Skip to main content

Posts

ଭାରତର ଋଣ ଭାର ନେଇ ସତର୍କ ଘଣ୍ଟି

ଗତ କିଛି ବର୍ଷ ଧରି ଭାରତର ଋଣ ଭାର ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ପ୍ରତି ବର୍ଷ ପ୍ରକାଶ କରୁଥିବା ଆର୍ଟିକଲ୍- ୪ ସମୀକ୍ଷା ପତ୍ରରେ ଡିସେମ୍ୱର ୨୦୨୩ରେ ସତର୍କ ବାଣୀ ଶୁଣାଇ ପୂର୍ବାନୁମାନ କରିଛି ଯେ ପ୍ରତିକୂଳ ପରିସ୍ଥିତି ହେଲେ ଭାରତର ଋଣ-ଜିଡିପି ଅନୁପାତ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦୦ ପ୍ରତିଶତ ଟପିଯାଇପାରେ, ଅର୍ଥାତ୍ ଦେଶର ମୋଟ ଘରୋଇ ଉତ୍ପାଦର ମୂଲ୍ୟ ଯାହା ମୋଟ ଋଣର ପରିମାଣ ତାଠାରୁ ଅଧିକ ହେବ । ଆଇଏମଏଫର ଏହି ପୂର୍ବାନୁମାନକୁ ‘ଭୁଲ୍’ ବୋଲି ଅଭିହିତ କରି ଅର୍ଥ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ସବୁଠାରୁ ଖରାପ ପରିସ୍ଥିତି ଉପୁଜିଲେ ଋଣ-ଜିଡ଼ିପି ଅନୁପାତ ୧୦୦ ପ୍ରତିଶତ ଟପିଯିବାର ପୂର୍ବାନୁମାନକୁ ‘ଭବିତବ୍ୟ’ ବୋଲି ଧରି ନେଇ ହେବନାହିଁ ବା ସ୍ଥିତିରେ ସୁଧାର ଆଣି  ହେବନାହିଁ ବୋଲି ଭାବିବା ଭୁଲ ହେବ । ବରଂ ସବୁ କିଛି ଠିକଠାକ୍ ଚାଲିଲେ ଏହି ଅନୁପାତ ୭୦ ପ୍ରତିଶତକୁ ହ୍ରାସ ପାଇପାରେ ବୋଲି ଯାହା ରିପୋର୍ଟରେ ଲେଖାଯାଇଛି ତାହା ଅଧିକ ଗ୍ରହଣୀୟ । ତେବେ ଆଇଏମଏଫର ସତର୍କ ବାଣୀ ଆଧାରରେ ଭାରତର ଋଣଭାରର ବାସ୍ତବ ପ୍ରଭାବକୁ ବୁଝିବାର ଆବଶ୍ୟକତା ରହିଛି ।  ସାରା ବିଶ୍ୱରେ ବିଭିନ୍ନ ଦେଶର ସରକାରୀ ଋଣର ପରିମାଣ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ‘ବିଶ୍ୱ ଅର୍ଥନୀତି ମଞ୍ଚ' ତରଫରୁ ୨୦୨୩ର ବର୍ଷ ଆରମ୍ଭରେ ସତର୍କବାଣୀ ଶୁଣାଇ ଦିଆଯାଇଥିଲା । ଦେଶଗୁଡ଼ିକ ହଠାତ...

