କୁହାଯାଏ ସମୁଦ୍ର କୂଳରେ ଅବସ୍ଥିତ ଦେଶ ଓ ରାଜ୍ୟଗୁଡିକ
ସମୃଦ୍ଧିଶାଳୀ ହୋଇଥାନ୍ତି କାରଣ ଭୂ-ବନ୍ଦୀ (ଲ୍ୟାଣ୍ଡ ଲକଡ୍) ଦେଶ ବା ରାଜ୍ୟଙ୍କ ତୁଳନାରେ ନିଜ ସ୍ଵପ୍ନ
ଚରିତାର୍ଥ କରିବା ପାଇଁ ସେମାନଙ୍କ ପାଖରେ ଥାଏ ଅସୁମାରି ସମ୍ଭାବନା l ମଗଧ ଭଳି ଏକ ଭୂ-ବନ୍ଦୀ ରାଜ୍ୟର
ସମ୍ରାଟ ଅଶୋକଙ୍କ କଳିଙ୍ଗ ଆକ୍ରମଣ ପଛରେ ଅନ୍ୟତମ କାରଣ ଥିଲା କଳିଙ୍ଗକୁ ମଗଧର ଅଂଶ ବିଶେଷ କରି ତାଙ୍କ
ରାଜ୍ୟକୁ ଏକ ସମୁଦ୍ର ତଟବର୍ତ୍ତୀ ରାଜ୍ୟରେ ପରିଣତ କରି ମଗଧକୁ ସମୃଦ୍ଧିଶାଳୀ କରିବା l ଭାରତର ଦୁଇ
ତୃତୀୟାଂଶ ରାଜ୍ୟ ସମୁଦ୍ରକୁ ଛବିରେ ଦେଖୁଥିବା ବେଳେ ଓଡିଶା ଭାଗ୍ୟବାନ ଯେ ଏହାର ସୁଦୀର୍ଘ ୪୮୦ କିଲୋମିଟର
ବେଳାଭୂମି ରହିଛି l ତେବେ ନଅଟି ତଟବର୍ତ୍ତୀ ରାଜ୍ୟ ମଧ୍ୟରେ ଓଡିଶା ହେଉଛି ସବୁଠୁ ଦରିଦ୍ର ଓ ଏହି
ଦାରିଦ୍ର୍ୟର ଅନ୍ୟ ଏକ କାରଣ ହେଉଛି ଆମକୁ ପ୍ରକୃତି ଦେଇଥିବା ସମୁଦ୍ରର ଉପହାରକୁ ଆମେ ଓ ଆମର ରାଜନେତାମାନେ
ସମୃଦ୍ଧିର ସୋପାନ କରିବାକୁ କେବେହେଲେ ବିଧିବଦ୍ଧ ସ୍ଵପ୍ନ ଦେଖିନାହାନ୍ତି l ଆମେ ଏକ ସମୁଦ୍ର ତଟୀୟ
ରାଜ୍ୟ ହୋଇଥିଲେ ମଧ୍ୟ ସମୁଦ୍ର ସହ ଆମର ସମ୍ପର୍କ କହିଲେ ପୁରୀ, ଚନ୍ଦ୍ରଭାଗା, ଗୋପାଳପୁର, ଚାନ୍ଦିପୁର
ଆଦି ବେଳାଭୂମିରେ ଠିଆ ହୋଇ ଢେଉ ଗଣିବା ଭିତରେ ସୀମିତ ଥାଏ l କିଛି ମତ୍ସ୍ୟଜୀବୀ ଓ ସେହି ବ୍ୟବସାୟ
ସହ ସମ୍ପୃକ୍ତ କେତେ ଜଣକୁ ବାଦ ଦେଲେ ଆମ ଜନସଂଖ୍ୟାର ଶତକଡା ଏକ ଭାଗ ଲୋକ ମଧ୍ୟ ସମୁଦ୍ର ଭିତରକୁ
ଯିବାର ସୌଭାଗ୍ୟ ଅର୍ଜନ କରି ନଥିବେ l ଅର୍ଥାତ ସମୁଦ୍ର ଆମ ମନରେ ଭୀତି ସଞ୍ଚାର କରେ l କିନ୍ତୁ ଦିନ
