Skip to main content

ବାଲ୍ୟବିବାହ ପ୍ରଥାର ଅନ୍ତ କେବେ ?

‘ଦେଲା ନାରୀ ହେଲା ପାରି’, ‘ଝିଅ ଘିଅ’, ‘ଗୃହଯୋଗ୍ୟା ହେବା’ ଆଦି ଆମ ସମାଜରେ ପ୍ରଚଳିତ ପୁରୁଷ ମାନସିକତାର ଏହି କଥାଗୁଡିକରେ ବଢିଲା ଝିଅକୁ ବୋଝ ବା ବିପଦ ବୋଲି ଅଭିହିତ କରାଯାଇଛି । ସେହି କଥା ବାରମ୍ବାର ଶୁୁଣୁୁଥିବା ଲୋକଟିଏ ସତକୁ ସତ ଝିଅକୁ ବୋଝ ବୋଲି ଗ୍ରହଣ କରି ନେଇ ଯଥାଶୀଘ୍ର ତା ହାତକୁ ଦି ହାତ କରିବା ପାଇଁ ବୋଝ ଓ ବିପଦମୁକ୍ତ ହେବାକୁ ବ୍ୟଗ୍ର ହୋଇପଡେ । ଫଳସ୍ୱରୂପ, ସମୟ ପୂର୍ବରୁ ବାଲ୍ୟ ବିବାହ କରି ଆଉ ଗୋଟିଏ ଝିଅ ବାହା ବେଦିରେ ବଳି ପଡିଯାଏ ।
ସାରା ବିଶ୍ୱରେ ବାଲ୍ୟବିବାହ ପ୍ରଥାକୁ ମୌଳିକ ମାନବିକ ଅଧିକାରର ପରିପନ୍ଥୀ ବୋଲି ବିବେଚନା କରା ଯାଇଛି । ତେଣୁ ୧୯୮ଟି ଦେଶ ବିବାହ ପାଇଁ ସର୍ବନିମ୍ନ ବୟସ ସ୍ଥିର କରି ଆଇନ ପ୍ରଣୟନ କରଥିଲେ ମଧ୍ୟ ଅନେକ ଦେଶରେ ତାହା କଡାକଡି ଭାବେ ପାଳନ ହେଉନାହିଁ । ଫଳରେ ପୃଥିବୀର ବିଭିନ୍ନ ଦେଶରେ ଏହି କୁପ୍ରଥା ଏବେ ମଧ୍ୟ ପ୍ରଚଳିତ ଓ ବିଶ୍ୱରେ ପ୍ରତି ପାଞ୍ଚ ଜଣରେ ଜଣେ ବାଳିକା ନିର୍ଦ୍ଧାରିତ ୧୮ ବର୍ଷ ବୟସ ପୂର୍ବରୁ ବାଲ୍ୟବିବାହ କରିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ଜୀବିତ ୬୫ କୋଟି ମହିଳା ବାଲ୍ୟବିବାହ କରିଥିଲେ । ପ୍ରତିବର୍ଷ ପ୍ରାୟ ୧ କୋଟି ୨୦ଲକ୍ଷ ବାଳିକା ୧୮ ବର୍ଷ ନ ପୂରୁଣୁ ବାହା ହେଉଛନ୍ତି, ଯାହା ଅର୍ଥ ପ୍ରତି ମିନିଟରେ ୨୩ ଜଣ । ନାଇଜର ନାମକ ଦେଶରେ ସର୍ବାଧିକ ୭୬ ପ୍ରତିଶତ ବାଳିକା ବାଲ୍ୟବିବାହର ଶିକାର ହେଉଛନ୍ତି । ଏକଦା ଭାରତରେ ଏହି ସମସ୍ୟା ଅତି ଉତ୍କଟ ଥିଲା । ‘ଚିକାଗୋ ଟ୍ରିବ୍ୟୁନ’ ପତ୍ରିକା ଅନୁଯାୟୀ ବାଳିକା ଓ ଯୁବତୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଧିକ ସୁଯୋଗ ପ୍ରଦାନ ମାଧ୍ୟମରେ ଭାରତ ୨୦୦୪ ସୁଦ୍ଧା ଦୁଇ-ତୃତୀୟାଂଶ ବାଲ୍ୟବିବାହ ହ୍ରାସ କରିବାକୁ ସକ୍ଷମ ହୋଇଛି । ତଥାପି ସଂଖ୍ୟା ଦୃଷ୍ଟିରୁ ଭାରତରେ ଏବେ ମଧ୍ୟ ସର୍ବାଧିକ ୧,୫୫,୦୯,୦୦୦ ବାଲ୍ୟବିବାହ ଅନୁଷ୍ଠିତ ହେଉଛି ।
