Skip to main content

Posts

ନ ଥାଉ ପଛେ ମୋର ବିହଙ୍ଗ ପକ୍ଷ

ପକ୍ଷୀଟିଏ ଭଳି ଆକାଶ ମାର୍ଗରେ ଉଡି ବୁଲିବାକୁ ସମସ୍ତଙ୍କର ଇଚ୍ଛା ଥାଏ, ଆଉ ସେହି ଇଚ୍ଛା ଯଦି ସରକାରୀ ତହବିଲରୁ ଖର୍ଚ୍ଚ ହୋଇ ପୂରଣ ହୋଇପାରେ, ତାହାହେଲେ ତାଠାରୁ ଭଲ ଆଉ କଣ l ନିକଟରେ ଓଡିଶାର ରାଜ୍ୟପାଳ ହେଲିକପ୍ଟର ଯୋଗେ ହରିଆଣାର ସୀର୍ସାକୁ ଯାଇ ଗସ୍ତ ଖର୍ଚ୍ଚ ୪୬ ଲକ୍ଷ ୧୮ ହଜାର ଟଙ୍କା ହେବା ଓ ତାପରେ ରାଜ୍ୟ ସରକାରଙ୍କ ଦ୍ଵାରା ସେ ନେଇ ପ୍ରଶ୍ନ ଉଠାଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସହ ପତ୍ରାଳାପ ହେବା ପରେ ଗଣମାଧ୍ୟମରେ ଚର୍ଚ୍ଚା ହେବାକୁ ଲାଗିଲା l ତେବେ ମୁଖ୍ୟ ଶାସନ ସଚିବଙ୍କ ଦୁଃଖ ପ୍ରକାଶ ପରେ ଚର୍ଚ୍ଚାରେ ବିରାମ ଲାଗିଲା l ସରକାର ଓ ରାଜ୍ୟପାଳଙ୍କ ସମ୍ପର୍କରେ ତିକ୍ତତା ବୃଦ୍ଧିକୁ ଏଡାଇବା ପାଇଁ ସରକାର ହୁଏତ ଚୁପ ରହିବା ସ୍ଵାଭାବିକ l କିନ୍ତୁ ରାଜକୋଷରୁ କରଦାତାଙ୍କ ଅର୍ଥର ଅପଚୟ ହୋଇଥିବାରୁ ଜନସାଧାରଣ ପ୍ରଶ୍ନ ଉଠାଇବା ଉଚିତ ନୁହେଁ କି ? ଓଡିଶାର ନବନିଯୁକ୍ତ ରାଜ୍ୟପାଳ ଜୁନ ୧୦ ତାରିଖ ଦିନ ତାଙ୍କ ବାସସ୍ଥାନ ହରିଆଣାର ସୀର୍ସା ଗସ୍ତରେ ଯାଇଥିବା ବେଳେ ଦୁଇଟି ହେଲିକପ୍ଟର ବ୍ୟବହାର ହୋଇଥିଲା l ସେ ଦିଲ୍ଲୀ ପର୍ଯ୍ୟନ୍ତ ଲିଗେସୀ-୬୫୦ ଜେଟ ଏୟାରକ୍ରାଫ୍ଟରେ ଓ ସେଠାରୁ ସୀର୍ସା ଯାଏଁ ଅନ୍ୟ ଏକ ହେଲିକପ୍ଟରରେ ଯାଇଥିଲେ l ସେହିପରି ୧୩ ଜୁନରେ ସୀର୍ସାରୁ ଦିଲ୍ଲୀ ଯାଏଁ ହେଲିକପ୍ଟରରେ ଆସି ଦିଲ୍ଲୀରୁ ଭୁବନେଶ୍ଵର ପୂର୍ବୋକ୍ତ ଲିଗେସୀ-୬୫୦ ଜେଟରେ ଫେରିଥିଲେ l ଏହି ଯାତ୍ରା ପାଇଁ ଭୁବନେଶ୍ଵରରୁ ଦିଲ୍ଲୀ ଯିବା ଆସ...

ଚିଲିକାରେ ସି ପ୍ଲେନ

ଭାରତ ସରକାରଙ୍କ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସମେତ ଦେଶର ପାଞ୍ଚଟି ରାଜ୍ୟରେ ଜଳ ବିମାନଘା଼ଟି ପ୍ରତିଷ୍ଠା କରାଯିବ ବୋଲି ନୀତିଗତ ନିଷ୍ପତ୍ତି ଘୋଷଣା ହୋଇଛି । ପ୍ରଥମ ଦଫାରେ ଓଡିଶାର ଚିଲିକା ଓ ଗୁଜରାଟର ସାବରମତି ରିଭର ଫ୍ରଣ୍ଟ ଓ ନର୍ମଦା ସରୋବର ଡ୍ୟାମରୁ ସି ପ୍ଲେନ ଉଡିବା ସ୍ଥିର ହୋଇଛି । ଚିଲିକା ହ୍ରଦ ସହ ଜୀବନ ଜୀବିକା ଜଡିତ ଲୋକ ଓ ଅନୁଷ୍ଠାନଗୁଡିକୁ ବିଶ୍ଵାସକୁ ନ ନେଇ ଏକ ତରଫା ଭାବେ ଚିଲିକାରୁ ସି ପ୍ଲେନ ଚଳାଚଳ ଘୋଷଣା ପରେ ଏହାକୁ ଅନେକେ ବିରୋଧ କରିବା ଆରମ୍ଭ କଲେଣି । କେହି କେହି ଏହାର ପରିବେଶଗତ କୁପ୍ରଭାବ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟ କେହି ଏହାର ପର୍ଯ୍ୟଟନ ଉପରେ ପଡିବାକୁ ଥିବା ପ୍ରତିକୂଳ ପ୍ରଭାବ ଉପରେ ସନ୍ଦେହ ବ୍ୟକ୍ତ କଲେଣି । ସି ପ୍ଲେନ ଅଷ୍ଟ୍ରିଆର ଉଇଲହେମ କ୍ରେସଙ୍କ ଦ୍ଵାରା ୧୮୯୮ ମସିହାରେ ଉଦ୍ଭାବନ ହୋଇଥିଲା । କ୍ରମଶଃ ଏହାର ବ୍ୟାବସାୟିକ ଉପଯୋଗ ହେବାକୁ ଲାଗିଲା । ଦ୍ଵିତୀୟ ବିଶ୍ଵଯୁଦ୍ଧ ପର୍ଯ୍ୟନ୍ତ ଏହା ବହୁଳ ଭାବେ ବ୍ୟବହୃତ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବେଗ ଓ ଅନ୍ୟାନ୍ୟ କାରଣରୁ ଏହାର ଆଦୃତି କମିଲା । ଦୁର୍ଗମ ଓ ସମ୍ଵେଦନଶୀଳ ଅଞ୍ଚଳକୁ ଦ୍ରୁତ, ନିରାପଦ ଯାତାୟତର ସୁବିଧା ଯୋଗାଇ ଦେବା ପାଇଁ ସି ପ୍ଲେନଠାରୁ ଭଲ ସାଧନ ଆଉ କିଛି ନାହିଁ । ଅନୁସନ୍ଧାନକାରୀ, ଗବେଷକ, ଉଦ୍ଧାରକାରୀ ଦଳ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା, ଆଦିଙ୍କ ପାଇଁ ଏହା ସୁବିଧାଜନ...

