Skip to main content

Posts

ମତୁଆଙ୍କୁ ସାମାଜିକ ବାସନ୍ଦ - ଧର୍ମ ବିଶ୍ୱାସ ପାଇଁ ଉତ୍ପୀଡନ

ନିକଟରେ ମାଲକାନଗିରି ଜିଲ୍ଲାରେ କିଛି ଲୋକଙ୍କ ଭିନ୍ନ ଧର୍ମ ବିଶ୍ୱାସ ପାଇଁ ସେହି ଧର୍ମର କିଛି ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସେମାନେ ଯେଉଁ ଭଳି ଉତ୍ପୀଡନର ଶିକାର ହେଲେ, ତାହା ମୁଖ୍ୟଧାରାର ଗଣମାଧ୍ୟମ ପାଇଁ ଏକ ଉଲ୍ଲେଖଯୋଗ୍ୟ ବା ଦର୍ଶନଯୋଗ୍ୟ ଖବର ହୋଇ ନ ଥିଲେ ବି ଲୋକଙ୍କ ଧର୍ମ ବିଶ୍ୱାସ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ କେତେ ଦୂର ଗ୍ରହଣୀୟ ସେ ନେଇ ଏକ ମୌଳିକ ପ୍ରଶ୍ନ ଉତ୍ଥାପନ କରୁଛି । ଏହି ଘଟଣା ଏକ ଉପାନ୍ତ ଅଞ୍ଚଳରେ ସଂଘଟିତ ହୋଇ ସେଥିରେ ମୁଷ୍ଟିମେୟ ଲୋକ ପ୍ରଭାବିତ ହୋଇଥିଲେ ବି ତାହା ଏକ ବୃହତ୍ତର ପ୍ରସଙ୍ଗକୁ ମଝି ମଞ୍ଚରେ ଆଣି ଥୋଇ ଦେଇଛି । ପ୍ରସଙ୍ଗଟିର ଉଚିତ ଅନୁଶୀଳନ ଲାଗି ଘଟଣା ସମ୍ପର୍କରେ ମାଲକାନଗିରିର ଆଦିବାସୀ ସଂଘ ଓ ହେତୁବାଦୀ ଓ ମାନବବାଦୀ ସଙ୍ଗଠନ ଦ୍ୱାରା ନିୟୋଜିତ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦାନ କରିଥିବା ବିବରଣୀ ପ୍ରଣିଧାନ ଯୋଗ୍ୟ । ବିବରଣୀ ଅନୁସାରେ ମାଲକାନଗିରିର ଦଣ୍ଡକାରଣ୍ୟ ପ୍ରକଳ୍ପ ଅଧୀନସ୍ଥ ଏମ.ଭି.୭୬ ଗାଁରେ କିଛି ମତୁଆ ସମ୍ପ୍ରଦାୟର ଦଳିତ ପରିବାର ବସବାସ କରି ଆସୁଛନ୍ତି । ଏମାନେ ହିନ୍ଦୁ ଧର୍ମାବଲମ୍ୱୀ ହୋଇଥିଲେ ବି ଏମାନଙ୍କ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି, ରୀତିନୀତି ହିନ୍ଦୁ ଧର୍ମର ମୁଖ୍ୟଧାରାର ବ୍ରାହ୍ମଣବାଦୀ ଧର୍ମ ବିଶ୍ୱାସ, ପୂଜା ପଦ୍ଧତି ଇତ୍ୟାଦିଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମତୁଆ ସମ୍ପ୍ରଦାୟର ଧର୍ମ ବିଶ୍ୱାସକୁ ଖାରଜ କରି ସେଠାକାର ଉଚ୍ଚ ଜାତି...