ଘାଆ ଶୀଘ୍ର ଶୁଖିବା ଜରୁରି

ଅଗଷ୍ଟ ୫, ୨୦୧୯ରେ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପର ବୈଧତାକୁ ପ୍ରଶ୍ନ କରି ସୁପ୍ରିମକୋର୍ଟରେ ସଂଖ୍ୟାଧିକ ରିଟ ଆବେଦନ ଦାଖଲ ହୋଇଥିଲା । ଧାରା ୩୭୦ ଉଚ୍ଛେଦ ହେବା ପରେ କାଶ୍ମୀର ଉପତ୍ୟକାଞ୍ଚଳରେ କିପରି ପଥର ଫିଙ୍ଗା ଘଟଣା ୯୨ ପ୍ରତିଶତ କମିଛି, ଆତଙ୍କବାଦୀ ଘଟଣା ୪୫ ପ୍ରତିଶତ କମିଛି, ଉଭୟ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀଙ୍କ ଜୀବନ ହାନି ସଂଖ୍ୟା ହ୍ରାସ ପାଇଛି, ସିନେମା ହଲଗୁଡ଼ିକ ପୁଣି ଥରେ ଖୋଲା ହେଉଛି, ପର୍ଯ୍ୟଟନରେ ଆଶାତୀତ ବୃଦ୍ଧି ଘଟିଛି ଆଦି ଦର୍ଶାଇ ଶାନ୍ତି ଫେରାଇ ଆଣିବାରେ ସେହି ପଦକ୍ଷେପ ସଫଳତା ହାସଲ କରିଛି ବୋଲି ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଯୁକ୍ତି ଉପସ୍ଥାପିତ ହୋଇଆସିଛି । ତେବେ ସେଥିରୁ କି ସୁଫଳ ମିଳିଛି ବା ମିଳିନାହିଁ; ସେଥି ପ୍ରତି ଧ୍ୟାନ ନ ଦେଇ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ଉଚ୍ଛେଦ ପ୍ରକ୍ରିୟାର ବୈଧତା ନିର୍ଦ୍ଧାରଣ ଉପରେ ଧ୍ୟାନ କେନ୍ଦ୍ରିତ କରି ଶେଷରେ ମୋଟାମୋଟି ଭାବେ ଧାରା ୩୭୦ ଉଚ୍ଛେଦର ବୈଧତା ଉପରେ ମୋହର ମାରିଛନ୍ତି, ଯାହା ସ୍ୱାଗତଯୋଗ୍ୟ । ତେବେ ୪୮୬ ପୃଷ୍ଠା ସମ୍ୱଳିତ ଏହି ରାୟରେ ସରକାରଙ୍କ କେତେକ ପଦକ୍ଷେପ ଅବୈଧ ବୋଲି ଦର୍ଶାଯାଇଛି, ଯାହା ମଧ୍ୟ ପ୍ରଣିଧାନଯୋଗ୍ୟ  । ସାମ୍ୱିଧାନିକ ଖଣ୍ଡପୀଠ ଆଗରେ ଯେଉଁ ସବୁ ମୁଖ୍ୟ ପ୍ରସଙ୍ଗ ଥିଲା ତନ୍ମଧ୍ୟରୁ ଅଧିକାଂଶର ସ୍ପଷ୍ଟ ଉତ୍ତର ମିଳିପାରିଛି । ଧାରା ୩୭୦ ଏକ ଅସ୍...

ବିସ୍ଥାପିତଙ୍କ ପ୍ରତି ଅକୃତଜ୍ଞ କାହିଁକି ?