ଥିଲା ଓଡିଶାର ସାହସୀ ସାଧବମାନେ ସମୁଦ୍ରର ବୁକୁ ଚିରି ବାଣିଜ୍ୟ କରିବା ପାଇଁ ପାଲଟଣା ଜାହାଜ ମେଲି
ଦେଉଥିଲେ l
ଖ୍ରୀଷ୍ଟ ପୂର୍ବ ୩୫୦ରୁ ଶତାବ୍ଦୀ ଶତାବ୍ଦୀ ଧରି କଳିଙ୍ଗ କେବଳ ଏକ ସାମୁଦ୍ରିକ ଶକ୍ତି ନଥିଲା ବରଂ ଏହା ଶ୍ରୀଲଙ୍କା, ମ୍ୟାନମାର, ଥାଇଲାଣ୍ଡ, ଭିଏତନାମ, ମାଳୟ ଦ୍ଵୀପ, ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ନୌବାଣିଜ୍ୟ ପଥକୁ ସଂଯୋଗ କରୁଥିବା ଏକ ବିସ୍ତୃତ ସାମୁଦ୍ରିକ ଅଞ୍ଚଳ ଉପରେ ନିୟନ୍ତ୍ରଣ ଜାହିର କରିଥିଲା l ଅବଶ୍ୟ ପରବର୍ତ୍ତୀ ସମୟରେ ଚୋଳ ଓ ଅନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟମାନେ ପ୍ରଭାବ ବିସ୍ତାର କରି ସେଠାରେ ବ୍ୟବସାୟ ବାଣିଜ୍ୟ କରିବା ଆରମ୍ଭ କଲେ l ଯେପରି ଉତ୍ତର ଭାରତରେ ଦକ୍ଷିଣ ଭାରତରୁ ଆସୁଥିବା ଅଧିକାଂଶଙ୍କୁ ମାଡ୍ରାସୀ ଭାବେ ସମ୍ଵୋଧିତ କରା ଯାଇଥାଏ, ଠିକ ସେହିପରି ମାଲେସିଆ, ସିଙ୍ଗାପୁର ଓ ଇଣ୍ଡୋନେସିଆର ଭାରତୀୟ ମୂଳ ଓ ଅପ୍ରବାସୀ ଭାରତୀୟଙ୍କୁ ଆଜିଯାଏଁ ସେଠାକାର ସ୍ଥାନୀୟ ଅଧିବାସୀ ‘କେଲିଙ୍ଗ’ ଭାବେ ସମ୍ଵୋଧନ କରିଥାନ୍ତି l
ଦୀର୍ଘ ଦିନ ଧରି ଏବେକାର ବଙ୍ଗୋପସାଗର ‘କଳିଙ୍ଗୋଡ୍ର’ ବା ‘କଳିଙ୍ଗ ସାଗର’ ଭାବେ ପରିଚିତ ଥିଲା l ଷଷ୍ଠ ଶତାବ୍ଦୀର ପ୍ରଖ୍ୟାତ ବୋଧିସତ୍ତ୍ଵ ମଞ୍ଜୁଶ୍ରୀଙ୍କ ‘ଆର୍ଯ୍ୟମଞ୍ଜୁଶ୍ରୀମୂଳକଳ୍ପ’ ଗ୍ରନ୍ଥରେ ଏହା ଉଲ୍ଲିଖିତ l ବୌଦ୍ଧ ଧର୍ମ ବିଭିନ୍ନ ଦେଶକୁ ପରିବ୍ୟାପ୍ତ ହେବା ପଛରେ କଳିଙ୍ଗର ସାମୁଦ୍ରିକ ପରାକ୍ରମ ଯେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା, ଏଥିରେ ଦ୍ଵିରୁକ୍ତି ନାହିଁ l ଚୋଳ ସାମ୍ରାଜ୍ୟ ଏକ ସାମୁଦ୍ରିକ ଶକ୍ତି ଭାବେ ଉଭା ହେବା ପରେ ଏହାକୁ କେହି କେହି ‘ଚୋଳ ସାଗର’ ମଧ୍ୟ କହିବାକୁ ଲାଗିଲେ l ତେବେ ପର୍ତ୍ତୁଗୀଜ ନାବିକମାନଙ୍କ ଦ୍ଵାରା ଏହା ସର୍ବପ୍ରଥମେ ‘ଗଲଫୋ-ଡି-ବେଙ୍ଗଲ’ ଭାବେ ନାମିତ କରାଯାଇଥିଲେ ମଧ୍ୟ ଇଷ୍ଟ ଇଣ୍ଡିଆ କମ୍ପାନୀ ବଙ୍ଗଳା ଦଖଲ କଲା ପରେ ୧୭୭୨ ମସିହାରେ ଏହାକୁ ‘ବେ ଅଫ ବେଙ୍ଗଲ’ (ବଙ୍ଗୋପସାଗର) ଭାବେ ନାମିତ କରିବା ସହିତ ସବୁ ବ୍ରିଟିଶ ମାନଚିତ୍ରରେ ସେହି ନାମ ଉଲ୍ଲେଖ ହେବାକୁ ଲାଗିଲା l
କାର୍ତ୍ତିକ ପୂର୍ଣ୍ଣିମାରେ କାଗଜ ଡଙ୍ଗା ଭସାଇବା ମାଧ୍ୟମରେ ଜନତା ଆଉ ବାଲିଯାତ୍ରାର ଆୟୋଜନ ମାଧ୍ୟମରେ ରାଜନେତାମାନେ ଆମ ଗୌରବୋଜ୍ଜ୍ଵଳ ନୌବାଣିଜ୍ୟ ପରମ୍ପରାକୁ ସ୍ନରଣ କରି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ବୋଲି ଉଲ୍ଲସିତ ହେଉଥିବା ବେଳେ, ତାର ପୁନରୁଦ୍ଧାର ପାଇଁ କୌଣସି ବିଧିବଦ୍ଧ ଉଦ୍ୟମ କରୁଥିବା ଭଳି ଜଣା ପଡେନାହିଁ l ଆମ ସାହିତ୍ୟ, କଳା, ସଂସ୍କୃତିରେ ମଧ୍ୟ ସେତେଟା ସମୁଦ୍ରୋନ୍ମାଦନା ଦେଖାଯାଏ ନାହିଁ l ସମୁଦ୍ର ଆଁରେ ଗାଁ ବିଲୀନ ହୋଇଯିବା, ସମୁଦ୍ର ମାଡି ଆସି ଧନଜୀବନର ବିପୁଳ କ୍ଷୟକ୍ଷତି କରିବା ଆଦି ଘଟଣାରେ ସମୁଦ୍ର ପ୍ରତି ଆମର ଭୟ ଅତ୍ୟଧିକ l ଏହି ଭୟ ମନରୁ ଦୂର କରିବା ପାଇଁ ସମୁଦ୍ର ସହ ଆନ୍ତରିକତା ବଢାଇବାକୁ ହେବ l ଅବଶ୍ୟ ରାମଚଣ୍ଡୀଠାରେ ସମୁଦ୍ରରେ ସର୍ଫିଂ ଓ ଅନ୍ୟାନ୍ୟ ଜଳକ୍ରୀଡା ଆରମ୍ଭ ହେବା ଖୁସିର କଥା l ତେବେ ଅଧିକ ସଂଖ୍ୟକ ଲୋକଙ୍କୁ ସମୁଦ୍ରରେ ଯାତ୍ରା କରି ନିଜ ଅନୁଭୂତି ବାଣ୍ଟିବାକୁ ହେବ l ଏବେ ଓଡିଶାର କୌଣସି ବନ୍ଦରରୁ ଯାତ୍ରୀବାହୀ ଜାହାଜ ଚଳାଚଳର ବ୍ୟବସ୍ଥା ନଥିବାରୁ ଏଣିକି ନୂଆ ଟ୍ରେନର ଦାବି ଅପେକ୍ଷା ପାରାଦ୍ଵୀପରୁ ଯାତ୍ରୀବାହୀ ଜାହାଜ ଚଳାଚଳର ଦାବି ଅଧିକ ନ୍ୟାୟୋଚିତ ମନେହୁଏ l