ଗାନ୍ଧୀଜୀ ବି ଲଢିଥିଲେ ନିର୍ବାଚନ

ଅନେକଙ୍କର ବିଶ୍ୱାସ ଯେ ଗାନ୍ଧୀଜୀ ଦେଶସେବାରେ ବ୍ରତୀ ଥିବାରୁ ଓ ତାଙ୍କର କୌଣସି  ପଦରେ ଅଭିଷିକ୍ତ ହେବାର ଲାଳସା ନଥିବାରୁ ସେ ନିର୍ବାଚନ ଲଢି ନ ଥିଲେ l ଗାନ୍ଧୀଜୀଙ୍କ ଆତ୍ମଜୀବନୀରେ ତାଙ୍କ ନିର୍ବାଚନୀ ଅଭିଜ୍ଞତା ସମ୍ପର୍କରେ କୌଣସି ଉଲ୍ଲେଖ ନ ଥିବାରୁ ସେ ବୋଧହୁଏ ନିର୍ବାଚନକୁ ସେତେ ଗୁରୁତ୍ୱ ଦେଉ ନ ଥିଲେ ବୋଲି ବାର୍ତ୍ତାଟିଏ ଯାଇ ଲୋକଙ୍କ ଉପରୋକ୍ତ ବିଶ୍ୱାସଟି ସୁଦୃଢ ହୋଇ ଥାଇପାରେ l ତେବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବିଶ୍ୱାସୀ ଗାନ୍ଧୀଜୀ ନିର୍ବାଚନ ପ୍ରକ୍ରିୟାକୁ କେବଳ ଯେ ଗୁରୁତ୍ୱ ଦେଉଥିଲେ ତାହା ନୁହେଁ , ବରଂ ସେ ନିଜେ ମଧ୍ୟ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ l ସେ ସମୁଦାୟ କେତେ ଥର ନିର୍ବାଚନ ଲଢିଥିଲେ , ତାହା ବିଧିବଦ୍ଧ ଭାବେ କୌଣସିଠାରେ ଉଲ୍ଲେଖ ହୋଇ ନ ଥିଲେ ବି ଅନ୍ତତଃ ଚାରି ଥର ନିର୍ବାଚନ ଲଢିଥିବାର ତଥ୍ୟ ଉପଲବ୍ଧ ହେଉଛି l ତେବେ ଐତିହାସିକ ରିଜଓ୍ୱାନ କାଦରିଙ୍କ ଅନୁସାରେ ଗାନ୍ଧୀଜୀ ସର୍ବମୋଟ ପାଞ୍ଚ ଥର ନିର୍ବାଚନ ଲଢିଥିଲେ l ଏ ସମ୍ପର୍କରେ ଅଧିକ ଗବେଷଣା ହେଲେ ହୁଏତ ସ୍ଥିତି ଆହୁରି ସ୍ପଷ୍ଟ ହୋଇ ପାରିବ l ତଥାପି ଉପଲବ୍ଧ ତଥ୍ୟ ଆଧାରରେ ଗାନ୍ଧୀଜୀଙ୍କ ନିର୍ବାଚନୀ ରଣାଙ୍ଗନରେ ଥିବା ଖଟାମିଠା ଅନୁଭୂତିର ବିଶ୍ଳେଷଣ କରା ଯାଇପାରେ l ଦକ୍ଷିଣ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରି ଜାନୁଆରୀ  ୯, ୧୯୧୫ ରେ ଭାରତରେ ପହଞ୍ଚିଲା ପରେ ଗାନ୍ଧୀଜୀ ଅହମ୍ମଦାବାଦଠାରେ ଏକ ଆଶ୍ରମ ...

