁବନେଶ୍ୱରଠାରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହି ଯେଉଁ ଭଳି ଆଚରଣ ପ୍ରଦର୍ଶନ କଲେ ତାହା ଅତି ଉଚ୍ଚକୋଟୀର ଥିଲା ବୋଲି ବିଜେପିର ଜାତୀୟସ୍ତରର ନେତାମାନେ ସ୍ୱୀକାର କରିବା ସହ ସେଥିରୁ ମମତା ବାନାର୍ଜୀ ଓ ଅନ୍ୟ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ ଶିଖନ୍ତୁ ବୋଲି କହିବାକୁ ବି ପଛାଉ ନାହାନ୍ତି । ଓଡିଆରେ କଥାଟିଏ ଅଛି, ଦୁଇ ଜଣକ କଳିରେ ତୃତୀୟ ପକ୍ଷର ଲାଭ । ଦିଦି ଓ ମୋଦିଙ୍କ କଳହ ନ...