ଭାରତର ପୂର୍ବତଟରେ ଅବସ୍ଥିତ କୋଲକାତା, ଚେନ୍ନାଇ, ବିଶାଖାପାଟଣା ଓ ପାରାଦ୍ଵୀପ ଭଳି ଚାରୋଟି ପ୍ରମୁଖ ବନ୍ଦର ମଧ୍ୟରୁ ପାରାଦ୍ଵୀପକୁ ବାଦ୍ ଦେଇ ଅନ୍ୟ ତିନୋଟି ବନ୍ଦରରୁ ନିୟମିତ ଭାବେ ଆଣ୍ଡାମାନ ନିକୋବରର ରାଜଧାନୀ ପୋର୍ଟବ୍ଲେୟାରକୁ ଯାତ୍ରୀବାହୀ ଜାହାଜ ଚଳାଚଳ କରିଥାଏ l ଉଲ୍ଲେଖନୀୟ, ଅନ୍ୟ ତିନୋଟି ବନ୍ଦର ତୁଳନାରେ ପୋର୍ଟବ୍ଲେୟାରଠାରୁ ପାରାଦ୍ଵୀପର ଦୂରତା ଅଧିକ ନୁହେଁ l ତେଣୁ କାଳ ବିଳମ୍ଵ ନକରି ପାରାଦ୍ଵୀପ ବନ୍ଦରରୁ ଯାତ୍ରୀବାହୀ ଜାହାଜ ଚଳାଚଳ ପାଇଁ ସୁବିଧା କରାଯାଇ ଏଠାରୁ ପୋର୍ଟବ୍ଲେୟାରକୁ ଏକ ଜାହାଜ ଚଳାଚଳ ସେବା ଆରମ୍ଭ ହେଲେ ଅନେକ ଲୋକ ଜାହାଜ ଯାତ୍ରାର ଅନୁଭୂତି ସାଉଁଟିବା ସହିତ କିଛି ଲୋକ ସେଠାରେ ରୋଜଗାର ପନ୍ଥା ଖୋଜି ପାଆନ୍ତେ l ଏହାଦ୍ଵାରା ନେତାଜୀଙ୍କ ଜନ୍ମସ୍ଥାନ କଟକ ଓ ତାଙ୍କ ପ୍ରତିଷ୍ଠିତ ଆଜାଦ ହିନ୍ଦ ସରକାରଙ୍କ ତତକାଳୀନ ରାଜଧାନୀ ପୋର୍ଟବ୍ଳେୟାର ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପିତ ହୋଇ ଏକ ଐତିହାସିକ ସମ୍ପର୍କର ସ୍ମୃତିକୁ ପୁନରୁଜ୍ଜୀବିତ କରାଯାଇପାରନ୍ତା l ପୋର୍ଟବ୍ଲେୟାର ସହ ସମ୍ପର୍କ ସ୍ଥାପିତ ହେଲାପରେ ଥାଇଲାଣ୍ଡର ଫୁକେତ, ମାଲେସିୟାର କୁଆଲାଲୁମ୍ପୁର, ସିଙ୍ଗାପୁର ଆଦି ସ୍ଥାନ ସହ ସମୁଦ୍ର ପଥରେ ସମ୍ପର୍କର ବାଟ ଆପେଆପେ ଫିଟିଯାଆନ୍ତା l