ସ୍ୱଚ୍ଛ ମତଦାନ ପାଇଁ ଇଭିଏମର ବିକଳ୍ପ ବ୍ଲକ ଚେନ ପଦ୍ଧତି

ଇଭିଏମ (ଇଲେକ୍ଟ୍ରୋନିକ ଭୋଟିଂ ମେସିନ) ମାଧ୍ୟମରେ ହେଉଥିବା ନିର୍ବାଚନକୁ ନେଇ ବାରମ୍ଵାର ବିବାଦ ଉଠିବା ଓ ବିରୋଧୀ ଦଳ ଏହାର ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠାଇବା, ଭାରତର ନିର୍ବାଚନୀ ବ୍ୟବସ୍ଥାକୁ ଶଙ୍କାମୁକ୍ତ କରୁନାହିଁ l ବିଭିନ୍ନ ରାଜନୈତିକ ଦଳ ଇଭିଏମ ବଦଳରେ ପୁରୁଣା ବ୍ୟାଲଟ ପେପର ବ୍ୟବସ୍ଥାକୁ ଫେରିଯିବାକୁ ପୁଣି ଦାବି ଉଠାଇଲେଣି l ଅନ୍ୟ ପକ୍ଷରେ ପୁରୁଣା ଜ୍ଞାନକୌଶଳରେ ନିର୍ମିତ ଇଭିଏମକୁ ସର୍ବଶେଷ ଓ ସର୍ବଶ୍ରେଷ୍ଠ ବୋଲି ଧରି ନେଇ ନିର୍ବାଚନ କମିଶନ ଯେମିତି ସେଇଠି ଅଟକିଯିବା ପାଇଁ ଅଧିକ ପସନ୍ଦ କରୁଛନ୍ତି l ଚର୍ଚ୍ଚା କେବଳ ଇଭିଏମ ଓ ବ୍ୟାଲଟ ପେପର ମଧ୍ୟରେ କେନ୍ଦ୍ରିତ ରହୁଥିବାରୁ ଅନ୍ୟ ବିକଳ୍ପ ନେଇ ବିତର୍କର ଦରଜା ଖୋଲୁନାହିଁ l ଏହି ପରିପ୍ରେକ୍ଷୀରେ ବ୍ଲକ ଚେନ (ବ୍ଲକ ଶୃଙ୍ଖଳ) ପଦ୍ଧତିରେ ଭୋଟଗ୍ରହଣ ସଦ୍ୟତମ ବିକଳ୍ପ ଭାବେ ଉଭା ହୋଇଥିବାରୁ ଭାରତରେ ମଧ୍ୟ ତା'ର ପ୍ରୟୋଗ କଥା ବିଚାର କରାଯାଇପାରେ l ଇଭିଏମରେ ବୋତାମ ଟିପି ମତଦାତା ଦେଉଥିବା ଭୋଟଟି ପ୍ରକୃତରେ ତା' ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଯାଉଛି କି ନାହିଁ ତାହା ଜାଣିବା ତା' ପକ୍ଷେ ସମ୍ଭବ ହେଉ ନଥିବାରୁ ଇଭିଏମ ସହ ଭିଭିପାଟ (ଭୋଟର ଭେରିଫାଏବଲ୍ ପେପର ଅଡିଟ ଟ୍ରେଲ) ମେସିନ ସଂଯୁକ୍ତ ହେବା କଥା ଉଠିଲା l ମତଦାତା ଇଭିଏମରେ ବୋତାମ ଟିପିଲା ପରେ ସାତ ସେକେଣ୍ଡ ପର୍ଯ୍ୟନ୍ତ ସେ ଦେଇଥିବା ଭୋଟ ଅନୁଯାୟୀ ପ୍ରାର୍ଥୀଙ୍କ ଚିହ୍ନ ଥାଇ କାଗଜଟିଏ ...

ସମୁଦ୍ରରୁ ସୌଭାଗ୍ୟର ତଲାସ

କୁହାଯାଏ ସମୁଦ୍ର କୂଳରେ ଅବସ୍ଥିତ ଦେଶ ଓ ରାଜ୍ୟଗୁଡିକ ସମୃଦ୍ଧିଶାଳୀ ହୋଇଥାନ୍ତି କାରଣ ଭୂ-ବନ୍ଦୀ (ଲ୍ୟାଣ୍ଡ ଲକଡ୍) ଦେଶ ବା ରାଜ୍ୟଙ୍କ ତୁଳନାରେ ନିଜ ସ୍ଵପ୍ନ ଚରିତାର୍ଥ କରିବା ପାଇଁ ସେମାନଙ୍କ ପାଖରେ ଥାଏ ଅସୁମାରି ସମ୍ଭାବନା l ମଗଧ ଭଳି ଏକ ଭୂ-ବନ୍ଦୀ ରାଜ୍ୟର ସମ୍ରାଟ ଅଶୋକଙ୍କ କଳିଙ୍ଗ ଆକ୍ରମଣ ପଛରେ ଅନ୍ୟତମ କାରଣ ଥିଲା କଳିଙ୍ଗକୁ ମଗଧର ଅଂଶ ବିଶେଷ କରି ତାଙ୍କ ରାଜ୍ୟକୁ ଏକ ସମୁଦ୍ର ତଟବର୍ତ୍ତୀ ରାଜ୍ୟରେ ପରିଣତ କରି ମଗଧକୁ ସମୃଦ୍ଧିଶାଳୀ କରିବା l ଭାରତର ଦୁଇ ତୃତୀୟାଂଶ ରାଜ୍ୟ ସମୁଦ୍ରକୁ ଛବିରେ ଦେଖୁଥିବା ବେଳେ ଓଡିଶା ଭାଗ୍ୟବାନ ଯେ ଏହାର ସୁଦୀର୍ଘ ୪୮୦ କିଲୋମିଟର ବେଳାଭୂମି ରହିଛି l ତେବେ ନଅଟି ତଟବର୍ତ୍ତୀ ରାଜ୍ୟ ମଧ୍ୟରେ ଓଡିଶା ହେଉଛି ସବୁଠୁ ଦରିଦ୍ର ଓ ଏହି ଦାରିଦ୍ର୍ୟର ଅନ୍ୟ ଏକ କାରଣ ହେଉଛି ଆମକୁ ପ୍ରକୃତି ଦେଇଥିବା ସମୁଦ୍ରର ଉପହାରକୁ ଆମେ ଓ ଆମର ରାଜନେତାମାନେ ସମୃଦ୍ଧିର ସୋପାନ କରିବାକୁ କେବେହେଲେ ବିଧିବଦ୍ଧ ସ୍ଵପ୍ନ ଦେଖିନାହାନ୍ତି l ଆମେ ଏକ ସମୁଦ୍ର ତଟୀୟ ରାଜ୍ୟ ହୋଇଥିଲେ ମଧ୍ୟ ସମୁଦ୍ର ସହ ଆମର ସମ୍ପର୍କ କହିଲେ ପୁରୀ, ଚନ୍ଦ୍ରଭାଗା, ଗୋପାଳପୁର, ଚାନ୍ଦିପୁର ଆଦି ବେଳାଭୂମିରେ ଠିଆ ହୋଇ ଢେଉ ଗଣିବା ଭିତରେ ସୀମିତ ଥାଏ l କିଛି ମତ୍ସ୍ୟଜୀବୀ ଓ ସେହି ବ୍ୟବସାୟ ସହ ସମ୍ପୃକ୍ତ କେତେ ଜଣକୁ ବାଦ ଦେଲେ ଆମ ଜନସଂଖ୍ୟାର ଶତକଡା ଏକ ଭାଗ ଲୋକ ମଧ୍ୟ ସମୁଦ୍ର ଭିତରକୁ ଯିବାର ସୌଭାଗ୍ୟ ଅର୍ଜନ କରି ନଥି...

