Skip to main content

ନ ଥାଉ ପଛେ ମୋର ବିହଙ୍ଗ ପକ୍ଷ

ପକ୍ଷୀଟିଏ ଭଳି ଆକାଶ ମାର୍ଗରେ ଉଡି ବୁଲିବାକୁ ସମସ୍ତଙ୍କର ଇଚ୍ଛା ଥାଏ, ଆଉ ସେହି ଇଚ୍ଛା ଯଦି ସରକାରୀ ତହବିଲରୁ ଖର୍ଚ୍ଚ ହୋଇ ପୂରଣ ହୋଇପାରେ, ତାହାହେଲେ ତାଠାରୁ ଭଲ ଆଉ କଣ l ନିକଟରେ ଓଡିଶାର ରାଜ୍ୟପାଳ ହେଲିକପ୍ଟର ଯୋଗେ ହରିଆଣାର ସୀର୍ସାକୁ ଯାଇ ଗସ୍ତ ଖର୍ଚ୍ଚ ୪୬ ଲକ୍ଷ ୧୮ ହଜାର ଟଙ୍କା ହେବା ଓ ତାପରେ ରାଜ୍ୟ ସରକାରଙ୍କ ଦ୍ଵାରା ସେ ନେଇ ପ୍ରଶ୍ନ ଉଠାଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସହ ପତ୍ରାଳାପ ହେବା ପରେ ଗଣମାଧ୍ୟମରେ ଚର୍ଚ୍ଚା ହେବାକୁ ଲାଗିଲା l ତେବେ ମୁଖ୍ୟ ଶାସନ ସଚିବଙ୍କ ଦୁଃଖ ପ୍ରକାଶ ପରେ ଚର୍ଚ୍ଚାରେ ବିରାମ ଲାଗିଲା l ସରକାର ଓ ରାଜ୍ୟପାଳଙ୍କ ସମ୍ପର୍କରେ ତିକ୍ତତା ବୃଦ୍ଧିକୁ ଏଡାଇବା ପାଇଁ ସରକାର ହୁଏତ ଚୁପ ରହିବା ସ୍ଵାଭାବିକ l କିନ୍ତୁ ରାଜକୋଷରୁ କରଦାତାଙ୍କ ଅର୍ଥର ଅପଚୟ ହୋଇଥିବାରୁ ଜନସାଧାରଣ ପ୍ରଶ୍ନ ଉଠାଇବା ଉଚିତ ନୁହେଁ କି ?