ପୂର୍ବୋତ୍ତର ରାଜ୍ୟଗୁଡିକରୁ ଦେଶର ବିଭିନ୍ନ ଅଞ୍ଚଳକୁ କେବଳ ‘ଚିକେନ ନେକ’ କୁହାଯାଉଥିବା ସଂକୀର୍ଣ୍ଣ ‘ସିଲିଗୁଡି କରିଡର’ ଦେଇ ସଡକ ଓ ରେଳ ଯୋଗେ ଯାତାୟତ ହୋଇଥାଏ l ଏହିସବୁ ରାଜ୍ୟଗୁଡିକୁ ଦେଶର ଅନ୍ୟ ଅଞ୍ଚଳ ସହ ଯୋଗାଯୋଗର ଆଉ ଏକ ବିକଳ୍ପ କଥା ଚିନ୍ତା କରାଯାଇପାରେ l ପାରାଦ୍ଵୀପ ବନ୍ଦରରୁ ବଙ୍ଗଳାଦେଶର ଚଟ୍ଟଗ୍ରାମ (ଚିଟାଗଙ୍ଗ) ବନ୍ଦର ମଧ୍ୟରେ ସାମୁଦ୍ରିକ ଦୂରତା ୭୩୦ କିଲୋମିଟର, ଯାହା ଅତିକ୍ରମ କରିବାକୁ ଦେଢ ଦିନ ସମୟ ଲାଗିବ l ସେଠାରୁ ସଡକ ଯୋଗେ ତ୍ରିପୁରାର ରାଜଧାନୀ ଅଗରତାଲାର ଦୂରତା ୧୭୬ କିଲୋମିଟର ହୋଇଥିବା ବେଳେ ଆଇଜଲ, ଇମ୍ଫାଲ, ଦିମାପୁର, ସିଲଂ ଓ ଗୁଆହାଟୀର ଦୂରତା ୫୫୦ରୁ ୭୫୦ କିଲୋମିଟର ମଧ୍ୟରେ l ତେଣୁ ପାରାଦ୍ଵୀପଠାରୁ ଚଟ୍ଟଗ୍ରାମ ବନ୍ଦର ପର୍ଯ୍ୟନ୍ତ ତୁରନ୍ତ ଏକ ଯାତ୍ରୀ ତଥା ମାଲବାହୀ ଜାହାଜ ଚଳାଚଳ ପାଇଁ ପଦକ୍ଷେପ ନିଆଯିବା ଉଚିତ l ଏଥିପାଇଁ ଭାରତ ସରକାରଙ୍କୁ ବଙ୍ଗଳାଦେଶ ସହ ଏକ ସ୍ଵତନ୍ତ୍ର ଚୁକ୍ତି ସ୍ଵାକ୍ଷର କରିବାକୁ ପଡିପାରେ l ଏହି ଜାହାଜ ଚଳାଚଳ ସୁନିଶ୍ଚିତ କରାଯାଇ ପାରିଲେ ପୂର୍ବୋତ୍ତର ରାଜ୍ୟଗୁଡିକୁ ଏକ ବିକଳ୍ପ ଯୋଗାଯୋଗର ପଥ ଉପଲବ୍ଧ ହୋଇ ସେଠାକାର ଅର୍ଥନୈତିକ ବିକାଶର ଧାରା ତ୍ଵରାନ୍ଵିତ ହେବ l ପୂର୍ବୋତ୍ତର ରାଜ୍ୟଗୁଡିକ ସହ ଓଡିଶାର ସମ୍ପର୍କ ମଧ୍ୟ ଅଧିକ ନିବିଡ ହେବା ସହ ପାରାଦ୍ଵୀପଠାରୁ ଦେଶର ବିଭିନ୍ନ ଅଞ୍ଚଳକୁ ରେଳ ଚଳାଚଳ ବୃଦ୍ଧି ପାଇ ପାରାଦ୍ଵୀପ ବନ୍ଦରର ଗୁରୁତ୍ଵ ବଢିବ l

ରେଙ୍ଗୁନ ଫେରନ୍ତା ଓଡିଆମାନଙ୍କ ମଧ୍ୟରୁ ଅଧିକାଂଶ
ସୁରାଟ ଯାଇଥିଲେ ଓ ତା ପରେ ଆହୁରି ଅନେକ ଓଡିଆ କାମ ସନ୍ଧାନରେ ସେଠାରେ ପହଞ୍ଚି ବର୍ତ୍ତମାନ ସୁରାଟ