ପ୍ରତ୍ୟେକ ସରକାର ଅର୍ଥନୈତିକ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଲାଗି ଚାହାନ୍ତି । କିନ୍ତୁ, ଏଣେ ବିକାଶର ବେଗ ଯେତିକି ବୃଦ୍ଧି ପାଏ. ତା’ ସହିତ ତାଳ ଦେଇ ବିସ୍ଥାପନ ଓ ପୁନର୍ବାସନର ସମସ୍ୟା ସେତିକି ଉତ୍କଟ ହୋଇଥାଏ । ଏଭଳି ବିକାଶ-ପ୍ରେରିତ ବିସ୍ଥାପନ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାଆନ୍ତି ଆଦିବାସୀ, ଦଳିତ ଓ ଗ୍ରାମାଞ୍ଚଳର ଗରିବ ଲୋକେ; ଏବଂ ଏହି କ୍ଷତି କେବଳ ଆର୍ଥିକ ସ୍ତରରେ ସୀମିତ ନ ରହି ଏହା ସେମାନଙ୍କ ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରକୁ ସଂପ୍ରସାରିତ ହୋଇଥାଏ । ଭାରତ ସମ୍ୱନ୍ଧରେ ସୃଷ୍ଟ ଉଚ୍ଚ ଜିଡିପି ହାର, ପଞ୍ଚମ ବୃହତ୍ ଅର୍ଥବ୍ୟବସ୍ଥା ଭଳି ଅର୍ଥନୈତିକ ବିକାଶର ବଖାଣ ଭିତରେ କେଉଁଠି ହଜିଯାଏ ଲକ୍ଷ ଲକ୍ଷ ବିସ୍ଥାପିତଙ୍କ ଦୁର୍ଦ୍ଦଶାର ଗାଥାମାନ । ବିକାଶର ଜୟଯାତ୍ରାରେ ସତେ ଯେମିତି ବଳି ପଡ଼ିଯାଆନ୍ତି ସେହି ନିରୀହ ଆଦିବାସୀ, ଦଳିତ ଓ ଗରିବ ଲୋକମାନେ । ସୁତରାଂ, ଏହି ଗୁରୁତର ସମସ୍ୟାକୁ ଅଣଦେଖା ନ କରି ସେହି ‘ବିକାଶ-ପ୍ରେରିତ ବିସ୍ଥାପନ’ର ସହିଦମାନଙ୍କ ଦୁର୍ଦ୍ଦଶାକୁ ଲାଘବ କରିବା ଲାଗି ଉଚିତ ବିମର୍ଶର ଯେ ଆବଶ୍ୟକତା ରହିଛି, ଏଥିରେ ଦ୍ୱିରୁକ୍ତି ନାହିଁ ।  ବିସ୍ଥାପନର କଥା ପଡ଼ିଲେ ତାହା ‘ପବ୍ଲିକ ଗୁଡ୍’ ବା ‘ଜନସାଧାରଣଙ୍କ ହିତ’ ଉଦ୍ଦେଶ୍ୟରେ କରାଯାଉଛି ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥାଏ; ପ୍ରଶ୍ନ ଉଠେ ଯେ ଏଭଳି ବିକାଶ ଲାଗି ସର୍ବସ୍ୱ ହରାଇବା ବା ତ୍ୟାଗ କରିବାର ଦାୟିତ୍ୱ କ’ଣ କେବଳ ଆ...

ଚିନ୍ତାରେ ‘ସିଜ୍’ ରଜା

ଦଶ ବର୍ଷ ତଳେ ଅଗଷ୍ଟ ୨୦୧୩ରେ ନିୟମଗିରି ଆନ୍ଦୋଳନ ଯୋଗୁଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିବା ୧୨ଟି ଗ୍ରାମସଭାର ମତ ଆଧାରରେ ନିୟମଗିରି ଆଦିବାସୀଙ୍କ ନିର୍ଣ୍ଣାୟକ ବିଜୟ ହୋଇଥିଲା । କ୍ଷମତାଶାଳୀ ବେଦାନ୍ତ କମ୍ପାନୀ ପରାଜୟ ବରଣ କରି ସେଠାରୁ ଆଉ ବକ୍ସାଇଟ ଉତ୍ତୋଳନ କରି ପାରିଲା ନାହିଁ । ଆଶା କରାଯାଉଥିଲା ଯେ ବୋଧହୁଏ ଏହାପରେ ଆଦିବାସୀମାନଙ୍କ ଭାବନାକୁ ସମ୍ମାନ ଜଣାଇ ବକ୍ସାଇଟ ଗଚ୍ଛିତ ଥିବା ଅନ୍ୟ ପାହାଡ଼ଗୁଡ଼ିକ ଉପରେ ଆଉ ଅନ୍ୟ କୌଣସି କମ୍ପାନୀଙ୍କ ଲୋଲୁପ ଦୃଷ୍ଟି ପଡ଼ିବ ନାହିଁ କି ଆଦିବାସୀମାନଙ୍କୁ ବିସ୍ଥାପିତ କରି ସେମାନଙ୍କ ଜୀବନଜୀବିକାକୁ ବିପନ୍ନ କରାଯିବା ନାହିଁ । କିନ୍ତୁ ଭାରତରେ ଗଚ୍ଛିତ ଥିବା ପ୍ରାୟ ୩୦୧ କୋଟି ଟନ ବକ୍ସାଇଟ ମଧ୍ୟରୁ ୬୦ ପ୍ରତିଶତ କେବଳ ଓଡ଼ିଶାରେ ଉପଲବ୍ଧ ଥିବାରୁ ଦେଶୀ ବିଦେଶୀ ସବୁ କମ୍ପାନୀଙ୍କ ଆଖି ଓଡ଼ିଶାର ବକ୍ସାଇଟ ଉପରୁ ହଟନ୍ତା ବା କିପରି ? ଫଳରେ ଗଲା ଦଶ ବର୍ଷ ଭିତରେ ସ୍ଥିତିରେ ପରିବର୍ତ୍ତନ ଘଟି ତାହା ଏତେ ବେଶୀ କମ୍ପାନୀ ଅନୁକୂଳ ହୋଇସାରିଲାଣି ଯେ ନିରୀହ ଆଦିବାସୀଙ୍କ ସ୍ୱରକୁ ବଳ ଦେବା ଲାଗି ମାତ୍ର କିଛି ହାତଗଣତି ବ୍ୟକ୍ତି ଓ ସଂଗଠନ ବିଦ୍ୟମାନ ଥିବାରୁ ଆଦିବାସୀଙ୍କ ସ୍ୱାର୍ଥକୁ ସୁରକ୍ଷାର ସମ୍ଭାବନା କ୍ରମେ କ୍ଷୀଣ ହେବାକୁ ବସିଲାଣି । ତେବେ, ଏହି ସଂଦର୍ଭରେ ସିଜିମାଳି ଅଞ୍ଚଳରେ ଖଣି ଆବଣ୍ଟନକୁ ନେଇ କୁହୁଳୁଥିବା ଜନ ଆକ୍ରୋଶ ବିଷୟରେ ଆଲୋଚନା କରାଯାଉ ...