ସ୍ପେନିଶ ଫ୍ଲୁ ଓ ଗାନ୍ଧୀଜୀ

ଆଧୁନିକ ଇତିହାସର ସବୁଠାରୁ ବିନାଶକାରୀ ମହାମାରୀ ଭାବେ କୁଖ୍ୟାତ ସ୍ପେନିଶ ଫ୍ଲୁ ମେ ୧୯୧୮ରୁ ଆରମ୍ଭ ହୋଇ ପ୍ରାୟ ଦେଢ ବର୍ଷ ଯାଏଁ ବିଭିନ୍ନ ଦେଶରେ କାୟାବିସ୍ତାର କରି ତାଣ୍ଡବ ରଚିଥିଲା, ଯେଉଁଥିରେ ପ୍ରାୟ ୫ କୋଟି ଲୋକ ପ୍ରାଣ ହରାଇଥିଲେ । ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ସୈନ୍ୟମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଏହାର ସଂକ୍ରମଣ ବ୍ୟାପି ଯାଇଥିଲା ବୋଲି କୁହାଯାଏ । ଏଥିରେ ଭାରତରେ ପ୍ରାୟ ୧.୮ କୋଟି ଲୋକଙ୍କ ପ୍ରାଣହାନି ହୋଇଥିଲା । ଯୁଦ୍ଧଭୂମିରୁ ଫେରିଥିବା କିଛି ସୈନ୍ୟଙ୍କୁ ଧରି ଗୋଟିଏ ଜାହାଜ ବମ୍ବେ ବନ୍ଦରରେ ମେ ୨୯, ୧୯୧୮ରେ ପହ ଞ୍ଚି  ଦୁଇ ଦିନ ଧରି ଲଙ୍ଗର ପକାଇ ରହିଥିଲା । ସୈନ୍ୟମାନଙ୍କଠାରୁ ବନ୍ଦରରେ କାର୍ଯ୍ୟରତ ଜଣେ ସିପାହୀଙ୍କ ମାଧ୍ୟମରେ ଏକତ୍ର ରହୁଥିବା ସାତ ଜଣ ସିପାହୀ ସ୍ପେନିଶ ଫ୍ଲୁରେ ସଂକ୍ରମିତ ହୋଇଥିବା ପ୍ରଥମେ ଜୁନ ୧୦ ତାରିଖରେ ଜଣା ପଡିଲା । ଚାହୁଁ ଚାହୁଁ ଏହି ଭାଇରସର ସଂକ୍ରମଣ ବମ୍ବେକୁ କବଳିତ କରିବା ସହ ରେଳବାଇ ମାଧ୍ୟମରେ ଲୋକଙ୍କ ଗମନାଗମନ ଯୋଗୁ ସାରା ଦେଶକୁ ବ୍ୟାପିଗଲା । ଉପଯୁୁକ୍ତ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଅଭାବରୁ ଲୋକମାନେ ପୋକମାଛି ପରି ପ୍ରାଣ ହରାଇଲେ । ପ୍ରତି ହଜାରେ ଆକ୍ରାନ୍ତଙ୍କ ମଧ୍ୟରୁ ୨୦.୬ ଜଣ ମୃତ୍ୟୁ ବରଣ କରିଥିଲେ, ଯାହା ଅନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥିଲା । ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଲେଖକ ସୂର୍ଯ୍ୟକାନ୍ତ ତ୍ରିପାଠୀ ‘ନିରାଲା’ ତାଙ୍କ ଜୀବନୀମୂ...

ହାଜତ ମୃତ୍ୟୁ - ପୁଲିସର ସୀମା ଲଂଘନ

ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲୟେଡଙ୍କର ଜଣେ ଶ୍ଵେତକାୟ ପୁଲିସଙ୍କ ଦ୍ୱାରା ନିର୍ମମ ହତ୍ୟା ହେଲା ପରେ ବିଶ୍ୱବ୍ୟାପୀ ଲୋକଙ୍କଠାରେ ଦେଖା ଦେଇଥିବା ଆକ୍ରୋଶ ଥଣ଼୍ଡା ନ ହେଉଣୁ ତାମିଲନାଡୁର ଥୁତୁକୁଡିଠାରେ ପୁଲିସ ହାଜତରେ ଦୁଇ ଜଣ- ବାପ (ଜୟରାଜ) ଓ ପୁଅ (ବେନିକ୍ସ)ଙ୍କର, ଅସ୍ଵାଭାବିକ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଛି l ଲକଡାଉନ ସମୟରେ ପେଟପାଟଣା ପାଇଁ ନିଜ ଦୋକାନ ଖୋଲା ରଖିବା ଥିଲା ସେମାନଙ୍କ ଏକମାତ୍ର ଅପରାଧ l ଆଉ ସେହି ଅପରାଧ ପାଇଁ ସେମାନଙ୍କୁ ଯେ ଏତେ ବଡ ମୂଲ୍ୟ ଦେବାକୁ ପଡିପାରେ ଏହା ଆଇନର ଶାସନ ଚାଲୁଥିବା କୌଣସି ସଭ୍ୟ ଦେଶରେ କଳ୍ପନା କରାଯାଇ ନ ପାରେ l ଉଭୟଙ୍କ ଉପରେ ପୁଲିସ ହାଜତରେ ଯେଉଁପରି ବର୍ବରୋଚିତ ଅତ୍ୟାଚାର ହୋଇ ନୃଶଂସ ଭାବେ ସେମାନଙ୍କର ହତ୍ୟା କରାଗଲା, ତାହା ଜନସାଧାରଣଙ୍କୁ କ୍ଷୁବ୍ଧ କରିବା ସହ ଭାରତରେ ବଢି ବଢି ଚାଲିଥିବା ହାଜତ ମୃତ୍ୟୁ ସମସ୍ୟା ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ବାଧ୍ୟ କରିଛି l ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନସିଆରବି) ଦ୍ଵାରା ୨୦୧୯ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୮ ମସିହାରେ ସାରା ଭାରତରେ ପୁଲିସ ହାଜତରେ ହୋଇଥିବା ୭୦ ଜଣଙ୍କର ମୃତ୍ୟୁ ମଧ୍ୟରୁ ୧୭ ଜଣଙ୍କର ଆତ୍ମହତ୍ୟାଜନିତ ହୋଇଥିଲା ବେଳେ ୩୭ ଜଣଙ୍କର ଅସୁସ୍ଥତା କାରଣରୁ ବା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ହୋଇଛି l ମାତ୍ର ୩ ଜଣଙ୍କର ପୁଲିସ ଜେରା ସମୟରେ ଦିଆ ଯାଇଥିବା ଆଘାତ ଯୋ...