ୟୁନିସେଫ ସଂସ୍ଥା ବଳପ୍ରୟୋଗ ପୂର୍ବକ ହେଉଥିବା ସମସ୍ତ ବିବାହ, ବିଶେଷ କରି ବାଲ୍ୟବିବାହର ଘୋର ବିରୋଧୀ, ଯେଉଁଥିରେ ଉଭୟ ବର ଓ କନ୍ୟାଙ୍କର ସମ୍ମତି ନଥାଏ । ୟୁନିସେଫର ବିଶ୍ୱାସ ଯେ ୧୮ ବର୍ଷରୁ କମ ବୟସର ଶିଶୁମାନଙ୍କ ବିବାହ ଦ୍ୱାରା ସେମାନଙ୍କ ମାନବିକ ଅଧିକାର ବାଧାପ୍ରାପ୍ତ ହେବା ସଙ୍ଗେସଙ୍ଗେ ସେମାନଙ୍କ ଶିକ୍ଷା, ଅବସର, ଭଲ ସ୍ୱାସ୍ଥ୍ୟ, ଅଭିବ୍ୟକ୍ତିର ସ୍ୱତନ୍ତ୍ରତା, ଭେଦଭାବରୁ ମୁକ୍ତ ହେବା ଆଦି ଅଧିକାରଗୁଡିକ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥାଏ । ଶିଶୁମାନଙ୍କ ଏହି ଅଧିକାରଗୁଡିକୁ ସୁରକ୍ଷା ଦେବାର ସର୍ବଶ୍ରେଷ୍ଠ ଉପାୟ ହେଉଛି, ସେମାନଙ୍କ ବିବାହର ସର୍ବନିମ୍ନ ବୟସକୁ ୧୮ ବର୍ଷ ଧାର୍ଯ୍ୟ କରିବା ।
ବାଲ୍ୟବିବାହର ପ୍ରମୁଖ କାରଣଗୁଡିକ ମଧ୍ୟରେ ଲିଙ୍ଗଗତ ବୈଷମ୍ୟ, ପରମ୍ପରା, ଦାରିଦ୍ର‌୍ୟ, ଅସୁରକ୍ଷା ଆଦି ଅନ୍ୟତମ । ତେବେ ବାଲ୍ୟବିବାହ ଜନିତ ସମସ୍ୟାଗୁଡିକ ବାସ୍ତବିକ ଚିନ୍ତାଜନକ । ଏହା ସ୍ୱାସ୍ଥ୍ୟହାନି ଓ ଅବେଳ ମୃତ୍ୟୁର ଏକ ପ୍ରମୁଖ କାରଣ । ବିକାଶଶୀଳ ଦେଶମାନଙ୍କରେ ୧୫ରୁ ୧୯ ବର୍ଷ ବୟସର କିଶୋରୀଙ୍କ ମୃତ୍ୟୁର ଏକ ବଡ କାରଣ ହେଉଛି ଅପ୍ରାପ୍ତ ବୟସରେ ଗର୍ଭଧାରଣ । ସେମାନେ ଶିକ୍ଷାଗ୍ରହଣ ସୁବିଧାରୁ ବଞ୍ଚିତ ହୁଅନ୍ତି ଓ ସାରା ଜୀବନ ଦାରିଦ୍ର‌୍ୟର କଷାଘାତରେ ନିଷ୍ପେସିତ ହୋଇଥାନ୍ତି ।        
ଇତି ମଧ୍ୟରେ ଭାରତରେ ୨୦୧୫-୧୬ରେ ହୋଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ-୪)ର ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଜାତୀୟ ସ୍ତରରେ ହାରାହାରି ୨୬.୮ ପ୍ରତିଶତ ବାଲ୍ୟବିବାହ ହେଉଛି ବୋଲି ଦର୍ଶାଯାଇଛି । ରାଜ୍ୟଗୁଡିକ ମଧ୍ୟରେ ଓଡିଶାର ସ୍ଥାନ ତ୍ରୟୋଦଶ ଓ ଏଠାରେ ହାରାହାରି ୨୧.୩ ପ୍ରତିଶତ ବାଲ୍ୟବିବାହ ହେଉଥିବା ଉଲ୍ଲେଖ ରହିଛି । ପଶ୍ଚିମବଙ୍ଗରେ ସର୍ବାଧିକ ୪୦.୭ ପ୍ରତିଶତ ବାଲ୍ୟବିବାହ ହେଉଛି । ତେବେ ଉଦବେଗର ବିଷୟ, ଜାତୀୟ ସ୍ତରରେ ସହରାଞ୍ଚଳଗୁଡିକରେ ଏହି ହାର ୧୭.