ଦେଶପାଇଁ ଜୀବନ ଦିଅନ୍ତି ହେଲେ ଶହୀଦ ନୁହନ୍ତି

ସେମାନେ ସୈନିକ ନୁହନ୍ତି, ହେଲେ ସୈନିକଙ୍କଠାରୁ କିଛି କମ ବି ନୁହନ୍ତି । ଭାରତର ସବୁଠାରୁ ବିପଦସଙ୍କୁଳ ସିଆଚେନ ଗ୍ଲାସିଅରସ୍ଥିତ ସୀମାକୁ ଶତୃ କବଳରୁ ସୁରକ୍ଷିତ ରଖିବାରେ ସେମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏପରିକି ସେମାନେ ସୈନ୍ୟମାନଙ୍କ ପରି ଦେଶପାଇଁ ପ୍ରାଣ ବିସର୍ଜନ କରିବାକୁ ମଧ୍ୟ କୁଣ୍ଠାବୋଧ କରି ନଥାନ୍ତି । ପରିତାପର ବିଷୟ ହେଉଛି, ଦେଶରକ୍ଷା ପାଇଁ ଜୀବନ ଦେଉଥିଲେ ବି ସେମାନଙ୍କୁ ଶହୀଦ ବୋଲି ବିବେଚନା ମଧ୍ୟ କରାଯାଏ ନାହିଁ କି ସେମାନଙ୍କ ବଳିଦାନର କୌଣସି ସ୍ୱୀକୃତି ମିଳେନାହିଁ । ସିଆଚେନ ଗ୍ଲାସିଅର ହେଉଛି ପୃଥିବୀର ସର୍ବୋଚ୍ଚ ରଣକ୍ଷେତ୍ର ଯେଉଁଠାରେ ୧୯୮୪ରୁ ଆଜି ଯାଏଁ ଯୁଦ୍ଧ ଲାଗିରହିଛି । ଏହି  ଅଞ୍ଚଳ  ସମୁଦ୍ର  ପତ୍ତନ ଠାରୁ ୧୮ରୁ ୨୫ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ । ସାତ ଶହ ବର୍ଗ କିଲୋମିଟର କ୍ଷେତ୍ରରେ ପରିବ୍ୟ।ପ୍ତ ଏହି  ଅଞ୍ଚଳ ରେ ଶୀତ ଦିନେ ହାରାହାରି ୩୫ ଫୁଟ ବରଫପାତ ହୋଇଥାଏ । ଏଠାରେ ତାପମାନ ବେଳେବେଳେ ମାଇନସ ୫୦ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ଖସି ଆସିଥାଏ । ପ୍ରତିକୂଳ ପାଗରେ ଗ୍ଲାସିଅରରେ ଏତେ ଉଚ୍ଚତାରେ ଥିବା ପ୍ରାୟ ଶହେଟି ସେନା ପୋଷ୍ଟରେ ସୈନିକମାନେ ନିରନ୍ତର ଶତୃପକ୍ଷର ଗତିବିଧିକୁ ଅନୁଧ୍ୟାନ କରିବା ସଙ୍ଗେସଙ୍ଗେ ସୀମାକୁ ସୁରକ୍ଷା ପ୍ରଦାନ କରିବା ଯେ କେତେ କଷ୍ଟକର, ତାହା ସହଜରେ ଅନୁମେୟ । ଗୋଟିଏ ଆର୍ମି ୟୁନିଟ ସିଆଚେନର ମୂଳ ଶିବିର(ବ୍ୟାସ କ...