ଓଡିଶାର ନବନିଯୁକ୍ତ ରାଜ୍ୟପାଳ ଜୁନ ୧୦ ତାରିଖ ଦିନ ତାଙ୍କ ବାସସ୍ଥାନ ହରିଆଣାର ସୀର୍ସା ଗସ୍ତରେ ଯାଇଥିବା ବେଳେ ଦୁଇଟି ହେଲିକପ୍ଟର ବ୍ୟବହାର ହୋଇଥିଲା l ସେ ଦିଲ୍ଲୀ ପର୍ଯ୍ୟନ୍ତ ଲିଗେସୀ-୬୫୦ ଜେଟ ଏୟାରକ୍ରାଫ୍ଟରେ ଓ ସେଠାରୁ ସୀର୍ସା ଯାଏଁ ଅନ୍ୟ ଏକ ହେଲିକପ୍ଟରରେ ଯାଇଥିଲେ l ସେହିପରି ୧୩ ଜୁନରେ ସୀର୍ସାରୁ ଦିଲ୍ଲୀ ଯାଏଁ ହେଲିକପ୍ଟରରେ ଆସି ଦିଲ୍ଲୀରୁ ଭୁବନେଶ୍ଵର ପୂର୍ବୋକ୍ତ ଲିଗେସୀ-୬୫୦ ଜେଟରେ ଫେରିଥିଲେ l ଏହି ଯାତ୍ରା ପାଇଁ ଭୁବନେଶ୍ଵରରୁ ଦିଲ୍ଲୀ ଯିବା ଆସିବା ବାବଦ ୪୧ ଲକ୍ଷ ୧୮ହଜାର ଟଙ୍କା ଓ ଦିଲ୍ଲୀରୁ ସୀର୍ସା ଯିବା ଆସିବା ବାବଦ ୫ ଲକ୍ଷ ଟଙ୍କା, ଏହିପରି ରାଜକୋଷରୁ ସମୁଦାୟ ୪୬ ଲକ୍ଷ ୧୮ହଜାର ଟଙ୍କା ବ୍ୟୟ ହେଲା l ଭୁବନେଶ୍ଵରରୁ ଦିଲ୍ଲୀକୁ ପ୍ରତ୍ୟହ ୧୨ଟି ବିମାନ ଚଳାଚଳ କରିଥାଏ l ବିଜନେସ ଶ୍ରେଣୀରେ ଦିଲ୍ଲୀ ଟିକଟର ମୂଲ୍ୟ ସର୍ବୋଚ୍ଚ ୩୦ହଜାର ଟଙ୍କା ହୋଇଥିବାରୁ ସର୍ବୋଚ୍ଚ ଶ୍ରେଣୀରେ ଯିବା ଆସିବା ଖର୍ଚ୍ଚ ୬୦ହଜାର ଟଙ୍କା ହୋଇଥାନ୍ତା l ଦିଲ୍ଲୀରୁ ସୀର୍ସାର ଦୂରତା ୨୬୨ କିଲୋମିଟର ଓ ସଡକ ଯୋଗେ ସର୍ବାଧିକ ୫ ଘଣ୍ଟା ସମୟ ଲାଗିଥାଏ l ଗୋଟିଏ ସୌଖୀନ ଗାଡିରେ ସୀର୍ସାକୁ ସଡକ ଯୋଗେ ଯାଇଥିଲେ ଯିବା ଆସିବା ବାବଦକୁ ସର୍ବାଧିକ ହୁଏତ ୪୦ହଜାର ଟଙ୍କା, ଏହିପରି ଭୁବନେଶ୍ଵରରୁ ସୀର୍ସା ଯିବା ଆସିବା ଖର୍ଚ୍ଚ ଏକ ଲକ୍ଷ ଟଙ୍କା ହୋଇଥାନ୍ତା l ଅର୍ଥାତ୍, କରଦାତାଙ୍କ ୪୫ଲକ୍ଷ ୧୮ହଜାର ଟଙ୍କା ସଞ୍ଚୟ ହୋଇପାରିଥାନ୍ତା l ଅବଶ୍ୟ ମହାମହିମଙ୍କର ଆଠ ଘଣ୍ଟା ସମୟ ସଞ୍ଚୟ ହୋଇଥିବ l ଉଲ୍ଲେଖ କରିବା ହୁଏତ ଧୃଷ୍ଟତା ହେବନାହିଁ, ସେ ଯେଉଁ ସଂସ୍କାରରୁ ଆସିଛନ୍ତି ସେଥିରେ ଦେଶ ଓ ଲୋକଙ୍କ ସ୍ଵାର୍ଥ ବ୍ୟକ୍ତି ସ୍ଵାର୍ଥଠାରୁ ଆଗରେ ବୋଲି କୁହା ଯାଇଥାଏ l