ଜମି ଅଧିଗ୍ରହଣ ଆଇନ ସଂଶୋଧନ - ଏହାର ଆବଶ୍ୟକତା ଥିଲା କି ?

ଗଲା ସେପ୍ଟେମ୍ୱର ୨୭, ୨୦୨୩ରେ ଓଡିଶା ବିଧାନସଭାରେ ଜମି ଅଧିଗ୍ରହଣ ଆଇନରେ ସଂଶୋଧନ କରାଯାଇ ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସନ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା’ ବିଲ୍ ପାରିତ ହୋଇଛି । ଏଥିରେ ୫୦୦ ଏକର ପର୍ଯ୍ୟନ୍ତ ଜମି ଅଧିଗ୍ରହଣରେ ‘ସାମାଜିକ ପ୍ରଭାବ ଆକଳନ’ ଓ ଖାଦ୍ୟ ସୁରକ୍ଷା କଟକଣାରୁ ଅବ୍ୟାହତି ମିଳିଛି ; ଯାହା ଫଳରେ ଜନଶୁଣାଣି ଅନାବଶ୍ୟକ ହୋଇପଡ଼ିଛି । ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ନିବେଶକଙ୍କୁ ଅବାଧ ଜମି ହସ୍ତାନ୍ତରର ବ୍ୟବସ୍ଥା କରି ପୁଞ୍ଜି ଆକୃଷ୍ଟ କରିବା ପାଇଁ ଏ ଭଳି ସଂଶୋଧନର ଆବଶ୍ୟକତା ଥିଲା ବୋଲି କୁହାଯାଉଛି । ତେବେ ଆଇନରେ ପରିଣତ ହେଲେ ଏହାର କି ପ୍ରଭାବ ପଡ଼ିପାରେ ସେ ସମ୍ପର୍କରେ ଜନସାଧାରଣ ଜାଣିବାର ଆବଶ୍ୟକତା ରହିଛି ।    ୟୁପିଏ ସରକାର ଅମଳରେ ୨୦୧୩ରେ ପାରିତ ହୋଇଥିବା ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂଅର୍ଜନ, ପୁନର୍ବାସନ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩’ରେ ଜମି ଅଧିଗ୍ରହଣ ଅପେକ୍ଷାକୃତ କଠିନ ହେଉଥିଲା ବୋଲି ବିଭିନ୍ନ ରାଜ୍ୟରୁ ଅଭିଯୋଗ ମିଳୁଥିଲା । ତେଣୁ ଏହାର ସଂଶୋଧନ ପାଇଁ ସଂସଦ ଦ୍ୱାରା ଏକ ଜେପିସି ଗଠିତ ହୋଇଥିଲା, ଯାହାର ସୁପାରିଶ କ୍ରମେ ଏନଡିଏ ସରକାର ୨୦୧୫ରେ ଉପରୋକ୍ତ ଆଇନରେ ସଂଶୋଧନ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଅଧିକ ସରଳ ଓ କୋହଳ କରିବାର ପ୍ରୟାସ କଲେ । ଉଲ୍ଲେଖଯୋଗ୍ୟ ଯେ ସଂସଦୀୟ କମିଟିକୁ ମିଳିଥିବା ତଥ୍ୟ ଅନୁଯାୟ...