ଜୀବନ ବି ବଞ୍ଚାଇ ହେବ

ପ୍ରଖ୍ୟାତ ଜର୍ମାନ ଲେଖକ ଗେଟେଙ୍କୁ ପ୍ରସିଦ୍ଧି ଆଣି ଦେଇଥିବା ତାଙ୍କ ପ୍ରଥମ ଉପନ୍ୟାସ ‘ଦି ସରୋଜ୍ ଅଫ ୟଙ୍ଗ  ଓ୍ଵେ ର୍ଥର’ ୧୭୭୪ ମସିହାରେ ପ୍ରକାଶ ପାଇଲା ପରେ ତାହା ପ୍ରବଳ ଜନାଦୃତି ଲାଭ କରିଥିଲା । ଉପନ୍ୟାସରେ ପ୍ରେମରେ ବିଫଳ ହୋଇ ନାୟିକାକୁ ଆଉ ହାସଲ କରି ପାରିବ ନାହିଁ ବୋଲି ଉପଲବ୍ଧି କରି ନାୟକ  ଓ୍ଵେ ର୍ଥର ପରିଶେଷରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ନାୟକର ଆତ୍ମହତ୍ୟା ପ୍ରାକ୍ ପ୍ରସ୍ତୁତିର ବର୍ଣ୍ଣନା ସମଗ୍ର ୟୁରୋପରେ ଅସଫଳ ପ୍ରେମିକମାନଙ୍କ ଉପରେ ଏପରି ପ୍ରଭାବ ପକାଇଲା ଯେ ତାକୁ ଅନୁସରଣ କରି କେତେକ ନିଜକୁ  ଓ୍ଵେ ର୍ଥରଙ୍କ ପରି ବେଶ ପୋଷାକରେ ଆଭୂଷିତ କରି ସମାନ ପ୍ରକାର ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ପଛାଇଲେ ନାହିଁ । ସ୍ଥଳ ବିଶେଷରେ ଶବ ନିକଟରୁ ସେହି ପୁସ୍ତକ ମଧ୍ୟ ଉଦ୍ଧାର ହୋଇଥିଲା ବୋଲି କୁହାଯାଏ । ଫଳରେ ସେ ସମୟରେ ୟୁରୋପର ଅନେକ ଦେଶରେ ବହିଟିକୁ ପ୍ରତିବନ୍ଧିତ କରାଯାଇଥିଲା । ସମ୍ଭବତଃ, ସମଗ୍ର ବିଶ୍ୱରେ ଏହା ହିଁ ଥିଲା ‘ଆତ୍ମହତ୍ୟା ନକଲ’ (କପିକ୍ୟାଟ ସୁଇସାଇଡ)ର ପ୍ରଥମ ଉଦାହରଣ ଓ ଏହାକୁ ‘ ଓ୍ଵେ ର୍ଥର ଇଫେକ୍ଟ’ ବୋଲି କୁହାଯାଏ । ମିଡିଆ ଜନିତ ‘ଆତ୍ମହତ୍ୟା ସଂକ୍ରମଣ’କୁ ମଧ୍ୟ ‘ ଓ୍ଵେ ର୍ଥର ଇଫେକ୍ଟ’ ବୋଲି କୁହାଯାଇଥାଏ । ଏଥିରୁ ପୁସ୍ତକ, ନାଟକ, ସିନେମା, ଟେଲିଭିଜନ ଓ ଗଣମାଧ୍ୟମରେ ଆତ୍ମହତ୍ୟାକୁ ନେଇ ଉପସ୍ଥାପିତ, ପ୍ରଚାରିତ ଓ ପ୍ରସାରିତ ତଥ୍ୟ, ବ...