ପୁଣି ଆହତ ବନ୍ଦେ ଉତ୍କଳ ଜନନୀ

ସେତେବେଳେ ଓଡିଶା ଆହୁରି ସ୍ଵତନ୍ତ୍ର ପ୍ରଦେଶ ହୋଇ ନଥାଏ, ଉତ୍କଳ ସମ୍ମିଳନୀ ମାଧ୍ୟମରେ ସେଥିପାଇଁ ଲଢେଇ ଜାରି ରହିଥାଏ l ୧୯୧୨ ମସିହାରେ ବାଲେଶ୍ଵରଠାରେ ଆୟୋଜିତ ଉତ୍କଳ ସମ୍ମିଳନୀର ଏକ ସ୍ଵତନ୍ତ୍ର ଅଧିବେଶନର ଉଦଘାଟନୀ ଉତ୍ସବରେ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ହେଲା ମାତ୍ରେ ସମଗ୍ର ପରିବେଶ ଗୁରୁଗମ୍ଭୀର ହୋଇଗଲା l ଗୀତଟି ସରିଲା ମାତ୍ରେ ଖୋଜା ପଡିଲେ ସେହି ହୃଦୟସ୍ପର୍ଶୀ ଗୀତର ଲେଖକ, ଆଉ ସଭାରେ ଉପସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ସମ୍ମୁଖରେ ଉଭା ହେଲେ ୨୪ ବର୍ଷର ଯୁବକ ନଖି ଓରଫ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର l ଗୀତଟି ଶୁଣି ସ୍ତବ୍ଧ ହୋଇ ଯାଇଥିବା ଗୋପବନ୍ଧୁ ତାଙ୍କୁ କୁଣ୍ଢାଇ ପକାଇଲେ ଓ ତାଙ୍କ ଆଖିରୁ ଝରଝର ହୋଇ ଝରି ପଡିଲା ଆନନ୍ଦାଶ୍ରୁ l ଉତ୍କଳଗୌରବ ମଧୁସୂଦନ ମଧ୍ୟ ତାଙ୍କୁ ଭୂୟସୀ ପ୍ରଶଂସା କଲେ I ସେ ସମୟର ଅନ୍ୟାନ୍ୟ ଅନେକ ଦେଶାତ୍ମବୋଧକ ଗୀତ ମଧ୍ୟରୁ ଏହାର ସାବଲୀଳତା ପାଇଁ ସର୍ବସମ୍ମତିକ୍ରମେ ଏହା ପ୍ରାଦେଶିକ ଗୀତ ଭାବେ ଗୃହୀତ ହେଲା I କେତେକଙ୍କ ମତରେ ଏହା ୧୯୦୮ ମସିହାରେ ଉତ୍କଳ ସମ୍ମିଳନୀର ପୁରୀ ଅଧିବେଶନରେ ପ୍ରଥମ ଥର ପାଇଁ ଗାନ ହୋଇଥିଲା l ଓଡିଆ ଲୋକଙ୍କୁ ଏକଜୁଟ କରିବା ପାଇଁ ଓ ସେମାନଙ୍କଠାରେ ଜାତିପ୍ରୀତି ଉଦ୍ରେକ କରିବା ଦିଗରେ ‘ବନ୍ଦେ ଉତ୍କଳ ଜନନୀ’ ଏକ ଅସ୍ତ୍ର ଭଳି ବ୍ୟବହୃତ ହେଲା l ଉତ୍କଳ ସମ୍ମିଳନୀର ପ୍ରତିଟି ଅଧିବେଶନ ଆରମ୍ଭରେ ଗୀତଟି ପରିବେଷଣ ହେବାକୁ ଲାଗି...