୫ ପ୍ରତିଶତ ଥିବା ବେଳେ ଓଡିଶାର ସହରାଂଚଳଗୁଡିକରେ ଏହା ୧୯.୫ ପ୍ରତିଶତ ରହିଛି ।  ସବୁଠାରୁ ଚିନ୍ତାର ବିଷୟ ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡା, ନୟାଗଡ, ଗଞ୍ଜାମ ଓ କେନ୍ଦୁଝର ଭଳି ଆଠଟି ଜିଲ୍ଲାରେ ଏହି ହାର ଯଥାକ୍ରମେ ୩୯, ୩୮, ୩୫, ୩୫, ୩୪, ୩୧, ୩୦, ୨୮ ପ୍ରତିଶତ, ଯାହା ଜାତୀୟ ହାରଠାରୁ ମଧ୍ୟ ଅଧିକ । ଭଦ୍ରକ, ପୁରୀ, ଯାଜପୁର, ଜଗତସିଂହପୁର, ଝାରସୁଗୁଡା, ସମ୍ବଲପୁର, କେନ୍ଦ୍ରାପଡା, ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, କଟକ, ଖୋର୍ଦ୍ଧା, ନୂଆପଡା ଭଳି ୧୩ଟି ଜିଲ୍ଲାରେ ଏହା ୨୦ ପ୍ରତିଶତରୁ କମ ରହିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ଅନୁନ୍ନତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଏହି ହାର ଅପେକ୍ଷାକୃତ ଅଧିକ । ତେବେ ଏହା ଏକମାତ୍ର କାରଣ ହୋଇ ନପାରେ । କାରଣ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଓ ନୂଆପଡା ଜିଲ୍ଲାରେ ଏହାର ହାର କମ ହୋଇଥିଲା ବେଳେ ଗଞ୍ଜାମ ଓ ବାଲେଶ୍ୱର ଭଳି ଅପେକ୍ଷାକୃତ ଉନ୍ନତ ଜିଲ୍ଲାରେ ଏହା ଯଥେଷ୍ଟ ଅଧିକ । ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୬ ପ୍ରତିଶତ ବାଲ୍ୟବିବାହ ହେଉଥିବା ବେଳେ ସଂଲଗ୍ନ ବାଲେଶ୍ୱର ଜିଲ୍ଲାରେ ଶତକଡା ୨୬ ଭାଗ ହେବା ଆଶ୍ଚର୍ଯ୍ୟର ବିଷୟ । ଏହି ଭଳି ବ୍ୟତିକ୍ରମଗୁଡିକର କାରଣ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି, କାରଣ ହୁଏତ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କିଛି ଜାତି ବା ସମ୍ପ୍ରଦାୟ ବିଶେଷରେ ଏହା ଅଧିକ ମାତ୍ରାରେ ହେଉଥାଇପାରେ ।