ଏହିପରି ଏକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାର ନିୟୁ ଜର୍ସି ରାଜ୍ୟରେ ଘଟିଥିଲା l ମେ ୩୧, ୨୦୧୧ରେ ସେଠାକାର ଗଭର୍ଣ୍ଣର ରିପବ୍ଳିକାନ ଦଳର ଖ୍ରୀସ ଖ୍ରୀଷ୍ଟି ତାଙ୍କ ବଡପୁଅ ଭାଗ ନେଉଥିବା ଏକ ବେସବଲ ମ୍ୟାଚ ଦେଖିବାକୁ ରାଜ୍ୟ ପୋଲିସର ଏକ ହେଲିକପ୍ଟର ଯୋଗେ ୭୫ ମାଇଲ ଦୂରରେ ଥିବା ସ୍କୁଲକୁ ଯାଇଥିଲେ l ‘କରଦାତାଙ୍କ ଅର୍ଥରେ ଗଭର୍ଣ୍ଣର ଅଏସ କରୁଛନ୍ତି’ ବୋଲି ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା l ଜୁନ ୧ ତାରିଖ ଦିନ କାର୍ଯ୍ୟଟିକୁ ଉଚିତ ବୋଲି ଦର୍ଶାଇ ଗଭର୍ଣ୍ଣରଙ୍କ ମୁଖପାତ୍ର ବିବୃତି ଦେଲେ l ଫଳରେ ଗଭର୍ଣ୍ଣରଙ୍କ କାର୍ଯ୍ୟ ବିରୁଦ୍ଧରେ ଜନମତ ଏତେ ପ୍ରବଳ ହେଲା ଯେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ହେଲିକପ୍ଟରଟିକୁ ବ୍ୟବହାର କରିଥିବା ସ୍ଵୀକାର କରି ଗଭର୍ଣ୍ଣର ତା ପରଦିନ ରାଜ୍ୟ ରାଜକୋଷକୁ ସମ୍ପୂର୍ଣ୍ଣ ଦେୟ ଫେରସ୍ତ କରିଥିଲେ l ତାପରେ ମୁଖପାତ୍ର ଦେଇଥିବା ବିବୃତିଟି ପ୍ରଣିଧାନ ଯୋଗ୍ୟ l ‘ଏହି ଧରଣର କାର୍ଯ୍ୟ ସହ ସଂଶ୍ଳିଷ୍ଟ ସମ୍ଵେଦନଶୀଳ ପ୍ରସଙ୍ଗକୁ ଗଭର୍ଣ୍ଣର ବେଶ ଭଲ ଭାବେ ହୃଦୟଙ୍ଗମ କରନ୍ତି ଓ ଏହା ଯେପରି ସର୍ବସାଧାରଣଙ୍କ ଧ୍ୟାନ ବିକେନ୍ଦ୍ରିତ ନ କରେ ସେଥିପାଇଁ ସେ ତାଙ୍କ ନିକଟରେ କଟିବଦ୍ଧ’ l ଉଲ୍ଲେଖଯୋଗ୍ୟ, ଭାରତ ପରି ସେଠାକାର ଗଭର୍ଣ୍ଣର ମନୋନୀତ ନ ହୋଇ ନିର୍ବାଚିତ ହୋଇଥାନ୍ତି l

ଓଡିଶାର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଦ୍ଵାରା ହେଲିକପ୍ଟରର ବହୁଳ ବ୍ୟବହାର ହେଉଛି l ଗତ ଫେବୃଆରୀ ୩, ୨୦୧୬ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଥିବା କଟକକୁ ହେଲିକପ୍ଟର ଯୋଗେ ଯିବା ଚର୍ଚ୍ଚାର ବିଷୟ ପାଲଟିଥିଲା l ସେହିପରି ଗତ ଜୁନ ୧୬, ୨୦୧୮ରେ ଜଣେ ଯୁବ ମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ବିଜୁ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ହେଲିକପ୍ଟର ଯୋଗେ ଯିବା ଭଳି ଅନେକ ଉଦାହରଣ ରହିଛି l କେବଳ ଗତ ତିନି ବର୍ଷ (୨୦୧୫ରୁ ୨୦୧୭) ମଧ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କ ହେଲିକପ୍ଟର ଯାତ୍ରା ବାବଦକୁ ୨୬ କୋଟି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି l ଏପରିକି ମାଓବାଦୀ ଦମନ ପାଇଁ ଉଦ୍ଦିଷ୍ଟ ହେଲିକପ୍ଟରର ଅପବ୍ୟବହାର ହୋଇଥିବା କଥା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି l ଫେବୃଆରୀ ୨୦୧୩ରୁ ସେପ୍ଟେମ୍ଵର ୨୦୧୫ ମଧ୍ୟରେ ୩୪୧ ଥର ହେଲିକପ୍ଟରର ବ୍ୟବହାର ହୋଇଥିଲେ ମଧ୍ୟ ମାତ୍ର ୫୩ ଥର ମାଓବାଦୀ ଗତିବିଧି ନିୟନ୍ତ୍ରଣ ପାଇଁ ହୋଇଛି l