ଚୀନର ସୈତାନୀ ବୁଦ୍ଧି

ଭାରତର ଅନ୍ୟତମ ବୃହତ ଋଣ ପ୍ରଦାନକାରୀ ସଂସ୍ଥା ଏଚଡିଏଫସି ମାର୍ଚ୍ଚ ୩୧ , ୨୦୨୦ ପରେ ଯେତେବେଳେ ଷ୍ଟକ ଏକ୍ସଚେଞ୍ଜଗୁଡିକୁ ସୂଚୀତ କଲା ଯେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲସ ବ୍ୟାଙ୍କ ଅଫ ଚାଇନା ( ପିବିଓସି ) କମ୍ପାନୀର ୧ . ୭୫ କୋଟି ସେୟାର କିଣି ୧ . ୦୧ ପ୍ରତିଶତ ଅଂଶଧନର ଅଧିକାରୀ ହୋଇଛି ବୋଲି , ସେତେବେଳେ ଅର୍ଥ ବଜାରରେ ହଇଚଇ ସୃଷ୍ଟି ହୋଇଗଲା । କରୋନା ଆତଙ୍କରେ ସେୟାର ବଜାର ଧରାଶାୟୀ ହୋଇ ସେୟାର ଦାମ ଅତି ତଳକୁ ଖସି ଯାଇଥିବା ବେଳେ ପିବିଓସି ଏହି ଅଂଶଧନ କିଣିଥିଲା । ଏମିତିରେ ଦେଖିବାକୁ ଗଲେ ଗୋଟିଏ କମ୍ପାନୀରେ ୧ ପ୍ରତିଶତ ଅଂଶଧନ ଆହରଣରେ ସେହି କମ୍ପାନୀର ମାଲିକାନା ବଦଳିଯିବାର ବା ସେହି କମ୍ପାନୀ ବିଦେଶୀଙ୍କ ହାତକୁ ଚାଲିଯିବାର କୌଣସି ଆଶଙ୍କା ନ ଥିଲେ ବି ଏହି ଅସମୟରେ ଭାରତୀୟ କମ୍ପାନୀଗୁଡିକରେ ନିବେଶ କରିବା ପାଇଁ ଚୀନର ଅହେତୁକ ଆଗ୍ରହ ସରକାରଙ୍କୁ ବିଚଳିତ କରିଥିଲା । କାରଣ ସେତେବେଳେ କରୋନା ସଂକ୍ରମଣର ବିପତ୍ତି ମଧ୍ୟରେ ଅନ୍ୟାନ୍ୟ ଦେଶରୁ ସମାନ ପ୍ରକାର ଖବରମାନ ଆସି ଚୀନର ସୈତାନୀ ବୁଦ୍ଧିକୁ ସ୍ପଷ୍ଟ କରି ଦେଇଥିଲା । ତେବେ , ଭାରତୀୟ କମ୍ପାନୀରେ ଚୀନର ପୁଞ୍ଜି ନିବେଶର ଆଗ୍ରହ ଏବର ନୁହେଁ । ୨୦୧୪ରେ ଏନଡିଏ ସରକାର ଶାସନକୁ ଆସିଲା ବେଳକୁ ଚୀନ ଭାରତରେ ପ୍ରାୟ ୧୬୦ କୋଟି ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରିଥିବା ବେଳେ ଗତ ୬ ବର୍ଷ ଭିତରେ ତାହା ବୃଦ୍ଧି ପାଇ ୨୬୦୦ କୋଟି ଡଲାରରେ...