ବାଲ୍ୟବିବାହର ପରିସମାପ୍ତି କରିବାକୁ ହେଲେ ଆମକୁ ଚାରୋଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ପ୍ରଥମତଃ, ବାଳିକାମାନଙ୍କୁ ଶିକ୍ଷା ଓ କୌଶଳ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବାକୁ ହେବ, ଯଦ୍ଦ୍ୱାରା ସେମାନଙ୍କ ବାପାମାଆମାନେ ସେମାନଙ୍କୁ ଆଉ ବୋଝ ବୋଲି ମନେ କରିବେ ନାହିଁ । ଦ୍ୱିତୀୟତଃ, ସମ୍ପୃକ୍ତ ସମାଜର ପୁରୁଷ ଓ ବାଳକଙ୍କ ସହ ଆଲୋଚନା କରି ଏହାର ଅପକାର ସମ୍ପର୍କରେ ବୁଝାଇବାକୁ ହେବ । ସେହି ସମାଜର ପାରମ୍ପରିକ ଓ ଧାର୍ମିକ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ ବିଶ୍ୱାସକୁ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନଙ୍କ ନିଷ୍ପତ୍ତିର ସମାଜ ଉପରେ ସୁଦୂର ପ୍ରସାରୀ ପ୍ରଭାବ ପଡିଥାଏ । ଏଠାରେ ଉଲ୍ଲେଖନୀୟ ଓଡିଶାରେ କନ୍ଧ, ପରଜା, ସଉରା, ଜୁଆଙ୍ଗ, ପାଉଡି ଭୂୟାଁ ଭଳି ଆଦିବାସୀ ସମ୍ପ୍ରଦାୟ ବାଲ୍ୟବିବାହ ବିରୋଧରେ ନିଷ୍ପତ୍ତି ନେଇ ସାରିଛନ୍ତି । ତୃତୀୟତଃ, ବାଲ୍ୟବିବାହ ପ୍ରବଣ ଅଞ୍ଚଳମାନଙ୍କରେ ନିକଟରେ ଉଚ୍ଚ ମାନର ବିଦ୍ୟାଳୟ ଉପଲବ୍ଧ ହେଲେ ଉଭୟ ବାଳିକା ଓ ବିବାହିତାମାନେ ସେମାନଙ୍କ ଶିକ୍ଷା ଜାରି ରଖିପାରିବେ । ସେହିପରି ସେହିଠାରେ ଉଚ୍ଚ ମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପଲବ୍ଧ ହେଲେ ବାଳିକାମାନେ ନିଜର ପ୍ରଜନନ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ସେଥିପ୍ରତି ଯତ୍ନବାନ ହୋଇ ପାରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏ ଦିଗରେ ଉପଯୁକ୍ତ ଆଇନ ଓ ନୀତି ନିର୍ଦ୍ଧାରଣ ହେବା ସହ ସେଗୁଡିକର ପ୍ରଣୟନ ପାଇଁ ଆନ୍ତରିକତା ପ୍ରଦର୍ଶନ ହେବା ଉଚିତ । ଜନ୍ମ ପଞ୍ଜିକରଣ ଭଳି ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଗଲେ ତାହା ବାଲ୍ୟବିବାହକୁ ରୋକିବାରେ ଅନେକଟା ସହାୟକ ହେବ । ଏଠାରେ ଉଲ୍ଲେଖଯୋଗ୍ୟ, ଓଡିଶାରେ ବାଲ୍ୟବିବାହକୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ରୋକିବା ପାଇଁ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା (ଆଇସିପିଏସ), କିଶୋରୀ ଶକ୍ତି ଯୋଜନା, ଉଜ୍ଜ୍ୱଳା, ସବଳା, ବେଟି ବଚାଓ ବେଟି