୨୦୧୪ ଜୁଲାଇ ମାସ ଖଣି ଦୁର୍ନୀତିରେ ନିନ୍ଦିତ ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀର ଏକ ହେଲିକପ୍ଟର ଯୋଗେ ପାଞ୍ଚ ଜଣ ସାଂସଦ ଦିଲ୍ଲୀ ଯାଇଥିବାର ଅଭିଯୋଗ ଉଠିଥିଲା l ସେହିପରି ଏ ବର୍ଷ ଫେବୃଆରୀ ମାସ ନବରଙ୍ଗପୁର ସାଂସଦ ଓ ମାଲକାନଗିରିର ବିଧାୟକ ହେଲିକପ୍ଟର ଯୋଗେ ମାଲକାନଗିରିର ଏକ ଗାଁକୁ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯାଇ ବିବାଦରେ ପଡିଥିଲେ, କାରଣ ଉଡାଣର ସମସ୍ତ ଖର୍ଚ୍ଚ ସ୍ଥାନୀୟ ଜଣେ କଣ୍ଟ୍ରାକ୍ଟର ବହନ କରିଥିଲେ l କେହି କେହି ମତ ରଖିଥାଆନ୍ତି ଯେ ଜରୁରୀ ସମୟରେ ରାଜନେତାମାନେ ବ୍ୟବସାୟ ଓ ଶିଳ୍ପସଂସ୍ଥାମାନଙ୍କଠାରୁ ସାହାଯ୍ୟ ମାଗିଥାନ୍ତି, ଆଉ ସେଥିରେ କିଛି ଭୁଲ ନାହିଁ l କିନ୍ତୁ, ନିର୍ବାଚିତ ପ୍ରତିନିଧିମାନେ ବ୍ୟକ୍ତିବିଶେଷ, ବ୍ୟବସାୟ ବା ଶିଳ୍ପ ସଂସ୍ଥାଙ୍କ ସହଯୋଗ ଓ ଆତିଥ୍ୟ ଗ୍ରହଣ କରିବା ନୈତିକ ଦୃଷ୍ଟିରୁ ସମୀଚୀନ କି ? ଏହାଦ୍ଵାରା ସେମାନେ ସେହି ବ୍ୟକ୍ତି ବା ସଂସ୍ଥା ନିକଟରେ ପରୋକ୍ଷରେ ଋଣୀ ହୋଇଥାନ୍ତି ଓ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥାର ‘ପ୍ରତିଦାନ-ଆଶା’ (କୁଇଡ ପ୍ରୋ କୁଓ) ରହିବା ସ୍ଵାଭାବିକ l

ଏବର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କଲା ପରେ ଓଡିଶା ସରକାରଙ୍କର ନିଜସ୍ଵ ହେଲିକପ୍ଟରଟିକୁ ହଟାଇ ଦିଆଗଲା l ହୁଏତ ସେ ସେତେବେଳେ ଏତେ ଅଧିକ ସଂଖ୍ୟାରେ ହେଲିକପ୍ଟର ଯାତ୍ରା ହେବ ବୋଲି ଭାବି ନଥିବେ l ଏବେ ରାଜ୍ୟ ସରକାର ବାଙ୍ଗାଲୋରସ୍ଥିତ ଡେକାନ ଚାର୍ଟରସ କମ୍ପାନୀଠାରୁ ଏକ ହେଲିକପ୍ଟର ଲିଜ ସୂତ୍ରରେ ଆଣି ବ୍ୟବହାର କରୁଛନ୍ତି l ସେଥିପାଇଁ ଚାଲୁ ନଚାଲୁ କମ୍ପାନୀକୁ ମାସିକ ୫୨ ଲକ୍ଷ ଟଙ୍କା ଭଡା ଦେବାକୁ ହେଉଛି l ଚାଲିଲେ ତେଲ ଖର୍ଚ୍ଚ ସ୍ଵତନ୍ତ୍ର l ଏମିତି ମାସିକ ହାରାହାରି ୭୦ ଲକ୍ଷ ଟଙ୍କା ଓ ବାର୍ଷିକ ପ୍ରାୟ ୮ କୋଟି ଟଙ୍କା ରାଜକୋଷରୁ ଯାଉଛି l ମୁଖ୍ୟମନ୍ତ୍ରୀ କୌଣସି ପାଖ ସ୍ଥାନକୁ ହେଲିକପ୍ଟରରେ ଗଲେ ଆଲୋଚନା ହୋଇଥାଏ l ଆରେ ବାବୁ, ଯଦି ନ ଚାଲିଲେ ବି କମ୍ପାନୀକୁ ପ୍ରତିଦିନ ପ୍ରାୟ ଦୁଇ ଲକ୍ଷ ଟଙ୍କା ଗଣିବାକୁ ହେଉଛି, ତେଲ ପକାଇ ଭେଡାଏ ବୁଲି ଆସିଲେ କ୍ଷତି କଣ ! ହେଲିକପ୍ଟର ବାବଦ ଖର୍ଚ୍ଚ ବଢୁଥିବା ଦେଖି ବିଧାନସଭାର ଏକ ଗୃହ କମିଟି ମାର୍ଚ୍ଚ ୨୦୧୫ରେ ରାଜ୍ୟ ସରକାର ଏକ ହେଲିକପ୍ଟର କିଣିବା ସପକ୍ଷରେ ସୁପାରିଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ l ଏଠାରେ ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର, ଛତିଶଗଡ ଭଳି କିଛି ରାଜ୍ୟଙ୍କର ନିଜସ୍ଵ ହେଲିକପ୍ଟର ଥିବା ବେଳେ ଅନ୍ୟ କିଛି ରାଜ୍ୟ ଓଡିଶା ଭଳି ଲିଜ୍ ସୂତ୍ରରେ ଘରୋଇ କମ୍ପାନୀଙ୍କଠାରୁ ହେଲିକପ୍ଟର ନେଉଛନ୍ତି l