ସହରରେ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ଵ ଓଡିଆ ବସବାସ କରୁଛନ୍ତି l ସେହି ରେଙ୍ଗୁନ ଫେରନ୍ତା ଓଡିଆମାନେ
ସମୁଦ୍ର ପଥରେ ସିଙ୍ଗାପୁର ଅଭିମୁଖୀ ହୋଇଥିଲେ, ଆଜି ହୁଏତ ଓଡିଆ ଭାଷା ସିଙ୍ଗାପୁରର ଅନ୍ୟତମ ସରକାରୀ
ଭାଷାର ମାନ୍ୟତା ପାଇଥାନ୍ତା, କାରଣ ସେଠାରେ ୨ ଲକ୍ଷ ତାମିଲ ଭାଷୀ ଥାଇ ତାମିଲ ସିଙ୍ଗାପୁରର ଅନ୍ୟତମ
ସରକାରୀ ଭାଷାର ମାନ୍ୟତା ପାଇଛି l ଓଡିଆ ଲୋକେ ସମୁଦ୍ରମୁହାଁ
ଥିବା ଯାଏଁ ସାହସୀ ଓ ସମୃଦ୍ଧ ଥିଲେ, ଯେବେଠାରୁ ଭୂଖଣ୍ଡ ମୁହାଁ ହେଲେ ଦାରିଦ୍ର୍ୟ ଓ ଦୈନ୍ୟର ଶିକାର
ହୋଇ ଦାଦନ ଶ୍ରମିକ ପାଲଟିଲେ ବୋଲି ଏଇ ଲେଖକର ବିଶ୍ଵାସ l କେରଳ ଲୋକେ ଦରିଆପାରି ଦୁବାଇ, ଗୁଜରାଟୀ
ଲୋକେ ଦରିଆପାରି ନିୟୁ ଜର୍ସି, ପଞ୍ଜାବୀ ଲୋକେ ଦରିଆପାରି କାନାଡା, ବ୍ରିଟେନର ସ୍ଵପ୍ନ ଦେଖୁଥିବା
ବେଳେ ଆମ ଲୋକଙ୍କ ସ୍ଵପ୍ନର ଦୌଡ ଏ ପର୍ଯ୍ୟନ୍ତ ସୁରାଟ, ବାଙ୍ଗାଲୋର, ହାଇଦ୍ରାବାଦ ଭଳି ଭାରତୀୟ ଭୂଖଣ୍ଡରେ
ଥିବା ସହରମାନଙ୍କରେ ସୀମିତ l ଫଳରେ ପ୍ରବାସୀଙ୍କ ଦ୍ଵାରା ଓଡିଶାକୁ ପ୍ରେରିତ ଅର୍ଥର ପରିମାଣ ନଗଣ୍ୟ
ଓ ଓଡିଶାର ଅର୍ଥନୀତିରେ ତାର ଖୁବ ଗୋଟେ ବଡ ପ୍ରଭାବ ପରିଲକ୍ଷିତ ହୋଇ ନଥାଏ l ଆମକୁ ସମୃଦ୍ଧିଶାଳୀ
ହେବାକୁ ହେଲେ ପୁଣି ଥରେ ସମୁଦ୍ର ମୁହାଁ ହେବାକୁ ହେବ, କାରଣ ସମୁଦ୍ର ମୁହାଁ ହେଲେ ଯାଇ ଆମେ ସାହସୀ
ହୋଇ ପାରିବା ଓ ସବୁ କଥାରୁ ଆମର ଭୟ ଦୂରେଇ ଯିବ l ତେଣୁ ଚାଲ ପୁଣି ସମୁଦ୍ରମୁହାଁ ହେବା, ଦରିଆପାରିର
ସ୍ଵପ୍ନ ଦେଖିବା l
Published in Odia Daily Sambad on 17 July 2018.
Comments
Post a Comment