ସର୍ବନିମ୍ନ ସ୍ତରରେ ପରିବାରର ସଞ୍ଚୟ ହାର

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ନିକଟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରକାଶ ପାଇଥିବା ଭାରତୀୟ ପରିବାରର (ହାଉସହୋଲଡ) ସଞ୍ଚୟ ରିପୋର୍ଟରେ ଦେଶରେ ପରିବାରର ସଞ୍ଚୟ ହାର ହ୍ରାସ ପାଇ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡ଼ିପି)ର ୫.୧ ପ୍ରତିଶତରେ ପହଞ୍ଚିଛି, ଯାହା ଗତ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ଥିଲା । ଉଦବେଗର ବିଷୟ ଯେ ଗତ ୪୭ ବର୍ଷ ମଧ୍ୟରେ ଦେଶର ଜିଡ଼ିପିରେ ପରିବାର ସଞ୍ଚୟର ପ୍ରତିଶତ କେବେ ହେଲେ ଏ ବର୍ଷ ପରି ଏତେ ତଳ ସ୍ତରକୁ ଖସି ନ ଥିଲା । ଉଭୟ ପରିବାର ଓ ଦେଶର ଅର୍ଥନୀତି ଉପରେ ପରିବାର ସଞ୍ଚୟ ହ୍ରାସ ପାଇବାର କି ପ୍ରଭାବ ପଡ଼ିପାରେ, ତାହା ବୁଝିବାର ଆବଶ୍ୟକତା ରହିଛି । ପରିବାରର ଆର୍ଥିକ ସମ୍ପତ୍ତି କହିଲେ ବ୍ୟାଙ୍କ ଜମା, ପୁଞ୍ଜିବଜାରରେ କମ୍ପାନିର ଅଂଶଧନ, ବଣ୍ଡ, ମ୍ୟୁଚୁଆଲ ଫଣ୍ଡ ଆଦିରେ ବିନିଯୋଗ, ଜୀବନ ବୀମା, ଭବିଷ୍ୟନିଧି, ପେନସନ ଆଦି ପାଣ୍ଠିରେ ବିନିଯୋଗ ଓ ପାଖରେ ଥିବା ନଗଦ ରାଶିକୁ ବୁଝାଇଥାଏ । ସେଥିରୁ ବ୍ୟାଙ୍କ ଓ ଅଣବିତ୍ତୀୟ କମ୍ପାନୀ ଆଦିଠାରୁ ଅଣାଯାଇଥିବା ଋଣ ବାବଦ ଦେୟକୁ ବାଦ ଦେଲେ ଯାହା ବଳକା ରହେ ତାହା ପରିବାରର ନିଟ ସଞ୍ଚୟ ଭାବେ ପରିଗଣିତ ହୋଇଥାଏ । ତେବେ ଗୋଟିଏ ସାଧାରଣ ଭାରତୀୟ ପରିବାରର ମୋଟ ସମ୍ପତ୍ତିର ପ୍ରାୟ ୭୭ ପ୍ରତିଶତ ଘର, ଜମିବାଡ଼ିରେ ବିନିଯୋଗ ହେଉଥିଲାବେଳେ ୭ ପ୍ରତିଶତ ଗାଡି, ଗୃହପାଳିତ ପଶୁପକ୍ଷୀ, କୃଷି ଉପକରଣ ଓ ଅନ୍ୟାନ୍ୟ ଅଣକୃଷି ବ୍ୟାବସାୟିକ ଉପକରଣରେ ବିନିଯୁକ୍ତ ହୋଇଥାଏ...