‘ଥାଆନ୍ତା ଯଦି ମୋର ବିହଙ୍ଗ ପକ୍ଷ, ଲଂଘି ଭୀଷଣ ଗିରି ସାଗର ବକ୍ଷ’, ପଦକ ଲେଖିଲା ବେଳେ କବି ହୁଏତ କଳ୍ପନା କରି ନଥିବେ ଯେ ଦିନେ ନେତାଙ୍କର ଉଡିବା ପାଇଁ ଆଉ ଡେଣା ଦରକାର ହେବନାହିଁ l ବରଂ କରଦାତାଙ୍କ ଅର୍ଥରେ ସେମାନଙ୍କ ଦେହରେ ଏମିତି ଯନ୍ତ୍ରଚାଳିତ ଡେଣା ଲାଗିଯିବ ଯେ ସେମାନେ ଅନାୟାସରେ ଆକାଶ ମାର୍ଗରେ ବିଚରଣ କରିବାକୁ କୁଣ୍ଠାବୋଧ କରିବେ ନାହିଁ l ଅବଶ୍ୟ ଜରୁରୀ ସମୟରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ଲାଗି ହେଲିକପ୍ଟରର ଉପଯୋଗ ହେବା ଦରକାର l ଜନସାଧାରଣଙ୍କ ଗୋଚରାର୍ଥେ ତିନି ମାସରେ ଅନ୍ତତଃ ଥରେ ହେଲିକପ୍ଟର ଯାତ୍ରାର ବିବରଣୀ ସହ କାରଣ ସରକାରୀ ଓ୍ଵେବସାଇଟରେ ପ୍ରକାଶ ପାଇଲେ ଅବିଚାରିତ ହେଲିକପ୍ଟର ଯାତ୍ରା ଉପରେ ନିୟନ୍ତ୍ରଣ ଲାଗିପାରନ୍ତା ? ଉଚ୍ଚ ପଦବୀରେ ଅଧିଷ୍ଠିତ ଶାସକ ପ୍ରଶାସକମାନେ ହେଲିକପ୍ଟର ଯାତ୍ରାକୁ ସେମାନଙ୍କ ପାତ୍ରତା (ଏନଟାଇଟଲମେଣ୍ଟ) ବୋଲି ଧରିନେବା ହୁଏତ ବିଧିସମ୍ମତ ହୋଇପାରେ, କିନ୍ତୁ ନିରୀକ୍ଷଣ କଲେ କେତେକ କ୍ଷେତ୍ରରେ ତାହା ଅନୈତିକ ମନେହେବ l କୌଣସି କାର୍ଯ୍ୟ ବିଧିସମ୍ମତ ହେବା ଯେତିକି ଜରୁରୀ, ତାଠାରୁ ଅଧିକ ଜରୁରୀ ଅନୈତିକ ନହେବା l ତଦ୍ଦ୍ଵାରା ଅନ୍ୟମାନଙ୍କ ଉପରେ ତାର ଭଲ ପ୍ରଭାବ ପଡିଥାଏ ଓ ସେମାନେ ମଧ୍ୟ ମିତବ୍ୟୟୀ ହୋଇଥାନ୍ତି l ହେଲିକପ୍ଟରରେ ଯାତ୍ରା ହେଉ ବା ହେଲିକପ୍ଟର କିଣିବା, ସରକାରଙ୍କ ନିଷ୍ପତ୍ତି ରାଜ୍ୟସ୍ଵାର୍ଥ କୈନ୍ଦ୍ରିକ ହେବ ବୋଲି ଆଶା କରାଯାଏ l

Published in Swadhikar(17.09.18), Matrubhasa (18.09.18), Krantidhara (18.09.18), Manthan (19.09.18), Odisha Express (21.09.18), Samanya Kathan (01.10.18), Samadrushti (01 October 15 October 2018), Anubhab (October 2018)