ପଢାଓ, କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ, ଏନପିଜିଇଏଲ ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଅନେକ ଜିଲ୍ଲାରେ ତାର ଅପେକ୍ଷିତ ପ୍ରଭାବ ଅନୁଭୂତ ହେଉନାହିଁ । ଏହାର କାରଣ ଖୋଜି ନିରାକରଣ ପାଇଁ ତୃଣମୂଳ ସ୍ତରରେ ମାଇକ୍ରୋପ୍ଲାନିଂର ଆବଶ୍ୟକତା ଥିବାରୁ ସରକାର ସେ ଦିଗରେ ପଦକ୍ଷେପ ନେବା ସଙ୍ଗେସଙ୍ଗେ ସମାଜକୁ କିପରି ସାଙ୍ଗରେ ନେଇ ହେବ ସେଥିପାଇଁ ସଚେଷ୍ଟ ହେଲେ ଓଡିଶା ଅଚିରେ ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ ।   
ଗତ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଶୋଭା ଚୌହାନ ନାମକ ଜଣେ ପ୍ରାର୍ଥୀ ତାଙ୍କୁ ଭୋଟରେ ଜିତାଇଲେ ସେ ବିନା ପୋଲିସ ହସ୍ତକ୍ଷେପରେ ବାଲ୍ୟବିବାହ ସୁନିଶ୍ଚିତ କରାଇବାର ପ୍ରତିଶ୍ରୁତି ଦେବା ଭଳି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଥିଲା । ନେତାମାନଙ୍କ ଏ ଭଳି କାର୍ଯ୍ୟ ସମାଜରେ ବାଲ୍ୟବିବାହ ଭଳି କୁପ୍ରଥାକୁ ଉନ୍ମୁଳନ କରିବା ତ ଦୂରର କଥା ବରଂ ତାକୁ ଅଧିକ ପ୍ରୋତ୍ସାହନ ଦେଉଥିବାରୁ ରାଜନେତାମାନେ ଏ ଭଳି ପ୍ରତିଗାମୀ ବିଚାରରୁ ନିବୃତ୍ତ ହେବା  ବିଧେୟ । ଏ ସମସ୍ୟା ପ୍ରତି ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନର ଆବଶ୍ୟକତା ଥିବାରୁ ସମାଜର ପ୍ରତି ସ୍ତରରେ ଥିବା ଲୋକେ ଏଥିପାଇଁ ଉଦ୍ୟମ କରିବା ଉଚିତ । ଏହି କୁପ୍ରଥା ବିରୁଦ୍ଧରେ ରାଜା ରାମମୋହନ ରାୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, କେଶବ ଚନ୍ଦ୍ର ସେନ, ବେହରାମଜୀ ମାଲାବାରୀ, ହରବିଲାସ ଶାରଦାଙ୍କ ଭଳି ସଂସ୍କାରକଙ୍କ ସ୍ୱର ଉତ୍ତୋଳନ ଓ ୧୯୨୯ ମସିହାରୁ ଏ ନେଇ ଆଇନ ପ୍ରଣୟନ ସତ୍ତ୍ଵେ ବାଲ୍ୟବିବାହ ଆଜି ମଧ୍ୟ ଜାରି ରହିବା ଦ୍ୱାରା ମନରେ ସ୍ୱତଃ ପ୍ରଶ୍ନ ଉଠେ ଏ ପ୍ରଥାର ଅନ୍ତ ହେବ କେବେ?     


                                    

Comments

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତିର ଲୋ