Comments

  1. ଗଭୀର ଗବେଷଣାର ବିଷୟ। ଜନନେତା ସର୍ବଦା ଜନତାଙ୍କ ନିକଟରେ ଉତ୍ତରଦାୟୀ। ଗରିବ ରାଜ୍ୟର ଧନୀକ ନେତା ହେବା ବିଡ଼ମ୍ବନାର ବିଷୟ।

    ReplyDelete
    Replies
    1. ଶାରଦାବାବୁ, ମତାମତ ପାଇଁ ଧନ୍ୟବାଦ l

      Delete

Post a Comment

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହି ଶ୍

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ମହାପାତ୍ର

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର

ଓଡିଆ କ୍ଷୁଦ୍ରଗଳ୍ପ 2021 - ପ୍ରଥମ ପର୍ଯ୍ୟାୟରେ 252ଟି ଗପ

ଓଡିଆ କ୍ଷୁଦ୍ରଗଳ୍ପ 2021 – ପ୍ରଥମ ପ୍ରର୍ଯ୍ୟାୟରେ 252ଟି ଗପ  ପାଠକ, ଲେଖକଙ୍କ ସହଯୋଗରେ 2021ରେ ପ୍ରକାଶିତ କିଛି ଭଲ ଗପ ବାଛିବାର ପ୍ରୟାସ ଆରମ୍ଭ ହୋଇ 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ହସ୍ତଗତ ହୋଇଥିଲା । ଇତିମଧ୍ୟରେ ତନ୍ମଧ୍ୟରୁ ଏକାଧିକ ଗପ ଆସିଥିବା ଲେଖକମାନଙ୍କର ଗପଗୁଡିକୁ ପଢାଯାଇ ସେଥିରୁ ସମ୍ପୃକ୍ତ ଲେଖକଙ୍କ ଗୋଟିଏ ଲେଖାଏଁ ଗପକୁ ଗ୍ରହଣ କରାଯାଇଛି । କିଛି ଲେଖକଙ୍କର ଗପ ପୂର୍ବରୁ ପ୍ରକାଶିତ ହୋଇଥିବା ଓ / ବା ଧାର୍ଯ୍ୟ ଶେଷ ତାରିଖ ସୁଦ୍ଧା ପଢିବା ଲାଗି ପିଡିଏଫ ଉପଲବ୍ଧ ହୋଇ ନ ପାରିବା କାରଣରୁ ପ୍ରକ୍ରିୟା ଅନ୍ତର୍ଗତ କରାଯାଇ ପାରିଲାନାହିଁ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟକୁ ନିମ୍ନଲିଖିତ 252 ଜଣ ଲେଖକଙ୍କର 252ଟି ଗପ ଯାଇଛି । ଏହି ପର୍ଯ୍ୟାୟରେ ଗପଗୁଡିକୁ ପାଠକଙ୍କ ନିକଟକୁ ପଠାଇଲା ବେଳେ ଗପର ନାମ ଓ ଲେଖକଙ୍କ ନାମକୁ ଲିଭାଯାଇ ତା ସ୍ଥାନରେ କେବଳ ଗୋଟିଏ କୋଡ ନମ୍ୱର ପ୍ରଦାନ କରାଯାଉଛି । ଏହି ସମସ୍ତ ଗପକୁ 25ଟି ସେଟରେ ଭାଗ କରାଯାଇ ପ୍ରତି ସେଟରେ ହାରାହାରି 10ଟି ଲେଖାଏଁ ଗପ ରଖାଯାଇଛି । ପ୍ରତିଟି ସେଟ ଗପ ଦୁଇ ଜଣ ଲେଖାଏଁ ପାଠକଙ୍କ ନିକଟକୁ ପୃଥକ୍ ଭାବେ ପଠାଯାଉଛି । ସେମାନଙ୍କ ନିକଟରୁ ମତାମତ ମିଳିଲା ପରେ ସେଥିମଧ୍ୟରୁ ପ୍ରାୟ 50 ପ୍ରତିଶତ ଗପ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବ । ଗପଗୁଡିକ ଲେଖକମାନଙ୍କର ମୌଳିକ ରଚନା ଓ 2021ରେ ପ୍ରଥମ କରି ପ୍ରକାଶ ପାଇଛି ବୋଲି ଆଶା କରାଯାଏ । ଯଦି ଅନ୍